Advertisment

ୟୁପି ହିଂସା:କେନ୍ଦ୍ର ମନ୍ତ୍ରୀ କହିଲେ,ଯଦି ଘଟଣା ଦିନ ମୋ ପୁଅ କେଉଁଠି ଥିଲା ଜାଣିବାକୁ ଚାହୁଁଛନ୍ତି,ତା’ହେଲେ...

ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ପୋଲିସ୍‌ ଅଭିଯୋଗରେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ନାଁ ନିଆଯିବା ପରେ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ସମଗ୍ର ଘଟଣାରେ ୮ ଜଣଙ୍କ ମୃତ୍ୟୁକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ରାଜନୀତି ମଧ୍ୟ ତେଜିବାରେ ଲାଗିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Lakhimpur Kheri Violence

Lakhimpur Kheri Violence

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ପୋଲିସ୍‌ ଅଭିଯୋଗରେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ନାଁ ନିଆଯିବା ପରେ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ସମଗ୍ର ଘଟଣାରେ ୮ ଜଣଙ୍କ ମୃତ୍ୟୁକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ରାଜନୀତି ମଧ୍ୟ ତେଜିବାରେ ଲାଗିଛି। । ବିରୋଧୀ ଦଳର ନେତା ଘଟଣାସ୍ଥଳକୁ ଯିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ଉତ୍ତରପ୍ରଦେଶ ସରକାର ସେମାନଙ୍କୁ ରୋକିବାରେ ଲାଗିଛନ୍ତି। 

Advertisment

ଘଟଣାକୁ ନେଇ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା ଜାତୀୟ ଗଣମାଧ୍ୟମ ସଂସ୍ଥା NDTVକୁ ଏକ ସାକ୍ଷାତକାର ଦେଇ କହିଛନ୍ତି, ‘ଚାଷୀଙ୍କ ଉପରେ ମାଡ଼ି ଯାଇଥିବା ଗାଡ଼ି ତାଙ୍କର ଥିଲା। ହେଲେ ସେହି ସମୟରେ ଘଟଣାସ୍ଥଳରେ ସେ କିମ୍ବା ତାଙ୍କ ପୁଅ ଉପସ୍ଥିତ ନଥିଲେ। ଘଟଣାର ପ୍ରଥମ ଦିନରୁ ହିଁ କହି ଆସୁଛୁ ଯେ, ଗାଡ଼ିଟି ଆମର ଥିଲା ଓ ଏହାର ରେଜିଷ୍ଟ୍ରେସନ ନମ୍ବର ମଧ୍ୟ ଆମ୍ଭ ନାଁରେ ରହିଛି। ତେବେ ଘଟଣା ଘଟିବା ଦିନ ପୁଅ ଅନ୍ୟ ଏକ କାର୍ଯ୍ୟକ୍ରମସ୍ଥଳୀରେ ଥିଲା। ସେହି ଦିନ ସକାଳ ୧୧ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେ ସେହି କାର୍ଯ୍ୟକ୍ରମସ୍ଥଳୀରେ ଥିଲା, ଯେଉଁଠି ହଜାର ହଜାର ସଂଖ୍ୟକ ଲୋକ ଉପସ୍ଥିତ ଥିଲେ। ଯାହାର ଫଟୋ ଓ ଭିଡିଓ ମଧ୍ୟ ଅଛି। ଯଦି ପ୍ରକୃତରେ ସେହି ସମୟରେ ସେ କେଉଁଠି ଥିଲା ଆପଣମାନେ ଜାଣିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ତାଙ୍କର କଲ୍‌ ରେକର୍ଡ, ସିଡିଆର୍‌, ଲୋକେସନ୍‌ ଇତ୍ୟାଦି ଚେକ୍‌ କରିପାରିବେ।’

କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ‘କାରକୁ ଆକ୍ରମଣ ପରେ ଡ୍ରାଇଭର ଆହତ ହୋଇଥିଲେ। ଫଳରେ ଭାରସାମ୍ୟ ହରାଇ କାର୍ କିଛି ଲୋକଙ୍କ ଉପରେ ଚଢ଼ି ଯାଇଥିଲା। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଉଛି। ଘଟଣାର ନିରପେକ୍ଷ ତଦନ୍ତ କରାଯାଉ’।

Advertisment

ଅନ୍ୟପକ୍ଷେ, ଲଖିମପୁର ଖେରି ଯିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମିଳିଲାନି ଅନୁମତି। ରାହୁଲଙ୍କ ଗସ୍ତ ପାଇଁ ଅନୁମତି ପ୍ରଦାନ କରିବାକୁ  ୟୁପି ସରକାର ମନା କରି ଦେଇଛନ୍ତି। ରାହୁଲଙ୍କ ସମେତ ୫ ଜଣିଆ ଟିମ୍ ଆଜି ଲଖିମପୁର ଖେରି ଗସ୍ତ ପାଇଁ ଅନୁମତି ଲୋଡ଼ି ଥିଲେ।

Farmers Protest UP Violence Lakhimpur Kheri Violence Union Minister Ajay Mishra Union Minister Ajay Mishra Son
Advertisment
Advertisment