ବ୍ୟାଙ୍କ ବାଲା କିଛି ଶୁଣୁନାହାନ୍ତି। ବାରମ୍ବାର ଅଭିଯୋଗ ପରେ ଥାନାରେ ମାମଲା ରଖିଲାନି ପୋଲିସ। ଯଦି ପୋଲିସ ମାମଲା ନରଖେ ତେବେ ଆପଣ କରିବେ କଣ?
NFHSର ରିପୋର୍ଟରୁ ଜଣାପଡିଛି ଯେ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କର ଅଧିକ ସେକ୍ସ ପାର୍ଟନର୍ ଅଛନ୍ତି। ଦେଶର ୭୦୭ଟି ଜିଲ୍ଲାର ୧.୧ ଲକ୍ଷ ମହିଳା ଏବଂ ୧ ଲକ୍ଷ ପୁରୁଷଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଏଥିରେ ଗ୍ରାମୀଣ ମହିଳା ଅଧିକ ଅଛନ୍ତି
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ନକଟିପାଲି ନାଳରେ ଶନିବାର ସନ୍ଧ୍ୟାରେ ଭାସି ଯାଇଥିବା କାର୍ ଆଜି ମିଳିଥିବା ବେଳେ ସେଥିରୁ ଦୁଇ ଜଣଙ୍କ ମୃତଦେହ ମିଳିଛି।
ଭୟଙ୍କର ସ୍ଥିତି। କାନ୍ଥରୁ ପାଣି ପଡୁଛି, ଛାତରୁ ଲୁହା ରଡ ଖସିଲାଣି...ପାଣି ଝରି ଢରି ଉଇ ହୁଙ୍କା ହୋଇଗଲାଣି। ସେମିତି ଓଦା ସରସର ହୋଇ ପିଲା ପଢୁଛନ୍ତି ପାଠ। ରୋଷେଇ କଥା ପଚାରେ କିଏ? ଅଭିଭାବକ କହିଲେଣି, ଘର ନୂଆ ନହେଲେ ଆମେ ପିଲାଙ୍କୁ ଛାଡିବୁନି...
ଦୈବ ଦେଇ ଦୁଃଖ। ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ ବରଂ ୯ ବର୍ଷ ହେଲାଣି ଏମିତି ଶିକୁଳିରେ ବନ୍ଧା ହୋଇଛି ଭେଣ୍ଡିଆ ପୁଅ। ପୁଅର ଚିକିତ୍ସା ପାଇଁ ଅଂଟିରେ ଆଉ ଧନ ନାହିଁ...କଣ କରିବେ? କେମିତି ଚିକିତ୍ସା କରିବେ? ସେଇ ଚିନ୍ତାରେ ଦିନ କାଟୁଛନ୍ତି ବାପା-ମାଆ
ବନ୍ୟା ପାଣିରେ ଲୋକ ଭାସିଲେଣି, ୟାଙ୍କୁ ମଜା ଲାଗୁଛି। ୱା ୱା...କି ଉତ୍ତର ତୁମର? କାହିଁ ଏଇଠି ଦେଖୁଛ ହୀରକୁଦ ପଳାଉନ...ପୂରା କ୍ଲିୟର ଦେଖିବ, କେମିତି ଛଡାଯାଉଛି ବନ୍ୟା ପାଣି। ଏଇଠି ଏମିତି ଜାମ୍ ହେଲାଣି ଯେ ଗାଡି ଯିବା କଷ୍ଟ ହେଲାଣି
ଏଇ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ସମୟରେ ଆଶ୍ରମକୁ ପ୍ରାୟ ୪୦ରୁ ୫୦ ଲୋକ ଆସି ପୂଜାର୍ଚ୍ଚନା କରିଥିଲେ ।
ପୂର୍ବ ସୂଚନା ଅନୁସାରେ ଦୂରଦୂରାନ୍ତରୁ ଆସିଥିଲେ ପରୀକ୍ଷାର୍ଥୀ । କିନ୍ତୁ ସେମାନେ ହଲରେ ବସିବା ପରେ ପୁଣି ସାମ୍ନାକୁ ଆସିଥିଲା ତ୍ରୁଟି ।
୪ ବର୍ଷ ବିଳମ୍ବରେ ହୋଇ ବି ବାରମ୍ବାର ତ୍ରୁଟିକୁ ନେଇ ଅସନ୍ତୋଷ । ଆୟୋଜକ ଓ ପରିଚାଳକଙ୍କୁ ଦାୟୀ କଲେ ପରୀକ୍ଷାର୍ଥୀ । ୧୫ ଦିନ ଭିତରେ ପୁଣି ପରୀକ୍ଷା ପାଇଁ OPRBର ନିଷ୍ପତ୍ତି ।
ଆଶ୍ରମ ଇଡି ହେପାଜତ୍ରେ ଥାଇ ବି କେମିତି ହେଉଛି କାର୍ଯ୍ୟକ୍ରମ ? ପୂର୍ବ ମୁଦ୍ରାକୁ ଫେରିବାକୁ ଅନୁଗାମୀଙ୍କ ଜରିଆରେ ଚାଲ୍ ଚର୍ଚ୍ଚା ।
ଡଙ୍ଗାଟି ପାରାଦୀପରୁ ମହାକାଳପଡ଼ା ବାହାକୁଦ ଘାଟ ଅଭିମୁଖେ ଆସୁଥିଲା ।
ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ଅବସରରେ ତାଙ୍କର କିଛି ଅନୁଗାମୀ ଓ ସମର୍ଥକ ଆଶ୍ରମ ଭିତରେ ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ଫଟୋକୁ ଆସ୍ଥାନରେ ରଖି ପୂଜାର୍ଚ୍ଚନା କରିଛନ୍ତି ।
ଲୋକେ ଆଶ୍ୱସ୍ତ, ବନ୍ୟା କମିଲା...କିନ୍ତୁ ଦୁର୍ଦ୍ଦଶା କମିଲାନି...କୋଉଠି ରାସ୍ତା ଉପରେ ପାଣି ଚାଲିଛି ତ ଆଉ କୋଉଠି ପୋଲ ଭାଙ୍ଗି ଯାତାୟତ ବ୍ୟାହତ।
କେଉଁ କାରଣ ପାଇଁ ଛାତରୁ ଡେଇଁଲେ ତାହା ଏଯାଏଁ ଅସ୍ପଷ୍ଟ ।
‘ଜରି ପାଲ ଖଣ୍ଡେ ଦିଅନ୍ତୁ ଆଜ୍ଞା, ନଚେତ ବର୍ଷାରେ ଭିଜି ଭିଜି ମରିଯିବୁ । ଜରିପାଲ ନ ଦେଲେ ଆପଣଙ୍କ ଗୋଡ଼ ତଳୁ ଉଠିବୁନି କି ଏଠୁ ଯିବୁନି ।’ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲଦାରଙ୍କ ଗୋଡ଼ ତଳେ ପଡ଼ି ଏପରି ଗୁହାରୀ କରିଛନ୍ତି ଖମ୍ବଶିରିପାଲି ଗାଁ ଲୋକେ ।
ମୁଁ ଥାନାକୁ ଗଲି ଅଭିଯୋଗ କରିବାକୁ। ସେ କହିଲେ ଯଦି FIR ଦେବୁ ତୋ ସିମ୍ ବ୍ଲକ୍ ହେଇଯିବ। ଯା SP ଆଉ DGଙ୍କୁ କହ।
ଘରର ରୋଜଗାରିଆ ପୁଅକୁ ରୋଗ ଘାରିଛି। ଭଙ୍ଗା ଘରେ ସପରିବାର ରହୁଛନ୍ତି। କେତେବେଳେ ଘର ଭାଙ୍ଗିଯିବ ତାର କିଛି ହିସାବ ନାହିଁ। ବର୍ଷା ହେଲେ ଛନକା… ଏ ପରିବାର କଣ ସରକାରୀ ସୁବିଧା ପାଇବା ପାଇଁ ହକଦାର ନୁହଁନ୍ତି?
ଆବେ ସଃ… ତୋ ବୋପା ଭଲ ରାଜନେତା? ତୋ ବୋପାର ହଜମ ଶକ୍ତି ଏତେ ଯେ, ଯେତେ କାମ ଆସିଥିଲ ସବୁ ଟଙ୍କା ହଜମ କରିଦେଲା। ଆଉ ତୁ ଆସିଛୁ ମୋ ବେକରେ ମାଳା ପକେଇ ସେଲ୍ଫି ନେବୁ ବୋଲି? ସଃ… ଲଜ୍ଜା ନାହିଁ ମୁହଁରେ…
ନଦୀରେ ପ୍ରଖର ସୁଅ। ସେପଟେ ଡାକ୍ତରଖାନା ଏପଟେ ଗର୍ଭବତୀ ମହିଳା। ୯ମାସର ଗର୍ଭଧାରଣ କରିଥିବା ଏହି ଆସନ୍ନପ୍ରସବା ମହିଳା ଜଣକ ରସହଣ୍ଡାରେ ନଈ ପାର ହେବେ ! ଦୁଇ ଦଶନ୍ଧିର ଏ ସ୍ଥିର ସରକାର ଶେଷରେ ଗର୍ଭବତୀ ମହିଳାଙ୍କୁ ହଣ୍ଡାରେ ନଈ ପାର କରାଇ ହାତ ଟେକିଦେଲା !
୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ହାଇୱା ଗାଡ଼ି ଜଳି ଯାଇଛି। ଗାଡ଼ି ଭିତରେ ଥିବା ଚାଳକ ଗାଡ଼ି ବାହାରକୁ ଆସି ନପାରିବାରୁ ବିଦ୍ୟୁତ୍ ତାର ଲାଗି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।
ଦଶମ ଶ୍ରେଣୀର ଝିଅଟିଏ। ତାକୁ ପାଳିଥିବା ବାପାଙ୍କର ମୃତ୍ଯୁ ହୋଇଯାଇଛି। ମାଆ ମାନସିକ ରୋଗୀ। ସେ ମୁଖ୍ଯମନ୍ତ୍ରୀଙ୍କୁ ଚିଠି ଲେଖିଛି, ‘ଏତେ ବଡ଼ ଦୁନିଆରେ ମୁଁ କେମିତି ଚଳିବି? ମତେ ସାହାଯ୍ଯ କର। ପାଖ ପଡ଼ୋଶୀରେ ମତେ ସମସ୍ତେ ଘୃଣା କରୁଛନ୍ତି।‘
ଏ ପିଲେ ପାଖେଇ ଯା… ଆମ ସୁର ଭାଇ ଆସିଲେଣି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବେ… ଆଲୋ ହେ… ଏଠି ବନ୍ୟା ବିପନ୍ନଙ୍କୁ ଭେଟୁଛ ନା ମୁଣ୍ଡଳି ବୁଲି ସେଲ୍ଫି ନେଉଛି? ହଉ ନିଅ, ମୁଣ୍ଡଳୀ ମାଛ କିଲେ ବି ନେଇଯା ଆଉ…
ବାସ୍ତୁ ବ୍ୟକ୍ତି ଉପରେ ଅନେକ ସକାରାତ୍ମକ ପ୍ରଭାବ ପକେଇ ଥାଏ। ଏଥିରେ ବ୍ୟତିକ୍ରମ ହେଲେ ଏହା ଓଲଟା ଫଳ ଦେଇଥାଏ। ତେବେ ବାସ୍ତୁ ମତରେ ପଢାଘର କିପରି ହେବା ଦରକାର ଆସନ୍ତୁ ଜାଣିବା।
ସାମ୍ପ୍ରଦାୟିକ ଦଙ୍ଗା ସତ୍ତ୍ୱେ ଆଜି ବି ଭାରତରେ ରହିଛି ଭାଇଚାରା। ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଜଣେ ମୁସଲମାନ ମା’ ତାଙ୍କ ପୁଅକୁ କରିଛନ୍ତି କୁନି କୃଷ୍ଣ।
SRCଙ୍କ ସୂଚନା ଅନୁଯାୟୀ, ଚଳିତ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ବନ୍ୟା ପ୍ଲାବିତ ଅଞ୍ଚଳରୁ ୫ଟି ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଲାଣି ।C