/odishatv-khabar/media/post_attachments/uploadimage/library/16_9/16_9_0/Sarathi_1660995381.jpg)
Sarathi
ସାରଥୀ ଆଶ୍ରମରେ ଦେଖା ଦେଲାଣି ଗହଳି । ଆରମ୍ଭ ହେଲାଣି ପୂଜାର୍ଚ୍ଚନା । କେନ୍ଦ୍ରାପଡା ଜିଲ୍ଲା ବାରିମୂଳର ବହୁ ଚର୍ଚ୍ଚିତ ସାରଥୀ ଆଶ୍ରମରେ ପୁଣି ଥରେ ଗହଳି ଚହଳି ଦେଖିବାକୁ ମିଳିଥିବା ବେଳେ ସେଠାରେ ପୂଜାର୍ଚ୍ଚନା ହୋଇଥିବା ଦେଖିବାକୁ ମିଳିଛି । ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ଅବସରରେ ତାଙ୍କର କିଛି ଅନୁଗାମୀ ଓ ସମର୍ଥକ ଆଶ୍ରମ ଭିତରେ ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ଫଟୋକୁ ଆସ୍ଥାନରେ ରଖି ପୂଜାର୍ଚ୍ଚନା କରିଛନ୍ତି । ଏହାର ଭିଡିଓ ଏବେ ଭାଇରାଲ ହୋଇଛି ।
ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ଦିନ କିଛି ସମର୍ଥକ ସାରଥୀ ଆଶ୍ରମ ଭିତରେ ପଶି ହୋମ ଯଜ୍ଞ କରିବା ସହ ଆସ୍ଥାନରେ ଫଟୋ ରଖି ଫୁଲ ଧୂପ ଚନ୍ଦନ ଦେଇ ପୂଜାର୍ଚ୍ଚନା କରିଥିଲେ । ଏହାସହ ଆଶ୍ରମରେ ପାର୍ଥନା ମଧ୍ୟ କରିଛନ୍ତି ସମର୍ଥକ । ସାରଥି ଆଶ୍ରମ ସମ୍ପତ୍ତିକୁ ୨୦୧୯ ଜୁଲାଇ ୨୭ ତାରିଖରେ ଇଡି ନିଜ କବଜାକୁ ନେଇଥିଲା । ତେବେ କିଭଳି ଭାବରେ ଲୋକ ସେଠାରେ ପ୍ରବେଶ କଲେ । ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ହେଲେ ସ୍ଥାନୀୟ ପ୍ରଶାସନ ଏନେଇ କୌଣସି ପ୍ରତିକ୍ରିୟା ରଖିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)