• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଡ଼ ଅଘଟଣ । ଭାସିଗଲା ବୋଟ୍‌ । କେନ୍ଦ୍ରାପଡ଼ା ମହାନଦୀର ପ୍ରଖର ସ୍ରୋତରେ ଭାସିଗଲା ଡଙ୍ଗା । ପାଖାପାଖି ୩୦ ଜଣ ଯାତ୍ରୀ ଏଥିରେ ଯାତ୍ରା କରୁଥିଲେ । ମହାନଦୀର ପ୍ରଖର ସ୍ରୋତ ବୋଟ୍‌କୁ ୪ରୁ ୫ କିଲୋମିଟର ଭସାଇ ନେଇଯାଇଥିବା ସୂଚନା ରହିଛି । ଡଙ୍ଗାଟି ପାରାଦୀପରୁ ମହାକାଳପଡ଼ା ବାହାକୁଦ ଘାଟ ଅଭିମୁଖେ ଆସୁଥିଲା । ଏହି ସମୟରେ ସ୍ରୋତ ଅଧିକ ତୀବ୍ର ହୋଇଥିଲା । ଫଳରେ ଡଙ୍ଗାଟି ନିଜର ଭାରସାମ୍ୟ ହରାଇଥିଲା । ଆଉ ସ୍ରୋତକୁ କାଟି ଆଗକୁ ବଢ଼ିପାରି ନଥିଲା । ଏବେ ଭରା ନଈରେ ଡଙ୍ଗାକୁ ଲଙ୍ଗର ପକାଇ ରଖାଯାଇଥିବା ସୂଚନା । ‍ଖବରପାଇ ଉଦ୍ଧାର ପାଇଁ ମେରାଇନ୍ ବୋଟ୍‌କୁ ପଠାଯାଇଛି । ଏନେଇ ମହାକାଳପଡ଼ା ବିଡିଓ ସୂଚନା ଦେଇଛନ୍ତି ।

ବିଡିଓ ଆହୁରି କହିଛନ୍ତି ଯେ, ଏକ ଘଣ୍ଟାରୁ ଦୁଇ ଘଣ୍ଟା ମଧ୍ୟରେ ଉଦ୍ଧାର କାର୍ଯ୍ୟ ସରିବ । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସାରିଛି । ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ୩୦ ଜଣ ଯାତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଚଷ୍ଟା ଚାଲିଛି । ଶେଷରେ ବିଡିଓ ଆହୁରି କହିଛନ୍ତି ଯେ, ଘାଟରେ କୌଣସି ଡଙ୍ଗା ଚଳାବାକୁ ଅନୁମତି ନଥିଲା । ବନ୍ୟା ଜଳର ପ୍ରଖର ସ୍ରୋତଥିବାରୁ ଡଙ୍ଗା ଚଳାବାକୁ ଅନୁମତି ଦିଆଯାଇନାହିଁ ।