• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ୍ । ଏ ସଂକ୍ରାନ୍ତରେ ଜବାବ ରଖିବା ପାଇଁ ୪ ଜଣଙ୍କୁ ନୋଟିସ କରିଛନ୍ତି ହାଇକୋର୍ଟ। ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ମୁଖ୍ୟ ପ୍ରଶାସକ, ASI ଡିଜି ଓ ASI ଅଧୀକ୍ଷକଙ୍କୁ ନୋଟିସ କରିଛନ୍ତି ହାଇକୋର୍ଟ । ବିଜେପି ନେତା ସମୀର ମହାନ୍ତିଙ୍କ ଆବେଦନ ଆଧାରରେ କୋର୍ଟ ଏହି ନୋଟିସ କରିଛନ୍ତି ।

ଅଗଷ୍ଟ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟହୋଇଛି । ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ ସମୀର । ରତ୍ନ ଭଣ୍ଡାର ଖୋଲିବା, ମରାମତି ଓ ଅଳଙ୍କାର ଗଣତି ପାଇଁ ପିଟିସନ ଦାଖଲ କରିଥିଲେ... ।

ରତ୍ନ ଭଣ୍ଡାରକୁ ନେଇ ଅନେକ ପ୍ରଶ୍ନ ..

କେବେ ଗଣତି ହେବ ମହାପ୍ରଭୁଙ୍କ ମହଣ ମହଣ ଅଳଙ୍କାର ? କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଗୋଟିଏ ପ୍ରଶ୍ନ ରତ୍ନ ଭଣ୍ଡାରରେ ଥିବା ରତ୍ନ ସୁରକ୍ଷିତ ଅଛି ତ ? ଭକ୍ତଙ୍କ ମନରେ ଆସୁଥିବା ଏ ସନ୍ଦେହକୁ ସରକାର ତୁରନ୍ତ ଦୂର କରନ୍ତୁ ବୋଲି ଏବେ ସେବାୟତ ବି ଦାବି କଲେଣି । ଖାଲି ସେତିକି ନୁହେଁ, ଭଣ୍ଡାର ଗୃହ ଖୋଲିବାରେ ବିଳମ୍ବ ହେଉଥିବାରୁ ସେବାୟତମାନେ ସନ୍ଦେହ ଘେରରେ ରହିଛନ୍ତି । ଏଥିଲାଗି ଭଣ୍ଡାର ଗୃହକୁ ତୁରନ୍ତ ଖୋଲି ଗଣତି କରାଯାଉ ବୋଲି ବରିଷ୍ଠ ସେବାୟତ କହିଛନ୍ତି ।

ରତ୍ନ ଭଣ୍ଡାରରେ ମହାପ୍ରଭୁଙ୍କ ହୀରା, ନୀଳା, ମୋତି, ମାଣିକ୍ୟ ଖଚିତ ଅଳଙ୍କାର ରହିଛି । ଶେଷଥର ଲାଗି ୧୯୭୮ରେ ରତ୍ନ ଭଣ୍ଡାର ଅଳଙ୍କାର ଗଣତି ହୋଇଥିଲା । ଦିନକ ତଳେ ରତ୍ନଭଣ୍ଡାର ଖୋଲିବାକୁ ଦାବି କରି ବିଜେପି ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ରତ୍ନ ଭଣ୍ଡାର ଖୋଲିବା, ମରାମତି ଓ ଅଳଙ୍କାର ଗଣତି ପାଇଁ ପିଟିସନ ଦାଖଲ କରାଯାଇଛି ।