/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688543152.jpg)
plaster collapse
ସ୍ୱାସ୍ଥ୍ୟକେନ୍ଦ୍ର ଛାତରୁ ଖସୁଛି ପ୍ଲାଷ୍ଟର୍ । କେତେବେଳେ ପଡ଼ି ମୁଣ୍ଡ ଫାଟିବାର ଅନେକ ସମ୍ଭାବନା ରହିଛି । ଆଉ ପ୍ଲାଷ୍ଟର୍ ଖସୁଥିବାରୁ ଭୟରେ ମୁଣ୍ଡରେ ହେଲମେଟ ପିନ୍ଧି ଚିକିତ୍ସା କରୁଛନ୍ତି ଡାକ୍ତର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ଧଣ୍ଡାମୁଣ୍ଡା ଗାଁରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ।
କେବଳ ଡାକ୍ତର ନୁହଁନ୍ତି, ଛାତରୁ ପ୍ଲାଷ୍ଟର୍ ଖସୁଥିବା ଯୋଗୁଁ କର୍ମଚାରୀ ମାନେ ମୁଣ୍ଡରେ ହେଲମେଟ ଲଗାଇ ବସୁଛନ୍ତି । ସ୍ୱାସ୍ଥ୍ୟକେନ୍ଦ୍ର ଭଳି ଏକ ଗୁରୁତ୍ୱ ବିଭାଗରେ କର୍ମଚାରୀ ମାନେ ଏମିତି ଭୟର ବାତାବରଣରେ କାମ କରୁଛନ୍ତି । ଏପରି ସ୍ଥଳେ କିପରି ନିର୍ବିଘ୍ନରେ ରୋଗୀ ସେବା ହୋଇପାରିବ, ସେନେଇ ପ୍ରଶ୍ନ ଉଠୁଛି ।
ମାତ୍ର ୫ବର୍ଷ ତଳେ ତିଆରି ହୋଇଥିଲା ସ୍ୱାସ୍ଥ୍ୟକେନ୍ଦ୍ରର ଏହି କୋଠା । ହେଲେ ନିମ୍ନ ମାନର କାମ ଯୋଗୁଁ ସ୍ଲାବରୁ ଅତଡ଼ା ଖସୁଥିବା ଅଭିଯୋଗ ହୋଇଛି । ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ କର୍ମଚାରୀ ମାନେ ଡରି ଡରି କାମ କରୁଥିବା ବେଳେ ଚିକିତ୍ସା ପାଇଁ ଅସୁଥୁବା ରୋଗୀ ମଧ୍ୟ ଭୟରେ ଆସୁଛନ୍ତି । କେତେବେଳେ ଯେ କାହା ମୁଣ୍ଡରେ ଅତଡ଼ା ପଡ଼ିବ କହିହେବ ନାହିଁ ।
କୌଣସି ବି ସମୟରେ କିଛି ବି ହୋଇପାରେ ... । ରୋଗୀ ହୁଅନ୍ତୁ କିମ୍ବା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, କାହା ସହିତ କିଛି ଅଘଟଣ ଘଟିଲେ ଦାୟୀ କିଏ ରହିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)