• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Hirakud Displaced
ଆଉ କେବେ ମିଳିବ ହୀରାକୁଦ ବିସ୍ଥାପିତଙ୍କୁ କ୍ଷତିପୂରଣ

‘ହୀରାକୁଦ୍ ଡ୍ୟାମ କରିବେ କହି ଆମ ଭିଟାମାଟି ଛଡ଼େଇ ନେଲେ। ଆମ ଜମି ଛଡ଼େଇ ନେଲେ। ହେଲେ ଜମି ବଦଳରେ ଜମି କୁଆଡ଼େ ଗଲା? ଆମ ଘର ଡିହ କୁଆଡ଼େ ଗଲା?’

Odisha Hirakud
ଏବେ ବି ମନେ ଅଛି ଭିଟାମାଟି ଛାଡ଼ି ବାସହରା ହେବାର ଦୃଶ୍ୟ, ୬ ଦଶନ୍ଧି ଧରି ଶୁଖୁନି ଲୁହ

ଝାରସୁଗୁଡ଼ା ଜିଲ୍ଲାର ଦୁଇ ହଜାର ହୀରାକୁଦ ବିସ୍ଥାପିତଙ୍କ ପରିବାରକୁ ଘରଡିହ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, ହୁଏତ ସେହି ତାଲିକାରେ ସ୍ଥାନ ପାଇପାରନ୍ତି ଲଖନପୁର ବ୍ଲକ ଲମ୍ଫାଲୁଗା ଗାଁର ଜମିହରା ।

cbi officers thrashed
CBI ଅଧିକାରୀ ହେଲେ ହଟହଟା

CBI ଅଧିକାରୀ ହେଲେ ହଟହଟା। ଢେଙ୍କାନାଳରେ ଜଣେ ଯୁବକଙ୍କୁ ସିବିଆଇ ପଚରାଉଚରା କରିବାକୁ ଯାଇଥିଲା। ହେଲେ ସିବିଆଇ ଅଧିକାରୀଙ୍କୁ ଗାଁର ମହିଳା ଏମିତି ଅବସ୍ଥା କଲେ ଯେ, ସ୍ଥାନୀୟ ପୋଲିସ୍ ନାକେଦମ

9th Century Anant Sayan Vishnu Idol
ନଦୀ ବାଲିରେ ବିଶାଳକାୟ ବିଷ୍ଣୁମୂର୍ତ୍ତି, କେହି ଗଢ଼ିନାହାନ୍ତି, ସରକାର ଚାହୁଁ ନାହାନ୍ତି

ବ୍ରାହ୍ମଣୀ ନଦୀରେ ବିଶାଳକାୟ ବିଷ୍ଣୁମୂର୍ତ୍ତି। ନଦୀ ଗର୍ଭରେ ପ୍ରଭୂଙ୍କ ପୀଠ। କେହି ଗଢ଼ି ନାହାନ୍ତି, ଲୋକେ କହୁଛନ୍ତି ନଦୀ ବାଲିରେ ଆପେ ଆପେ ତିଆରି ହୋଇଛି। ଶହ ଶହ ବର୍ଷ ତଳର ଏ ମୂର୍ତ୍ତି ସେମିତି ରହିଛି। ଏ ସରକାର ନା ଦାୟିତ୍ୱ ନେଉଛି ନା ଏ ପୀଠକୁ ବିକଶିତ କରୁଛି? ଏବେ ଡର ଏ ଐତିହ ପୁଣି ଥରେ ନଦୀ ବାଲିରେ ଲିନ୍ନ ହୋଇ ଯିବନି ତ?

Deogarh
ମାଆ ଛାଡ଼ି ପଳାଇଲା, ପୁଅ ପାଦରେ ଶିକୁଳି ପଡ଼ିଲା

ଶିଶୁଟି ବାକ୍ ଶକ୍ତି ହରାଇବା ସହ ନିଜ ଗୋଡରେ ଛିଡା ହେବାକୁ ଅକ୍ଷମ ହୋଇପଡିଲା । ଆଉ ଏଭଳି ଦୁଃଖ ସମୟରେ ନିଜ ପୁଅକୁ ଛାଡି ଅନ୍ୟ କୁଆଡେ ଚାଲିଗଲା ନିଷ୍ଠୁର ମା’

FINGER PRINT ISLAND
ଅଦ୍ଭୁତ ଦ୍ୱୀପ; ଦେଖିଲେ ଲାଗୁଛି ଟିପ ଟିହ୍ନ

ଆମ ଦେଶ ଭାରତଠାରୁ ପାଖାପାଖି ୭ହଜାର ୮୦୦ କମି ଦୂରରେ ଏକ ଦ୍ୱୀପ ରହିଛି, ଯାହା ନିଜର ଆକୃତି କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଆଉ ଏହି ଦ୍ୱୀପର ଏରିଏଲ ଭିଉ ବା ଆକାଶ ମାର୍ଗରୁ ଦୃଶ୍ୟ କୌଣସି ବ୍ୟକ୍ତିର ଫିଙ୍ଗର ପ୍ରିଣ୍ଟ୍‌ ବା ଟିପ ଚିହ୍ନ ଆକୃତିର । ଯାହା ବର୍ତ୍ତମାନ ସମୟରେ ଏକ ପର୍ଯ୍ୟଟନ ସ୍ଥଳୀ ହୋଇସାରିଛି ।

Panchayat Election
ଚଳିତଥର ୭ ପଂଚାୟତରେ ହେବନି ନିର୍ବାଚନ, ଜାଣନ୍ତୁ କଣ ରହିଛି କାରଣ...

ଏଥର ୭ ପଂଚାୟତରେ ହେବନି ନିର୍ବାଚନ, କାରଣ ଏହି ପଂଚାୟତ ଗୁଡ଼ିକ ବିଭିନ୍ନ ଏନ୍ଏସିରେ ବିଲୀନ ହୋଇଥିବାରୁ ସେସବୁରେ ଏଥର ପଞ୍ଚାୟତ ନିର୍ବାଚନ କରାଯିବ ନାହିଁ

Odisha's 'Wonder' Girls
ଦୁଇ ଭଉଣୀଙ୍କ ଅଲୌକିକ ଶକ୍ତି, ଆଖିରେ ପଟି ବାନ୍ଧି ପଢୁଛନ୍ତି ବହି

ଫୁଲବାଣୀର ଦୁଇ ଭଉଣୀଙ୍କ ଚମତ୍କାରୀ ଶକ୍ତି ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଖିରେ ପଟି ବାନ୍ଧି ମଧ୍ୟ ବହିରେ ପାଠ ପଢୁଛନ୍ତି । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ ଅଟେ । lତେବେ ଏହା ଏକ ଅଲୌକିକ ଶକ୍ତି ନା ଭଗବାନଙ୍କ ଶୁଭ ଦୃଷ୍ଟି ରହିଛି ଏହି ୨ ଭଉଣୀଙ୍କ ଉପରେ ।

 Former Women Football Player
ଜାତୀୟ ସ୍ତରରେ ଫୁଟବଲ ଖେଳାଳି ଥିଲେ, ଏବେ ମୂଲ ଲାଗୁଛନ୍ତି

ଦିନେ ଜାତୀୟ ସ୍ତରରେ ଫୁଟବଲ ଖେଳୁଥିଲେ, ଏବେ ପର ଦୁଆରେ ମୂଲ ଲାଗୁଛନ୍ତି । ଆଉ ଏହି ମହିଳା ଜଣକ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଦେମାଳ ଗ୍ରାମର ଜାତୀୟ ମହିଳା ଫୁଟବଲ ଖେଳାଳି ସୁଜାତା ମଳିକ। ।

Toy Train
ଆଜିଠୁ ପୁଣି ଚାଲିବ ଟୟ ଟ୍ରେନ, ଦିନକୁ କରିବ ୬ ଟ୍ରିପ୍‌

ଆଜିଠାରୁ ନନ୍ଦନକାନନରେ ପୁଣି ଗଡ଼ିବ ଟୟ ଟ୍ରେନ। ଦିନକୁ ୬ ଟ୍ରିପ କରାଯିବ। ସକାଳ ୧୦ଟା, ୧୧ଟା ଓ ଅପରାହ୍ନ ୧୨ଟା, ୨ଟା, ୩ଟା ଓ ୪ଟାରେ ଏହି ଟୟ ଟ୍ରେନ ଚାଲିବ।

Sujata
ଦିନେ ଜାତୀୟ ସ୍ତରରେ ଫୁଟବଲର ଥିଲେ, ଏବେ ପର ଦୁଆରେ ମୂଲ ଲାଗୁଛନ୍ତି

ଜାତୀୟ ସ୍ତରରେ ଫୁଟବଲ ଖେଳାଳୀଙ୍କର ଏବେ ଦୟନୀୟ ସ୍ଥିତି। ହୃଦ୍‌ରୋଗରେ ପୀଡ଼ିତ ଅଛି କୁନି ପୁଅ, ବାରମ୍ବାର ଚାକିରି ଆବେଦନ କରି କରି ସୁଫଳ ନହେବା ପରେ ଏବେ ପର ଦୁଆରେ କାମ କରୁଛନ୍ତି ସ୍ୱାମୀ ଓ ସ୍ତ୍ରୀ

 'Corona Cucumber'
ବାଡ଼ିରେ ଫଳିଛି କରୋନା କାକୁଡ଼ି, ନଦେଖିଲେ ବିଶ୍ୱାସ ହେବନି

ବାଡ଼ିରେ ଫଳିଛି କରୋନା କାକୁଡ଼ି । ଅବିକଳ ଭାଇରସ୍ ଆକୃତିର । ନଦେଖିଲେ ବିଶ୍ୱାସ ହେବନି । ଆଉ ଏହି କରୋନା ସଦୃଶ କାକୁଡ଼ି ଦେଖିବାକୁ ଛୁଟୁଛି ଲୋକଙ୍କ ଭିଡ଼ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ଅନ୍ତର୍ଗତ ସରାଗୁଡ଼ା ଗ୍ରାମରେ ।

 WhatsApp
ହ୍ୱାଟ୍ସ-ଆପ୍ ଠକେଇରୁ କେମିତି ସୁରକ୍ଷିତ ରହିବେ ?

ଅନେକ ସମୟରେ ଲୋକେ ହ୍ବାଟ୍ସ-ଆପ୍ ମାଧ୍ୟମରେ ଠକେଇର ଶିକାର ହେଉଛନ୍ତି ।ସୋସିଆଲ୍ ମିଡିଆ ଆପ୍ ହ୍ବାଟ୍ସ-ଆପ୍ ଠକେଇରୁ କେମିତି ସୁରକ୍ଷିତ ରହିବେ ? ଏ ନେଇ କଣ ସବୁ ଉପାୟ ଅବଲମ୍ବନ କରିବେ। ଏହାକୁ ନେଇ ଓଡ଼ିଶା କ୍ରାଇମବ୍ରାଞ୍ଚ କମିଶନରେଟ ପୋଲିସ ପକ୍ଷରୁ ଏକ ସୂଚନା ଜାରି କରାଯାଇଛି

Woman creates guinness world record crushed apples with bicep
ବାଇସେପ୍‌ରେ ସେଓ ଭାଙ୍ଗି ରେକର୍ଡ କଲେ ମହିଳା, ଦେଖନ୍ତୁ ଭିଡିଓ

ଜଣେ ମହିଳା ଦେଖେଇଛନ୍ତି ନିଜ ଶକ୍ତିର ପରିଚୟ। ନିଜ ବାଇସେପ୍‌ରେ ୧୦ରୁ ଅଧିକ ସେଓ ଭାଙ୍ଗି ମହିଳାଙ୍କ ପାଇଁ ସାଜିଛନ୍ତି ଉଦାହରଣ। ଏନେଇ ତାଙ୍କ ନାମକୁ ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସ୍ଥାନିତ ହୋଇଛି।

Fire therapy treats people by burning body
ଏଠି ଦେହରେ ନିଆଁ ଲଗେଇ କରାଯାଏ ଚିକିତ୍ସା

ଆଜିକାଲି ସୋସିଆଲ୍ ମିଡିଆରେ ଅଗ୍ନି ଚିକିତ୍ସା ବେଶ ଚର୍ଚ୍ଚାର କାରଣ ହୋଇଛି। ଦେହରେ ନିଆଁ ଲଗେଇ ଏହି ଚିକିତା କରାଯାଉଥିବାରୁ ଏହାକୁ ଏପରି ନାମକରଣ କରାଯାଇଛି। ଏହି ଚିକିତ୍ସା ଦ୍ୱାରା ଅନେକ ବଡ ବଡ ରୋଗ ଭଲ ହେଉଥିବା କୁହାଯାଏ।

crop damaged due to Unseasonal Rain
ଓଡ଼ିଶାରେ ୧୯ ଯାଏଁ ପାଣିପାଗ ବିଭାଗର ବର୍ଷା ଅନୁମାନ

ଦାନା ଛଡ଼ାଇଲା ଲଘୁଚାପ ବର୍ଷାI ଜମିରେ ବତୁରୁଛି ପାଚିଲା ଧାନ, ଗଛରେ ଥାଇ ଗଜା ହେଲାଣି ଧାନ।ସରକାରଙ୍କୁ ଚାଷୀଙ୍କ ନିବେଦନ, ଶୀଘ୍ର କ୍ଷତିପୂରଣ ଦେବାକୁ ସରକାରଙ୍କୁ ଚାଷୀଙ୍କ ନିବେଦନ। ଏଣେ ଉତ୍ତର ଓ ଉପକୂଳ ସହ ଦକ୍ଷିଣ ଓଡ଼ିଶାରେ ୧୯ ଯାଏଁ ପାଣିପାଗ ବିଭାଗର ବର୍ଷା ଅନୁମାନ

Junior Teacher Aspirants
ସରକାର ବିରୋଧୀ ଗର୍ଜନରେ କମ୍ପୁଛି ଲୋୟର ପିଏମଜି

ମୁଁହରେ କଳା ପଟି , ହାତରେ କଳା ପତାକା ଧରି କନିଷ୍ଠ ଶିକ୍ଷକଙ୍କ ନାରାରେ କମ୍ପିଲା ବିଧାନ ସଭା। ବିଧାନସଭାକୁ ଧସେଇ ପଶିବାକୁ ଶିକ୍ଷକ ଆଶାୟୀଙ୍କ ଉଦ୍ୟମ। ଯୋଗ୍ୟତା ସତ୍ତ୍ୱେ ଚାକିରି ମିଳୁନଥିବା ଅଭିଯୋଗ ।ପୁଣି ଡ୍ରାଇଭର ଓ ପରିବହନ କର୍ମଚାରୀଙ୍କ ରଣହୁଙ୍କାର

odia boy doing surya namaskar
ଭାରତର ଉଚ୍ଚତମ ଶୃଙ୍ଗ ଉପରେ ଓଡ଼ିଆ ଯୁବକଙ୍କ ସୂର୍ଯ୍ୟ ନମସ୍କାର

ଭାରତର ଉଚ୍ଚତମ ଶୃଙ୍ଗ ଉପରେ ସୂର୍ଯ୍ୟ ନମସ୍କାର କରି ଚର୍ଚ୍ଚାରେ ଓଡ଼ିଆ ଯୁବକ। ସିକିମର ଗୁରୁ ଡଂଗରମ ହ୍ରଦ କୂଳରେ ସୂର୍ଯ୍ୟ ନମସ୍କାର କରିଛନ୍ତି ବୌଦ୍ଧ ଜିଲ୍ଲା ମନମୁଣ୍ଡା ନିକଟ ନୃପା ଗାଁର ଯୁବକ ଦିବାକର ଆର୍ଯ୍ୟ। ୧୭ ହଜାର ୮ଶହ ଫୁଟ ଉଚ୍ଚତାରେ ସୂର୍ଯ୍ୟ ନମସ୍କାର କରୁଥିବାର ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Shiv Linga Increase
ପାହାଡ଼ ଉପରେ ବଢ଼ି ଚାଲିଛି ବିରାଟ ଶିବଲିଙ୍ଗ !

ଆଜି କାର୍ତ୍ତିକ ମାସର ସୋମବାର। ଦର୍ଶନ କରନ୍ତୁ ଏହି ବିରାଟ ଶିବଲିଙ୍ଗ। ସ୍ଥାନୀୟ ଲୋକ ବିଶ୍ୱାସ କରୁଛନ୍ତି, ପାହାଡ଼ ଉପରେ ଥିବା ଏହି ବିଶାଳ ଶିବଲିଙ୍ଗଟି ଧୀରେ ଧୀରେ ବଢ଼ିବାରେ ଲାଗିଛି। ଆମ ଖଲ୍ଲିକୋଟ ପ୍ରତିନିଧି ସିଲୁ ବିଶ୍ବାଳ ଆପଣଙ୍କୁ ବୁଲେଇ ନେଉଛନ୍ତି ଏହି ପାହାଡ଼ ଉପରକୁ।

cucumber
କରୋନା ପରି ଦିଶୁଛି କାକୁଡ଼ି : ଦୁର୍ଲଭ ଫଳ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି

ଅବିକଳ କରୋନା ପରି ଦିଶୁଛି କାକୁଡ଼ି । ନଦେଖିଲେ ଆଖିକୁ ବିଶ୍ୱାସ ହେବନି ।

Women Journalists Detained
ତ୍ରିପୁରାରେ ଓଡ଼ିଆ ସାମ୍ବାଦିକା ଗିରଫ

ଦିଲ୍ଲୀର ଏକ ନ୍ୟୁଜ୍‌ ପୋର୍ଟାଲରେ କାର୍ଯ୍ୟ କରୁଥିବା ଜଣେ ଓଡ଼ିଆ ସାମ୍ବାଦିକାଙ୍କୁ ତ୍ରିପୁରାରେ ଅଟକ ରଖାଯାଇଛି। ଅଟକ ଓଡ଼ିଆ ସାମ୍ବାଦିକାଙ୍କ ଘର ଝାରସୁଗୁଡ଼ାରେ ବୋଲି ଜଣାପଡ଼ିଛି।

Similipal National Park Closed For Tourists For Indefinite Period
ପର୍ଯ୍ୟଟକଙ୍କ ଲାଗି ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ ଘୋଷଣା କରାଯାଇଛି।

ପର୍ଯ୍ୟଟକଙ୍କ ଲାଗି ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ ଘୋଷଣା କରାଯାଇଛି। ବର୍ଷା ଓ କୁହୁଡ଼ି ଯୋଗୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ ଘୋଷଣା କରାଯାଇଛି। ଏନେଇ ଶିମିଳିପାଳ ଜାତୀୟ ଉଦ୍ୟାନ ଉପନିର୍ଦ୍ଦେଶକ ସାଇକିରଣ ଡିଏନ୍‌ ଘୋଷଣା କରିଛନ୍ତି।

Hirakud Dam
ହୀରାକୁଦ ବିସ୍ଥାପିତଙ୍କ ପାଇଁ ବଡ଼ ଘୋଷଣା

ହୀରାକୁଦ ବିସ୍ଥାପିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ଘରଡିହ ଜମି ଯୋଗାଇବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

Bhubaneswar Suffers From Traffic Problems Due To Disarray At Master Canteen Square
ବଦଳିଗଲାଣି ମାଷ୍ଟର କ୍ୟାଣ୍ଟିନ ଛକର ନକ୍ସା

ଦୂର ପାହାଡ଼ ସୁନ୍ଦର ପରି ଏବେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକର ସ୍ଥିତି । ମାଷ୍ଟର କ୍ୟାଣ୍ଟିନ ଘୋଡାକୁ ନୂଆ ରୂପ ଦେବାକୁ ଯାଇ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ପୂରା ଛକର ବଦଳାଇ ଦେଇଛି ନକ୍ସା । ଯାହାର ଫଳସ୍ୱରୂପ ଟ୍ରାଫିକ୍ ସମସ୍ୟା ସାଙ୍ଗକୁ ବଢିବାରେ ଲାଗିଛି ଦୁର୍ଘଟଣା ଭୟ। ଦେଖନ୍ତୁ ଏହି ରିପୋର୍ଟ ।

Simlipal National Park
ପର୍ଯ୍ୟଟକଙ୍କ ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ

ବର୍ଷା ଓ କୁହୁଡ଼ି ଯୋଗୁ ପର୍ଯ୍ୟଟକଙ୍କ ଲାଗି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ ଘୋଷଣା କରାଯାଇଛି।