Advertisment

ହ୍ୱାଟ୍ସ-ଆପ୍ ଠକେଇରୁ କେମିତି ସୁରକ୍ଷିତ ରହିବେ ?

ଅନେକ ସମୟରେ ଲୋକେ ହ୍ବାଟ୍ସ-ଆପ୍ ମାଧ୍ୟମରେ ଠକେଇର ଶିକାର ହେଉଛନ୍ତି ।ସୋସିଆଲ୍ ମିଡିଆ ଆପ୍ ହ୍ବାଟ୍ସ-ଆପ୍ ଠକେଇରୁ କେମିତି ସୁରକ୍ଷିତ ରହିବେ ? ଏ ନେଇ କଣ ସବୁ ଉପାୟ ଅବଲମ୍ବନ କରିବେ। ଏହାକୁ ନେଇ ଓଡ଼ିଶା କ୍ରାଇମବ୍ରାଞ୍ଚ କମିଶନରେଟ ପୋଲିସ ପକ୍ଷରୁ ଏକ ସୂଚନା ଜାରି କରାଯାଇଛି

author-image
Sarbeswar
 WhatsApp

WhatsApp

ଭୁବନେଶ୍ୱର: ଅନେକ ସମୟରେ ଲୋକେ ହ୍ୱାଟ୍ସ-ଆପ୍ ମାଧ୍ୟମରେ ଠକେଇର ଶିକାର ହେଉଛନ୍ତି । ସୋସିଆଲ ମିଡ଼ିଆ ଆପ୍‌ ହ୍ୱାଟ୍ସଆପ୍‌ରୁ ଠକେଇରୁ କେମିତି ସୁରକ୍ଷିତ ରହିବେ ? ଏ ନେଇ କଣ ସବୁ ଉପାୟ ଅବଲମ୍ବନ କରିବେ। ଏହାକୁ ନେଇ ଓଡ଼ିଶା କ୍ରାଇମବ୍ରାଞ୍ଚ କମିଶନରେଟ ପୋଲିସ ପକ୍ଷରୁ ଏକ ସୂଚନା ଜାରି କରାଯାଇଛି। ନିଜ ହ୍ୱାଟ୍ସ ଆପ୍ ଆକାଉଣ୍ଟର ଟୁ ଷ୍ଟେପ୍ ଭେରିଫିକେସନକୁ କାର୍ଯ୍ୟକ୍ଷମ କରନ୍ତୁ। ହ୍ୱାଟ୍ସ-ଆପ୍ ଆକାଉଣ୍ଟ ଯାଇ ସେଥିରେ ସେଟିଂକୁ ଯାଆନ୍ତୁ, ପରେ ସେଟିଂକୁ କ୍ଲିକ କରିବା ପରେ ଆକାଉଣ୍ଟ୍ସ ଏବଂ ପରେ ଟୁ ଷ୍ଟେପ୍ ଭେରିଫିକେସନ, ଏହା ପରେ ଏନାବଲକୁ ବାଛନ୍ତୁ।

Advertisment

ଏହାପରେ ସିକ୍ସ ଡିଜିଟ୍ ପିନ୍ ନମ୍ବର ଦେଇ ପୁଣିଥରେ ପିନ୍ ନମ୍ବର ଡାଏଲ କରି କନଫର୍ମ କରନ୍ତୁ । ଏହା ନିଜ ନିଜ ଇ-ମେଲ୍ ଆଇଡି ଦେଇ ପୁଣିଥରେ ଇ-ମେଲ୍ ଆଇଡ଼ି ଦିଅନ୍ତୁ। ଏହାପରେ ସେଭ୍ କରି ଶେଷରେ ଡନ୍ କ୍ଲିକ୍ କରି ଆକ୍ଟିଭ କରନ୍ତୁ। ହ୍ୱାଟ୍ସ-ଆପ୍ ଠକେଇରୁ ବଂଚିବା ପାଇଁ କୌଣସି ଅଜଣା ଲିଙ୍କ୍ କ୍ଲିକ୍ କରନ୍ତୁ ନାହିଁ ବା ଓଟିପି କାହାକୁ ଦିଅନ୍ତୁ ନାହିଁ । ଅନ୍ଲାଇନ୍ ଟଙ୍କା ପଠାଇବା ପୂର୍ବରୁ ମାଗୁଥିବା ଲୋକ ସହ କଥା ହୋଇ ଯାଞ୍ଚ କରନ୍ତୁ।ତେବେ ଏପରି ଭାବରେ ନିଜ ହ୍ୱାଟ୍ସ-ଆପକୁ ସୁରକ୍ଷିତ ରଖନ୍ତୁ।

WhatsApp
Advertisment
Advertisment