• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

uae
ଫ୍ରାନ୍ସ ସମର୍ଥନରେ ବାହାରିଲା ୟୁଏଇ: ଉଗ୍ରବାଦକୁ କଡ଼ା ନିନ୍ଦା କଲେ କ୍ରାଉନ୍‌ ପ୍ରିନ୍ସ

ଦୁବାଇ: ଫ୍ରାନ୍ସରେ ପୈଗମ୍ବର ମୋହମ୍ମଦଙ୍କର କାର୍ଟୁନ୍‌ ଚିତ୍ର ଘଟଣାରେ ଅଧିକାଂଶ ମୁସଲିମ ରାଷ୍ଟ୍ରରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ୟୁଏଇ ବିଦେଶ ମନ୍ତ୍ରୀ ଅନୱର ଗାର୍ଗଶ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ୍‌ ମାକ୍ରୋଁଙ୍କ ସମର୍ଥନରେ ମତ ଦେଇଛନ୍ତି। ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାର ସେ କହିଛନ୍ତି, ମୁସଲମାନମାନେ ମାକ୍ରୋଁଙ୍କର ପଶ୍ଚିମଦେଶଗୁଡ଼ିକର ସାମାଜିକ ଚଳନୀ ଅନୁସାରେ ନିଜକୁ ଖାପଖୁଆଇ ନେବା ମନ୍ତବ୍ୟକୁ ମାନିନେବା ଦରକାର। ସୋମବାର ଜର୍ମାନ ଡେଲି ୱେଲ୍ଟକୁ ସାକ୍ଷାତକାର ଦେଇ ଗାର୍ଗଶ କହିଛନ୍ତି ଯେ ମାକ୍ରୋଁ ନିଜ […]

  • Thursday, 01 July 2021
javed-akhtar
କଙ୍ଗନାଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାବି କଲେ ଗୀତିକାର ଜାଭେଦ ଅଖତର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ପୁଣି ଏକ ଅଭିଯୋଗ ହୋଇଛି। ଏଥର ହିନ୍ଦୀ ସିନେମାର ପ୍ରଖ୍ୟାତ ଲେଖକ ତଥା ଗୀତିକାର ଜାଭେଦ୍‌ ଅଖତର କଙ୍ଗନାଙ୍କ ବିରୋଧରେ ଅପରାଧିକ ଅଭିଯୋଗ ଦାୟର କରିଛନ୍ତି। କଙ୍ଗନା ଅନେକ ନ୍ୟୁଜ୍‌ ଚ୍ୟାନେଲ୍‌ରେ ତାଙ୍କ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦେଇଥିବା ଦର୍ଶାଇ ଅନ୍ଧେରୀର ମେଟ୍ରୋପଲିଟାନ ମାଜିଷ୍ଟ୍ଟେଟ୍‌ଙ୍କ ନିକଟରେ ଅଭିଯୋଗ କରିଛନ୍ତି ଜାଭେଦ୍। ନିକଟରେ ଏକ ଟିଭି ଚ୍ୟାନେଲକୁ ଦେଇଥିବା ଏକ ସକ୍ଷାତକାରରେ କଙ୍ଗନା ଜାଭେଦଙ୍କ ପ୍ରତିଷ୍ଠାକୁ ହାନି ପହଞ୍ଚାଇବାକୁ ଚେଷ୍ଟା […]

  • Thursday, 01 July 2021
vlcsnap-error456
କେଏସଆର ରେଳ ଷ୍ଟେସନରେ ଦେଶର ପ୍ରଥମ ଟନେଲ ଆକ୍ୱାରିୟମର ଶୁଭାରମ୍ଭ

ବାଙ୍ଗାଲୁରୁ: ବାଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ଦେଶର ପ୍ରଥମ ଟନେଲ ଆକ୍ୱାରିୟମର ଶୁଭାରମ୍ଭ । IRSDC ଓ HNI ଏଣ୍ଟରପ୍ରାଇଜେସର ମିଳିତ ଆନୁକୁଲ୍ୟରେ ଏହି ଟନେଲ ଆକ୍ୱାରିୟମର ଶୁଭାରମ୍ଭ କରାଯାଇଛି । ରେଳ ଷ୍ଟେସନରେ ଏଭଳି ଟନେଲ ଆକ୍ୱାରିୟମ ସ୍ଥାପନ କରିବା…

rafeil
ଆସନ୍ତାକାଲିଠୁ ଆହୁରି ଶକ୍ତିଶାଳି ହେବ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆହୁରି ଶକ୍ତିଶାଳି ହେବ ଭାରତର ବାୟୁସେନା। କାରଣ ଆସନ୍ତାକାଲି ଆଉ ୩ ରାଫେଲ୍‌ ଯୁଦ୍ଧ ବିମାନ ବାୟୁସେନାକୁ ମିଳିବ। ବୁଧବାର ସନ୍ଧ୍ୟା ସୁଦ୍ଧା ହରିୟାଣାର ଅମ୍ବାଲ ଏୟାର ବେଶ୍‌ରେ ଅବତର କରିବ ଏହି ୩ ଯୁଦ୍ଧ ବିମାନ। ଜୁଲାଇ ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୫ଟି ରାଫେଲ୍‌ ଜେଟ୍ସ ଭାରତୀୟ ବାୟୁସେନାକୁ ମିଳିଥିଲା। ସେପ୍ଟେମ୍ବର ୨୮ ତାରିଖରେ ଏଗୁଡ଼ିକୁ ବିଧିବଦ୍ଧ ଭାବେ ବାୟୁସେନାରେ ସାମିଲ କରାଯାଇଥିଲା। ତେବେ ଆସନ୍ତାକାଲି ଆସୁଥିବା ୩ ରାଫେଲ୍‌ ଜେଟ୍‌କୁ […]

  • Thursday, 01 July 2021
arnab
ଜୋର ଦବରଦସ୍ତ ଘର ଭିତରେ ପଶି ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଉଠାଇ ନେଲା ମୁମ୍ବାଇ ପୋଲିସ୍‌

ମୁମ୍ବାଇ: ଜାତୀୟ ଗଣମାଧ୍ୟମ ରିପବ୍ଲିକ୍ ଟିଭିି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଙ୍କୁ ମୁମ୍ବାଇ ପୋଲିସ୍‌ ଉଠାଇ ନେଇଥିବା ସୂଚନା ମିଳିଛି। ଆଜି ସକାଳେ ଅର୍ଣ୍ଣବଙ୍କ ବାସଭବନ ଭିତରକୁ ପୋଲିସ୍‌ ଜୋର ଦବରଦସ୍ତ ପଶି ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। ଏପରିକି ଅର୍ଣ୍ଣବଙ୍କୁ ଔଷଧ ଖାଇବାକୁ ମଧ୍ୟ ଦିଆଯାଇ ନ ଥିବା ସୂଚନା ମିଳିଛି। ଅର୍ଣ୍ଣବଙ୍କୁ ଉଠାଇ ନେଇଥିବାବେଳେ ମୁମ୍ବାଇ ପୋଲିସ୍‌ ପାଖରେ କୌଣସି ସମନ୍ କିମ୍ବା କୋର୍ଟ ଦସ୍ତାବିଜ ନ ଥିବା ସୂଚନା ମିଳିଛି। ମୁମ୍ବାଇ […]

  • Thursday, 01 July 2021
arnab goswami
ରିପବ୍ଲିକ୍ ଟିଭିି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଗିରଫ

ମୁମ୍ବାଇ: ରିପବ୍ଲିକ୍ ଟିଭିି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ପୋଲିସ୍‌ ଗିରଫ କରିଥିବା ସୂଚନା ମିଳିଛି। ଏ ନେଇ ଖବର ସରବରାହ ସଂସ୍ଥା ପିଟିଆଇ ସୂତ୍ରରୁ ପ୍ରକାଶ। ପିଟିଆଇର ସୂଚନା ଅନୁସାରେ, ଜଣେ ୫୩ ବର୍ଷୀୟ ଇଣ୍ଟେରିଅର୍‌ ଡିଜାଇନରଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ମାମଲାରେ ପୋଲିସ୍‌ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିଛି। ୨୦୧୮ରେ ଏହି ଆତ୍ମହତ୍ୟା ଘଟଣା ଘଟିଥିଲା। Mumbai: Republic TV Editor-in-Chief Arnab Goswami arrested for allegedly abetting suicide of a […]

  • Thursday, 01 July 2021
sushil shinde
ଦଳକୁ ନେଇ କ୍ଷୋଭ ପ୍ରକାଶ କଲେ ବରିଷ୍ଠ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଦେ

ମୁମ୍ବାଇ: ନିଜ ଦଳ କଂଗ୍ରେସ ବିରୁଦ୍ଧରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁଶୀଲ କୁମାର ସିନ୍ଦେଙ୍କ କ୍ଷୋଭ । ଦଳରେ ବିତର୍କ ଓ ବାର୍ତ୍ତାର ଯୁଗ ଶେଷ ହୋଇଯାଇଛି । ଦଲ ଭିତରେ ବିତର୍କ ଏବଂ ବାର୍ତ୍ତା…

america
ଆମେରିକାରେ ଚାଲିଛି ଭୋଟ୍ ଗଣତି: ଟ୍ରମ୍ପ-ବାଇଡେନ୍ ମଧ୍ୟରେ କଡ଼ା ଟକ୍କର

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦୁଇ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଚାଲିଛି କଡା ଟକ୍କର। ରାଷ୍ଟ୍ରପତି ତଥା ରିପବ୍ଲିକାନ ପ୍ରାର୍ଥୀ ଡୋଲାନ୍ସ ଟ୍ରମ୍ପ ଏବଂ ଡେମୋକ୍ରୋଟିକ୍ ପ୍ରାର୍ଥୀ ଜୋ ବାଇଡେନ୍ ମଧ୍ୟରେ କଡା ମୁକାବିଲା ହେଉଛି। ଭୋଟ ଗଣତିରେ ଆମେରିକା ରାଷ୍ଟ୍ରପତି ତଥା ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ୧୬ଟି ରାଜ୍ୟରେ ବିଜୟୀ ହୋଇଥିବାବେଳେ ଜୋ ବାଇଡେନ୍ ୧୩ଟି ରାଜ୍ୟରେ ବିଜୟୀ ହୋଇଛନ୍ତି। ଭୋଟ ଗଣତିରେ ବର୍ତ୍ତମାନ ସୁଦ୍ଧା ବାଇଡେନଙ୍କ ସପକ୍ଷରେ ୨୩୮ ଓ ଟ୍ରମ୍ପଙ୍କ ସପକ୍ଷରେ ୨୦୯ […]

  • Thursday, 01 July 2021
train accident 1
ହ୍ୱେଲ୍‌ ଟେଲ୍ ଲାଗି ବର୍ତ୍ତିଗଲା ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା

ନେଦରଲ୍ୟାଣ୍ଡ୍‌: ନେଦରଲ୍ୟାଣ୍ଡ୍‌ରେ ଏକ ଟ୍ରେନ୍‌ ପ୍ଲାଟ୍‌ଫର୍ମରୁ କିଛି ମିଟର ଦୂରକୁ ଗଡ଼ିବା ପରେ ଚମତ୍କାର ଭାବେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ହ୍ୱେଲ୍‌ ଟେଲ୍‌ର ଏକ ମୂର୍ତ୍ତିକଳା (Sculpture Of Whale’s Tail) ଯୋଗୁ ଏହି ବଡ଼ ଧରଣର ଦୁର୍ଘଟଣା ବର୍ତ୍ତି ଯାଇଛି। ABC ନ୍ୟୁଜ୍‌ର ସୂଚନା ଅନୁସାରେ, ସୋମବାର ଭୋର ସମୟରେ ନେଦରଲ୍ୟାଣ୍ଡ୍‌ର Spijkenisseରେ ଏହି ଘଟଣା ଘଟିଥିଲା। ରୋଟ୍ଟେରଡ୍ୟାମ୍‌‌ ସ୍ଥିତ De Akkers ଷ୍ଟେସନରେ ଏକ ମେଟ୍ରୋ ଟ୍ରେନ୍‌ ରେଲ୍‌ୱେ […]

  • Thursday, 01 July 2021
twitter
ପର୍ଣ୍ଣୋଗ୍ରାଫି ପ୍ରସଙ୍ଗରେ ଟୁଇଟରକୁ ଜାତୀୟ ମହିଳା କମିଶନଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ: ପର୍ଣ୍ଣୋଗ୍ରାଫି ପ୍ରସଙ୍ଗରେ ଟୁଇଟରକୁ ଜାତୀୟ ମହିଳା କମିଶନଙ୍କ କଡ଼ା ଚେତାବନୀ । ୭ ଦିନ ମଧ୍ୟରେ ଟୁଇଟରକୁ ସମସ୍ତ ଶିଶୁ ଏବଂ ଅନ୍ୟ ପର୍ଣ୍ଣୋଗ୍ରାଫି ସମ୍ପର୍କିତ ବିଷୟବସ୍ତକୁ ନିଜ ସାଇଟରୁ ହଟାଇବାକୁ କମିଶନ ପକ୍ଷରୁ କୁହାଯାଇଛି । ଯଦି ଟୁଇଟ୍‌ର…

  • Thursday, 01 July 2021
arnaba
ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫକୁ ନିନ୍ଦା କଲେ ଏଡିଟର ଗିଲ୍ଡ ଅଫ୍ ଇଣ୍ଡିଆ

ନୂଆଦିଲ୍ଲୀ: ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫକୁ କ଼ଡ଼ା ଭାଷାରେ ନିନ୍ଦା କରିଛି ଏଡିଟର ଗିଲ୍ଡ ଅଫ୍ ଇଣ୍ଡିଆ। ଏକ ବିବୃତିରେ ଏଡିଟର ଗିଲ୍‌ଡ ଅଫ୍ ଇଣ୍ଡିଆ କହିଛି, ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରୀ ଉଦ୍‌ବେଗଜନକ । ଯେଉଁଭଳି ଭାବେ ତାଙ୍କୁ ଗିରଫ କରାଯାଇଛି, ତାହା ଅତ୍ୟନ୍ତ ଦୁଃଖଦାୟକ । ଯେଉଁ ଗଣମାଧ୍ୟମ ସରକାରଙ୍କ ବିରୋଧରେ ରିପୋର୍ଟିଂ କରୁଛନ୍ତି, ସେମାନଙ୍କ ବିରୋଧରେ ସରକାରୀ ବଳ ପ୍ରୟୋଗ କରାନଯାଉ ଏବଂ ଅର୍ଣ୍ଣବ ଗୋସ୍ୱାମୀଙ୍କ କ୍ଷେତ୍ରରେ ନିରପେକ୍ଷ ଭାବେ ବିଚାର କରାଯାଉ ବୋଲି ମହାରାଷ୍ଟ୍ର […]

  • Thursday, 01 July 2021
donald-trump
ରାଷ୍ଟ୍ରପତି ନିର୍ବାଚନକୁ ନେଇ ସାଂଘାତିକ ଅଭିଯୋଗ ଆଣିଲେ ଟ୍ରମ୍ପ

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଭୋଟ ଗଣତି ଜାରି ରହିଥିବା ବେଳେ ନିଜ ବିଜୟ ନେଇ ପୁଣି ଦୃଢ଼ୋକ୍ତି କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେ ନିଶ୍ଚିତ ଭାବେ ଜିତିବୁ ବୋଲି ସେ କହିଛନ୍ତି। କିଛି କୁଚକ୍ରୀ ଭୋଟ ଚୋରି କରିଥିବା ସେ ଅଭିଯୋଗ କରିଛି ଟ୍ରମ୍ପ। ଯଦି କିଛି ଗଡ଼ବଡ଼ ଜଣାପଡ଼େ, ସୁପ୍ରିମକୋର୍ଟ ଯିବୁ ବୋଲି ସେ କହିଛନ୍ତି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦୁଇ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଚାଲିଛି କଡା ଟକ୍କର। ରାଷ୍ଟ୍ରପତି ତଥା ରିପବ୍ଲିକାନ […]

  • Thursday, 01 July 2021
gold price
ଦୀପାବଳି ପୂର୍ବରୁ କମିଲା ସୁନା, ରୂପା ଦର

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। ଆଜି Domestic futures marketରେ ସୁନା ଓ ରୂପା ଦର ପାଇଥିବା ହ୍ରାସ ଦେଖିବାକୁ ମିଳିଛି। ସକାଳେ MCXରେ କାରବାର ୦.୭୨% ହ୍ରାସ ପାଇ ସୁନା ପ୍ରତି ୧୦ ଗ୍ରାମକୁ ୫୧,୨୨୬ ଟଙ୍କାରେ ପହଞ୍ଚିଥିଲା। ସେହିପରି ରୂପା ଦର ୨.୧୦% ହ୍ରାସ ପାଇ ପ୍ରତି କିଲୋଗ୍ରାମକୁ ୬୧,୩୬୮ ଟଙ୍କାରେ ଟ୍ରେଣ୍ଡ୍‌ କରୁଥିବା ଦେଖିବାକୁ ମିଳିଥିଲା। Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍‌ […]

arnab-goswami
ଅର୍ଣ୍ଣବଙ୍କୁ ଗିରଫ ପରେ ଏମିତି ପ୍ରତିକ୍ରିୟା ରଖିଲେ ଆତ୍ମହତ୍ୟା କରିଥିବା ଅନଭୟଙ୍କ ପତ୍ନୀ

ମୁମ୍ୱାଇ: ରିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଆତ୍ମହତ୍ୟା କରିଥିବା ଅନଭୟଙ୍କ ପତ୍ନୀ ଅକ୍ଷିତା ନାୟକ। ବିଳମ୍ବରେ ହେଲେ ବି ଏବେ ତାଙ୍କୁ ନ୍ୟାୟ ମିଳିବ ବୋଲି ଆଶା ରଖିଛନ୍ତି ଅନଭୟ ନାୟକଙ୍କ ପତ୍ନୀ। ୨୦୧୮ ମସିହାରେ ଇଣ୍ଟେରିୟର ଡିଜାଇନର ଓ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଥିଲା। ସେହି ସମୟରେ ଅର୍ଥ ପ୍ରଦାନରେ ବିଳମ୍ବ ହେବାରୁ ମାନସିକ ଚାପରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ସେହି […]

  • Thursday, 01 July 2021
oli-modi
ନେପାଳର ୧୫୦ ହେକ୍ଟରରୁ ଅଧିକ ଜମିକୁ ମାଡ଼ି ବସିଛି ଚୀନ୍‌ !

କାଠମାଣ୍ଡୁ: ନେପାଳର ୧୫୦ ହେକ୍ଟରରୁ ଅଧିକ ଜମି ମାଡ଼ି ବସିଛି ଚୀନ୍‌। ବ୍ରିଟେନ୍‌ର ଏକ ପ୍ରମୁଖ ଖବରକାଗଜରେ ଏ ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇଛି। ତେବ ଚୀନ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଏପରି ଅଭିଯୋଗ ଭିତ୍ତିହୀନ ବୋଲି ଚୀନ କହିଛି। ଅନ୍ୟପକ୍ଷେ ଭାରତୀୟ ସେନାମୁଖ୍ୟ ଜନରାଲ ଏମ ଏମ ନରୱଣେ ବୁଧବାର ତିନିଦିନିଆ ନେପାଳ ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ସମୟରେ ଭାରତ-ନେପାଳ ସୀମା ବିବାଦ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। […]

  • Thursday, 01 July 2021
1
ଜ୍ୟାକ୍‌ମାଙ୍କୁ ଝଟକା ଦେଲା ଚୀନ

ନୂଆଦିଲ୍ଲୀ: ଗତ କିଛି ସପ୍ତାହ ଧରି ସାରା ବିଶ୍ୱରେ ଚାଲୁଥିବା ଷ୍ଟକ ମାର୍କେଟ୍‌ରେ ଏକ ବଡ଼ ପରିବର୍ତ୍ତନ ହେବା ନେଇ ଆଶା କରାଯାଉଥିଲା। କିନ୍ତୁ ଏହି ଆଶାକୁ ଚୀନ ଧୂଳିସାତ କରିଦେଇଛି। ଚୀନ୍‌ର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଅଲିବାବା ଗ୍ରୁପ୍‌ର ସହ-ସଂସ୍ଥାପକ ଜ୍ୟାକ୍‌ମାଙ୍କୁ ଚୀନ୍‌ ଏବେ ଝଟକା ଦେଇଛି। ଜ୍ୟାକ୍‌ମାଙ୍କ କମ୍ପାନୀ କରିବାକୁ ଥିବା ବିଶ୍ୱର ସବୁଠାରୁ ବଡ଼ ଇନିସିଆଲ୍‌ ପବ୍ଲିକ୍‌ ଅଫର (ଆଇପିଓ)କୁ ଚୀନ ନିୟାମକ ସିଧାସଳଖ ମନା କରିଦେଇଛି। ଏହି ଆଇପିଓ ଜରିଆରେ ଜ୍ୟାକ୍‌ମା […]

  • Thursday, 01 July 2021
krishnamurty
ଆମେରିକା ନିର୍ବାଚନ: ତୃତୀୟ ଥର ପାଇଁ ଜିତିବାକୁ ଯାଉଛନ୍ତି ଭାରତୀୟ ମୂଳ ରାଜା କ୍ରିଷ୍ଣମୂର୍ତ୍ତି

ୱାଶଂଟନ: ଆମେରିକା କଂଗ୍ରେସର ହାଉସ୍‌ ଅ‍ଫ ରିପ୍ରେଜଣ୍ଟେଟିଭ ପାଇଁ  ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାରତୀୟ ମୂଳ ଡେମୋକ୍ରାଟିକ ସାଂସଦ ରାଜା କ୍ରିଷ୍ଣମୂର୍ତ୍ତି ଲଗାତାର ତୃତୀୟ ଥର ପାଇଁ  ଜିତିଛନ୍ତି। ନୂଆଦିଲ୍ଲୀରେ ଜନ୍ମିତ ୪୭ ବର୍ଷୀୟ କୃଷ୍ଣମୂର୍ତ୍ତି ଲିବରଟେରିଆନ ପାର୍ଟିର ପ୍ରତିନ୍ଦ୍ୱନ୍ଦ୍ୱୀ ପ୍ରେଷ୍ଟନ ନେଲସନ୍‌ଙ୍କ ଅତି ସହଜରେ ହରାଇଛନ୍ତି। ମିଳିଥିବା ଶେଷ ଖବର ଅନୁଯାୟୀ, ଗଣା ସରିଥିବା ଭୋଟର ୭୧ ପ୍ରତିଶତ ଭୋଟ ତାଙ୍କୁ ମିଳିଛି। କୃଷ୍ଣମୂର୍ତ୍ତିଙ୍କ ମାତା-ପିତା ତାମିଲନାଡୁ  ବାସିନ୍ଦା। କୃଷ୍ଣମୂର୍ତ୍ତି ୨୦୧୬ରୁ ଆମେରିକା ସଂସଦର ନିମ୍ନ ସଦନ […]

  • Thursday, 01 July 2021
delhi-riot
ଦିଲ୍ଲୀ ବିମାନ ବନ୍ଦରକୁ ଆତଙ୍କବାଦୀ ଆକ୍ରମଣ ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ଇନ୍ଧିରାଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରକୁ ଆତଙ୍କବାଦୀ ଆକ୍ରମଣ ଧମକ ମିଳିଛି। ଖଲିସ୍ତାନ ଆତଙ୍କବାଦୀ ସଂଗଠନ ପକ୍ଷରୁ ଆକ୍ରମଣର ଧମକ ଦିଆଯାଇଛି। ଆସନ୍ତାକାଲି ଦୁଇଟି ଏୟାର ଇଣ୍ଡିଆ ବିମାନକୁ ଲଣ୍ଡନରେ ପହଞ୍ଚିବାକୁ ଦିଆଯିବ ନାହିଁ ବୋଲି ଧମକ ଦେଇଛି ଆତଙ୍କୀ ସଂଗଠନ। ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, ଖଲିସ୍ତାନ କମାଣ୍ଡୋ ଫୋର୍ସ ଏହି ଆକ୍ରମଣ ଧମକ ଦେଇଛି। ଏନେଇ ଏୟାରପୋର୍ଟ ଡିସିପି ରାଜୀବ ରଞ୍ଜନ କହିଛନ୍ତି, କଲିସ୍ତାନ ସହିତ ସମ୍ପୃକ୍ତ ଥିବା ଗୁରୁପଚଭନ୍ତ ସିଂହ ନାମକ ଆତଙ୍କବାଦୀ […]

  • Thursday, 01 July 2021
2
ଟେକ୍ସଟାଇଲ୍‌ ଗୋଦାମରେ ନିଆଁ ଲାଗି ୯ ମୃତ

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦ ଠାରେ ଥିବା ଏକ ଟେକ୍ସଟାଇଲ୍‌ ଗୋଦାମରେ ନିଆଁ ଲାଗି ୯ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହେଲେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବେଲି କୁହାଯାଉଛି। ଘଟଣା ମୁତାବକ ଅହମ୍ମଦାବାଦ ପିରାନା ପିପ୍ଲାଜ ରୋଡ୍‌ ସ୍ଥିତ ଏକ ଟେକ୍ସଟାଇଲ ବିଲ୍ଡିଂରେ ନିଆଁ ଲାଗିଥିଲା। ଏହି ବିଲ୍ଡିଂରେ ଏକ ଗୋଦାମ ରହିଥିଲା। ଯେଉଁଥିରେ ନିଆଁ ଲାଗିଯିବା ଫଳରେ ସେଠାରେ କାମ କରୁଥିବା ବ୍ୟକ୍ତି ବାହାରକୁ ବାହାରି ପାରିନଥିଲେ। ତେବେ ଏହି ଗୋଦାମରେ ରହିଥିବା ଏକ […]

  • Thursday, 01 July 2021
COVISHIELD
ଭାରତ ସରକାରଙ୍କ ଚାପରେ ନରମିଲା ୟୁରୋପୀୟ ସଂଘ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଚାପରେ ନରମିଲା ୟୁରୋପୀୟ ସଂଘ । ୟୁରୋପୀୟ ସଂଘର ୭ଟି ଦେଶ ଅଷ୍ଟ୍ରୀଆ, ଜର୍ମାନୀ, ସ୍ଲେଭେନିଆ, ଗ୍ରୀସ, ଆଇସଲ୍ୟାଣ୍ଡ, ଆର୍ୟଲାଣ୍ଡ, ସ୍ପେନ୍‌ ଏବଂ ସ୍ୱୀଜରଲାଣ୍ଡ ପକ୍ଷରୁ କୋଭିସିଲ୍‌ଡ ଟିକାକୁ ସବୁଜ ସଙ୍କେତ ଦିଆଯାଇଛି । ଏଣିକି କୋଭିସିଲ୍‌ଡ…

arnab goswami
୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ଅର୍ଣ୍ଣବ ଗୋସ୍ୱାମୀ

ମୁମ୍ବାଇ: ରିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଓ ଆଉ ୨ ଜଣଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର ଏକ କୋର୍ଟରେ ଅର୍ଣ୍ଣବ ଓ ଅନ୍ୟ ୨ଜଣଙ୍କୁ ହାଜର କରାଯାଇଥିଲା। ୫୩ ବର୍ଷୀୟ ଇଣ୍ଟେରିଅର୍‌ ଡିଜାଇନରଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ମାମଲାରେ ପୋଲିସ୍‌ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗତକାଲି ଗିରଫ କରିଥିଲା। ୨୦୧୮ରେ ଏହି ଆତ୍ମହତ୍ୟା ଘଟଣା ଘଟିଥିଲା। ଜାମିନ […]

  • Thursday, 01 July 2021
backflip
ଚଳନ୍ତା ଟ୍ରେନ୍‌ରେ ଷ୍ଟଣ୍ଟ୍‌ ଦେଖାଇଲା ଏହି ଛୋଟ ଛୁଆ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ଏକ ଛୋଟ ଛୁଆର ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଆପଣ ମଧ୍ୟ ଭିଡିଓଟି ଦେଖିଲେ ଚକିତ ହୋଇଯିବେ। ଚଳନ୍ତା ଟ୍ରେନ୍ ଭିତ‌ରେ ଏହି ଛୋଟ ଛୁଆଟି ସମସ୍ତଙ୍କୁ ଚକିତ କରିଦେଲା ଭଳି ଷ୍ଟଣ୍ଟ୍‌ ମାରୁଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। ଛୁଆଟି ଚମତ୍କାର ଭାବେ ବ୍ୟାକ୍‌ଫ୍ଲିପ୍ (Backflip)‌ ମାରୁଥିବା ନଜର ଆସୁଛି। ଭିଡିଓକୁ ଦେଖିବା ପରେ  ସମସ୍ତେ ଛୁଆଟିର ଟ୍ୟାଲେଣ୍ଟକୁ ବେଶ୍‌ ପ୍ରଶଂସା କରିଛନ୍ତି। ଏହି ଷ୍ଟଣ୍ଟ୍‌ ଇନ୍‌ଷ୍ଟାଗ୍ରାମ ୟୁଜର ଆରିଫ୍‌ […]

  • Thursday, 01 July 2021
boat 1
ଡଙ୍ଗାରେ ୧୦୦ରୁ ଅଧିକ ଯାତ୍ରୀ ଯାଉଥିଲେ, ମଝି ନଈରେ ବୁଡ଼ିଗଲା

ଭାଗଲପୁର: ବିହାର ଭାଗଲପୁରରେ ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ଯିବା ଯୋଗୁ ଅନେକ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି। ଡଙ୍ଗାରେ ୧୦୦ରୁ ଅଧିକ ଲୋକ ଥିଲେ ବୋଲି ସୂଚନା ମିଳିଛି। ଭାଗଲପୁର ନାଉଗାଚ୍ଛିଆ ଅଞ୍ଚଳରେ ଆଜି ସକାଳେ ଏହି ଅଘଟଣ ଘଟିଛି। ନିଖୋଜ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଡଙ୍ଗାରେ ବାଇକ୍‌ ଓ ସାଇକେଲ୍‌ ମଧ୍ୟ ଲୋଡ୍‌ ହୋଇଥିଲା। ଏସମସ୍ତ ଯାତ୍ରୀ କାମ କରିବା ପାଇଁ ଯାଉ ଥିବାବେଳେ ଓଭରଲୋଡ୍‌ ଯୋଗୁ ନଦୀରେ […]

  • Thursday, 01 July 2021
baiden
ଆମେରିକା ନିର୍ବାଚନ: ବହୁମତଠାରୁ ଅଳ୍ପ ଦୂରରେ ବାଇଡେନ୍‌

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦୁଇ ପ୍ରତିନ୍ଦ୍ୱନ୍ଦ୍ୱୀ ଡୋନାଲଡ୍ ଟ୍ରମ୍ପ ଓ ଜୋ ବାଇଡେନଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର। ଶେଷ ଖବର ସୁଦ୍ଧା ଜୋ ବାଇଡେନ ୨୬୪ ଇଲେକ୍ଟୋରାଲ ଭୋଟ ସହ ଆଗରେ ଥିବା ବେଳେ ଡୋନାଲ୍ଡ ଟ୍ରମ୍ପ ୨୧୪ ଇଲେକ୍ଟୋରାଲ ଭୋଟ ସହ ପଛରେ ଅଛନ୍ତି । ବାଇଡେନ୍‌ ପ୍ରମୁଖ ସହର ମିଶିଗନ ଏବଂ ବିସ୍କୋସିନ୍‌ରୁ ଜିତିଛନ୍ତି। ମିଡିଆ ସୂଚନା ଅନୁଯାୟୀ, ଏହା ପରେ ବାଇଡେନ ବାହୁମତ ପାଇଁ ଆବଶ୍ୟକ ୨୭୦ ଇଲେକ୍ଟୋରାଲ ଭୋଟ […]

  • Thursday, 01 July 2021
muslim
ପାକିସ୍ତାନରେ ୩୦୦ ହିନ୍ଦୁ ପରିବାରକୁ ଦଙ୍ଗାକାରୀଙ୍କ କବଳରୁ ବଞ୍ଚାଇଲେ ପଡୋଶୀ

ଇସ୍‌ଲାମ୍‌ବାଦ: ପାକିସ୍ତାନର ସିନ୍ଧ ଅଞ୍ଚଳରେ ଥିବା ଅଳ୍ପସଂଖ୍ୟକ ହିନ୍ଦୁ ଉପରେ ଆକ୍ରମଣ କମିବାର ନାଁ ନେଉନି। ଗତ ରବିବାର ମୁସ୍‌ଲିମ କଟ୍ଟରପନ୍ଥୀ ସିନ୍ଧ ଅଞ୍ଚଳର ଏକ ହିନ୍ଦୁ ମନ୍ଦିର ଭଙ୍ଗାରୁଜା କରିଛନ୍ତି। ଏଥିସହିତ ଆଖପାଖ ଅଞ୍ଚଳରେ ଥିବା ୩୦୦ ହିନ୍ଦୁ ପରିବାରକୁ ନିର୍ଦ୍ଧୁମ ପିଟିଛନ୍ତି ଏବଂ ଏହି ସ୍ଥାନ ଛାଡ଼ି ଚାଲିଯିବାକୁ ଧମକ ଦେଇଛନ୍ତି। ଶେଷରେ ଏହି ଇଲାକାରେ ରହୁଥିବା ମୁସ୍‌ଲିମ ପରିବାରର ଲୋକମାନେ ଦଙ୍ଗାକାରୀମାନଙ୍କୁ ରୋକିବା ସହ ହିନ୍ଦୁ ପରିବାରକୁ ସୁରକ୍ଷା ଯୋଗାଇଛନ୍ତି। ଡନ୍‌ ଖବରକାଗଜ […]

  • Thursday, 01 July 2021