/odishatv-khabar/media/post_attachments/uploadimage/library/16_9/16_9_0/IMAGE_1630053941.jpg)
Afghan woman's heartbreaking tweet
କାବୁଲ:ତାଲିବାନ ଆଫଗାନିସ୍ତାନକୁ ଅକ୍ତିଆର କଲା ପରେ ବିଭିନ୍ନ ହୃଦୟ ବିଦାରକ ଘଟଣା ସାମନାକୁ ଆସୁଛି । ନିଜର ଭବିଷ୍ୟତ ପାଇଁ ଦେଶ ଛାଡି ପଳାୟନ କରୁଛନ୍ତି ଅନେକ ଆଫଗାନ ବାସୀ । ଏଥିମଧ୍ୟରେ ଆଫଗାନିସ୍ତାନର ଚଳଚ୍ଚିତ୍ର ନିର୍ମାତା ତଥା ଫଟୋଗ୍ରାଫର ରୋୟା ହାଇଡାରୀ(Roya Heydari)ଙ୍କର ଏକ ପୋଷ୍ଟ ଯାହା ଆପଣଙ୍କ ହୃଦୟକୁ ଛୁଇଁ ଯିବ । ଦେଶ ଛାଡି ଯିବାର ଦୁଃଖକୁ ସେ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି ।
ସେ ଲେଖିଛନ୍ତି ଯେ ‘ମୁଁ ମୋ ଜୀବନକୁ ଛାଡି ଚାଲିଯାଉଛି । ସେତିକି ନୁହେଁ, ମୋ ମାତୃଭୂମିକୁ ଛାଡ଼ି ମୋତେ ଯିବାକୁ ପଡୁଛି । ମୁଁ ପୁଣି ମୋ ଜୀବନ ଶୂନ୍ୟରୁ ଆରମ୍ଭ କରିବି। ମୁଁ କେବଳ ମୋର କ୍ୟାମେରା ଏବଂ ମୃତ ପ୍ରାୟ ଆତ୍ମା ସହିତ ସମୁଦ୍ର ପାର ହୋଇ ଆସିଛି । ‘ଅତ୍ୟନ୍ତ ଦୁଃଖଭରା ହୃଦୟରେ ମୋ ଦେଶଠାରୁ ମୁଁ ବିଦାୟ ନେଉଛି ‘। ରୋୟାଙ୍କ ଏହି ଭାବପ୍ରବଣ ପୋଷ୍ଟ ୟୁଜର୍ସଙ୍କ ହୃଦୟକୁ ଭିଜେଇ ଦେଇଛି। ଏହି ପୋଷ୍ଟରୁ ସ୍ପଷ୍ଟ ଭାବେ ଜଣା ପଡୁଛି ଯେ, ଦେଶ ଛାଡିବାର କଷ୍ଟକୁ ସେ ସହି ପାରୁ ନାହାନ୍ତି।
ଅଲ ଜଜିରାର ଏକ ରିପୋର୍ଟ ଅନୁସାରେ, ରୋୟା ହାଇଡାରୀ ୫ ଦିନ ପୂର୍ବରୁ କାବୁଲ ଛାଡି ଫ୍ରାନ୍ସକୁ ପଳାଇ ଆସିଥିଲେ । ସେ କହିଛନ୍ତି, ‘ମହିଳାମାନଙ୍କୁ ତାଲିବାନ ଶାସନ ଅଧୀନରେ କାମ କରିବାକୁ ଅନୁମତି ନାହିଁ । ମୁଁ ଜେଲରେ ରହିବାକୁ ପସନ୍ଦ କରେ ନାହିଁ। ସେଠାରେ କାମ କରିବା ସମ୍ଭବ ନୁହେଁ।’ ତାଙ୍କର ଏହି ପୋଷ୍ଟକୁ ଦେଖି ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ସମବେଦନା ଜଣାଇଛନ୍ତି ।
ରୋୟାଙ୍କ ଟୁଇଟକୁ ନେଇ ସଲିମ ଜାଭେଦ ନାମକ ଏକ ଟୁଇଟର ୟୁଜର ଲେଖିଛନ୍ତି ଯେ ଫିଲ୍ମ ନିର୍ମାତା ରୋୟା କେବଳ ଗୋଟିଏ ଉଦାହରଣ। ମହିଳାମାନଙ୍କୁ କାମ କରିବାର ସୁଯୋଗ ମିଳିବ ବୋଲି ତାଲିବାନମାନେ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏହା ସମ୍ପୂର୍ଣ୍ଣ ମିଛ ବୋଲି ସେ ଲେଖିଛନ୍ତି।
Also Read
ସୂଚନା ଅନୁସାରେ, ତାଲିବାନ ମହିଳାମାନଙ୍କୁ ଶରିଆ ନିୟମ ଅନୁଯାୟୀ କାମ କରିବାକୁ ଅନୁମତି ମିଳିନଥାଏ । ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଶାସନରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ​​ ୨୦ବର୍ଷ ପରେ ମଧ୍ୟ ତାଲିବାନରେ ସମାନ ଚିନ୍ତାଧାରା ଦେଖିବାକୁ ମିଳିଛି । ରୋୟା ହାଇଡାରୀଙ୍କ ଏହି ପୋଷ୍ଟକୁ ୬୪ ହଜାର ଲୋକ ଦେଖି ସାରିଥିବା ବେଳେ ଆଠ ହଜାରରୁ ଅଧିକ ଲୋକ ରି-ଟୁଇଟ୍ କରିଛନ୍ତି । ତେବେ ଏହି ଟୁଇଟ୍ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ସମସ୍ତେ ଚାହୁଁଛନ୍ତି ଯେ ଆଫଗାନିସ୍ତାନରେ ଅତି ଶୀଘ୍ର ଶାନ୍ତି ଫେରି ଆସୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)