Advertisment

ହକାନି ନେଟଓ୍ୱର୍କ ଓ ISIS ମଧ୍ୟରେ ରହିଛି ନିବିଡ଼ ସଂପର୍କ?

ଦୁଇଟି କାରଣକୁ ନେଇ ତାଲିବାନ ଏଭଳି ଆକ୍ରମଣ କରିଥିବା ସନ୍ଦେହ ହେଉଛି। ହଜାର ହଜାର ସଂଭ୍ରାନ୍ତ ଆଫଗାନ ଦେଶ ଛାଡି ପଳାଉଥିବାରୁ ସେମାନଙ୍କୁ ରୋକିବା ତାଲିବାନ ପାଇଁ ଚ୍ୟାଲେଞ୍ଜ ହୋଇଛି। ସେହିପରି ୩୧ ତାରିଖ ପରେ ଆମେରିକୀୟ ସୈନ୍ୟଙ୍କୁ କାବୁଲ ବିମାନବନ୍ଦରରେ ରଖାଇ ଦିଆଯିବ ନାହିଁ ବୋଲି ତାଲିବାନ କହିଛି।

author-image
Sarbeswar
ଅଦ୍ୟତନ ହୋଇଛି
Taliban

Taliban

କବୁଲ: କାବୁଲ ବିମାନବନ୍ଦର ଆତ୍ମଘାତୀ ଆକ୍ରମଣ ଲାଗି ଆଫଗାନିସ୍ତାନ ISIS ବା ISIS ଖୋରାସାନକୁ ଦାୟୀ କରିଛି ତାଲିବାନ। ତେବେ ତାଲିବାନ ଦାବିରେ କେତେ ରହିଛି ସତ୍ୟତା, ତାକୁ ନେଇ ପ୍ରଶ୍ନ। କାରଣ ଦୁଇ ସଂଗଠନ ପରସ୍ଫରର ବିରୋଧୀ ହୋଇଥିଲେ ମଧ୍ୟ ତାଲିବାନରେ ଏବେ ପ୍ରମୁଖ ଅଂଶୀଦାର ହକାନି ନେଟଓ୍ୱର୍କ ଓ ISIS ମଧ୍ୟରେ ରହିଛି ନିବିଡ଼ ସଂପର୍କ। ଯେଉଁ କାମ ତାଲିବାନ ନିଜେ ନକରେ, ହକାନି ନେଟଓ୍ୱର୍କ ISIS ଜରିଆରେ ତାହା କରାଇଥାଏ ବୋଲି କହିଛନ୍ତି ବିଶେଷଜ୍ଞ। ସେହିପରି ନିଜକୁ ଆଫଗାନିସ୍ତାନର କାମଚଳା ରାଷ୍ଟ୍ରପତି ଘୋଷଣା କରିଥିବା ଉପରାଷ୍ଟ୍ରପତି ଅମ୍ରୁଲା ସାଲ୍ହେ ବି କାବୁଲ ବିସ୍ଫୋରଣ ଲାଗି ତାଲିବାନ ଓ ପାକିସ୍ତାନକୁ ଦାୟୀ କରିଛନ୍ତି। ବେଲୁଚିସ୍ତାନରେ ଥିବା ତାଲିବାନ ସଂଗଠନ କ୍ୱେଟା-ସୁରା ସହ ସଂପର୍କ ନାହିଁ ବୋଲି ପାକିସ୍ତାନ କହିବା ଯାହା, ISIS ସହ ସଂପର୍କ ନଥିବା ତାଲିବାନର ଦାବି ଠିକ ସେଇଆ ବୋଲି କଟାକ୍ଷ କରିଛନ୍ତି ସାଲ୍ହେ।

Advertisment

ଦୁଇଟି କାରଣକୁ ନେଇ ତାଲିବାନ ଏଭଳି ଆକ୍ରମଣ କରିଥିବା ସନ୍ଦେହ ହେଉଛି। ହଜାର ହଜାର ସଂଭ୍ରାନ୍ତ ଆଫଗାନ ଦେଶ ଛାଡି ପଳାଉଥିବାରୁ ସେମାନଙ୍କୁ ରୋକିବା ତାଲିବାନ ପାଇଁ ଚ୍ୟାଲେଞ୍ଜ ହୋଇଛି। ସେହିପରି ୩୧ ତାରିଖ ପରେ ଆମେରିକୀୟ ସୈନ୍ୟଙ୍କୁ କାବୁଲ ବିମାନବନ୍ଦରରେ ରଖାଇ ଦିଆଯିବ ନାହିଁ ବୋଲି ତାଲିବାନ କହିଛି। ତେଣୁ ଚେତାବନୀ ସ୍ୱରୂପ ଏଭଳି ଆକ୍ରମଣ ହୋଇଥିବା ସନ୍ଦେହକୁ ଏଡାଇ ଦିଆଯାଇନପାରେ। ଉଭୟ ସଂଗଠନର ଲକ୍ଷ୍ୟ ଓ କାର୍ଯ୍ୟଶୈଳୀ ସମାନ ହୋଇଥିବାରୁ ତାଲିବାନ ଦାବି ବିଶ୍ୱାସଯୋଗ୍ୟ ନୁହେଁ ବୋଲି କହିଛନ୍ତି ବିଶେଷଜ୍ଞ।

Advertisment

୨୦୧୪ରେ ଇରାକ୍ ଓ ସିରିଆରେ ଇସଲାମୀୟ ଶାସନ ବା କାଲିଫେଟ୍ ପ୍ରତିଷ୍ଠା ଲାଗି ଘୋଷଣା କରିଥିଲା ଆଇସିସ୍। ପାକିସ୍ତାନୀ ତାଲିବାନ କୁହାଯାଉଥିବା ତେହରିକ୍-ଏ-ତାଲିବାନ ଓ ଆଫଗାନିସ୍ତାନର କିଛି ଆତଙ୍କବାଦୀ ମିଶି ଆଇସିସର ସ୍ଥାନୀୟ ଚାପ୍ଟର ଆରମ୍ଭ କରିବା ସହ, ସଂଗଠନର ସର୍ବୋଚ୍ଚ ନେତା ଆଲି ବାକର ଅଲ ବାଗ୍ଦାଦି ପ୍ରତି ସମର୍ଥନ ଘୋଷଣା କରିଥିଲେ। ୨୦୧୫ରେ ISIS ଆଫଗାନିସ୍ତାନ ୟୁନିଟକୁ ମାନ୍ୟତା ଦେଇଥିଲା। ଉତ୍ତର ଆଫଗାନିସ୍ତାନର କୁନାର, ନୁରିସ୍ତାନ ଓ ନାନ୍ଗରହର ଅଞ୍ଚଳରେ ISIS ଆତଙ୍କବାଦୀ ସକ୍ରିୟ ଥିବାରୁ ଏହି ଅଞ୍ଚଳର ନାଁ ଅନୁସାରେ ସଂଗଠନ ISIS-K ବା ISIS ଖୋରାସାନ୍ ନାଁରେ ପରିଚିତ ହୋଇଥିଲା। ଅସ୍ତ୍ର ସଂଘର୍ଷ ଦ୍ୱାରା କ୍ଷମତା ହାସଲ ଏବଂ ଇସଲାମୀୟ ଶାସନ ପ୍ରତିଷ୍ଠା ଉଭୟଙ୍କ ଲକ୍ଷ୍ୟ ହୋଇଥିଲେ ମଧ୍ୟ କିଏ ହେବ ଧର୍ମଯୁଦ୍ଧ ବା ଜିହାଦ୍ର ପତାକା ବାହାକ ତାକୁ ନେଇ ISIS ଓ ତାଲିବାନ ମଧ୍ୟରେ ୨୦୧୯ରେ ଜୋରଦାର ସଂଘର୍ଷ ଘଟିଥିଲା। ଏଥିରେ ତାଲିବାନ ବିଜୟୀ ହେବା ସହ ଆଫଗାନିସ୍ତାନରେ ISIS-K ର ପ୍ରଭାବ ହ୍ରାସ ପାଇଥିଲା।

Taliban Taliban Attack Afghanistan
Advertisment
Advertisment