• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Kabul airport
କାବୁଲ ଏୟାରପୋର୍ଟରେ ହୃଦୟ ବିଦାରକ ଦୃଶ୍ୟ; ଶିଶୁଙ୍କୁ ମିଳୁନି ପାଣି କି କ୍ଷୀର

ଆଫଗାନିସ୍ତାନର କାବୁଲ ଏୟାର ପୋର୍ଟରେ ଦେଖିବାକୁ ମିଳୁଛି ହୃଦୟ ବିଦାରକ ଦୃଶ୍ୟ। ଏୟାରପୋର୍ଟ ବାହାରେ ହଜାର ହଜାର ସଂଖ୍ୟକ ଲୋକ ଛିଡା ହୋଇଛନ୍ତି। କୌଣସି ପ୍ରକାରେ ଆଫଗାନିସ୍ତାନରୁ କେହି ତାଙ୍କୁ ବାହାରକୁ ନେଇଯିବେ ସେଥିପାଇଁ ପ୍ରତୀକ୍ଷା କରିଛନ୍ତି।

Afghan women
ତାଲିବାନୀ ଶାସନ ଆତଙ୍କ : ସୋସିଆଲ ମିଡିଆ ଛାଡ଼ୁଛନ୍ତି ଆଫଗାନୀ ମହିଳା

ଆଫଗାନିସ୍ତାନ ଅକ୍ତିଆର କରିବା ପରେ  ତାଲିବାନ୍ ଆତଙ୍କରେ ଆଫଗାନବାସୀ । ମହିଳାଙ୍କ ସମେତ ସାଧାରଣ ନାଗରିକ ଓ ସୋସିଆଲ ମିଡିଆରେ ସକ୍ରିୟ ଥିବା ବ୍ୟକ୍ତିମାନେ ମଧ୍ୟ ଭୟରେ ଜୀବନ ବିତାଉଛନ୍ତି । ଅନେକ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ବର୍ତ୍ତମାନ ପ୍ଲାଟଫର୍ମ ଛାଡ଼ୁଛନ୍ତି ।

ପ୍ରଥମ ଫତୱା ଜାରି କଲା ତାଲିବାନ
ଏକାଠି ପାଠ ପଢ଼ି ପାରିବେନି ପୁଅଝିଅ : ଆଫଗାନିସ୍ତାନ ଅକ୍ତିଆର ପରେ ପ୍ରଥମ ଫତୱା ଜାରି କଲା ତାଲିବାନ

ସହ ଶିକ୍ଷାକୁ ଅନୁମତି ନାହିଁ । ଆଫଗାନିସ୍ତାନକୁ ଅକ୍ତିଆର ପରେ ପ୍ରଥମ ଫତୱା ଜାରି କରିଛି ତାଲିବାନ । ବିଶ୍ୱବିଦ୍ୟାଳୟରେ ଏବେ ପୁଅ ଓ ଝିଅ ଏକାଠି ପାଠ ପଢ଼ିବାକୁ ବାରଣ କରାଯାଇଛି । କାବୁଲ ତାଲିବାନଙ୍କ ନିୟନ୍ତ୍ରଣକୁ ଆସିବା ପରେ ପୂରା ଦେଶରେ ଏବେ ମହିଳାମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅସୁରକ୍ଷିତ ମନେ କରୁଛନ୍ତି ।

Joe Biden
ତାଲିବାନ ରାଜରେ ବଢ଼ିପାରେ ISIS ଆତଙ୍କ : ଆମେରିକା ଚିନ୍ତିତ, ବୈଠକ ଡକାଇଲେ ବାଇଡେନ୍

ଆଫଗାନିସ୍ତାନର ଶାସନ ଡୋର ତାଲିବାନ ହାତକୁ ଗଲା ପରେ ଅନେକ ଦେଶ ଉପରେ ମଧ୍ୟ ବିପଦ ବଢ଼ିପାରେ । ଆଇଏସଆଇଏସର ବିପଦକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ । ବର୍ତ୍ତମାନ ପାଇଁ ଆଫଗାନିସ୍ତାନରେ ଆଇଏସଆଇଏସ୍ ବିଶେଷ ସକ୍ରିୟ ନଥିଲେ ସୁଦ୍ଧା କୌଣସି ସମୟରେ ମଧ୍ୟ ନିଜର ପୂର୍ବ ରୂପ ଦେଖାଇପାରେ ଆତଙ୍କବାଦୀ ସଂଗଠନ । କେତେବେଳେ ଯେ ଆଇଏସଆଇଏସ୍ ସକ୍ରିୟ ହୋଇଯିବ, କିଛି କୁହାଯାଇପାରିବ ନାହିଁ ।

Taliban
କ୍ଷମତା ଅକ୍ତିଆର୍‌ କରୁ କରୁ ଅସଲ ରୂପ ଦେଖାଇଲାଣି ତାଲିବାନ୍‌

ଆଫଗାନିସ୍ତାନ ଦଖଲ କରିବା ସହିତ ସେଠାକାର ଯୁବ ପୀଢ଼ିଙ୍କ ସ୍ୱପ୍ନକୁ ବି ଚୁରମାର କରି ଦେଇଛି ତାଲିବାନ। କାହାକୁ ଜଣା ନାହିଁ ଆଗକୁ କଣ ହେବ? ଅନିଶ୍ଚିତ ଭବିଷ୍ୟତକୁ ନେଇ ସେମାନେ ସନ୍ଦିହାନ ହୋଇଛନ୍ତି। ଆଶଙ୍କା,ପୂର୍ବ ତାଲିବାନ ସରକାରର ପତନ ପରେ ଗତ ଦୁଇ ଦଶନ୍ଧି ଧରି ଦେଶ ଯେତିକି ଆଗେଇଥିଲା, ଏବେ ପଛକୁ ଯିବା ସହ ଆତଙ୍କବାଦ କି ଗୃହଯୁଦ୍ଧ ଆଡ଼କୁ ଠେଲି ହୋଇଯିବନି ତ ?

Taliban
“ଅପହରଣ ଖବର ପ୍ରସାରିତ କଲା କିଏ?

ଖୁବଶୀଘ୍ର ସମସ୍ତଙ୍କୁ ଭାରତକୁ ଅଣାଯିବ। ଆଜି ସକାଳେ ଖବର ଆସିଥିଲା ଯେ, କାବୁଲ ଏୟାରପୋର୍ଟ ବାହାରୁ କେତେକ ଭାରତୀୟଙ୍କୁ ଉଠାଇ ନେଇଥିଲା ତାଲିବାନ। ତେବେ ଅପହରଣ ଖବରକୁ ତାଲିବାନ ଖଣ୍ଡନ କରିଛି। ନିକଟସ୍ଥ ଏକ ଥାନାକୁ ନେଇ ପ୍ରାୟ ୧୫୦ ଲୋକଙ୍କୁ ପଚରା ଉଚରା କରାଯିବା ସହିତ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ଥିଲେ। ପରେ ସମସ୍ତଙ୍କୁ ଛାଡ଼ି ଦିଆଯାଇଛି।

Taliban Indian
୧୫୦ ଭାରତୀୟଙ୍କୁ ଅପହରଣ ଘଟଣା ମିଛ, ସୁରକ୍ଷିତ ଭାବେ ଅନ୍ୟ ରାସ୍ତାରେ ନେଇଥିଲେ ତାଲିବାନୀ

ଆଫଗାନିସ୍ତାନର ରାଜଧାନୀ କାବୁଲରେ ୧୫୦ ଜଣ ଭାରତୀୟଙ୍କୁ ଅପହରଣ କରାଯାଇଥିବା ଖବର ମିଛ । ଏନେଇ ଭାରତ ସରକାରଙ୍କ ସହ ଯୋଗାସୂତ୍ର ରଖୁଥିବା ସଂସ୍ଥା ସୂଚନା ଦେଇଛି ।

afghanistan
କାବୁଲରେ ପହଞ୍ଚିଲେ ମୁଲ୍ଲା ବରାଦର : ସରକାର ଗଠନ ପାଇଁ ଉଦ୍ୟମ ଜାରି

ମୁଲ୍ଲା ଅବଦୁଲ ଘନି ବରଦାର ମଧ୍ୟ କାବୁଲରେ ଜିହାଦୀ ନେତା ତଥା ରାଜନେତାମାନଙ୍କୁ ଭେଟିବାର ଯୋଜନା ରହିଛି । ନିକଟରେ ତାଲିବାନ ନେତାମାନେ ହମିଦ କରଜାଇ, ଅବଦୁଲ୍ଲା ଅବଦୁଲ୍ଲାଙ୍କୁ ମଧ୍ୟ ଭେଟିଥିଲେ ଏବଂ ପୂର୍ବ ତାଲିବାନ ତୁଳନାରେ ବର୍ତ୍ତମାନର ତାଲିବାନ ଅଧିକ ଉଦାରବାଦୀ ହେବେ ବୋଲି ଆଶ୍ୱାସନା ଦେଇଛନ୍ତି ।

afghanistan
କାବୁଲ ଏୟାରପୋର୍ଟରୁ ଭାରତୀୟଙ୍କ ସମେତ ୧୫୦ ଜଣଙ୍କୁ ଉଠାଇ ନେଲେ ତାଲିବାନ୍ !

କାବୁଲରୁ ୧୫୦ ଜଣଙ୍କୁ ଉଠାଇ ନେଲେ ତାଲିବାନ ଆତଙ୍କୀ ।୧୫୦ ଜଣଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ଥିବା ନେଇ ବିଦେଶୀ ଗଣମାଧ୍ୟମରୁ ସୂଚନା ମିଳିଛି । କାବୁଲ ଏୟାରପୋର୍ଟ ବାହାରୁ ଲୋକଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି । ସୂତ୍ର ଅନୁସାରେ ଆଫଗାନୀ ନାଗରିକ ଏବଂ ଆଫଗାନିସ୍ତାନ ଶିଖଙ୍କ ବ୍ୟତୀତ ଅଧିକାଂଶ ସାଧାରଣ ଭାରତୀୟ ନାଗରିକ ଏଥିରେ ସାମିଲ ଅଛନ୍ତି

 ashraf ghani
ତାଲିବାନ ସହ ମିଶିଲେ ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ଭାଇ

ତାଲିବାନଙ୍କ କବଳରୁ ଖସି ଆବୁଧାବିରେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନି ଶରଣ ନେଇଥିବାବେଳେ ତାଙ୍କ ଭାଇ ହଶମତ ଘନି ଅହମଜଇ ତାଲିବାନଙ୍କ ହାତ ଧରିଛନ୍ତି।

taliban militant
ତାଲିବାନ ବର୍ବରତା: ମହିଳାଙ୍କ ଆଖି ତାଡ଼ି ନେଲେ, ଗୁଳି କଲେ

ତାଲିବାନ କ୍ରୁରତାରେ ଥରହର ହେଲାଣି ଆଫଗାନିସ୍ତାନ। ତାଲିବାନ ଆତଙ୍କୀମାନେ କିପରି ମାନବିକତାକୁ ହତ୍ୟା କରୁଛନ୍ତି ତାହାର ଦୃଶ୍ୟ ସାମ୍ନାକୁ ଆସିଛି। ତାଲିବାନ ବର୍ବରତାର ଶିକାର ହୋଇଥିବା ଜଣେ ବାହାଦୁର ମହିଳାଙ୍କ କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

Afghan player
ତାଲିବାନଙ୍କ କବଳରୁ ଉଦ୍ଧାର ପାଇଁ ଆକୁଳ ନିବେଦନ କଲେ ଖେଳାଳି

ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବା ପରେ କଣ ହେବ ଖେଳାଳିଙ୍କ ଭବିଷ୍ୟତ? ଦୀର୍ଘ ବର୍ଷ ଧରି ଆଫଗାନିସ୍ତାନର ଅଶ୍ରଫ ଘନି ସରକାର ଖେଳାଳିଙ୍କୁ ଯେଉଁ ସୁବିଧା ଦେଉଥିଲେ, ସେ ସୁବିଧା ଖେଳାଳିଙ୍କୁ ଆଗକୁ ବି ଉପଲବ୍ଧ ହେବ ତ ? ନାଁ ତାଲିବାନର କ୍ରୁର ଦୃଷ୍ଟିକୁ ଆସିବେ କ୍ରୀଡ଼ାବିତ୍?

UK’s prime minister Boris Johnson
ଋଷ, ଚୀନ, ପାକିସ୍ତାନ ପରେ ତାଲିବାନକୁ ସାଥ୍‌ ଦେବ ବ୍ରିଟେନ ! ବୋରିସ ଜନସନ୍‌ କଲେ ବଡ ଘୋଷଣା

ଅନେକ ଦେଶ ଅଛନ୍ତି ଯେଉଁମାନେ ତାଲିବାନକୁ ସହଯୋଗର ହାତ ବଢାଇବାକୁ ଆଗେଇ ଆସିଛନ୍ତି। ଋଷ, ଚୀନ ଏବଂ ପାକିସ୍ତାନ ପରେ ଏବେ ବ୍ରିଟେନ ତାଲିବାନକୁ ସମର୍ଥନ କରିବ ବୋଲି ଘୋଷଣା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌।

taliban chief comander
ଦିନେ ଭାରତରେ ନେଇଥିଲେ ତାଲିମ, ଆଜି ତାଲିବାନର ଟପ୍ କମାଣ୍ଡର୍

ତାଲିବାନ ସଂଗଠନର ୭ ସର୍ବୋଚ୍ଚ ନେତାଙ୍କ ଭିତରୁ ଜଣେ- ଶେର୍ ମହମ୍ମଦ ଅବ୍ବାସ ଷ୍ଟାନିକଜାଇ।  ତାଲିବାନର ଟପ୍ କମାଣ୍ଡର୍, କାତାର ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ  । ଏବେ ତାଙ୍କୁ  ୬୦ ବର୍ଷ  । କେଉଁଠି ତାଲିମ ନେଉଥିଲେ ? କେମିତି ଥିଲା ସେଦିନର ସମୟ।

US President Joe Biden
୬୦ ହଜାର ଆଫଗାନବାସୀଙ୍କୁ ଉଦ୍ଧାର କରାଯିବ: ବାଇଡେନ୍

ତାଲିବାନୀଙ୍କ ଉପରେ ନଜର ରହିଛି ଏବଂ ନାଟୋର ନିଷ୍ପତ୍ତି ପ୍ରକାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ। ଅନ୍ୟପଟେ ଆଫଗାନିସ୍ତାନ ଦଖଲ ପରେ ବଦଳିଛି ତାଲିବାନର ମିଜାଜ୍। ତାଲିବାନୀ  ଯାହା କହୁଛନ୍ତି କାମ କରୁଛନ୍ତି ଓଲଟା।

taliban
ତାଲିବାନର ଦୋମୁହାଁ ନୀତି ! କଥା ଗୋଟିଏ କାମ ଆଉ ଗୋଟିଏ

ତାଲିବାନର ଦୋମୁହାଁ ନୀତି । କଥା ଗୋଟିଏ କାମ ଆଉ ଗୋଟିଏ । ଆଫଗାନିସ୍ତାନ ଦଖଲ ପରେ ବିଶ୍ୱବାସୀଙ୍କୁ ଭୁତାଇବାକୁ ଦୁଇ ଦିନ ତଳେ ସଂଗଠନର ମୁଖପାତ୍ର ଜବିବୁଲ୍ଲା ମୁଜାହିଦ୍ କହିଥିଲେ, କାହା ପ୍ରତି ଏ ସଂଗଠନ ପ୍ରତିଶୋଧ ପରାୟଣ ହେବନି ।

Taliban
ଆତଙ୍କବାଦୀଙ୍କ ନିରାପଦ ଆଶ୍ରୟସ୍ଥଳ ପାଲଟିବନି ତ ଆଫଗାନିସ୍ତାନ ? ସାରା ବିଶ୍ୱ ପାଇଁ ବିପଦ !

ତାଲିବାନ ରାଜୁତିରେ ଆତଙ୍କବାଦୀଙ୍କ ନିରାପଦ ଆଶ୍ରୟସ୍ଥଳ ପାଲଟିବନି ତ ଆଫଗାନିସ୍ତାନ ? ତାଲିବାନର ପୃଷ୍ଠପୋଷକତାରେ ସାରା ବିଶ୍ୱପ୍ରତି ବିପଦ ସୃଷ୍ଟି କରିବେନି ତ ଆତଙ୍କୀ ?

Kandahar Plane Hijack
ଆଫଗାନ୍‌ସ୍ଥିତି ମନେ ପକାଇଦେଲା କାନ୍ଦାହାର ବିମାନ ଅପହରଣ କଥା

୧୯୯୯ ଇଣ୍ଡିଆନ ଏୟାରଲାଇନ୍ସ ବିମାନ ଅପହରଣ ଘଟଣା ଭାରତୀୟଙ୍କ ମନରେ ତାଜା ହୋଇଯାଇଛି ।

Taliban
ଆଫଗାନିସ୍ତାନରେ ପୁଞ୍ଜିନିବେଶ କରିବ ଚୀନ, ସ୍ୱାଗତ କଲେ ତାଲିବାନ ମୁଖପାତ୍ର ସୁହାଲି

ଆଫଗାନିସ୍ତାନରେ ଘରକୁ ଘର ବୁଲି ଲୋକଙ୍କୁ ଧମକ ଦେଉଛି ତାଲିବାନ । ଯେଉଁମାନେ ଆମେରିକାର ସେନାକୁ ସହଯୋଗ କରୁଛନ୍ତି ସେମାନଙ୍କୁ ଚେତାବନୀ ଦେବା ସହ ହତ୍ୟା କରୁଥିବା ସୂଚନା ରହିଛି ।

taliban arrive at afghanistan cricket board
ଆଫଗାନିସ୍ତାନ କ୍ରିକେଟ ବୋର୍ଡରେ ପଶିଲା ତାଲିବାନ

ଆଫଗାନିସ୍ତାନକୁ ସମ୍ପୂର୍ଣଭାବେ ନିଜ ନିୟନ୍ତ୍ରଣକୁ ନେବା ପରେ ତାଲିବାନର ନଜର ଏବେ ଆଫଗାନିସ୍ତାନର କ୍ରିକେଟ ବୋର୍ଡ ଉପରେ। ଏହି ଆତଙ୍କବାଦୀ ସଂଗଠନ କାବୁଲରେ ଥିବା ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଅକ୍ତିଆର କରିବାର ଚିତ୍ର ସାମ୍ନାକୁ ଆସିଛି।

panjshir valley of Afghanistan
ଆଫଗାନିସ୍ତାନର ଏହି ଘାଟି ଯେଉଁଠିକୁ ଯିବାକୁ ଡରୁଛନ୍ତି ତାଲିବାନ

ଆଫଗାନିସ୍ତାନର ଦୁର୍ଗମ ଘାଟି ପଞ୍ଜଶିର। ଦେଶର ୩୪ଟିରୁ ୩୩ଟି ପ୍ରଦେଶରେ ତାଲିବାନୀ ସଫେଦ୍ ପତାକା ଉଡ଼ୁଥିବା ବେଳେ, ଆଜି ବି ଏଠି ନିର୍ଭୟରେ ଫରଫର ଉଡ଼ୁଛି ଉତ୍ତରୀ ଗଠବନ୍ଧନର ଝଣ୍ଡା  ।

Taliban's
ଖୋଲୁଛି ତାଲିବାନର ପୋଲ୍‌- ‘ଘରେ ପଶି ଛାନ୍‌ଭିନ୍‌, ଲୋକଙ୍କୁ ଧମକ, ମହିଳାଙ୍କୁ ୱାର୍କ ଫ୍ରମ୍‌ ହୋମ୍‌’

ଆଫଗାନିସ୍ତାନରେ କ୍ଷମତା ଦଖଲ ପରେ ଆତଙ୍କବାଦୀ ସଂଗଠନ ତାଲିବାନର ଭାରତ ବିରୋଧୀ ଆଭିମୁଖ୍ୟ ଦେଖିବାକୁ ମିଳିଛି। କାନ୍ଦାହାରରେ ଥିବା ଭାରତୀୟ ଦୂତାବାସକୁ ଯାଇ ବୁଧବାର ତାଲିବାନ ଆତଙ୍କବାଦୀ ଖୋଜାଖୋଜି କରିଥିବା ସୂଚନା ମିଳିଛି।

taliban in afghanistan
ତାଲିବାନୀ ଆତଙ୍କ; ସାମ୍ବାଦିକଙ୍କୁ ମାଡ, ଆଫଗାନ କମାଣ୍ଡରଙ୍କୁ ଫାଶି

ଆଫଗାନିସ୍ତାନରେ ଆରମ୍ଭ ହୋଇଗଲାଣି ତାଲିବାନ ଆତଙ୍କ। ପ୍ରତିଶୋଧ ମନୋବୃତ୍ତି ରଖିବୁ ନାହିଁ ବୋଲି ଯେତେ କହିଲେ ମଧ୍ୟ ନିଜ ପ୍ରବୃତ୍ତିକୁ ରୋକି ପାରିନାହାନ୍ତି ତାଲିବାନ ଘରକୁ ଘର ବୁଲି ଲୋକଙ୍କୁ ଧମକ ଦେଉଛନ୍ତି। 

3 people fall from plane
ବିମାନ ଚକାରେ ଲୁଚି ବିଦେଶ ଯାଉଥିଲେ...ମଝି ଆକାଶରେ ଖସି ପଡ଼ିଲେ

କାବୁଲ ଏୟାରପୋର୍ଟରେ ଦେଖିବାକୁ ମିଳିଛି ହୃଦୟ ବିଦାରକ ଦୃଶ୍ୟ। ତାଲିବାନ ଭୟରେ ଲୋକେ କୌଣସି ପ୍ରକାରେ ଦେଶଛାଡ଼ି ଚାଲିଯିବାକୁ ବସିଛନ୍ତି। ବିମାନରେ ବିଦେଶ ଯିବା ପାଇଁ ବିକଳ ହେଉଛନ୍ତି ଲୋକେ।

Ahmed-Masood leads fight against taliban
ତାଲିବାନ ବିରୋଧରେ ଲଢିବା ପାଇଁ ବଳ ଯୋଗାଡୁଛନ୍ତି ମାସୁଦ, ପଞ୍ଜଶିରରେ ଗରିଲା ଯୁଦ୍ଧ ପାଇଁ ଚାଲିଛି ପ୍ରସ୍ତୁତି

ବଳ ଯୋଗାଡୁଛନ୍ତି ବିରୋଧୀ..ତାଲିବାନ ବିରୋଧରେ ଲଢିବା ପାଇଁ ଆରମ୍ଭ ହେଉଛି ପ୍ରସ୍ତୁତି।