• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Flight Attempts Risky Landing
Flight Attempts Risky Landing: ଭୟଙ୍କର ଘଟଣା; ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ବିମାନ, ଦେଖନ୍ତୁ ଭିଡ଼ିଓ...

ଅବତରଣ ସମୟରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଇଣ୍ଡିଗୋ ବିମାନ । ଏମିତି ଘଟଣା ଘଟିଛି ଚେନ୍ନାଇ ଏୟାରପୋର୍ଟରେ । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । 

Jay Shah ICC Chairman
Jay Shah ICC Chairman: ସବୁଠାରୁ କନିଷ୍ଠ ବ୍ୟକ୍ତି ଭାବେ ICCର ଅଧ୍ୟକ୍ଷ ଦାୟିତ୍ୱ ନେଲେ ଜୟ ଶାହ

ବିସିସିଆଇର ପୂର୍ବତନ ସମ୍ପାଦକ ଜୟ ଶାହ ଆଜି ବିଧିବଦ୍ଧ ଭାବେ କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଆଇସିସିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। 

ବିନ୍ଦାସ ବର, ବେଦୀରେ ଖେଳୁଛି ଲୁଡୁ
Social Media: ଏପଟେ ବେଦୀରେ ପଣ୍ଡିତ ମନ୍ତ୍ର ପଢ଼ୁଛନ୍ତି, ସେପଟେ ବର କରୁଛି ଟ୍ରେଡିଂ ! Viral

ଏମିତି ଅନେକ ଉଦାହରଣ ଦେଖିବାକୁ ମିଳିଛି । ଯାହାକି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି ।

Dog
A bond of love: ମାଲିକର ମୃତ୍ୟୁକୁ ବିଶ୍ୱାସ କରିପାରୁନି ପୋଷା କୁକୁର; ବରଫ ଉପରେ ସେମିତି ବସିଛି

କୁକୁର ଓ ମଣିଷର ବନ୍ଧୁତା ବିଷୟରେ ଆପଣ ଅନେକ କାହାଣୀ ଶୁଣିଥିବେ। ଏହି ବିଷୟବସ୍ତୁ ଆଧାରରେ ଅନେକ ଫିଲ୍ମ ବି ନିର୍ମାଣ ହୋଇଛି। ତେବେ ରିୟଲରେ ଏପରି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ କନ୍ଦାଇଦେବ। ମାଲିକର ମୃତ୍ୟୁ ପରେ ବି ବିଶ୍ୱସ୍ତ କୁକୁର ତାଙ୍କ ଫେରିବାର ବାଟକୁ ଚାହିଁ ରହିଛି।

Acid Attack
Acid Attack in Love Affairs: ପ୍ରେମିକା ଦେଲା ପ୍ରେମର ପ୍ରମାଣ; ନୂଆ ପ୍ରେମିକକୁ ଖୁସି କରିବାକୁ ପୂର୍ବତନ ପ୍ରେମିକକୁ ଏସିଡ୍ ଫିଙ୍ଗିଲା

ନୂଆ ପ୍ରେମିକକୁ ପ୍ରେମର ପ୍ରମାଣ ଦେବା ପାଇଁ ରାକ୍ଷସୀ ପାଲଟିଗଲା ପ୍ରେମିକା । ପୁରୁଣା ପ୍ରେମିକର ଛାତିରେ କଣ୍ଟା ଭୁସିବା ସହ ଏସିଡ୍ ଫିଙ୍ଗିଲା । ଇନଷ୍ଟାଗ୍ରାମରେ ବନ୍ଧୁତା ହୋଇଥିଲା। ପରେ ଏହା ପ୍ରେମ ସଂପର୍କରେ ପରିଣତ ହେଲା। ପ୍ରାୟ ଦେଢ ବର୍ଷ ପରେ ଦୁହେଁ ବ୍ରେକଅପ୍ କରିଦେଲେ। ନୂଆ ପ୍ରେମିକ ମିଳିବା ପରେ ଏମିତି କାଣ୍ଡ କରି ବନ୍ଧା ହେଲା ପ୍ରେମିକା ।

BPSC Civil Judge Result
BPSC Civil Judge Result: ବାଧା ଦେଇପାରିଲାନି ଆର୍ଥିକ ଅନଟନ; ଅଣ୍ଡା ବେପାରୀଙ୍କ ପୁଅ ହେବେ ଜଜ୍

ଗୋଟିଏ ପଟେ ଆର୍ଥିକ ଅନଟନ ଆଉ ଗୋଟିଏ ପଟେ ପରିବାରର ବୋଝ । ହେଲେ ଏହା ପରେ ବି ସଫଳତା ପାଇଛନ୍ତି ଔରଙ୍ଗାବାଦର ମଦନପୁର ବ୍ଲକ ଶିବଗଞ୍ଜ ଗାଁର ଆଦର୍ଶ କୁମାର। ପ୍ରଥମ ପ୍ରୟାସରେ ସେ ବିହାର ଜନସେବା ଆୟୋଗ ଦ୍ୱାରା କରାଯାଇଥିବା ନ୍ୟାୟିକ ପରୀକ୍ଷାରେ ୧୨୦ତମ ସ୍ଥାନ ହାସଲ କରି ବାପା-ମା’ଙ୍କ ସ୍ୱପ୍ନକୁ ସାକାର କରିଛନ୍ତି।

LPG Cylinder
LPG Price Hike: ମାସ ଆରମ୍ଭରୁ ମହଙ୍ଗା ମାଡ଼; ପୁଣି ବଢିଲା LPG ଗ୍ୟାସ ସିଲିଣ୍ଡର ଦର

ଡିସେମ୍ୱର ପହିଲାରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼। ପୁଣି ବଢିଲା ଏଲପିଜି ସିଲିଣ୍ଡରର ଦର। ତୈଳ ମାର୍କେଟିଂ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି ।

Cyclone Fengal
Cyclone Fengal: ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ଫେଞ୍ଜଲ’; ଲଗାଣ ବର୍ଷାରେ ବେହାଲ୍ ଚେନ୍ନାଇ

ସ୍ଥଳଭାଗ ଅତିକ୍ରମ କରିଛି ବାତ୍ୟା ‘ଫେଞ୍ଜଲ’। ଗତକାଲି ରାତି ପ୍ରାୟ ୮ଟାରୁ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇ ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ଚାଲିଥିଲା ।

How to prevent back pain for life follow 8 healthy habits
Tips to avoid back pain: ମାନନ୍ତୁ ଏହି ୮ଟି ଟିପ୍ସ; କେବେ ବି ହେବନାହିଁ ପିଠି ଯନ୍ତ୍ରଣା

ଏଠାରେ ଆମେ ଏପରି କିଛି ଅଭ୍ୟାସ ବିଷୟରେ କହୁଛୁ ଯାହାକୁ ଯଦି ଧ୍ୟାନରେ ରଖାଯାଏ, ଆପଣ କେବଳ ପିଠି ଯନ୍ତ୍ରଣାକୁ ଏଡାଇ ଦେବେ ନାହିଁ ବରଂ ବୃଦ୍ଧାବସ୍ଥାରେ ଏକ ସକ୍ରିୟ ଜୀବନକୁ ମଧ୍ୟ ଉପଭୋଗ କରିପାରିବେ। ତେବେ ଆସନ୍ତୁ ସେହି ଉପାୟଗୁଡିକ ଜାଣିବା।

ATM
Cyclone Fengal: ବର୍ଷା ପାଣି ପଶି ଚାର୍ଜ ହୋଇଗଲା ATM; ଯୁବକ ମୃତ, ପାଣିରେ ଭାସୁଛି ମୃତଦେହ

ATMକୁ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଇଲେକଟ୍ରିକ୍ କରେଣ୍ଟ ଲାଗି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଆଉ ମୃତଦେହ ATM ବାହାରେ ଥିବା ପାଣିରେ ବୁଡି ରହିଛି। ଏହି ଘଟଣାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।

ଡିସେମ୍ବର ୫ରେ ମହାୟୁତି ସରକାର !
Maharashtra Politics: ମହାରାଷ୍ଟ୍ର ମହାନାଟକ: ଡିସେମ୍ବର ୨ରେ ବିଜେପି ବିଧାୟକ ଦଳ ବୈଠକ, ୫ରେ ନୂଆ ସରକାରର ଶପଥ ଗ୍ରହଣ !

ଆସନ୍ତା ଡିସେମ୍ବର ୨ରେ ବିଜେପି ବିଧାୟକ ଦଳ ବୈଠକ ବସିବ । ନିର୍ବାଚନ ଫଳ ଘୋଷଣାକୁ ସପ୍ତାହେ ବିତି ଥିଲେ ବି ମହାୟୁତିର କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ଏଯାଏଁ ସ୍ପଷ୍ଟ ହୋଇନି ।

documents
ID Closure After Death: ଆତ୍ମୀୟଙ୍କ ମୃତ୍ୟୁ ପରେ କ’ଣ କରିବେ ଆଧାର, ପାନ୍ ଭଳି ଜରୁରୀ ଡକ୍ୟୁମେଣ୍ଟ ? ଜାଣନ୍ତୁ...

ପ୍ରାୟ ପ୍ରତ୍ୟେକ ବ୍ୟକ୍ତିଙ୍କର ପାନ୍ ଏବଂ ଆଧାର ଭଳି ଡକ୍ୟୁମେଣ୍ଟ ଅଛି । କିନ୍ତୁ ଯଦି କେହି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ, ତେବେ ଏହି ଡକ୍ୟୁମେଣ୍ଟଗୁଡ଼ିକର କ’ଣ ହେବ? ଏହି ଡକ୍ୟୁମେଣ୍ଟ ଆପେ ବାତିଲ ହୋଇଯିବା ନା ମୃତକଙ୍କ ସମ୍ପର୍କୀୟମାନେ ଏଗୁଡିକୁ ବାତିଲ କରିବେ? ଆସନ୍ତୁ ଜାଣିବା ।

If you don’t pay attention to these things screen guards can damage your smartphone
Screen Gurad: ଆପଣ ସ୍କ୍ରିନ୍ ଗାର୍ଡ ବ୍ୟବହାର କରୁଛନ୍ତି କି… ଧ୍ୟାନ ଦିଅନ୍ତୁ, ନଚେତ ନଷ୍ଟ ହୋଇପାରେ ସ୍ମାର୍ଟଫୋନ୍

ଯେତେବେଳେ କେହି ଏକ ନୂଆ ସ୍ମାର୍ଟଫୋନ୍ କିଣନ୍ତି, ସେମାନେ ଏହାର ନିରାପତ୍ତା ପାଇଁ ସ୍କ୍ରିନ୍ ଗାର୍ଡ ଇନ୍‌ଷ୍ଟଲ୍ କରିବାକୁ ପସନ୍ଦ କରନ୍ତି। ବୋଧହୁଏ ଆପଣ ଏହା ମଧ୍ୟ କରିସାରିଥିବେ, କିନ୍ତୁ ଏହା ବୁଝିବା ଜରୁରୀ ଯେ ସ୍କ୍ରିନ୍ ଗାର୍ଡ ଇନ୍‌ଷ୍ଟଲ୍ କରିବାରେ ମଧ୍ୟ ଛୋଟ ଛୋଟ ଅସାବଧାନତା ଆପଣଙ୍କ ସ୍ମାର୍ଟଫୋନ୍‌ର ସ୍କ୍ରିନ୍ ଉପରେ ପ୍ରଭାବ ପକାଇପାରେ।

nana patekar asks a contestant about her numerology
Nana Patekar: ନାନା ପାଟେକର କହିଲେ, ତୁମର ନ୍ୟୁମରୋଲୋଜୀ ନିରର୍ଥକ...ନିରାଶ ହେଲେ ପ୍ରତିଯୋଗୀ

ନାନା ପାଟେକର ସିଙ୍ଗିଙ୍ଗ୍ ରିଆଲିଟି ଶୋ 'ଇଣ୍ଡିଆନ୍ ଆଇଡଲ୍ ୧୫'ରେ ଜଜ୍ ଭୂମିକାରେ ଅଛନ୍ତି। ଏହି ସମୟରେ ସେ ଜଣେ ପ୍ରତିଯୋଗୀଙ୍କ ନ୍ୟୁମରୋଲୋଜୀକୁ ନେଇ କଥା ଉଠାଇଛନ୍ତି। ନିର୍ମାତା ଏପିସୋଡ୍‌ର ପ୍ରୋମୋ ସୋସିଆଲ ମିଡିଆରେ ଶେୟାର କରିବା ପରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ବିନା UPSCରେ ବି ହୋଇପାରିବେ IAS ଅଫିସର୍
IAS Officer Without Qualifying UPSC: ବିନା UPSC ପରୀକ୍ଷାରେ ବି ହୋଇପାରିବେ IAS ଅଫିସର୍‌, ଜାଣନ୍ତୁ କିପରି...

UPSC ସିଭିଲ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ IAS ହେବା ବ୍ୟତୀତ ଜଣେ ପରୀକ୍ଷାର୍ଥୀ ଅନ୍ୟ ଦୁଇଟି ଉପାୟରେ IAS ଅଧିକାରୀ ମଧ୍ୟ ହୋଇପାରିବେ ।

Pushpa 2: The Rule Ticket Price
Pushpa 2 Ticket Price: ଫିକ୍ସ ହେଲା 'ପୁଷ୍ପା ୨’ର ଟିକେଟ୍ ମୂଲ୍ୟ; ଏତେ ଟଙ୍କାରେ ବିକ୍ରି ହେବ

'ପୁଷ୍ପା ୨: ଦି ରୁଲ୍' ଡିସେମ୍ବର ୫ରେ ମୁକ୍ତିଲାଭ କରିବ। ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମର ଆଡ୍‌ଭାନ୍ସ ବୁକିଂ ଖୋଲିବାକୁ ଅପେକ୍ଷା କରିଛନ୍ତି। ଏଭଳି ପରିସ୍ଥିତିରେ ଦୁଇ ରାଜ୍ୟ ସରକାର ଏକ ଆଦେଶ ଜାରି କରିଛନ୍ତି ଯେଉଁଥିରେ ଏହି ଟିକେଟ୍ ମୂଲ୍ୟ ୬୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ରାଜନୀତି ପଶାପାଲିରେ ଆଳୁ
Potato Politics: ଗରିବର ଖାଦ୍ୟ 'ଆଳୁ' ପାଲଟିଛି ରାଜନୈତିକ ଅସ୍ତ୍ର, ଜାଣନ୍ତୁ ଓଡ଼ିଶାକୁ ଆଳୁ ବନ୍ଦ ପଛର ଅସଲ ରାଜନୀତି

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ ଓଡିଶାକୁ ଆଳୁ ଗାଡ଼ି ଛଡା ନଯିବା ପଛରେ ରହିଛି କି ରାଜନୀତି? କଣ ହୋଇପାରେ ଏହାର କାରଣ? ଏହାଦ୍ୱାରା ଖୁସି ଅଛନ୍ତି କି ପଶ୍ଚିମବଙ୍ଗ ଚାଷୀ ଓ ବ୍ୟବସାୟୀ? ଗରିବ ଲୋକର ପଖାଳ କଂସାରୁ ଆଳୁକୁ ଚୋରେଇ ନେବା ପଛରେ କାହାର ଅଛି ପ୍ରଚ୍ଛନ୍ନ ହାତ, କିଏ ଏଥିପାଇଁ ଦାୟୀ? ପଢ଼ନ୍ତୁ ପୂରା କାହାଣୀ ଏହି ଲେଖାରୁ।

 fire breaks out at Varanasi railway station
Varanasi Station Fire: ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ; ଚାହୁଁଚାହୁଁ ପାର୍କିଂରେ ବ୍ୟାପିଗଲା ନିଆଁ, ୨୦୦ ଗାଡ଼ି ପୋଡ଼ି ପାଉଁଶ

ବାରାଣାସୀର କ୍ୟାଣ୍ଟ ରେଳ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ପ୍ରାୟ ୨୦୦ରୁ ଅଧିକ ମୋଟରସାଇକେଲ ପୋଡି ପାଉଁଶ ହୋଇଯାଇଛି। ରେଳ କର୍ମଚାରୀଙ୍କ ଗାଡି ପାର୍କିଂ ସ୍ଥାନରେ ଏହି ଅଗ୍ନିକାଣ୍ଡ ଘଟିଛି।

ବିରାଟଙ୍କୁ ଟପିଲେ ପନ୍ତ
Pant Vs Kohli: କୋହଲିଙ୍କୁ ଟପିଲେ ଋଷଭ ପନ୍ତ, ପାଲଟିଲେ ...

ରିଟେସନ୍‌ କଥା ଆସିଲେ ବିରାଟ କୋହଲି ସଦାବେଳେ ଶୀର୍ଷରେ ରହିଥାଆନ୍ତି । ଚଳିତ ବର୍ଷ ପାଇଁ ବିରାଟଙ୍କୁ ପୁଣି ଥରେ ନିଜ ଦଳରେ ରଖିବା ପାଇଁ ରୟାଲ୍ ଚାଲେଞ୍ଜର୍ସ ବେଙ୍ଗାଲୁରୁ ବିରାଟଙ୍କୁ ୨୧ କୋଟି ଟଙ୍କା ଦେବାକୁ ଚୁକ୍ତି କରିଛି ।

pakistan-army
India Pakistan Army Rank: ଆସିଲା ବିଶ୍ୱର ସବୁଠୁ ଶକ୍ତିଶାଳୀ ସୈନ୍ୟବାହିନୀ ତାଲିକା; ଜାଣନ୍ତୁ ଭାରତ ଓ ପାକିସ୍ତାନର ସ୍ଥାନ କେଉଁଠି

ପାକିସ୍ତାନରେ ୫୦ ହଜାରରୁ ଅଧିକ ସଶସ୍ତ୍ର ଯାନ, ୬୦୦ ରକେଟ ଲଞ୍ଚର, ଦୁଇଟି ବିଧ୍ୱଂସକ, ୮ଟି ବୁଡ଼ାଜାହାଜ, ୧୧୪ଟି ନୌସେନା ସେନା ଜାହାଜ ଏବଂ ୩୮୭ଟି ଯୁଦ୍ଧ ବିମାନ ଅଛି । ପାୱାର ଇଣ୍ଡେକ୍ସରେ ଗ୍ଲୋବାଲ ଫାୟାର ପାୱାର ପାକିସ୍ତାନକୁ ୦.୧୭୧୧ ପଏଣ୍ଟ ଦେଇଛି।

Dristi IAS
Drishti IAS: ଆଉ ଦିଲ୍ଲୀରେ ରହିବନି ଦୃଷ୍ଟି IAS କୋଚିଂ ସେଣ୍ଟର; ଏବେ ଏହିଠାରେ ହେବ କ୍ଲାସ୍...

ସିଭିଲ ସର୍ଭିସେସ୍ ପରୀକ୍ଷା (CSE)କୁ ଭାରତର ସବୁଠାରୁ କଠିନ ପ୍ରତିଯୋଗିତାମୂଳକ ପରୀକ୍ଷା ବୋଲି ବିବେଚନା କରାଯାଏ। ଅନେକ ପ୍ରାର୍ଥୀ ଗଠନମୂଳକ ମାର୍ଗଦର୍ଶନ ପାଇଁ କୋଚିଂ ସେଣ୍ଟର ଉପରେ ନିର୍ଭର କରନ୍ତି, ଯେଉଁଥିରେ ଦୃଷ୍ଟି IAS କୋଚିଂ ଅନ୍ୟତମ ଲୋକପ୍ରିୟ ଅନୁଷ୍ଠାନ । ନିକଟରେ ଦୃଷ୍ଟି IAS କୋଚିଂ ସେଣ୍ଟର ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର ହେବାନେଇ ଘୋଷଣା କରାଯାଇଛି।

Boat
Nigeria Boat Capsized: ନଦୀରେ ଓଲଟିଲା ବୋଟ୍; ୨୭ ମୃତ, ଶତାଧିକ ନିଖୋଜ

ନାଇଜର ନଦୀରେ ଓଲଟିଲା ବୋଟ୍। ଏଥିରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ସୂଚନା ମିଳିଛି।

Astronauts Complete Training
Astronauts Complete Training: ସରିଲା ଟ୍ରେନିଂ, ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ୍‌କୁ ଯିବେ ଗଗନଯାତ୍ରୀ

ଖୁବଶୀଘ୍ର ଆକ୍ସିଅମ୍-୪ ମିଶନରେ ସ୍ପେଶ ଏକ୍ସ ରକେଟରେ ସେଠାକୁ ଯିବେ ଗଗନଯାତ୍ରୀ । ଏଥିପାଇଁ ଗ୍ରୁପ୍ କ୍ୟାପଟେନ୍ ଶୁଭ୍ରାଂଶୁ ଶୁକ୍ଳା ପ୍ରାଇମ୍ କ୍ରୁ ଥିବା ବେଳେ, ଗ୍ରୁପ୍ କ୍ୟାପ୍ଟେନ୍ ପ୍ରଶାନ୍ତ ବାଲାକ୍ରିଷ୍ଣନ୍ ନାୟାର ବ୍ୟାକଅପ୍ କ୍ରୁ ଅଛନ୍ତି ।

Gautam Adani
Gautam Adani: ଆଦାନୀ ଲାଞ୍ଚ ପ୍ରସଙ୍ଗ; ଆରେଷ୍ଟ ୱାରେଣ୍ଟ ମିଳିନଥିବା ସ୍ପଷ୍ଟ କଲେ ଭାରତ ସରକାର

ଗୌତମ ଆଦାନୀ ଏବଂ ତାଙ୍କ ପୁତୁରା ସାଗର ଆଦାନୀଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଥିବା ନେଇ ଭାରତ ସରକାରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ତେବେ ଗିରଫ ପରୱାନା ନେଇ ଆମେରିକା ପକ୍ଷରୁ କୌଣସି ଅନୁରୋଧପତ୍ର ମିଳିନଥିବା ସ୍ପଷ୍ଟ କରିଛନ୍ତି ଭାରତ ସରକାର ।

accident
Maharashtra Bus Accident: ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ବସ୍; ୧୦ ଯାତ୍ରୀ ମୃତ

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ୍ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ଚାଲିଗଲା ୧୦ ଯାତ୍ରୀଙ୍କ ଜୀବନ।