Advertisment

Pushpa 2: ଭାରି ପଡିଲା କି ‘ପୁଷ୍ପା ୨’ର ରୋଜଗାର… ନିର୍ମାତାଙ୍କ ଘରେ ଆୟକର ବିଭାଗର ୫୦ ଟିମ୍ !

ବର୍ତ୍ତମାନ ସୁଦ୍ଧା ‘ପୁଷ୍ପା ୨’ ୧୮୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିସାରିଲାଣି। ଅଲ୍ଲୁ ଅର୍ଜୁନ ଏବଂ ଏହାର ନିର୍ମାତା ଫିଲ୍ମର ସଫଳତାକୁ ବେଶ ଉପଭୋଗ କରୁଛନ୍ତି। ଏହାରି ଭିତରେ ଆୟକର ବିଭାଗ ଫିଲ୍ମ ନିର୍ମାତାଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ଚଢାଉ କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
Pushpa 2 makers in trouble as income tax department 50 team raid

Pushpa 2 makers in trouble as income tax department 50 team raid

‘ପୁଷ୍ପା ୨’ର ଦବଦବା ଏବେ ବି ଲୋକଙ୍କ ମନରେ ରହିଛି। ବକ୍ସ ଅଫିସରେ ଫିଲ୍ମ ଏବେ ବି ଭଲ ରୋଜଗାର କରୁଛି। ଫିଲ୍ମ ରିଲିଜ ହେବାର ୭ ସପ୍ତାହ ବିତିଗଲାଣି। 'ପୁଷ୍ପା ୨' ପରେ ଅନେକ ବଡ ବଜେଟ୍ ଏବଂ ସୁପରଷ୍ଟାର୍‌ଙ୍କ ଫିଲ୍ମ ରିଲିଜ୍ ହୋଇଛି। ଏହାର ପ୍ରଭାବ କିନ୍ତୁ ‘ପୁଷ୍ପା ୨’ ଉପରେ ପଡୁନି।

Advertisment

ଏହି ଫିଲ୍ମ ବର୍ତ୍ତମାନ ସୁଦ୍ଧା ୧୮୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିସାରିଲାଣି। ଅଲ୍ଲୁ ଅର୍ଜୁନ ଏବଂ ଏହାର ନିର୍ମାତା ଫିଲ୍ମର ସଫଳତାକୁ ବେଶ ଉପଭୋଗ କରୁଛନ୍ତି। ଏହାରି ଭିତରେ ଆୟକର ବିଭାଗ ଫିଲ୍ମ ନିର୍ମାତାଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ଚଢାଉ କରିଛି।

Advertisment

ଏହା ସହିତ ସାଉଥ୍‌ର ପ୍ରମୁଖ ପ୍ରଡ୍ୟୁସରରେ ଗଣା ଦିଲ୍ ରାଜୁ, ନବୀନ ୟରନେମୀ ଏବଂ ୱାଇ ରବି ଶଙ୍କରଙ୍କ ଘର ଏବଂ କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରାଯାଇଛି।


ଅଧିକ ପଢ଼ନ୍ତୁ: ଏହି ପୌରାଣିକ କାହାଣୀକୁ ନେଇ କାମ କରିବେ ରାଜାମୌଲି; ଅଂଶ ହେବେ ଜଣେ ଖାନ୍

ଆଇଟି ନଜରରେ ବଡ ହସ୍ତୀ:

ଆଇଟି ବିଭାଗ ମଙ୍ଗଳବାର ହାଇଦ୍ରାବାଦରେ 'ପୁଷ୍ପା ୨'ର ନିର୍ମାତା ନବୀନ ୟରନେନୀ, ୱାଇ ରବି ଶଙ୍କର ଏବଂ ମାଇଥରୀ ମୁଭୀ ମେକର୍ସଙ୍କ କାର୍ଯ୍ୟାଳୟରେ ଚଢାଉ କରିଛି। ସୂଚନାନୁସାରେ, ହାଇଦ୍ରାବାଦରେ ଟଲିଉଡ୍‌ ନିର୍ମାତା ତଥା ତେଲେଙ୍ଗାନା ଫିଲ୍ମ ଡେଭଲପ୍‌ମେଣ୍ଟ କର୍ପୋରେସନ (TFDC) ଅଧ୍ୟକ୍ଷ ଦିଲ ରାଜୁଙ୍କ ସମ୍ପତ୍ତି ଉପରେ ମଧ୍ୟ ଆଇଟି ଚଢାଉ ହେଇଛି।

୫୦ରୁ ଅଧିକ ଆଇଟି ଟିମ୍:

ଆଇଟି ଅଧିକାରୀମାନେ 'ପୁଷ୍ପା ୨: ଦି ରୁଲ୍'ର ନିର୍ମାତା ନବୀନ ୟରନେନୀଙ୍କ ଘର ଏବଂ ପ୍ରଡକ୍ସନ୍ ହାଉସ୍ ମାଇଥରୀ ମୁଭିଜ୍ ଅଫିସ୍ ମଧ୍ୟ ଯାଞ୍ଚ କରୁଛନ୍ତି। ଏହି ଚଢାଉ ପାଇଁ ୫୦ରୁ ଅଧିକ ଆଇଟି ଟିମ୍ ସମ୍ବନ୍ଧିତ ସ୍ଥାନଗୁଡିକରେ ଯାଞ୍ଚ କରୁଛନ୍ତି।

ଏହି ଆଇଟି ଚଢାଉରେ ଦିଲ୍ ରାଜୁଙ୍କ ଘର ଏବଂ ମାଇଥରୀ ଅଫିସ୍ ସହିତ ଅନ୍ୟାନ୍ୟ ସ୍ଥାନ ମଧ୍ୟ ସାମିଲ୍ ଅଛି। ତେବେ ଆୟକର ବିଭାଗର ଏହି ଚଢାଉର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ।

ଅଧିକ ପଢ଼ନ୍ତୁ: ରାଜାମୌଲି କହିଲେ ‘ପ୍ରଭାସଙ୍କ ତୁଳନାରେ ହ୍ରିତିକ୍ ରୋଶନ କିଛି ନୁହେଁ’; ଅର୍ଶଦ କହିଲେ ପ୍ରଭାସ ଜୋକର୍

ସନ୍ଧ୍ୟା ଥିଏଟର୍‌ ମାମଲା:

ପ୍ରକାଶଥାଉ ଯେ, ହାଇଦ୍ରାବାଦର ସନ୍ଧ୍ୟା ଥିଏଟର୍‌ରେ ହୋଇଥିବା ଦଳାଚକଟା ବିବାଦକୁ ନେଇ ଟଲିଉଡର ପ୍ରତିନିଧି ଟିମ୍ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡୀଙ୍କୁ ଭେଟିଥିଲେ।

ତେଲେଙ୍ଗାନା ରାଜ୍ୟ ଚଳଚ୍ଚିତ୍ର ବିକାଶ ନିଗମର ଚେୟାରମ୍ୟାନ୍ ତଥା ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଦିଲ ରାଜୁଙ୍କ ନେତୃତ୍ୱରେ ପ୍ରତିନିଧୀ ଟିମ୍ ବଞ୍ଜାରା ପାହାଡରେ ଥିବା ପୋଲିସ କମାଣ୍ଡ ଆଣ୍ଡ୍‌ କଣ୍ଟ୍ରୋଲ ରୁମ୍‌ରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।

ଟିମ୍‌ରେ ଅଛନ୍ତି ବଡ ବଡ ହସ୍ତୀ:

ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ସେମାନଙ୍କ ମଧ୍ୟରେ ଅଲ୍ଲୁ ଅର୍ଜୁନଙ୍କ ବାପା ତଥା ନିର୍ମାତା ଅଲୁ ଅରବିନ୍ଦ, ଅଭିନେତା ନାଗାର୍ଜୁନ, ଭେଙ୍କଟେଶ, ଭେଟେରାନ ଅଭିନେତା ମୁରଲୀ ମୋହନ ଏବଂ ଅନ୍ୟାନ୍ୟ ସେଲିବ୍ରିଟି ଅଛନ୍ତି।

ମୋଟ ରୋଜଗାର:

‘ପୁଷ୍ପା ୨’ର ବକ୍ସ ଅଫିସ୍ କଲେକ୍ସନ୍ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ୭ ସୋମବାର ଦିନ ୬୦ ଲକ୍ଷ ଟଙ୍କା ସଂଗ୍ରହ କରିଛି। ଏହା ସହ ‘ପୁଷ୍ପା ୨’ ଭାରତରେ ମୋଟ ୧୨୨୮.୯୦ କୋଟି ଟଙ୍କା ରୋଜଗାର କରିଛି। ଏହି ଫିଲ୍ମ ସାରା ବିଶ୍ୱ ବକ୍ସ ଅଫିସରେ ୧୮୩୧ କୋଟିରୁ ଅଧିକ ଟଙ୍କା ଆୟ କରିଛି।

ଅଧିକ ପଢ଼ନ୍ତୁ: ‘କନ୍ନପ୍ପା’ର ପ୍ରଥମ ଝଲକ: ଭୋଳା ବାବାଙ୍କ ଅବତାରରେ ଅକ୍ଷୟ କୁମାର

Allu Arjun Pushpa South Indian Films
Advertisment
Advertisment