ମାତା ସୀତାଙ୍କ ଜନ୍ମସ୍ଥାନ ନେପାଳ ଜନକପୁରରୁ ପ୍ରଭୁ ଶ୍ରୀରାମଙ୍କ ପାଇଁ ରୂପା ଜୋତା, ଅଳଙ୍କାର ଏବଂ ପୋଷାକ ସହିତ ୩୦୦୦ ରୁ ଅଧିକ ଉପହାର ଆସି ପହଞ୍ଚିଛି ।
ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆଉ ମାତ୍ର ୧୧ ଦିନ ଥିବା ବେଳେ, କାର୍ଯ୍ୟକ୍ରମରେ ଯୋଗଦେଇ ଏହି ପୁଣ୍ୟ ଅବସରର ସାକ୍ଷୀ ହେବାର ସୌଭାଗ୍ୟ ଲାଭ କରିବି ବୋଲି ମୋଦି କହିଛନ୍ତି ।
ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀକୁ 'ଜାତୀୟ ଯୁବ ଦିବସ' ଭାବେ ପାଳନ କରାଯାଏ, ଯିଏ କି କୋଟି କୋଟି ଯୁବକମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କୁହାଯାଏ। ସ୍ୱାମୀ ବିବେକାନନ୍ଦ କେବଳ ଭାରତରେ ନୁହେଁ ନିଜ ବିଚାର ପାଇଁ ସେ ସମଗ୍ର ବିଶ୍ୱରେ ସ୍ମରଣୀୟ।
MTHL ହେଉଛି ଏକ ୬ ଲେନ୍ ବିଶିଷ୍ଟ ବ୍ରିଜ । ଏହି ବ୍ରିଜର ଅଧିକାଂଶ ଭାଗ ସମୁଦ୍ରରେ ରହିଛି । ୧୬.୫୦ କିଲୋମିଟର ସମୁଦ୍ରରେ ରହିଥିବା ବେଳେ ସ୍ଥଳଭାଗରେ ମାତ୍ର ୫.୫ କିଲୋମିଟର ରହିଛି ।
ଅନେକ ଯୁବକ ସ୍ୱାମୀ ବିବେକାନନ୍ଦ ଠାରୁ ପ୍ରେରଣା ପାଇଁ ଆଜି ବହୁତ ଉଚ୍ଚକୁ ଯାଇପାରିଛନ୍ତି। ଆଜି ବି ଭାରତରେ ଏପରି ଅନେକ ଯୁବକ ଅଛନ୍ତି, ଯେଉଁମାନେ ଖୁବ୍ କମ୍ ବୟସରେ ନିଜ ପ୍ରତିଭା ଆଧାରରେ ନିଜର ପରିଚୟ ସୃଷ୍ଟି କରି ଦେଶ ପାଇଁ ଗୌରବ ଆଣିଛନ୍ତି। ଆସନ୍ତୁ ସେମାନଙ୍କୁ ଜାଣିବା।
ଠକେଇ ଘଟଣାର ତଦନ୍ତ ସମୟରେ ପୋଲିସ ଆଇଟି ଟିମ୍ର ସହାୟତା ନେଇଥିଲା ।
ପୀଡିତା ବୃଦ୍ଧଙ୍କ ନାମ ଗିରିଜାମ୍ମା । ସେ କର୍ଣ୍ଣାଟକର ଦାଭାନାଗେରେ ଜିଲ୍ଲାର ହରିହର ତାଲୁକରେ ରୁହନ୍ତି। ତାଙ୍କର କୌଣସି ସନ୍ତାନ ନାହାନ୍ତି । ସେ ଏକୁଟିଆ ରୁହନ୍ତି।
X ରେ ରେଭ୍ସ ନାମକ ଜଣେ ଯାତ୍ରୀ ଲେଖିଛନ୍ତି କି, ଇଣ୍ଡିଗୋ ବିମାନରେ ସିଟ୍ ନାହିଁ । ସିଟ ପାଇବା ପାଇଁ ଅପେକ୍ଷା କରିବାକୁ ପଡ଼ୁଛି । ଏହା ମଧ୍ୟରେ ବିମାନ ମଧ୍ୟ ୯୦ ମିନିଟ ବିଳମ୍ବ ହୋଇ ସାରିଛି ।
ଆଫଗାନିସ୍ତାନର ହିନ୍ଦୁକୁଶ କ୍ଷେତ୍ରରେ ହୋଇଥିବା ଭୂକମ୍ପ କାରଣରୁ ଦିଲ୍ଲୀ-ଏନ୍ସିଆରରେ ତୀବ୍ର ଝଟକା ଅନୁଭବ ହୋଇଛି।
ଏହି ଉତ୍ସବର ମାହୋଲ ମଧ୍ୟରେ ପ୍ରଭୁ ରାମଲାଲାଙ୍କ ପ୍ରସାଦ ଘରକୁ ଘର ମାଗଣାରେ ବାଣ୍ଟିବାକୁ ଯୋଜନା ପ୍ରସ୍ତୁତ କରିଛି ଏକ ଘରୋଇ କମ୍ପାନୀ। KhadiOrganic ନାମକ ଏକ ୱେବସାଇଟ୍ କହିଛି ଯେ ରାମ ମନ୍ଦିରରୁ ଆସିଥିବା ପ୍ରସାଦକୁ ପ୍ରତ୍ୟେକ ଘରେ ପହଞ୍ଚାଇବ।
ସମୁଦ୍ର ବ୍ରିଜରେ ଚାଲି ପାରିବନି ଅଟୋରିକ୍ସା, ମୋଟର ସାଇକେଲ । ଗୋଟେ ପଟେ ମୁମ୍ବାଇ ଟ୍ରାନ୍ସ ହାରବର୍ ଲିଙ୍କ୍ ବା MTHLରେ ଚାରି ଚକିଆ ଯାନ ପାଇଁ ସର୍ବାଧିକ ବେଗ ସୀମା ୧୦୦ କିଲୋମିଟର ଥିବା ବେଳେ ସମୁଦ୍ର ବ୍ରିଜରେ ମୋଟରସାଇକେଲ, ଅଟୋରିକ୍ସା ଏବଂ ଟ୍ରାକ୍ଟରକୁ ଅନୁମତି ଦିଆଯିବ ନାହିଁ ।
ସ୍ୱଚ୍ଛ ସର୍ବେକ୍ଷଣରେ ଉଭୟ ଇନ୍ଦୋର ଓ ସୁରତ ଯୁଗ୍ମ ଭାବେ ପ୍ରଥମ ବିବେଚିତ ହୋଇଛନ୍ତି ।
କୁହାଯାଏ ମାଆ ଥିଲେ ବଇରୀ ହାରେ । ଜୀବନର ସାହା ହେଉଛି ମାଆ । ମାଆ ଶବ୍ଦରେ କେତେ ଯେ ମହତ୍ୱ ରହିଛି ତାହା କଳନା ବାହାରେ । ସୃଷ୍ଟି ଆବାହନୀର ପ୍ରଥମ ଶବ୍ଦ ମାଆ । ଏହି ଶଦ୍ଦରୁ ହିଁ ଦିନର ଆରମ୍ଭ ଓ ଶେଷ ହୋଇଥାଏ ।
ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାବେଳେ ଆବେଦନର ଶେଷ ତାରିଖ ଜାନୁଆରୀ ୨୯ ତାରିଖ ରହିଛି ।
ଏ କେମିତିକା ମାଆ..ନିଜ ଜୀବନକୁ ତ ଲୋଭ ନାହିଁ, ହେଲେ ୬ମାସର କୁନି ଝିଅର ଜୀବନ କଥା ତ ଟିକେ ଭାବିଥାନ୍ତା ।
ଜାନୁଆରୀ ୧୪ରୁ ୨୫ ଯାଏ ଏହି କାର୍ଯ୍ୟକ୍ରମ ଚାଲିବ । ଏଥିପାଇଁ ୧୦୦ଏକର ଜାଗାରେ କୁଡ଼ିଆ ବି ନିର୍ମିତ ହୋଇଛି ।
ଗତକାଲି ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତିକ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ବାସଭବନକୁ ଯାଇ ନିମନ୍ତ୍ରଣ ପତ୍ର ଦେଇଥିଲେ ।
ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଏହି ସିରିଜ ଖେଳିବ । ତେବେ ସିରିଜର ପ୍ରଥମ ମ୍ୟାଚ ଖେଳିବେନି ବିରାଟ କୋହଲି ।
ଜମ୍ମୁ ଓ କାଶ୍ମୀର କ୍ରିକେଟ ଆସୋସିଏସନର ଟଙ୍କାକୁ ବେଆଇନ ଭାବେ କିଛି ବ୍ୟକ୍ତିଙ୍କ ଆକାଉଣ୍ଟରେ ଜମା କରାଯାଇଥିବା ଅଭିଯୋଗ ରହିଛି ।
ଦିନକୁ ଦିନ ସଡକ ସୁରକ୍ଷାର ଚିନ୍ତା ବଢି ଚାଲିଛି। ଘରୁ ରାସ୍ତାକୁ ପାଦ କାଢ଼ିବାକୁ ଭୟ ଲାଗୁଛି। ଜଣା ନାହିଁ କେତେବେଳେ କ’ଣ ହେବ। ଆଜିର ଦିନରେ ସଡକ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ ହେବା ଜରୁରୀ। ଆସନ୍ତୁ ଜାଣିବା ସଡକ ସୁରକ୍ଷାକୁ ବଢାଇବାର ୬ଟି ଉପାୟ।
ଆଜି ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପୁଣ୍ୟତିଥି। ତେବେ ଶାସ୍ତ୍ରୀଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଥିଲା ତାହା ଏପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି। ତେବେ ଆଜି ତାଙ୍କ ପୁଣ୍ୟତିଥି ଅବସରରେ ଆସନ୍ତୁ ଶାସ୍ତ୍ରୀଙ୍କ ସହିତ ଜଡିତ କିଛି ରୋଚକ ତଥ୍ୟ ବିଷୟରେ ନଜର ପକେଇ ନେବା।
ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା ବୋଲି ଦର୍ଶାଇଲେ ବାଚସ୍ପତି।
ସାରା ଦେଶରୁ ଅଯୋଧ୍ୟାକୁ ଛୁଟିଛି ଉପହାରର ସୁଅ। ସୁନା-ରୁପାଠୁ ନେଇ ମନ୍ଦିର ପାଇଁ ଘଣ୍ଟି, ନାଗରା ଓ ଆଲମାରି। ରାମଲାଲାଙ୍କ ପାଇଁ ନୈବେଦ୍ୟ ପଠାଉଛି ସାରା ଭାରତ।
ପୁଅକୁ ମାରିବା ପାଇଁ ହିଁ ସେ ଗୋଆକୁ ଆସିଥିଲେ । ହୋଟେଲ ରୁମରୁ ୨ଟି କଫ୍ ସିରପ୍ ବୋତଲ ମଧ୍ୟ ମିଳିଛି । ପିଲାର ବେକରେ ହାତ କିମ୍ବା ଆଙ୍ଗୁଠି ଚିହ୍ନ ନାହିଁ ।
ଦଳ ଅଭିଯୋଗ କରିଛି, ଅଯୋଧ୍ୟା ରାମ ମନ୍ଦିରକୁ ବିଜେପି ବହୁ ଦିନରୁ ଏକ ରାଜନୈତିକ ପ୍ରସଙ୍ଗ କରିଛି । କେବଳ ନିର୍ବାଚନରେ ଫାଇଦା ଉଠାଇବାକୁ ବିଜେପି ଓ ଆରଏସଏସର ପ୍ରରୋଚରନାରେ ମନ୍ଦିର ନିର୍ମାଣ ଅସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଏବେ ପ୍ରାଣ ପ୍ରତିଷ୍ଠା କରାଯାଉଛି ।