• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବର୍ତ୍ତମାନର ସବୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ପାଉଛି । ଏପରି ସ୍ଥଳେ ସାଧାରଣ ମଣିଷର ଜୀବନ ଧରି ବଞ୍ଚିବା କଷ୍ଟକର ହୋଇପଡ଼ୁଛି । ଇନ୍ଧନ ଜାତୀୟ ଦ୍ରବ୍ୟର ଦର କ୍ରମାଗତ ବୃଦ୍ଧି ପାଇବା ଫଳରେ ମଧ୍ୟବିତ୍ତ ବର୍ଗର ଲୋକେ ହଇରାଣ ହେଉଛନ୍ତି । ଏପରି ସମୟରେ ଜଣେ ମହିଳା ଗ୍ୟାସ ବଞ୍ଚାଇବାର ଏକ ପଦ୍ଧତି ବାହାର କରିଛନ୍ତି ।

ଗ୍ୟାସ ବଞ୍ଚାଇବାର ଏପରି ପଦ୍ଧତି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୋସିଆଲ ମିଡିଆରେ ବର୍ତ୍ତମାନ ଅନେକ ନୂଆ ନୂଆ ଚିନ୍ତାଧାରା ଆସୁଛି । ୟୁଜର୍ସମାନଙ୍କୁ ଆକର୍ଷିତ କରିବା ପାଇଁ କ୍ରମାଗତ ଭାବରେ ବିଭିନ୍ନ ପ୍ରକାର ବିଷୟବସ୍ତୁ ସୃଷ୍ଟି କରାଯାଉଛି ।

ସ୍ୱତନ୍ତ୍ର ଭାବେ ଖାଦ୍ୟ ପ୍ରସ୍ତୁତିଠାରୁ ଆରମ୍ଭ କରି ରନ୍ଧନ କୌଶଳ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଲୋକଙ୍କୁ ଆକର୍ଷିତ କରିଥାଏ । ଏପରି ସ୍ଥଳେ ମହିଳାଙ୍କର ଏ କୌଶଳ ଭାଇରାଲ ହେଉଛି । ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ମହିଳା ଗ୍ୟାସ୍ ଚୁଲାରେ ମଲ୍ଟିଟାସ୍କ କରୁଛନ୍ତି ।

ଗ୍ୟାସ ବଞ୍ଚାଇବା ପାଇଁ ସେ ଆଳୁ ସିଝାଇବା ସହ ପୁରୀ ମଧ୍ୟ ଛାଣୁଛନ୍ତି । ଗ୍ୟାସ ଉପରେ ଏକ ପାତ୍ର ରଖି ସେଥିରେ ଆଳୁ ସିଝାଉଛନ୍ତି । ଏହା ଉପରେ ଅନ୍ୟ ଏକ ପାତ୍ର ରଖି ସେ ପୁରୀ ଛାଣୁଛନ୍ତି । ଅର୍ଥାତ ଏକକାଳୀନ ସେ ଅଳ୍ପ ଗ୍ୟାସ ଖର୍ଚ୍ଚରେ ଦୁଇଟି ରୋଷେଇ କରୁଛନ୍ତି । ଏହି ଭିଡିଓ ଇଣ୍ଟରନେଟରେ ଚହଳ ସୃଷ୍ଟି କରିଛି ।