Advertisment

ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ, ୪ଘଣ୍ଟାରେ ୩ଥର କମ୍ପନ ଅନୁଭୂତ

ଭୂକମ୍ପ ଝଟକାରେ ଥରିଲା ଅରୁଣାଚଳପ୍ରଦେଶ । ରାତି ପ୍ରାୟ ଗୋଟାଏ ପରଠାରୁ ଭୋର୍ ୫ଟା ମଧ୍ୟରେ ମଧ୍ୟମ ଧରଣର ଭୂକମ୍ପ ହୋଇଛି। ଏହାର କେନ୍ଦ୍ରସ୍ଥଳ ପଶ୍ଚିମ ଓ ପୂର୍ବ କାମେଙ୍ଗ ବୋଲି ଜଣାପଡିଛି।

author-image
Sonali Ojha
ଅଦ୍ୟତନ ହୋଇଛି
Arunachal Pradesh Earthquake

Earth Quake

ଲଗାତାର ଅନୁଭୂତ ହେଲା ଭୂକମ୍ପ ଝଟକା। ଅରୁଣାଚଳ ପ୍ରଦେଶରେ ମାତ୍ର ୪ଘଣ୍ଟା ଭିତରେ ୩ଥର ଭୂକମ୍ପ ଅନୁଭୂତ ହୋଇଛି। ଏନେଇ ଭାରତୀୟ ଭୂକମ୍ପ ବି‌ଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ରାତି ପ୍ରାୟ ଗୋଟାଏ ପରଠାରୁ ଭୋର୍ ୫ଟା ମଧ୍ୟରେ ମଧ୍ୟମ ଧରଣର ଭୂକମ୍ପ ହୋଇଛି।

Advertisment

ଭୂକମ୍ପ ଝଟକାରେ ଥରିଛି ଅରୁଣାଚଳପ୍ରଦେଶ । ପ୍ରଥମେ ରାତି ପ୍ରାୟ ୧ଟା ୪୯ରେ ୩.୭ତୀବ୍ରତାର କମ୍ପନ ଅନୁଭୂତ ହୋଇଛି। ଏହାର କେନ୍ଦ୍ରସ୍ଥଳ ପଶ୍ଚିମ କାମେଙ୍ଗ ବୋଲି ଜଣାପଡିଛି।

Advertisment

ଏହାର ଠିକ୍ ଦୁଇଘଣ୍ଟା ପରେ ଭୋର୍ ପ୍ରାୟ ୩ଟା ୪୦ରେ ପୁଣିଥରେ ଭୂକମ୍ପ ଅନୁଭୂତ ହୋଇଛି। ଅରୁଣାଚଳପ୍ରଦେଶର ପୂର୍ବ କାମେଙ୍ଗ ଏହାର କେନ୍ଦ୍ରସ୍ଥଳ ବୋଲି ଜଣାପଡିଛି। ରିକ୍ଟର ସ୍କେଲରେ ତୀବ୍ରତା ୩.୪ରେକର୍ଡ କରାଯାଇଛି।

ଏହାର କିଛି ସମୟ ପରେ ଭୋର ପ୍ରାୟ ୫ଟା ୧୩ରେ ତୃତୀୟ ଥର ପାଇଁ କମ୍ପନ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ତୀବ୍ରତା ୩.୨ରେକର୍ଡ କରାଯାଇଛି। ଏହାର କେନ୍ଦ୍ରସ୍ଥଳ ପୂର୍ବ କାମେଙ୍ଗ ବୋଲି ଭୂକମ୍ପ ବି‌ଜ୍ଞାନ କେନ୍ଦ୍ର ଟୁଇଟ୍ କରି ସୂଚନା ଦେଇଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।

Earthquake
Advertisment
Advertisment