Advertisment

ମନଭରି କାନ୍ଦିବା ପାଇଁ ଖୋଲିଲା ଅଜବ ପାର୍ଲର...ଜାଣନ୍ତୁ ରହିଛି କେଉଁ ସୁବିଧା

ଆନ୍ଥୋନୀ ଭିଲିୟୋଟି ନାମକ ଜଣେ ବ୍ୟକ୍ତି ୨୦୨୩ ମସିହାରେ ସୋବ ପାର୍ଲର ଲଞ୍ଚ କରିଥିଲେ। ଏଠାକୁ ଆସିବା ପାଇଁ କିଛିଟା ସର୍ତ୍ତ ରଖାଯାଇଛି। ଏଠାକୁ ଆସୁଥିବା ବ୍ୟକ୍ତି କୌଣସି ମାନସିକ ଚିକିତ୍ସା ନେଉନଥିବା ଆବଶ୍ୟକ।

author-image
Sonali Ojha
ଅଦ୍ୟତନ ହୋଇଛି
New York Sob Parlour

New York Sob Parlour

ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜର ଭାବନା ଥାଏ। ବେଳେବେଳେ ଆମେ ଖୁବ୍ ଖୁସି ଅନୁଭବ କରିବା ସହ ଜୋରରେ ହସନ୍ତି, ବେଳେବେଳେ ଏପରି କିଛି ଘଟେ ଯେ ଜଣେ ବ୍ୟକ୍ତି ବିନା କାରଣରେ କାନ୍ଦିବା ଆରମ୍ଭ କରେ। ଯଦିଓ ସମସ୍ତଙ୍କ ସାମ୍ନାରେ କେହି କାନ୍ଦିବାକୁ ଚାହାଁନ୍ତି ନାହିଁ, ତେବେ ସେମାନେ କେଉଁଠାରେ ଏବଂ କାହା ସାମ୍ନାରେ କାନ୍ଦିବେ? ଏହି ପ୍ରଶ୍ନର ଉତ୍ତର ଦେବାକୁ, ଜଣେ ବ୍ୟକ୍ତି ଏକ ପାର୍ଲର କରିଛନ୍ତି ଯେଉଁଠାରେ ଜଣେ ଆସି ମନଖୋଲି କାନ୍ଦି ପାରିବ।

Advertisment

ଏହା ଅଜବ ଲାଗୁଥାଇପାରେ କିନ୍ତୁ ଏହା ସତ। ବିୟୁଟି ପାର୍ଲରରେ ଲୋକ ସାଜସଜ୍ଜା ହେଉଥିବା ବେଳେ ଏହି ପାର୍ଲରରେ ମନଖୋଲି କାନ୍ଦିବାର ବ୍ୟବସ୍ଥା କରାଯାଇଛି। ଯେଉଁଥିପାଇଁ ସେମାନଙ୍କୁ ଗୋଟିଏ ରୁମ୍ ମଧ୍ୟ ଦିଆଯିବାର ବ୍ୟବସ୍ଥା ରହିଛି। ବୈଜ୍ଞାନିକମାନଙ୍କ ମତରେ ସପ୍ତାହରେ ଥରେ କାନ୍ଦିବାରେ କୌଣସି କ୍ଷତି ନାହିଁ। ଏଭଳି ପରିସ୍ଥିତିରେ ଲୋକଙ୍କ ହୃଦୟକୁ ହାଲୁକା କରିବା ପାଇଁ ଆମେରିକାର ନ୍ୟୁୟର୍କ ସିଟିରେ ଏକ କାନ୍ଦ ପାର୍ଲର ଖୋଲାଯାଇଛି। ଏଠାରେ ଜଣେ ବ୍ୟକ୍ତି ମନର ଦୁଃଖ ଲାଘବ କରିବା ପାଇଁ ମନଖୋଲି କାନ୍ଦି ପାରିବ।

ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁଯାୟୀ, ଆନ୍ଥୋନୀ ଭିଲିୟୋଟି ନାମକ ଜଣେ ବ୍ୟକ୍ତି ୨୦୨୩ ମସିହାରେ ସୋବ ପାର୍ଲର ଲଞ୍ଚ କରିଥିଲେ। ଏଠାକୁ ଆସିବା ପାଇଁ କିଛିଟା ସର୍ତ୍ତ ରଖାଯାଇଛି। ଏଠାକୁ ଆସୁଥିବା ବ୍ୟକ୍ତି କୌଣସି ମାନସିକ ଚିକିତ୍ସା ନେଉନଥିବା ଆବଶ୍ୟକ। ତଥାପି, ପାର୍ଲରର ସାଇନ୍ସ ଥେରାପିଷ୍ଟମାନେ ସେମାନଙ୍କ ସହ ଫୋନରେ କଥାବାର୍ତ୍ତା କରନ୍ତି ଏବଂ ସେମାନଙ୍କୁ ସେମାନଙ୍କର ମାନସିକ ସମସ୍ୟାରୁ ବାହାରିବାରେ ସାହାଯ୍ୟ କରନ୍ତି।

Advertisment

ଆଜିକାଲି ଲୋକମାନେ ଚାପରେ ରହୁଛନ୍ତି। ଏଭଳି ସ୍ଥିତିରେ ସେମାନେ କୌଣସି ସ୍ଥାନରେ ବସି କାନ୍ଦିବା ଦ୍ୱାରା ସାନ୍ତ୍ୱନା ପାଆନ୍ତି। ପାର୍ଲରକୁ ଆସୁଥିବା ଅଧିକାଂଶ ଲୋକ ଘରେ କିମ୍ବା ଅଫିସରେ ଚାପର ଶିକାର ହୋଇଥାଆନ୍ତି ।ଏହା ବ୍ୟତୀତ, ଯଦି ବ୍ରେକଅପ୍ କିମ୍ବା ଖରାପ ସମ୍ପର୍କ ହେତୁ ସେମାନେ ଦୁଃଖିତ ଥାଆନ୍ତି ତେବେ ସେମାନେ ଏଠାକୁ ଆସନ୍ତି ।

ଲୋକମାନେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଏଠାକୁ ଆସନ୍ତି। କିଛି ଲୋକ ୧୦ ମିନିଟ୍ ମଧ୍ୟରେ ଆରାମ ପାଇଥିବାବେଳେ କିଛି ଲୋକ ଏଠାରେ କିଛି ସମୟ ବିତାଇଥା’ନ୍ତି । କାନ୍ଦିବା କୋଠରୀ ଭିତରେ ଆରାମଦାୟକ ଚେୟାର, ଲୁହ ଆକୃତିର ଦର୍ପଣ ଏବଂ ତକିଆ ଅଛି । ଏହିପରି ଅନେକ ଜିନିଷ ଏଠାରେ ରଖାଯାଇଛି ଯେ ଲୋକମାନେ ସେମାନଙ୍କୁ ଦେଖି କାନ୍ଦିବେ ଏବଂ ସେମାନଙ୍କର ଦୁଃଖ ଦୂର କରିବେ । ଏଠାରେ ୩୬ ଟି ପ୍ଲେଲିଷ୍ଟ ଅଛି, ଯେଉଁଠାରେ ଗୀତ ମଧ୍ୟ ଶୁଣିହେବ। ଏଠାକୁ ଆସୁଥିବା ଲୋକମାନଙ୍କ ମତରେ ଏଠାରେ ଏକ ସମ୍ପୂର୍ଣ୍ଣ ପରିବେଶ ମିଳେ ।୧୦-୧୫ମିନିଟ୍ କାନ୍ଦିବା ପରେ, ସେମାନେ ଭଲ ଅନୁଭବ କରନ୍ତି ଏବଂ ନିଜ କାର୍ଯ୍ୟକୁ ଯାଆନ୍ତି ।

Advertisment
Advertisment