Advertisment

Earth Hour: ୨୩ ତାରିଖ ୮.୩୦ ରୁ ୯.୩୦, ରହିବ କିଟ୍‌ କିଟ୍ ଅନ୍ଧାର !

୨୦୧୦ ମସିହା ପରଠାରୁ ସାରା ଦେଶରେ ଆର୍ଥ ଆଓ୍ଵାର କାର୍ଯ୍ୟକ୍ରମ ପାଳନ କରାଯାଉଛି । ସମସ୍ତ ସରକାରୀ ସଂସ୍ଥା, ବିଭିନ୍ନ ସଂଗଠନ, ରାଜନୈତିକ ଦଳ ଓ ଗଣମାଧ୍ୟମ ସଂସ୍ଥା ଗୁଡ଼ିକୁ ଏହି ଆର୍ଥ ଆୱାର ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Earth Hour

Earth Hour

ପୃଥିବୀ ପାଇଁ ଘଣ୍ଟାଟିଏ । ମାର୍ଚ୍ଚ ୨୩ ତାରିଖରେ ୧ ଘଣ୍ଟା ପାଇଁ ବନ୍ଦ ରହିବ ଲାଇଟ୍ । ୨୩ ତାରିଖ ଆର୍ଥ ଆୱାରରେ ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ଯାଏଁ ଲାଇଟ୍, ଫ୍ୟାନ୍ ସମେତ ଘରର ସମସ୍ତ ଇଲେକ୍ଟ୍ରୋନିକ ସାମଗ୍ରୀ ବନ୍ଦ ରଖିବା ଲାଗି ଆହ୍ୱାନ ଦିଆଯାଇଛି । ପୃଥିବୀର ସୁରକ୍ଷା ଲାଗି ପ୍ରତିବର୍ଷ ମାର୍ଚ୍ଚ ମାସର ଚତୁର୍ଥ ଶନିବାର ପୃଥିବୀବାସୀ ୧ ଘଣ୍ଟା ପର୍ଯ୍ୟନ୍ତ ନିଜର ଅନାବଶ୍ୟକ ଇଲେକ୍ଟ୍ରୋନିକ୍‌ ସାମଗ୍ରୀର ସୁଇଚ୍ ଅଫ୍ କରିଥାନ୍ତି ।

Advertisment

ପୃଥିବୀର ସୁରକ୍ଷା ଲାଗି ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ବାଣ୍ଟିବା ଏବଂ ପାଣିପାଗ ପରିବର୍ତ୍ତନର ସମାଧାନ ଲକ୍ଷ୍ୟରେ ଆର୍ଥ ଆୱାର ପାଳନ କରାଯାଇଥାଏ । 

୨୦୧୦ ମସିହା ପରଠାରୁ ସାରା ଦେଶରେ ଆର୍ଥ ଆଓ୍ଵାର କାର୍ଯ୍ୟକ୍ରମ ପାଳନ କରାଯାଉଛି । ସମସ୍ତ ସରକାରୀ ସଂସ୍ଥା, ବିଭିନ୍ନ ସଂଗଠନ, ରାଜନୈତିକ ଦଳ ଓ ଗଣମାଧ୍ୟମ ସଂସ୍ଥା ଗୁଡ଼ିକୁ ଏହି ଆର୍ଥ ଆୱାର ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

Advertisment

୨୦୦୭ ମସିହାରେ ଅଷ୍ଟ୍ରେଲିଆର ସିଡନି ସହରରେ ଲୋକମାନେ ଘଣ୍ଟାଏ କାଳ ଲାଇଟ୍ ବନ୍ଦ ରଖି ଏହାକୁ ପାଳନ କରିଥିଲେ । ୨୦୦୮ ମସିହା ପରଠାରୁ ଏହା ବିଶ୍ୱସ୍ତରରେ ପାଳନ କରାଯାଉଛି । ୨୦୧୦ ମସିହାରେ ଆମେରିକାରେ ୧୬ପ୍ରତିଶତ ଜନସାଧାରଣ ଏହାକୁ ସମର୍ଥନ ଜଣାଇଥିଲେ। ୨୦୧୬ ମସିହାରେ ମୁମ୍ବାଇରେ ଆର୍ଥ ଆଓ୍ଵାର ପାଳନରେ ୮୦ ମେଗାଓ୍ଵାଟ ବିଦ୍ୟୁତ ବଞ୍ଚି ପାରିଥିଲା । 

ବିଶ୍ୱର ୮୮ଟି ରାଷ୍ଟ୍ରର ୪୦୦୦ମହାନଗରୀରେ ପ୍ରତି ବର୍ଷ ଆର୍ଥ ଆୱାର ପାଳନ କରାଯାଉଛି ଓ ପୃଥିବୀ ପୃଷ୍ଠକୁ ସୁରକ୍ଷିତ ରଖିବା ପାଇଁ କୋଟିକୋଟି ଜନତା ପ୍ରତିବର୍ଷ ଅନ୍ତତଃ ଘଣ୍ଟାକ ପାଇଁ ସବୁ ବୈଦ୍ୟୁତିକ ଯନ୍ତ୍ରାଦି ବ୍ୟବହାରକୁ ବନ୍ଦ ରଖୁଛନ୍ତି। ଭାରତ ୨୦୦୯ରେ ଏହି ଅଭିଯାନରେ ସାମିଲ ହେବା ପରଠାରୁ କେବଳ ଦିଲ୍ଲୀରେ ୭୦୦ମେଗାୱାଟ୍‍ ବିଦ୍ୟୁତ୍‍ ଶକ୍ତି ସଂରକ୍ଷଣ ହୋଇପାରିଥିଲା । ବିଦ୍ୟୁତ ବିତରଣକାରୀ ସଂସ୍ଥା ଟାଟା ପାୱାର ମଧ୍ୟ ଏହି ଅଭିଯାନରେ ଯୋଡ଼ି ହୋଇଛି । ସେ ମଧ୍ୟ ଆର୍ଥ ଆୱାର ପାଳନକୁ ସମର୍ଥନ କରିଛି ।

ଦିଲ୍ଲୀ, ମୁମ୍ବାଇ ସମେତ ଲସ୍‌ ଏଞ୍ଜେଲସ୍, ହଂକଂ, ଲଣ୍ଡନ, ସିଡ୍‌ନୀ, ରୋମ୍, ମନିଲା, ସିଙ୍ଗାପୁର, ଦୁବାଇରେ ମଧ୍ୟ ଆର୍ଥା ଆୱାର ପାଳନ କରାଯିବ ।

Earth Hour
Advertisment
Advertisment