Advertisment

ଡେଲିଭରି ବୟଙ୍କ ଔଦ୍ଧତ୍ୟ; ୱାସରୁମ ବ୍ୟବହାର କରିବାକୁ କହି ମହିଳାଙ୍କୁ ଅସଦାଚରଣ

ମହିଳା ତାଙ୍କୁ ପାଟି କରିବା ସହ ଗୋଟେ କଡ଼େଇ ନେଇ ତାଙ୍କ ପିଠିରେ ଆଘାତ କରିଥିଲେ।ଏହାପରେ ଡେଲିଭରି ବୟ ଘରୁ ଦୌଡ଼ି ପଳାଇଥିଲେ। ମହିଳାଜଣଙ୍କ ତାଙ୍କ ପଛରେ ଲିଫ୍ଟ ପର୍ଯ୍ୟନ୍ତ ଦୌଡି ଯିବାବେଳକୁ ସେ ସେଠାରୁ ଚମ୍ପଟ ମାରିଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
bengaluru-techie-sexually-harassed-by-food-delivery-agent

bengaluru-techie-sexually-harassed-by-food-delivery-agent

ଆଜିକାଲି ଆମେ ଅନଲାଇନ୍ ଅର୍ଡର କରି ଖୁବଶୀଘ୍ର ଖାଦ୍ୟ ପାଇପାରୁଛୁ। ଘରେ ବସି ମୋବାଇଲରେ ଅର୍ଡର କରିବା ଖୁବ ସହଜ। ଡେଲିଭରି ବୟ ଘର ଦୁଆରେ ଆଣି ଖାଦ୍ୟ ପହଞ୍ଚାଇ ଦେଉଛନ୍ତି। ତେବେ ଜଣେ ଡେଲିଭରି ବୟ ସଫ୍ଟୱେର ଇଞ୍ଜିନିୟରଙ୍କ ଘରକୁ ଖାଦ୍ୟ ଦେବାକୁ ଯାଇ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

Advertisment

ସୂଚନା ଅନୁସାରେ, ଗତ ୧୭ତାରିଖରେ ବେଙ୍ଗାଲୁରୁର ଜଣେ ମହିଳା ସଫ୍ଟୱେର ଇଞ୍ଜିନିୟର ନିକଟରେ ଥିବା ରେଷ୍ଟୁରାଣ୍ଟରୁ ଏକ ଦୋସା ଅର୍ଡର କରିଥିଲେ। ସନ୍ଧ୍ୟା ପ୍ରାୟ ୬ଟା ୪୫ରେ ଜଣେ ଡେଲିଭରି ବୟ ପାର୍ସଲ ଦେବାପାଇଁ ଆସିଥିଲେ। ସୌଜନ୍ୟତା ଦୃଷ୍ଟିରୁ ତାଙ୍କୁ ପାଣି ପିଇବେ କି ବୋଲି ପଚାରି ଗୋଟେ ଗ୍ଲାସ୍ ପାଣି ଆଣି ଦେଇଥିଲେ। ଡେଲିଭରି ବୟ ପାଣି ପିଇବା ପରେ ସେଠାରୁ ଚାଲିଯାଇଥିଲେ।

ତେବେ କିଛି ସେକେଣ୍ଡ ପରେ ଆସି ତାଙ୍କ କବାଟ ପୁଣି ବାଡେଇଲେ। ମହିଳା କବାଟ ଖୋଲିବା ପରେ, ସେ ୱାସରୁମ୍ ବ୍ୟବହାର କରିବାକୁ ଚାହୁଁଥିବା କହିଲେ। ମହିଳା ତାଙ୍କୁ ଘର ଭିତରେ ଥିବା ୱାସରୁମ ଦେଖାଇଦେଲେ। ସେ ବାହାରକୁ ଆସିବା ପରେ ତାଙ୍କୁ ଯିବାକୁ କହିବାରୁ ସେ ଆଉ ଏକ ଗ୍ଲାସ ପାଣି ମାଗିଲେ। କବାଟ ପାଖରେ ଅପେକ୍ଷା କରିବାକୁ କହିବା ପରେ ମଧ୍ୟ ଡେଲିଭରି ବୟ ନଶୁଣି ତାଙ୍କ ପଛେ ପଛେ ରୋଷେଇ ଘରକୁ ଯାଇଥିଲେ। ସେଠାରେ ହାତ ଧରିବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

Advertisment

ମହିଳାଜଣଙ୍କ ତାଙ୍କୁ ପାଟି କରିବା ସହ କଡେଇ ନେଇ ତାଙ୍କ ପିଠିରେ ଆଘାତ କରିଥିଲେ।ଏହାପରେ ଡେଲିଭରି ବୟ ଘରୁ ଦୌଡ଼ି ପଳାଇଥିଲେ। ମହିଳାଜଣଙ୍କ ତାଙ୍କ ପଛରେ ଲିଫ୍ଟ ପର୍ଯ୍ୟନ୍ତ ଦୌଡି ଯିବାବେଳକୁ ସେ ସେଠାରୁ ଚମ୍ପଟ ମାରିଥିଲେ। ଡେଲିଭରି ବୟର ଆନୁମାନିକ ବୟସ ୨୦ବର୍ଷ ହେବ। ସେ ଏକ ମାସ୍କ ପିନ୍ଧିଥିଲା। ସେ ହିନ୍ଦୀ ଓ ଇଂରାଜୀ ଭାଷାରେ କଥା ହେଉଥିବା ମହିଳା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।

ଏହି ଘଟଣା ପରେ ଫ୍ଲାଟକୁ ଡେଲିଭରି ବୟଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ବିଲ୍ଡିଂରେ ଥିବା ସିସିଟିଭି କ୍ୟାମେରା ଯାଞ୍ଚ କରାଯାଇଛି। ଆକାଶ ନାମକ ଜଣେ ଡେଲିଭରି ବାଳକକୁ ଚିହ୍ନଟ କରାଯାଇଛି । ଖୁବଶୀଘ୍ର ତାଙ୍କୁ ଗିରଫ କରାଯିବ।

Delivery Boy Lady Software Engineer
Advertisment
Advertisment