• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମୃତ୍ୟୁ ପରର ଜୀବନ ସମ୍ପର୍କରେ ଆପଣମାନେ ଅନେକ କଥା ଶୁଣିଥିବେ । ନିଜ ପାପପୁଣ୍ୟର ହିସାବ ପରେ କିଏ ନର୍କ ଯାଏ ତ କିଏ ସ୍ୱର୍ଗ । ତେବେ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । କେବଳ ଶୁଣା କଥା । ମୃତ୍ୟୁ ପରେ ସ୍ଥୁଳ ଶରୀର ନଷ୍ଟ ହୋଇଯାଏ । କିନ୍ତୁ ସୂକ୍ଷ୍ମ ଶରୀର ଆଗକୁ ଯାଏ । କୁହାଯାଏ, ଭଗବାନଙ୍କ ଦରବାରରେ ପାପପୁଣ୍ୟର ହିସାବ ସରିବା ପରେ ପୁଣି ଥରେ ଜୀବନ ଆରମ୍ଭ ହୁଏ । ତେବେ ଏହା ଯେତିକି ରହସ୍ୟମୟ, ସେତିକି ଅବିଶ୍ୱସନୀୟ ମଧ୍ୟ ।

ସ୍କଟ ଡ୍ରାମମଣ୍ଡ ନାମକ ଜଣେ ବ୍ୟକ୍ତି ମୃତ୍ୟୁ ପରର ଜୀବନ କଥା କହି ପୁଣିଥରେ ଏହି ବିତର୍କର ଆରମ୍ଭ କରିଦେଇଛନ୍ତି । ଯେଉଁଠାରେ ବିଜ୍ଞାନ ପହଞ୍ଚି ପାରିନାହିଁ ସେ ହେଉଛନ୍ତି ଭଗବାନ । ସେ ସତରେ ଅଛନ୍ତି କି ନାହିଁ ତାହା କାହାରିକୁ ଜଣା ନାହିଁ । ବିଜ୍ଞାନ ମଧ୍ୟ ତାଙ୍କର ପ୍ରମାଣ ପାଇ ପାରିନାହିଁ । ଏପରି ସ୍ଥଳରେ ଉକ୍ତ ବ୍ୟକ୍ତି ଜଣକ ଭଗବାନଙ୍କୁ ଦେଖିଥିବାର ଦାବି କରିଛନ୍ତି ।

ତାଙ୍କୁ ୨୮ ବର୍ଷ ହୋଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା, ତାହା ବି ମାତ୍ର ୨୦ ମିନିଟ ପାଇଁ । ସେହି ସମୟରେ ସେ ଏକ ଅସାଧାରଣ ଅନୁଭୂତି ପାଇଥିଲେ ବୋଲି କହିଥିଲେ । ଯେତେବେଳେ ତାଙ୍କର ଅପରେସନ ଚାଲିଥିଲା, ସେତେବେଳେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଏପରି ସମୟରେ ସେ ଭଗବାନଙ୍କୁ ଦେଖିଥିଲେ ବୋଲି କହିଛନ୍ତି ।

ତୁମର ଯିବାର ସମୟ ହୋଇ ଯାଇଛି । ପଛକୁ ଦେଖ ନାହିଁ । ଏପରି ଜଣେ ବ୍ୟକ୍ତି କହୁଥିଲେ ବୋଲି ସେ କହିଛନ୍ତି । ‘ମୁଁ ଏହାକୁ ସ୍ପଷ୍ଟ ଭାବେ ମନେ ରଖିଛି । ଏହା କୌଣସି ଚମତ୍କାରଠାରୁ କମ୍ ନଥିଲା । ମତେ ପଛକୁ ନ ଚାହିଁବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଖି ପିଛୁଳାକେ ଏହା ସବୁ ମୋ ସହ ଘଟିଯାଇଥିଲା । ଚାରିଆଡ଼େ ଫୁଲ ଗଛ ଥିଲା । ସେ ବ୍ୟକ୍ତି ମଧ୍ୟ ମୋ ପାଖରେ ଥିଲେ । କିନ୍ତୁ ମୁଁ ତାଙ୍କୁ ଦେଖିପାରିନଥିଲି ।’ ଏପରି କହି ନିଜର ଅନୁଭୂତି ବଖାଣିଛନ୍ତି ଡ୍ରାମମଣ୍ଡ ।

ବାମ ଆଡ଼େ କିଛି ବଡ଼ ବଡ଼ ଓ ଲମ୍ବା ଲମ୍ବା ଗଛ ଥିଲା । ସେ ଗଛଗୁଡ଼ିକ ସାଧାରଣ ଦିଶୁନଥିଲେ । ପତ୍ରଗୁଡ଼ିକ ସାଧାରଣ ପତ୍ର ନଥିଲେ । ଫୁଲ ଗଛ ଗୁଡ଼ିକ ଅଣ୍ଟା ପର୍ଯ୍ୟନ୍ତ ଆସୁଥିଲା ବୋଲି ସେ କହିଛନ୍ତି । ତଥାପି ଯାତ୍ରା ସେଠାରେ ଶେଷ ହେଲା ନାହିଁ । ସେ ସେତେବେଳେ ଇଶ୍ୱରଙ୍କ ଉପସ୍ଥିତି ଅନୁଭବ କଲେ । ପରେ ସେ ମେଘମାନଙ୍କ ମଧ୍ୟରେ ପହଞ୍ଚିବା ପରେ କେହି ଜଣେ ତାଙ୍କୁ କହିଲେ କି, ବର୍ତ୍ତମାନ ଯିବାର ସମୟ ହୋଇନାହିଁ । ବହୁ କାର୍ଯ୍ୟ ବାକି ଅଛି ।

ଏହା ପରେ ତାଙ୍କର ଜୀବନ ଫେରିଥିଲା । ନିଜ ଶରୀରକୁ ଫେରିବା ପରେ ଡ୍ରାମମଣ୍ଡ ନିଜ ଜୀବନର ଉଦ୍ଦେଶ୍ୟ ପାଇସାରିଥିଲେ । ସେ ପ୍ରକାଶ କରିଥିଲେ ଯେ, ଜୀବନ ସହ ଭଲ କରିବାକୁ ହେବ । ଏହି ଦିବ୍ୟ ଅନୁଭୂତି ତାଙ୍କୁ ଇଶ୍ୱର ଥିବାର ପ୍ରମାଣ କରାଇ ଦେଇଥିଲା ।

ଡ୍ରାମମଣ୍ଡଙ୍କ ଅଭିଜ୍ଞତା, ମୃତ୍ୟୁ ପରର ଜୀବନ ଉପରେ ଜ୍ଞାନ ପ୍ରଦାନ କରୁଥିବା ବେଳେ ବୈଜ୍ଞାନିକଙ୍କ ପାଇଁ ଗବେଷଣାର ବାଟ ଖୋଲି ଦେଇଛି । ଏପରି ଅଭିଜ୍ଞତା ମନୋବିଜ୍ଞାନ, ସ୍ନାୟୁ ବିଜ୍ଞାନ ଏବଂ ଦର୍ଶନ କ୍ଷେତ୍ରରେ ଚାଲିଥିବା ଅନୁସନ୍ଧାନ ଏବଂ ବିତର୍କକୁ ନିହାତି ଭାବେ ପ୍ରୋତ୍ସାହିତ କରିବ ।