• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

୨୧ ବର୍ଷୀୟ ଯୁବତୀଙ୍କ ସାଙ୍ଘାତିକ କାରନାମା । ନିଜ ଅପହରଣ ନିଜେ କଲେ । ବାପାଙ୍କଠାରୁ ୩୦ ଲକ୍ଷ ଦାବି କଲେ । ଏପରି ଏକ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣା ଅନୁସାରେ, ବ୍ୟକ୍ତିଜଣକ ଝିଅର ଅପହରଣ ହୋଇଥିବା କହି ପୋଲିସ ପାଖକୁ ଅଭିଯୋଗ କରିବାକୁ ଯାଇଥିଲେ ।

ହାତଗୋଡ଼ ବନ୍ଧା ହୋଇଥିବା ଝିଅର ଫଟୋ ମଧ୍ୟ ଦେଖାଇଥିଲେ ପୋଲିସକୁ । ଏହା ସହ ଝିଅର ମୁକ୍ତି ପାଇଁ ଅପହରଣକାରୀ ୩୦ ଲକ୍ଷ ଦାବି କରିଥିବା କହିଥିଲେ । ତାଙ୍କ ଝିଅ ରାଜସ୍ଥାନ କୋଟାସ୍ଥିତ ଏକ କୋଚିଂ ପ୍ରତିଷ୍ଠାନରେ ନାମ ଲେଖାଇଥିବା ମଧ୍ୟ କହିଥିଲେ । ତେବେ ପ୍ରାଥମିକ ଅନୁସନ୍ଧାନକୁ କୋଟା ପୋଲିସ ଜାଣିବାକୁ ପାଇଛି ଯେ, ଝିଅ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ । ଏବଂ ଏହା ଗୋଟେ ମିଛ କିଡନାପିଂ ।

କୋଟା ପୋଲିସ ଅଧୀକ୍ଷକ ଅମୃତା ଦୁହାନ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଯାଞ୍ଚରେ ଏହା ସ୍ପଷ୍ଟ ଭାବେ ଜଣା ପଡ଼ୁଛି ଯେ, ଝିଅର ଅପହରଣ ହୋଇନାହିଁ । ମିଳିଥିବା ପ୍ରମାଣରୁ ଏହି ଘଟଣା ମିଥ୍ୟା ବୋଲି ଜଣାପଡିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ମାର୍ଚ୍ଚ ୧୮ ରେ ମଧ୍ୟପ୍ରଦେଶର ଶିବପୁରୀରେ ଦାଖଲ ଅଭିଯୋଗ ପରେ ସେମାନେ ଦଳ ଗଠନ କରି ତଦନ୍ତ ଆରମ୍ଭ କରିଦେଇଥିଲେ ।

ଯୁବତୀ ଜଣକ ନିଜର ଦୁଇଜଣ ସାଙ୍ଗଙ୍କ ସହ ଇନ୍ଦୋରରେ ରହୁଥିବା ଜଣା ପଡ଼ିଛି । ଘରଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ସେ ରହୁଥିଲେ । ସେମାନେ ବିଦେଶ ଯିବାକୁ ଚାହୁଁଥିଲେ । ଏଣୁ ସେମାନଙ୍କୁ ଟଙ୍କାର ଆବଶ୍ୟକତା ଥିଲା । ଛାତ୍ରୀଙ୍କ ଜଣେ ବନ୍ଧୁ ମଧ୍ୟ ବୟାନ ଦେଇଛନ୍ତି କି, ସେମାନଙ୍କୁ ଭାରତରେ ପଢ଼ିବାକୁ ଇଚ୍ଛା ହେଉନାହିଁ । ସେମାନେ ବିଦେଶରେ ପଢ଼ିବାକୁ ଚାହୁଁଛନ୍ତି ।

ଅନ୍ୟପଟେ ଗତ ୭ ମାସ ମଧ୍ୟରେ ସେମାନେ କେବେ କୋଟା ଯାଇନଥିଲେ ବୋଲି ପୋଲିସ କହିଛି । ଏହା ଛଡ଼ା କୋଟାର କୌଣସି ଶିକ୍ଷାନୁଷ୍ଠାନରେ ସେମାନେ ନାମ ଲେଖାଇ ନାହାଁନ୍ତି ବୋଲି ମଧ୍ୟ ପୋଲିସ ଜାଣିବାକୁ ପାଇଛି । ଅନ୍ୟପଟେ ଗତ ଅଗଷ୍ଟ ୩ ରେ ଛାତ୍ରୀଙ୍କ ମାଆ ତାଙ୍କ ନାମ ଏକ କୋଚିଂ ଇନଷ୍ଟିଚ୍ୟୁଟକୁ ନେଇଥିଲେ । ପରେ ଅଗଷ୍ଟ ୫ ପର୍ଯ୍ୟନ୍ତ ରହିବା ପରେ ସେ ମଧ୍ୟପ୍ରଦେଶର ଇନ୍ଦୋରକୁ ଚାଲିଯାଇଥିଲେ ବୋଲି ପୋଲିସ କହିଛି ।

ଅନ୍ୟପଟେ ତାଙ୍କ ପିତାମାତାଙ୍କୁ ବିଶ୍ୱାସ ଦେବା ପାଇଁ ସେ ଅନୁଷ୍ଠାନରେ ପଢ଼ୁଛନ୍ତି, ଛାତ୍ରୀ ଜଣକ ଭିନ୍ନ ନମ୍ବରରୁ ପରୀକ୍ଷାରେ ପ୍ରଦର୍ଶନ ନେଇ ବିଭିନ୍ନ ନୋଟିସ ପଠାଉଥିଲେ । ପରେ ପରେ ସେ ଆହୁରି ଆଗକୁ ଯାଇ ନିଜ ଅପହରଣର ନାଟକ ରଚିଥିଲେ । ନିଜ ବନ୍ଧୁଙ୍କ ସାହାଯ୍ୟ ନେଇ ବନ୍ଧା ହୋଇଥିବା ହାତ ଏବଂ ପାଦର ଫଟୋ ଉଠାଇ ବାପାଙ୍କ ନିକଟକୁ ପଠାଇଥିଲେ ଓ ମୁକ୍ତି ପାଇଁ ୩୦ ଲକ୍ଷ ଟଙ୍କା ମାଗିଥିଲେ ।