Advertisment

ଇଟାଲୀ PM ଙ୍କ ଫେକ୍‌ ପର୍ଣ୍ଣ ଭିଡିଓ ଭାଇରାଲ ! ୯୦ ଲକ୍ଷ ଟଙ୍କା ଦାବି କଲେ ମେଲୋନି..

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ବ୍ୟବହାର କରି ଏବେ ବିଶ୍ୱର ବିଶିଷ୍ଟ ବ୍ୟକ୍ତିମାନଙ୍କ ଡିପଫେକ୍ ଭିଡିଓ କରାଯାଉଥିବା ଦେଖିବାକୁ ମିଳୁଛି। ଯାହା ଚିନ୍ତାର ବିଷୟ ପାଲଟିଛି। ଏପରିକି ଏଥିରୁ ବର୍ତ୍ତି ନାହାନ୍ତି ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି।

author-image
Manoranjan Behera
ଅଦ୍ୟତନ ହୋଇଛି
Giorgia Meloni

Giorgia Meloni

ଡିପଫେକ୍‌ର ଶିକାର ହେଲେ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି। ଡିପଫେକ୍‌ ଦ୍ୱାରା ମେଲୋନିଙ୍କ ଅଶ୍ଲୀଳ(ପର୍ଣ୍ଣ) ଭିଡିଓ ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ସେ ମାନହାନୀ ମାମଲା ରୁଜୁ କରି ୯୦ ଲକ୍ଷ ଟଙ୍କା ଦାବି କରିଛନ୍ତି। ତଦନ୍ତ ଅନୁଯାୟୀ ୨ଜଣ ବ୍ୟକ୍ତି ଅନ୍ୟ ଜଣଙ୍କ ଶରୀରରେ ମେଲୋନିଙ୍କ ମୁହଁ ଲଗାଇ ଅଶ୍ଲୀଳ ଭିଡିଓ କରିଥିବା ସୂଚନା ମିଳିଛି। ଏନେଇ ସେମାନଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ ହୋଇଛି।

Advertisment

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ବ୍ୟବହାର କରି ଏବେ ବିଶ୍ୱର ବିଶିଷ୍ଟ ବ୍ୟକ୍ତିମାନଙ୍କ ଡିପଫେକ୍ ଭିଡିଓ କରାଯାଉଥିବା ଦେଖିବାକୁ ମିଳୁଛି। ଯାହା ଚିନ୍ତାର ବିଷୟ ପାଲଟିଛି। ଏଥିରୁ ବର୍ତ୍ତି ନାହାନ୍ତି ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି। ଡିପଫେକ୍‌ ଦ୍ୱାରା ତାଙ୍କର ପର୍ଣ୍ଣ(ଅଶ୍ଳୀଳ) ଭିଡିଓ କରାଯାଇ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି। ଜଣେ ୪୦ ବର୍ଷୀୟ ବ୍ୟକ୍ତି ଓ ତାଙ୍କ ୭୩ ବର୍ଷୀୟ ବାପା ଏହି କାଣ୍ତ କରିଥିବା ସୂଚନା ମିଳିଛି। ତେବେ ଏହି ଡିପଫେକ୍‌ ଭିଡିଓଟି ୨୦୨୨ରେ ଭାଇରାଲ ହୋଇଥିଲା। ଯେବେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ଭିଡିଓ ଅପଲୋଡ୍‌ ହୋଇଥିବା ଫୋନ୍‌କୁ ଟ୍ରାକ୍‌ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଭିଡିଓକୁ ଆମେରିକାର ଏକ ପର୍ଣ୍ଣ ୱେବସାଇଟ୍‌ରୁ ଅପଲୋଡ୍‌ କରାଯାଇଥିବା ସୂଚନା ମିଳିଛି। ତେବେ ଅଭିଯୁକ୍ତଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଅନୁଯାୟୀ ତାଙ୍କୁ ଜେଲ୍‌ ହୋଇପାରେ। ପ୍ରଧାନମନ୍ତ୍ରୀ ମୋଲୋନି ଜୁଲାଇ ୨ରେ ଏନେଇ କୋର୍ଟରେ ହାଜର ହେବେ।

Advertisment

ମେଲୋନିଙ୍କ ପକ୍ଷରୁ ମାନହାନୀ ମାମଲା ରୁଜୁ କରାଯିବା ସହ ୯୦ ଲକ୍ଷ ଟଙ୍କା ମଧ୍ୟ ଦାବି କରାଯାଇଛି। ମେଲୋନିଙ୍କ ଟିମ୍‌ କହିଛି ଯେ, ଏହି ଟଙ୍କାରେ ପୁରୁଷ ମାନଙ୍କ ଦ୍ୱାରା ନିର୍ଯାତନା ଶିକାର ହୋଇଥିବା ପୀଡିତ ମହିଳାଙ୍କ ଉପରେ ଖର୍ଚ୍ଚ ହେବ। ବର୍ତ୍ତମାନ ସମୟରେ ଡିପଫେକ୍‌ର ବିପଦ ଦିନକୁ ଦିନ ଘନେଇବାରେ ଲାଗିଛି। ଏହା ଆମ ସମସ୍ତଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। ଡିପଫେକ୍‌ ବିଷୟବସ୍ତୁ ତିଆରି କରିବା ପାଇଁ AI ର ବ୍ୟବହାର କରିବା ଅତ୍ୟନ୍ତ ସମସ୍ୟାଜନକ।

ମିଥ୍ୟା ତଥ୍ୟର ପ୍ରଚାର କିମ୍ବା ମନ୍ଦ ଉଦ୍ଦେଶ୍ୟ ରଖି ଡିପଫେକ୍‌ ବିଷୟବସ୍ତୁ ପ୍ରସ୍ତୁତ କରାଯାଉଛି। ଲୋକଙ୍କୁ ହତାଶ, ଅପମାନିତ ଓ ତଳୁଆ କରି ଦେଖାଇବା ପାଇଁ ଡିପଫେକର ସାହାରା ନିଆଯାଉଛି। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଡିପଫେକ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଓ ବିଭ୍ରାନ୍ତ ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ରହିଛି।

Deepfake Videos Italy
Advertisment
Advertisment