• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ.. ବର୍ତ୍ତମାନ ପ୍ରାୟ ସବୁ କ୍ଷେତ୍ରରେ ବ୍ୟବହାର ହେଉଛି । AI ରେ ଯେଉଁ ଦେଶ ଯେତେ ଉନ୍ନତ, ସେ ଦେଶ ସେତେ ଶକ୍ତିଶାଳୀ । ବହୁ କାର୍ଯ୍ୟରେ AI ବ୍ୟବହାର କରୁଛି ମଣିଷ । ଦୈନନ୍ଦିନ ଜୀବନଶୈଳୀକୁ ସହଜ କରୁଛି ଏଆଇ । ବର୍ତ୍ତମାନ AI କୁ ନେଇ ବୈଜ୍ଞାନିକମାନେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛନ୍ତି । ବର୍ତ୍ତମାନ ମତ୍ୟୁର ସମୟ ମଧ୍ୟ ଏଆଇ କହିପାରିବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ।

ଡେନମାର୍କର ଗବେଷଣାକାରୀମାନେ କୃତ୍ରିମ ବୁଦ୍ଧିମତା ସହ ଲକ୍ଷ ଲକ୍ଷ ଲୋକଙ୍କ ତଥ୍ୟ ବ୍ୟବହାର କରି ଏପରି ସିଦ୍ଧାନ୍ତରେ ପହଞ୍ଚିଛନ୍ତି । ଜଣେ ବ୍ୟକ୍ତିଙ୍କ ଜୀବନର ଆୟୁ କେତେ ତାହା ବର୍ତ୍ତମାନ ଏଆଇ ସାହାଯ୍ୟରେ ଜାଣି ହେବ । ଜୀବନରେ ଘଟିଥିବା ଘଟଣା ସହ ନିଜର ତଥ୍ୟ ମିଳାଇ ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମୃତ୍ୟୁର ସମୟ ଓ ତାରିଖ କହିପାରିବ ।

ଲାଇଫ ୨ ଭେକ୍ ହେଉଛି ଏପରି ଏକ ସଫ୍ଟୱେୟାର ଯାହା ଭବିଷ୍ୟତ ଜାଣିବାରେ ସାହାଯ୍ୟ କରିବ । ଦିଆଯାଇଥିବା ତଥ୍ୟ ସହ ମେଳ କରି ଏହା ଭବିଷ୍ୟ ଗଣନା କରିପାରିବ । ଏହି AI ସ୍ୱାସ୍ଥ୍ୟ ସହ ବିଭିନ୍ନ ପ୍ରକାର ଘଟଣାବଳୀର ପୂର୍ବାନୁମାନ କରିପାରିବ । ଯେପରି କେଉଁ ସମୟରେ ପ୍ରସବ ହେବ, ମେଦବହୁଳତା ହେବ କି ନାହିଁ, କ୍ୟାନସରର କେତେ ସମ୍ଭାବନା ଆଦି ଅନେକ ସମସ୍ୟାର ସମାଧାନ କରିପାରିବ । ଏହା ମଧ୍ୟ ପୂର୍ବାନୁମାନ କରିପାରେ ଯେ ବ୍ୟକ୍ତି ଜଣକ ନିଜ ଜୀବନକାଳରେ କେତେ ଟଙ୍କା ରୋଜଗାର କରିବ ।

ଏଆଇ ବ୍ୟବହାରରେ ଲାଗିଥିବା ଏହି ଆଲଗୋରିଦମ, ChatGPT ପରି ସମାନ ପ୍ରକ୍ରିୟାରେ ବିଶ୍ଲେଷଣ କରେ । ଏହା ସତ୍ତ୍ୱେ ଜୀବନ, ଶିକ୍ଷା, ସାମାଜିକ ଲାଭ କିମ୍ବା କାର୍ଯ୍ୟସୂଚୀ ଭଳି ଜୀବନକୁ ପ୍ରଭାବିତ କରୁଥିବା ଭେରିଏବଲଗୁଡ଼ିକୁ ମଧ୍ୟ ଅତି ସୁନ୍ଦର ଭାବେ ବିଶ୍ଳେଷଣ କରିପାରେ ।

ଗୋଟିଏ ଦୃଷ୍ଟିରୁ ଦେଖିଲେ ଜୀବନର ଘଟଣାବଳୀ ପ୍ରାୟତଃ ସମାନ । ଜନ୍ମ ହେବା ପରେ ଶିଶୁ ଶିକ୍ଷା ନିଏ, ଏହା ପରେ ପେଟ ପୋଷିବା ପାଇଁ ଟଙ୍କା ରୋଜଗାର କରେ । ପରେ ବିବାହ କରେ, ପୁଣି ନିଜ ପିଲାଙ୍କର ଲାଲନପାଳନରେ ସମୟ ଅତିକ୍ରାନ୍ତ କରିଯାଏ । ଏହି ସବୁ ଘଟଣାରୁ ତଥ୍ୟ ବାହାର କରି ଏଆଇ ମୃତ୍ୟୁ ସମୟ ଜାଣିବାକୁ ଚେଷ୍ଟା କରେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସପ୍ଟୱେୟାରକୁ ସାର୍ବଜନୀନ କରାଯାଇନାହିଁ ।

ମୃତ୍ୟୁକୁ ନେଇ ଲାଇଫ୍ 2 ଭେକ୍ ର ଗଣନା ଅନୁଯାୟୀ ପ୍ରାୟ ୭୮ ପ୍ରତିଶତରେ ଆଲଗୋରିଦମ ଠିକ୍ ଅଛି । ଖୁବଶୀଘ୍ର ଏହାକୁ ସାଧାରଣରେ ବ୍ୟବହାର ଉପଯୋଗୀ କରାଯିବ ବୋଲି ଲେହମାନ କହିଛନ୍ତି ।