• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଯୁଦ୍ଧ ଟ୍ୟାଙ୍କ ପାଇଁ ଦେଶର ପ୍ରଥମ ସ୍ୱଦେଶୀ ଇଞ୍ଜିନର ପରୀକ୍ଷଣ । ମହିଶୂରର ଭାରତ ଆର୍ଥ ମୁଭର୍ସ ଲିମିଟେଡ୍ -ଇଂଜିନ ଡିଭିଜନରେ ୧୫ ହର୍ଶପାୱାରର ଏହି ସ୍ୱଦେଶୀ ଇଞ୍ଜିନର ପରୀକ୍ଷଣ ହୋଇଛି । ବୈଷୟିକ ସ୍ଥିରତା ଦୃଷ୍ଟିରୁ ପରୀକ୍ଷଣ ଜେନେରେସନ୍ ୱାନ ସମ୍ପୂର୍ଣ୍ଣ ହେବାର ଏକ ପ୍ରମାଣ ।

ଜେନେରେସନ୍-୨ ରେ DRDOର ପ୍ରୟୋଗଶାଳା କମ୍ବାଟ ଭେୟିକିଲ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟରେ ଏହି ଇଞ୍ଜିନର ବିଭିନ୍ନ ସ୍ତରରେ ପରୀକ୍ଷଣ କରାଯିବ । ଯୁଦ୍ଧ ବିମାନରେ ବ୍ୟବହାର ଏବଂ ଏହାର କାର୍ଯ୍ୟକାରିତା ନେଇ ପରୀକ୍ଷା ହେବ । ୨୦୨୫ ମଧ୍ୟଭାଗ ସୁଦ୍ଧା ଏହି ପ୍ରୋଜେକ୍ଟ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ଇଞ୍ଜିନ ପରୀକ୍ଷଣ ବେଳେ ଉପସ୍ଥିତ ଥିବା ପ୍ରତିରକ୍ଷା ସଚିବ ଗିରିଧର ଅରମାନେ କହିଛନ୍ତି, ପ୍ରତିରକ୍ଷା କ୍ଷେତ୍ରରେ ଦେଶର ଦକ୍ଷତା, ବୈଷୟିକ କୌଶଳର ପ୍ରଦର୍ଶନ ସହ ଆତ୍ମନିର୍ଭର ଭାରତ ପାଇଁ ପ୍ରତିବଦ୍ଧତା ଦର୍ଶାଇଛି ଏହି ଉପଲବ୍ଧି । ସେହିପରି ଭାରତ ଆର୍ଥ ମୁଭର୍ସ ଲିମିଟେଡ୍ ସିଏମଡି ଶାନ୍ତନୁ ରୟ କହିଛନ୍ତି, ଦେଶର ପ୍ରତିରକ୍ଷା କ୍ଷେତ୍ରରେ BEMLର ଅବଦାନକୁ ଏହା ଆହୁରି ମଜବୁତ୍ କରିଛି ।

ସୂଚନାଯୋଗ୍ୟ ଗତ ସୋମବାର ଭାରତ ଅନେକ ଯୁଦ୍ଧାସ୍ତ୍ରଯୁକ୍ତ ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ କରିସାରିଛି । ଏଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ 'ମିଶନ ଦିବ୍ୟାସ୍ତ୍ର' ବୋଲି ମଧ୍ୟ ଘୋଷଣା କରି ସାରିଛନ୍ତି । DRDO ଦ୍ୱାରା ବିକଶିତ ଅଗ୍ନି-୫ ମିସାଇଲ MIRV ଟେକ୍ନୋଲୋଜିସମ୍ପନ୍ନ । ଅର୍ଥାତ୍ ଏହା ଏକାଧିକ ଯୁଦ୍ଧାସ୍ତ୍ର ବହନ କରିପାରିବ ଏବଂ ବିଭିନ୍ନ ସ୍ଥାନକୁ ଟାର୍ଗେଟ ମଧ୍ୟ କରି ପାରିବ ।

ଆଣ୍ଟି ବାଲିଷ୍ଟିକ ମିସାଇଲ ସିଷ୍ଟମରୁ ମଧ୍ୟ ଏହା ନିଜକୁ ସୁରକ୍ଷା ପ୍ରଦାନ କରିପାରିବ । ଏହି କ୍ଷମତାସମ୍ପନ୍ନ ମିସାଇଲ ନିର୍ମାଣରେ ବିଶ୍ୱରେ ଷଷ୍ଠ ଦେଶ ହୋଇଛି ଭାରତ । ପୂର୍ବରୁ ଆମେରିକା, ଚୀନ, ଋଷ, ଫ୍ରାନ୍ସ, ବ୍ରିଟେନ ପାଖରେ ଏହି କ୍ଷମତା ଥିଲା । ଅନ୍ୟପଟେ DRDOର ବୈଜ୍ଞାନିକମାନଙ୍କ ଏପରି ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।