Advertisment

ନ୍ୟୁରାଲିଙ୍କର କମାଲ୍; ଭାବିବା ମାତ୍ରେ ଚାଲୁଛି କମ୍ପ୍ୟୁଟର, ଖେଳି ହେଉଛି ଚେସ୍, ଦେଖନ୍ତୁ ଭିଡିଓ

ଭିଡିଓରେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ୨୯ବର୍ଷିୟ ନୋଲାଣ୍ଡ ଆର୍ବାଗ। ଏହ ଦୁର୍ଘଟଣାରେ ତାଙ୍କର କାନ୍ଧ ତଳକୁ କାମ କରିବା ବନ୍ଦ କରିଦେଇଥିଲା। ଏହାପରେ ସେ ପାରାଲିସିସରେ ଆକ୍ରାନ୍ତ ହୋଇ ଜୀବନ ଅତିବାହିତ କରୁଛନ୍ତି। ଭିଡିଓରେ ସେ ଏହି ବ୍ରେନ ଚିପ୍ ସାହାଯ୍ୟରେ ଚେସ୍ ଖେଳୁଥିବା ଦେଖିବାକୁ ମିଳିଛି।

author-image
Sonali Ojha
ଅଦ୍ୟତନ ହୋଇଛି
Neuralinks first patient

Neuralink's first patient

ଆମେ ଅଧିକାଂଶ ସମୟରେ ଅନେକ କଥା ଭାବିଥାଉ। ସ୍ୱପ୍ନ ବି ଦେଖୁ। ମାତ୍ର ଭାବିଲେ କିଛି କାମ ହୋଇନଥାଏ। କାମ କଲେ ହିଁ ଫଳ ମିଳିଥାଏ। ମାତ୍ର ଏହାକୁ ଭୁଲ ପ୍ରମାଣିତ କରିଛି ଏଲନ ମସ୍କଙ୍କ ନ୍ୟୁରାଲିଙ୍କ୍। ବ୍ରେନ ଚିପ୍ ସାହାଯ୍ୟରେ କରାଯାଇଥିବା ଆରବପତି ଏଲନ ମସ୍କଙ୍କ ପ୍ରୟାସ ସଫଳ ହୋଇଛି। ଜଣେ ପକ୍ଷାଘାତ ବା ପାରାଲିସିସ୍ ରୋଗୀ ଚିନ୍ତା କରିବା ମାତ୍ରେ କମ୍ପ୍ୟୁଟର କଣ୍ଟ୍ରୋଲ କରିବା ସହ ଚେସ୍ ବି ଖେଳି ପାରୁଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସଂପୂର୍ଣ୍ଣ ସତ।

Advertisment

ନିକଟରେ ଏଲନ ମସ୍କଙ୍କ କମ୍ପାନୀ ଜଣେ ବ୍ୟକ୍ତିଙ୍କ ମସ୍ତିଷ୍କରେ ବ୍ରେନ ଚିପ୍ ଲଗାଇଥିଲା। ଯାହାଫଳରେ ପାରାଲିସିସ୍ ରୋଗୀ ଏବେ ବ୍ରେନ ଚିପ୍ ସାହାଯ୍ୟରେ କାମ କରିପାରୁଛନ୍ତି। କେବେଳ ସେତିକି ନୁହେଁ, ଅନଲାଇନରେ ଗେମ୍ ଖେଳିବାଠାରୁ ଆରମ୍ଭ କରି କମ୍ପ୍ୟୁଟର କଣ୍ଟ୍ରୋଲ ମଧ୍ୟ କରିପାରୁଛନ୍ତି। ଗତକାଲି ବ୍ରେନ ଚିପ୍ ଷ୍ଟାର୍ଟଅପ୍ ନ୍ୟୁରାଲିଙ୍କ୍ ଏନେଇ ସୂଚନା ଦେଇଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି।

ଅଧିକ ପଢ଼ନ୍ତୁ: ରୋବଟ କୁକୁର ସହ ଖେଳୁଛି ସତସତିକା କୁକୁର, ଦେଖନ୍ତୁ ଭିଡିଓ ...

ଭିଡିଓରେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ୨୯ବର୍ଷିୟ ନୋଲାଣ୍ଡ ଆର୍ବାଗ। ଏହ ଦୁର୍ଘଟଣାରେ ତାଙ୍କର କାନ୍ଧ ତଳକୁ କାମ କରିବା ବନ୍ଦ କରିଦେଇଥିଲା। ଏହାପରେ ସେ ପାରାଲିସିସରେ ଆକ୍ରାନ୍ତ ହୋଇ ଜୀବନ ଅତିବାହିତ କରୁଛନ୍ତି। ଭିଡିଓରେ ସେ ଏହି ବ୍ରେନ ଚିପ୍ ସାହାଯ୍ୟରେ ଚେସ୍ ଖେଳୁଥିବା ଦେଖିବାକୁ ମିଳିଛି। ଡିଜିଟାଲ୍ ମାଧ୍ୟମରେ ସେ ଚେସ୍ ଖେଳୁଛନ୍ତି।

Advertisment

ଲାଇଭଷ୍ଟ୍ରିମ୍ ସମୟରେ ନୋଲାଣ୍ଡ କହିଛନ୍ତି ଯେ ଆପଣ ସମସ୍ତେ କର୍ସର୍ ସ୍କ୍ରିନରେ ବୁଲୁଥିବାର ଦେଖିପାରୁଥିବେ ତାହା ମୁଁ ଖେଳୁଛି। ଏହି ଭିଡିଓରେ ଆର୍ବାଗ୍ ମଧ୍ୟ ମସ୍ତିଷ୍କ-କମ୍ପ୍ୟୁଟର ଇଣ୍ଟରଫେସ୍ ବ୍ୟବହାର କରିବାର ପ୍ରକ୍ରିୟା ବର୍ଣ୍ଣନା କରୁଥିବା ଦେଖାଯାଇଛି । ସେ କହିଛନ୍ତି, " ମୋର ଡାହାଣ ହାତ, ବାମ, ଡାହାଣ, ଆଗକୁ, ପଛକୁ କରିବା ନେଇ ମୁଁ କେବଳ ଚିନ୍ତା କରୁଛି ଆଉ ଏପଟେ କର୍ସର୍ ଚଳପ୍ରଚଳ କରୁଛି ।"

ଆର୍ବାଗ୍ ଆହୁରି ମଧ୍ୟ କହିଛନ୍ତି ଯେ ସେ ନ୍ୟୁରାଲିଙ୍କ୍ ପରୀକ୍ଷଣରେ ଅଂଶଗ୍ରହଣ କରି ନିଜକୁ ଭାଗ୍ୟବାନ ମନେ କରୁଛନ୍ତି। ସେ କହିଛନ୍ତି ମୁଁ ଏହା ମଧ୍ୟ ବର୍ଣ୍ଣନା କରିପାରିବି ନାହିଁ ଯେ ଏହା କରିବା କେତେ ଖୁସି ଦେଇଛି।

ନ୍ୟୁରୋଲିଙ୍କ କ’ଣ?

୨୦୧୬ରେ ମସ୍କଙ୍କ ଦ୍ୱାରା ପ୍ରତିଷ୍ଠିତ, ନ୍ୟୁରାଲିଙ୍କ ହେଉଛି ଏକ ମସ୍ତିଷ୍କ-ଚିପ୍ ଷ୍ଟାର୍ଟଅପ୍ । ଏହି କମ୍ପାନୀ ବ୍ରେନ ଚିପ ଇଣ୍ଟରଫେସ ତିଆରି କରିଥାଏ । ଏହାକୁ ମାନବ ମସ୍ତିଷ୍କରେ ପ୍ରତିରୋପଣ କରାଯାଇପାରେ । ଚିପ୍ ସାହାଯ୍ୟରେ ସିଗନାଲ କମ୍ୟୁଟର କିମ୍ବା ଫୋନକୁ ଟ୍ରାନ୍ସମିଟ କରାଯାଇ ପାରେ ।

ଏହା ଏକ ମୁଦ୍ରାପରି ଉପକରଣ, ଯାହା ଖପୁରୀରେ ଅସ୍ତ୍ରୋପଚାର କରି ଲଗାଯାଏ । ଏହାର ଅଲ୍ଟ୍ରା-ପତଳା ତାରଗୁଡ଼ିକ ମସ୍ତିଷ୍କକୁ ଯାଇ ଏକ ମସ୍ତିଷ୍କ-କମ୍ପ୍ୟୁଟର ଇଣ୍ଟରଫେସ୍ (BCI) ବିକଶିତ କରେ । ଡିସ୍କ ମସ୍ତିଷ୍କ କାର୍ଯ୍ୟକଳାପକୁ ପଞ୍ଜୀକୃତ କରି ଏହାକୁ ଏକ ସାଧାରଣ ବ୍ଲୁଟୁଥ୍ ସଂଯୋଗ ମାଧ୍ୟମରେ ସ୍ମାର୍ଟଫୋନ୍ ଭଳି ଏକ ଉପକରଣକୁ ପଠାଇଥାଏ।

ଚଳିତ ବର୍ଷ ଫେବୃଆରୀରେ ମସ୍କ କହିଛନ୍ତି ଯେ ନ୍ୟୁରାଲିଙ୍କରୁ ମସ୍ତିଷ୍କ ଚିପ୍ ଲଗାଯାଇଥିବା ପ୍ରଥମ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। କେବଳ ଚିନ୍ତା କରି ସେ କମ୍ପ୍ୟୁଟର ମାଉସ୍ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ସ୍ପେସ ଇଭେଣ୍ଟରେ ମସ୍କ କହିଛନ୍ତି ଯେ ରୋଗୀ କେବଳ ଚିନ୍ତା କରିବା ପରେ କାମ ହୋଇଯିବ।

Elon Musk
Advertisment
Advertisment