ମାତ୍ର ଗୋଟେ କିସ୍ କରି ପାଇଲେ କୋଟି କୋଟି ଟଙ୍କା । କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗିଥାଇପାରେ ହେଲେ ଏହା ସତ । ହଲିଉଡ୍ ସୁନ୍ଦରୀ କାଇଲି ଜେନ ଏ ନେଇ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । କାଇଲି ହେଉଛନ୍ତି ପ୍ରଥମ ମହିଳା ଯାହାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପ୍ରାୟ 300 ମିଲିୟନ୍ ଫଲୋର୍ସ ଅଛନ୍ତି ।
ଦିଲ୍ଲୀରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି। ଏନେଇ କ୍ଲିନିକାଲ ପ୍ରମାଣ ମିଳିଛି।
ଆମ ଦୁନିଆର ସବୁଠାରୁ ସୁନ୍ଦର ଆଉ କ୍ୟୁଟ୍ ସ୍ଥାନ ରହିଛି ଜାପାନରେ । ଜାପାନ ପ୍ରତିଟି କ୍ଷେତ୍ର ବିକାଶ ଆଉ ଆଧୁନିକତାର କଥା ବଖାଣିଥାଏ । ହେଲେ ଏହି ଦେଶରେ ହିଁ ରହିଛି ଅନେକ ବିଚିତ୍ର ସ୍ଥାନ । ଆଉ ସେ ସବୁ ସ୍ଥାନର ରହିଛି ଅନେକ ବିଶେଷତ୍ତ୍ୱ, ଇତିହାସ ଆଉ ରହସ୍ୟ… ସେହିଭଳି ଏକ ସ୍ଥାନ ହେଉଛି, ଜାପାନରେ ଥିବା 'ଫକ୍ସ ଭିଲେଜ' ବା 'କୋକିଶିଆଳ ମାନଙ୍କ ଗାଁ' । ଏଠାରେ ରୁହନ୍ତି ଶହ ଶହ ସଂଖ୍ୟାରେ କୋକିଶିଆଳ ବା ଫକ୍ସ । ଆଉ ଏହି କାରଣରୁ ସ୍ଥାନଟି ବିଶ୍ୱ ପ୍ରସିଦ୍ଧ ହୋଇସାରିଛି । ତେବେ କଣ ଏହି ସ୍ଥାନର ରହସ୍ୟ… ଚାଲନ୍ତୁ ଜାଣିବା ।
ମହଙ୍ଗା ପଡ଼ିଲା ସମାଜବାଦୀ ପାର୍ଟିର ସଭା। ଲକ୍ଷ୍ନୌରେ ସମାଜବାଦୀ ପାର୍ଟିର ମିଶ୍ରଣ ପର୍ବରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା।
ଉଡ଼ାଣ ଭରିବା ପାଇଁ ଏକାସଙ୍ଗେ ଗୋଟିଏ ରନ୍ୱେରେ ଆସିଗଲା ୨ଟି ବିମାନ। ଦୁଇ ବିମାନ ମଧ୍ୟରେ ଧକ୍କା ହୋଇଥାନ୍ତା, ହେଲେ ଉଚିତ୍ ସମୟରେ ସଠିକ୍ ନିଷ୍ପତ୍ତି ଯୋଗୁ ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇଛି।
ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୪୧କୁ ବୃଦ୍ଧି ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଦେଇଛି।
ଦିଆସିଲି ଖୋଳରେ ରହିପାରୁଛି 5.5 ମିଟର ଶାଢ଼ୀ । ତେଲେଙ୍ଗାନାର ଜଣେ ବୁଣାକାର ନଲ୍ଲା ବିଜୟ ଏହି ନିଆରା ଶାଢ଼ୀକୁ ତିଆରି କରିଛନ୍ତି । ତିଆରି କରିବା ପରେ ସେ ଏହି ଶାଢ଼ୀକୁ ତେଲଙ୍ଗାନା ମନ୍ତ୍ରୀ କୋଟି ରାମା ରାଓ, ପି ସବିତା ଇନ୍ଦିରା ରେଡ୍ଡୀ, ଭି ଶ୍ରୀନିବାଶ ଗୌଡ ଓ ଏରାବେଲ୍ଲି ନୟାକର ରାଓଙ୍କ ସାମ୍ନାରେ 5.5ମିଟର ଲମ୍ବା ଶାଢୀ ପ୍ରଦର୍ଶନ କରିଛନ୍ତି ।
ଆପଣଙ୍କ ଶରୀରର ମୁହଁ, ବେକ, ହାତ ଓ ପାଦର ଚମଡା ପରି ଖପୁରି ତ୍ୱଚା ଓ କେଶ ମଧ୍ୟ ସୂର୍ଯ୍ୟକିରଣରୁ ରକ୍ଷାକାରୀ ଉପାୟ ଦରକାର କରିଥାଏ। କେଶକୁ ସୂର୍ଯ୍ୟକିରଣ ବା ଅଲଟ୍ରାଭାଓଲେଟ୍ ରଶ୍ମୀରୁ ରକ୍ଷା କରିପାରିଲେ ହିଁ ସୁସ୍ଥ କେଶ ପାଇଁ କରୁଥିବା ଅନ୍ୟ ଉପାୟ ଓ ଚିକିତ୍ସା ଫଳପ୍ରଦ ହୋଇଥାଏ।
ଶୀତ ଦିନର ସବୁଠୁ ବଡ଼ ସମସ୍ୟା ହେଉଛି ରୂପି ବା ଡାଣ୍ଡ୍ରଫ୍ । ରୂପି ଏକ ସାଧାରଣ ସମସ୍ୟା । ହେଲେ ଶୀତଦିନେ ଏହା ଅଧିକ ପରିମାଣରେ ଦେଖାଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ବିଭିନ୍ନ ଘରୋଇ ଉପଚାର ବିଷୟରେ ଜଣେଇବୁ ଯାହାକି ଆପଣଙ୍କ ରୂପି ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ ।
ଆଜି ୨୦୨୨ ମସିହା, ଜାନୁୟାରୀ ମାସ, ୧୫ ତାରିଖ, ଶନିବାର, ମକର ୨ ଦିନ, ପୌଷ ମାସ , ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ମୃଗଶିରା ନକ୍ଷତ୍ର, ବୃଷ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ…
ଆଜିକାଲି ଯେଉଁମାନେ ଅନ୍ଲାଇନ୍ରେ ଜିନିଷ କିଣୁଛନ୍ତି ସେମାନଙ୍କ ଆଗ୍ରହ ବ୍ରିଟେନର ବିରଳ ୫୦ ପେନ୍ସ ମୁଦ୍ରା ପ୍ରତି ଆସିଛି। ଲୋକମାନେ ଏହାକୁ କିଣିବା ପାଇଁ ଅନ୍ଲାଇନ୍ରେ ବହୁତ ଖୋଜ୍ କରୁଛନ୍ତି।
ପ୍ରେମ ମାନେ ନାହିଁ ଜାତି-ଧର୍ମ-ବର୍ଣ୍ଣ। ପ୍ରେମ ହୋଇଗଲେ ସବୁ କିଛି ସୁନ୍ଦରର ଲାଗେ। ବୟସ ବି ଫରକ ପଡେନି। ଜଣେ ୬୧ ବର୍ଷର ବୃଦ୍ଧା ତାଙ୍କଠାରୁ ୨୮ ବର୍ଷ ସାନ ଯୁବକଙ୍କୁ ବାହା ହୋଇ ଚର୍ଚ୍ଚାରେ ଅଛନ୍ତି।
କୁକୁର ବି ଟିଭି ଦେଖିପାରେ। ସେ ମଧ୍ୟ ଏଥିରୁ ଉଠେଇପାରେ ମଜା। ଭାଇରାଲ୍ ହେଉଥିବା ଏହି ଭିଡିଓରେ କୁକୁରଟି ମାଲିକାଣୀ ସହ ବସି ଟିଭି ଦେଖୁଛି ଆଉ କଥା ହେଉଛି।
ଆମେରିକାର ଜଣେ ବାରିକ ନିଜ ସେଲୁନକୁ ଆସୁଥିବା ଗ୍ରାହକଙ୍କ କେଶ କାଟିବା ପରେ ସେସବୁକୁ ସାଇତି ରଖି ଦୁନିଆର ସବୁଠୁ ବଡ ମାନବ କେଶ ବଲ ତିଆରି କରିଛନ୍ତି ।
ବିଦାୟୀ ବର୍ଷର ଡିସେମ୍ବର ୮ ତାରିଖରେ ଦେଶର ପ୍ରଥମ ସିଡିଏସ୍ ବିପିନ ରାୱତଙ୍କୁ ନେଇ ଯାଉଥିବା ବାୟୁସେନାର ଏମଆଇ-୧୭ଭି୫ ହେଲିକପ୍ଟର ତାମିଲନାଡୁର କୁନ୍ନୁର ଠାରେ କ୍ରାଶ ହୋଇଥିଲା ।
ସ୍ଥିତି ଅଣାୟତ୍ତ ହେବାରୁ ଲୋକଙ୍କ ଉପରେ ଲାଠିମାଡ଼ ସହ ନିର୍ଘାତ ପ୍ରହାର ହୋଇଛି । ଫଳରେ ବହୁ ଢିଙ୍କିଆ ବାସୀ ଆହତ ହୋଇଥିବା ବେଳେ କିଛି ପୋଲିସ କର୍ମଚାରୀ ବି ପାଲଟା ଆକ୍ରମଣର ଶିକାର ହୋଇଥିବା ଏସ୍ପି କହିଛନ୍ତି ।
ବଢି ବଢି ଚାଲିଛି ‘ପୁଷ୍ପା’ ଷ୍ଟାରର୍ ଅଲ୍ଲୁ ଅର୍ଜୁନ୍ଙ୍କ ପ୍ରଶଂସକଙ୍କ ସଂଖ୍ୟା। ଏ ଦିଗରେ ସେ ପ୍ରଭାସ, ରାମ ଚରଣ ଓ ଏନ୍ଟିଆର୍ଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି।
କୋନ୍ନଗରକୁ ଏବେ ବାଟା ନଗର ବୋଲି କୁହାଯାଉଛି। ଭାରତରେ ବାଟା ତା’ର କାରଖାନା ୧୯୩୧ରେ ଖୋଲିଲା। ସେତେବେଳକୁ ଭାରତର ଜୋତା ବଜାରରେ ଜାପାନରେ ତିଆରି ହେଇଥିବା ଜୋତାର ଏକଚାଟିଆ କାଟ୍ତି ଚାଲିଥାଏ। ବାଟା କମ୍ପାନୀ ପ୍ରାଥମିକ ଭାବରେ ଭାରତରେ କେବଳ କପଡ଼ା ଓ ରବର ଚପଲ ତିଆରି ଆରମ୍ଭ କଲା।
ମହାମାରୀ କରୋନା ବର୍ତ୍ତମାନ ସମଗ୍ର ବିଶ୍ୱରେ ପୁଣି ତାର କାୟା ବିସ୍ତାର କରିଲାଣି । ପୁରା ଦୁନିଆକୁ ତା ସଂକ୍ରମଣରେ କଲବଲ କଲାଣି । ହେଲେ ନିଜକୁ ଏହି ଭାଇରସ ଠାରୁ ସୁରକ୍ଷିତ ରଖିବା ପାଇଁ ସବୁଠାରୁ ଉତ୍ତମ ଏବଂ ଗୁରୁତ୍ୱପୂର୍ଣ୍ଣ ଉପାୟ ହେଉଛି ପରିଷ୍କାର ପରିଚ୍ଛନ୍ନତା । ନିଜର ଯତ୍ନ ନେବା ଏବଂ ବାରମ୍ବାର ପାଣି ଏବଂ ସାବୁନରେ ହାତ ଧୋଇବା । ଯାହା ଦ୍ୱାରା ଏହି ଭୂତାଣୁ ଶରୀରରେ ପହଞ୍ଚିବ ନାହିଁ।
ପୁଣି ବଢିଲା ସୁନାର ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୭,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୧୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ସୁନାର ଦାମ୍ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟରେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୬,୯୬୦ ଟଙ୍କା ଓ ୫୧,୨୨୦ ଟଙ୍କା ରହିଛି ।
ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି ଦକ୍ଷିଣ ଆଫ୍ରିକା । ପ୍ରଥମ ମ୍ୟାଚ୍ ଭାରତ ଜିତିଥିବା ସତ୍ତ୍ୱେ ସିରିଜ ହରାଇଛି ଦଳ । କାରଣ ସିରିଜର ବାକି ୨ଟି ମ୍ୟଚରେ ଦକ୍ଷିଣ ଆଫ୍ରିକାଠୁ ଶୋଚନୀୟ ପରାଜୟ ବରଣ କରିଛି ଟିମ୍ ଇଣ୍ଡିଆ ।
ଜାନୁୟାରୀ ୧୧ ଅପରାହ୍ନ ୩ ଟା । ସେଦିନ କଳାହାଣ୍ଡି ପାଇଁ ଥିଲା କାଳ ସମୟ । ଏକ ଘଣ୍ଟାର କୂଆ ପଥର ବର୍ଷା ଉଜୁଡେଇ ଦେଇଥିଲା ଚାଷୀଙ୍କ ବର୍ଷକର ଜୀବନ ଜୀବିକା ।
ଭିସା ବାତିଲ ହେବା ପରେ ସର୍ବିଆର ଏହି ଟେନିସ ଷ୍ଟାରଙ୍କ ଚଳିତ ବର୍ଷର ଅଷ୍ଟ୍ରେଲିଆ ଓପନ୍ ଖେଳିବା ଆଶା ଧୂଳିସାତ୍ ହୋଇଯାଇଥିବା ପରି ଲାଗୁଛି । ଡିଫେଣ୍ଡିଂ ଚାମ୍ପିଅନ୍ ଜୋକୋଭିଚ୍ ଏ ବର୍ଷର ଅଷ୍ଟ୍ରେଲିଆ ଓପନ୍ରେ ଟପ୍ ସିଡ୍ ଥିଲେ ।
ଏକ ନିଆରା ତଥା ରହସ୍ୟମୟ ଆଇଲ୍ୟାଣ୍ଡ । ଯାହାର ନାଁ କ୍ଲିପର୍ଟନ୍ ଅଇଲ୍ୟାଣ୍ଡ । ଏହା ପ୍ରଶାନ୍ତ ମହାସାଗରରେ ମାତ୍ର ୬ କିଲୋମିଟର ବର୍ଗ କ୍ଷେତ୍ରରେ ବ୍ୟାପ୍ତ । ଏହି ଦ୍ୱୀପ ସହ ଏକ କାହାଣୀ ମଧ୍ୟ ଯୋଡି ହୋଇ ରହିଛି । ପାଖାପାଖି ୧୯୧୦ରେ ଏଠାରେ ଲୋକମାନେ ବସବାସ କରୁଥିଲେ । କିନ୍ତୁ ମେକ୍ସିକୋରେ ସିଭିଲ୍ ୱାର ପରେ ଏହି ଦ୍ୱୀପକୁ ଯେପରି ସମସ୍ତେ ଭୁଲିଗଲେ । ହେଲେ କାହିଁକି । ଏହାପରେ ସେଠାରେ ଥିବା ଲୋକମାନଙ୍କ ଅବସ୍ଥା କଣ ହୋଇଥିଲା । ଏଭଳି ଅନେକ ପ୍ରଶ୍ନକୁ ନେଇ ଚାଲନ୍ତୁ ଜାଣିବା ଏହି ଆଇଲ୍ୟାଣ୍ଡର ରହସ୍ୟ ।
ମା’ର ପଣତକୁ ନେଇ ଭାବପ୍ରବଣ ହୋଇଛନ୍ତି ବଲିଉଡ୍ ଅଭିନେତା ଅନୁପମ ଖେର୍। ଏନେଇ ସେ ଏକ ଭିଡିଓ ଶେୟାର କରିଛନ୍ତି, ଯାହା ଲୋକଙ୍କ ମନ କିଣୁଛି।