• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓ୍ୱାର୍ଲଡ ନମ୍ବର ଓ୍ୱାନ୍ ଟେନିସ୍ ଷ୍ଟାର ନୋଭାକ୍ ଜୋକୋଭିଚ୍‌ ପୁଣି ହଟହଟା । ଦ୍ୱିତୀୟ ଥର ପାଇଁ ତାଙ୍କ ଭିସା ବାତିଲ କଲା ଅଷ୍ଟ୍ରେଲିଆ । ଜୋକୋଭିଚ୍ କୋଭିଡ୍ ୧୯ ଟିକା ନେଇନଥିବା ଯୋଗୁଁ  ତାଙ୍କ ଭିସା ବାତିଲ କଲା ଅଷ୍ଟ୍ରେଲିଆ । ଏନେଇ ସୂଚନା ଦେଇଛନ୍ତି ଅଷ୍ଟ୍ରେଲିଆର ଇମିଗ୍ରେସନ୍ ମନ୍ତ୍ରୀ । ଅଷ୍ଟ୍ରେଲିଆବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି ।

ଭିସା ବାତିଲ ହେବା ପରେ ସର୍ବିଆର ଏହି ଟେନିସ ଷ୍ଟାରଙ୍କ ଚଳିତ ବର୍ଷର ଅଷ୍ଟ୍ରେଲିଆ ଓପନ୍ ଖେଳିବା ଆଶା ଧୂଳିସାତ୍ ହୋଇଯାଇଥିବା ପରି ଲାଗୁଛି । ଡିଫେଣ୍ଡିଂ ଚାମ୍ପିଅନ୍ ଜୋକୋଭିଚ୍ ଏ ବର୍ଷର ଅଷ୍ଟ୍ରେଲିଆ ଓପନ୍‌ରେ ଟପ୍ ସିଡ୍ ଥିଲେ । ଆଉ ଏଥର ମଧ୍ୟ ଟାଇଟଲ୍ ଜିତିବା ପାଇଁ ତାଙ୍କୁ ଫେଭରାଇଟ୍ କୁହାଯାଇଥିଲା । ଗତ ୫ ତାରିଖରେ ସେ ମେଲବୋର୍ଣ୍ଣରେ ପହଞ୍ଚିବା ପରେ ତାଙ୍କ ଭିସାକୁ ଅଷ୍ଟ୍ରେଲିଆନ୍ ବର୍ଡର ଫୋର୍ସ ବାତିଲ କରିଦେଇଥିଲା ।

ତେବେ ଅଷ୍ଟ୍ରେଲିଆ ଓପନ୍‌ରେ ଖେଳିବା ପାଇଁ ତାଙ୍କୁ କୋଭିଡ୍ ଟିକା ନେବା ବାଧ୍ୟତାମୂଳକ ସର୍ତ୍ତରୁ ଛାଡ଼ ମିଳିଛି ବୋଲି କହିଥିଲେ ଜୋକୋଭିଚ୍ । ହେଲେ ଏହି ଛାଡ଼କୁ ଅଷ୍ଟ୍ରେଲିଆ ସରକାର ଖାରଜ କରିଦେବା ସହ ଭିସାକୁ ବାତିଲ କରିଦେଇଥିଲେ । ଏହାପରେ ତାଙ୍କୁ ମେଲବୋର୍ଣ୍ଣର ଏକ ହୋଟେଲରେ ଅଟକ ରଖାଯାଇଥିଲା ।