/odishatv-khabar/media/post_attachments/uploadimage/library/16_9/16_9_0/hailstorm_1642161321.jpg)
hailstorm
କାଳ ହୋଇ ବର୍ଷିଲା କୁଆ ପଥର । ଅଦିନରେ ଆସି ଲୋକଙ୍କୁ ଅକଳରେ ପକାଇଲା । କଳାହାଣ୍ଡିରେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଗତ ୧୧ ତାରିଖରେ କୂଆ ପଥର ବର୍ଷା ଜୀବନ ଜୀବିକାକୁ ଯଥେଷ୍ଟ ପ୍ରଭାବିତ କରିଛି । କେବଳ ଚାଷ ଉଜାଡି ଦେଇଛି, ତାହା ନୁହେଁ ବଡବଡ ଗଛ ଭାଙ୍ଗିବା ସହିତ ଅନେକ କୁଡିଆ ଘର ଭାଙ୍ଗି ଯାଇଛି । ଏବେ ଦୁଖକଷ୍ଟରେ ଅନେକ ଗରିବ ପରିବାର ମାନେ ।
ଜାନୁୟାରୀ ୧୧ ଅପରାହ୍ନ ୩ ଟା । ସେଦିନ କଳାହାଣ୍ଡି ପାଇଁ ଥିଲା କାଳ ସମୟ । ଏକ ଘଣ୍ଟାର କୂଆ ପଥର ବର୍ଷା ଉଜୁଡେଇ ଦେଇଥିଲା ଚାଷୀଙ୍କ ବର୍ଷକର ଜୀବନ ଜୀବିକା । ମଣ୍ଡିରେ ଚାଷୀଙ୍କ ଧାନକୁ ମାଡ କରିବା ସଙ୍ଗେ ସଙ୍ଗେ ଶହଶହ ଏକର ପନି ପରିବା ଚାଷକୁ ଦେଖୁଦେଖୁ ବରବାଦ କରିଦେଲା । କୂଆପଥର ଏତେ ମାଡ ହୋଇଥିଲା ଯେ ସମଗ୍ର ଅଂଚଳରେ କେଉଁଠି ୬ ଇଂଚ ତ କେଉଁଠି ୧ ଫୁଟର ଆସ୍ତରଣ ଜମି କାସମିର ର ଭ୍ରମ ସୃଷ୍ଟି କରିଥିଲା । ଏଥିରେ ବିଶେଷ ପ୍ରଭାବତ ହୋଇଛନ୍ତି ଗାଁ ଗହଳିର ଚାଳଛପର ରେ ରହୁଥିବା ଲୋକେ । ସେହିପରି ଶହଶହ ଏକର ପରିବା ଫସଲ ଆଖି ଆଗରେ ଦେଖୁଦେଖୁ ନଷ୍ଟ ହୋଇଗଲା । ଏହା ସହିତ ଗାଁ ମାନଙ୍କରେ ପ୍ରବଳ କରାମାଡ ଯୋଗୁଁ ଲୋକଙ୍କ ଘର ଭାଙ୍ଗି ଯାଇଛି ।
କୁଆପଥର ମାଡ଼ ଘର ଭାଙ୍ଗିଦେବା ସହ ଘର ଭିତରେ ଗଦା ହୋଇଯାଇଥିଲା । ଲୋକେ ଜୀବନ ବଞ୍ଚାଇବାକୁ ତ୍ରାହି ତ୍ରାହି ଡାକୁଥିଲେ । ଏବେ କିଛି ପରିସ୍ଥିତି ସାମାନ୍ୟ ହୋଇଛି ସତ ହେଲେ ସେ ସମୟର ଭୟ ଲୋକଙ୍କ ମନରୁ ଯାଇନାହିଁ । ଏବେ ନିଜ ଘର ସଜାଡିବାଠୁ ଆରମ୍ଭ କରି ବର୍ଷଯାକର ଜୀବନ ଜିବିକା ଚିନ୍ତାରେ ଅନେକ ପରିବାର । ଜୁନାଗଡ ବ୍ଲକର ପ୍ରାୟ ୭ ଟି ପଞ୍ଚାୟତ ସହିତ ଧର୍ମଗଡ ବ୍ଲକର ରାରାପୁର ପଂଚାୟତର ଏହି ବର୍ଷା ତାଣ୍ଡବ ରଚେଇ ଚାଲିଯାଇଛି ସତ । ହେଲେ ଏହି ଦୁର୍ବିପାକରେ ସେମାନଙ୍କ ପାଖରେ ଠିଆ ହେବାକୁ କେହି ନାହିଁ ।
ଧର୍ମଗଡ଼ରୁ ଇଙ୍ଗିତ ପଣ୍ଡାଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)