• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୨୦୨୨ ମସିହା, ଜାନୁୟାରୀ ମାସ, ୧୫ ତାରିଖ, ଶନିବାର, ମକର ୨ ଦିନ, ପୌଷ ମାସ , ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ମୃଗଶିରା ନକ୍ଷତ୍ର, ବୃଷ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ…

ମେଷ- କର୍ମ କ୍ଷେତ୍ରରେ ବାଧାବିଘ୍ନ ଦେଖାଯିବା ସହିତ ମନରେ ଭୟ ସୃଷ୍ଟି ହୋଇପାରେ । ଶରୀରରେ କୌଣସି ଅଙ୍ଗରେ ଆଘାତ ଲାଗିବାର ସମ୍ଭାବନା ରହିଛି । ବ୍ୟବସାୟୀ ମାନେ ବ୍ୟବସାୟରେ ଲାଭ ପାଇପାରିବେ ।

  • ପ୍ରତିକାର- ହଳଦୀ ପାଣିରେ ସ୍ନାନ କରନ୍ତୁ

 

ବୃଷ-କର୍ମ କ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବାରୁ ଖୁସି ଅନୁଭବ କରିପାରନ୍ତି । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରିବ । ପରିବାରରେ ଖୁସିରେ ସମୟ ଅତିବାହିତ କରିବେ, ବାକି ପଡିଥିବା ଅର୍ଥ ଆଦାୟ ହୋଇପାରେ ।

  • ପ୍ରତିକାର- ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ

ମିଥୁନ- ସାମାନ୍ୟ ଘଟଣାକୁ ନେଇ ପରିବାରରେ ତିକ୍ତତା ଦେଖା ଦେଇପାରେ । ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବାର ଆଶା ଅଛି । ଗୁପ୍ତଶତ୍ରୁ କିଛି ଅସୁବିଧାରେ ପକାଇ ପାରନ୍ତି, ବ୍ୟବସାୟରେ କଳହ ହୋଇପାରେ ।

  • ପ୍ରତିକାର- ଗଣେଷ ମହାପ୍ରଭୁଙ୍କୁ ଦର୍ଶନ କରନ୍ତୁ

 

କର୍କଟ- ଘରକୁ ଅତିଥିଙ୍କର ଆଗମନ ହୋଇପାରେ ଏବଂ ସୁସ୍ୱାଦୁ ଭୋଜନ କରିପାରନ୍ତି । ବ୍ୟବସାୟ ବାଣିଜ୍ୟରେ ସଫଳତା ପାଇପାରିବେ । ଭବିଷ୍ୟତ ଲାଗି ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । ଛାତ୍ରଛାତ୍ରୀମାନେ ପାଠପଢାରେ ମନ ବଳାଇପାରନ୍ତି ।

  • ପ୍ରତିକାର- ଧଳା ରୁମାଲ ପାଖରେ ରଖନ୍ତୁ

 

ସିଂହ - ପ୍ରାଇଭେଟ୍ ବିଭାଗରେ କାର୍ଯ୍ୟରତ ଥିବା ବ୍ୟକ୍ତିଙ୍କୁ ଶୁଭ ଖବର ମିଳିପାରିବ । ଆର୍ଥିକ ଚିନ୍ତା ପ୍ରତ୍ୟେକ କାର୍ଯ୍ୟରେ ବିଳମ୍ବ ମନକୁ ଭାରାକ୍ରାନ୍ତ କରିପାରେ । ଘରେ ମାଙ୍ଗଳିକ କାର୍ଯ୍ୟ ପାଇଁ ବନ୍ଧୁଙ୍କର ସହଯୋଗ ଲୋଡିପାରନ୍ତି ।

  • ପ୍ରତିକାର- ଗ୍ରାମ ଦେବୀଙ୍କୁ ଦର୍ଶନ କରନ୍ତୁ

 

କନ୍ୟା- ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ, କର୍ମ କ୍ଷେତ୍ରରେ ଅପମାନିତ ହେବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟଗତ ପୀଡା ଦେଖାଦେବ ଏବଂ ଅଳସୁଆପଣ ଦେଖାଯିବ । ଅପରାହ୍ନ ପରେ ସବୁ ଠିକ୍ ଠାକ୍ ହୋଇଯିବ ।

  • ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

 

ତୁଳା – ବହୁ ଦିନରୁ ଚିନ୍ତା କରିଥିବା କାର୍ଯ୍ୟକୁ ପୂରଣ କରିପାରନ୍ତି । ଶତ୍ରୁ ମାନେ କିଛି ବି କ୍ଷତି ପହଁଞ୍ଚାଇପାରନ୍ତି, ତେଣୁ ସତର୍କ ରୁହନ୍ତୁ । ଯାହାକୁ ଟଙ୍କା ଧାର ଦେଇଥିଲେ ସେ ଆଜି ଫେରସ୍ତ କରିବେ, ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟ ସାଥ୍ ଦେ‌ଇପାରନ୍ତି ।

  • ପ୍ରତିକାର- ମାଙ୍କୁ ପ୍ରଣାମ କରନ୍ତୁ

 

ବିଛା -ପରିବାରରେ ହସଖୁସିର ବାତାବରଣ ରହିବ ଏବଂ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିପାରେ । ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କଲେ ମଧ୍ୟ ମନରେ ଦୁଃଶ୍ଚିନ୍ତା ରହିପାରେ । ଘରକୁ ଅତିଥି ଆସିବେ ଏବଂ ସୁସ୍ୱାଦୁ ଭୋଜନ କରିପାରନ୍ତି ।

  • ପ୍ରତିକାର- ଶ୍ରୀ ହନୁମାନ ଚାଳିଶା ପାଠ କରନ୍ତୁ

 

ଧନୁ -ଆଜି ଅଧିକ ସମୟ ପୂଜାପୂଜିରେ ଅତିବାହିତ କରିପାରନ୍ତି । ସୁସ୍ୱାଦୁ ଭୋଜନ ଏବଂ ବସ୍ତ୍ର ‌ଆଭୂଷଣ ପ୍ରାପ୍ତିର ଯୋଗ ରହିଛି । ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ଏବଂ ଭାତୃ ବିବାଦ ଦୂରେଇଯାଇପାରେ ।

  • ପ୍ରତିକାର- ମଥାରେ ଚନ୍ଦନ ଧାରଣ କରନ୍ତୁ

 

ମକର - ସନ୍ତାନ ମାନଙ୍କ କାର୍ଯ୍ୟକଳାପକୁ ଦେଖି ବାପା ମା ଚିନ୍ତାଗ୍ରସ୍ତ ହୋଇପାରନ୍ତି । କମ୍ପ୍ୟୁଟର ବିଭାଗରେ କାର୍ଯ୍ୟରତ ଥିବା ବ୍ୟକ୍ତି ଶୁଭଫଳ ପାଇପାରିବେ । ଶତ୍ରୁ ମାନେ ମିତ୍ରତାର ହାତ ବଢାଇବେ, ଯାନାବାହାନ କ୍ରୟ କରିବା ପାଇଁ ସୁଯୋଗ ମିଳିପାରିବ ।

  • ପ୍ରତିକାର- ମହାଦେବଙ୍କୁ ଅପରାଜିତା ଫୁଲ ଅର୍ପଣ କରନ୍ତୁ

 

କୁମ୍ଭ –କର୍ମ କ୍ଷେତ୍ର ହେଉ କିମ୍ବା ପରିବାରରେ ସାମାନ୍ୟ ଅସନ୍ତୋଷ ଦେଖାଯଆଇପାରେ । ବାଣିଜ୍ୟ ବ୍ୟବସାୟରେ ଆଶାନୁରୂପ ଲାଭ ପାଇପାରିବେ । ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିପାରନ୍ତି ।

  • ପ୍ରତିକାର- କାଉ, ପାରାଙ୍କୁ ଖାଦ୍ୟ ଦିଅନ୍ତୁ

 

ମୀନ- କର୍ମ କ୍ଷେତ୍ରରେ ମାନସମ୍ମାନ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇପାରେ । ମନ ମୁତାବକ କାର୍ଯ୍ୟ କରିବାର ସୁଯୋଗ ପାଇପାରନ୍ତି । ସ୍ୱାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ବୃଦ୍ଧି ହେବ, ପ୍ରତ୍ୟେକ କାର୍ଯ୍ୟ ଶୁଭଫଳ ପାଇପାରନ୍ତି ।

ପ୍ରତିକାର- ମଥାରେ ହଳଦୀ ଟିକା ଲଗାନ୍ତୁ