Advertisment

Salman Khan: ରଶ୍ମିକାଙ୍କ ସହିତ ନାଚିଲେ ସଲମାନ; ଜମିଲା କେମେଷ୍ଟ୍ରୀ, ଆପଣ ବି କହିବେ ଜବରଦସ୍ତ

ରିଲିଜ୍ ହୋଇଛି 'ସିକନ୍ଦର ନାଚେ'ର ପୂରା ଗୀତ। ଏହି ଟ୍ରାକ୍‌ରେ ସଲମାନ ଖାନ ତାଙ୍କ ସିଗ୍ନେଚର୍ ଷ୍ଟାଇଲ୍ ଏବଂ ଦମଦାର ଡ୍ୟାନ୍ସ ମୁଭ୍ସ ସହିତ ପୂରା ସ୍କ୍ରିନ୍‌ରେ ଛାଇ ଯାଇଛନ୍ତି। ଜମୁଛି ଭାଇଜାନ୍ ଆଉ ରଶ୍ମିକାଙ୍କ କେମେଷ୍ଟ୍ରୀ।

author-image
Pramod Behera
ଅଦ୍ୟତନ ହୋଇଛି
Salman Khan Rashmika Mandanna cemestry in Sikandar

Salman Khan Rashmika Mandanna cemestry in Sikandar

'ସିକନ୍ଦର ନାଚେ'ର ଟିଜର ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ସୃଷ୍ଟି କରିସାରିଛି ଏବଂ ବର୍ତ୍ତମାନ ପୂରା ଗୀତ ଏହି କ୍ରେଜ୍‌କୁ ଆହୁରି ବଢାଇଲାଣି। ଗୀତରେ ସ୍ୱାଗ୍ ଭରା ହୁକ୍ ଷ୍ଟେପ୍ ଦେଖିବାକୁ ମିଳେ, ଯାହା ଲୋକପ୍ରିୟ 'ଡବକେ' ଡ୍ୟାନ୍ସ ଫର୍ମ ଦ୍ୱାରା ଅନୁପ୍ରାଣିତ। ଆହୁରି ମଧ୍ୟ, ଗୀତର ଗ୍ରାଣ୍ଡ୍‌ ସେଟ୍‌ଅପ୍ ଏହାକୁ ଆହୁରି ଗ୍ରାଣ୍ଡ୍ କରିଦେଇଛି।

Advertisment

ଏହି ଟ୍ରାକ୍‌ରେ ସଲମାନ ଖାନ ତାଙ୍କ ସିଗ୍ନେଚର୍ ଷ୍ଟାଇଲ୍ ଏବଂ ଦମଦାର ଡ୍ୟାନ୍ସ ମୁଭ୍ସ ସହିତ ପୂରା ସ୍କ୍ରିନ୍‌ରେ ଛାଇ ଯାଇଛନ୍ତି। ସେହିପରି ସାଉଥ୍ ସୁନ୍ଦରୀ ରଶ୍ମିକା ମନ୍ଦାନା ପ୍ରତ୍ୟେକ ଫ୍ରେମ୍‌ରେ ନିଜର ଗ୍ରେସ୍ ଏବଂ ଏନର୍ଜୀ ସହିତ ଧମାଲ କରୁଛନ୍ତି। ଗୀତର ଉଭୟ ଭିଜୁଆଲ୍ ଏବଂ ମ୍ୟୁଜିକାଲ୍ ଟ୍ରିଟ୍ ପ୍ରଶଂସକଙ୍କୁ ସମ୍ପୂର୍ଣ୍ଣ ମନୋରଞ୍ଜନ ଯୋଗାଉଛି।

ଅଧିକ ପଢ଼ନ୍ତୁ: ଇଣ୍ଟର୍‌ନେଟ୍‌ରେ ହଇଚଇ ସୃଷ୍ଟିକରୁଛି ‘ସିକନ୍ଦର’ର ଟିଜର; ସଲମାନଙ୍କ ଡାଏଲଗ ଲଗଉଛି ନିଆଁ

Advertisment

କେବଳ ଏତିକି ନୁହେଁ, ଗୀତକୁ ଚମତ୍କାର କରିବା ଏବଂ ଏହାକୁ ଏକ ନୂତନ ସ୍ତରକୁ ନେଇଯିବାର ଶ୍ରେୟ ନିର୍ମାତା ସାଜିଦ ନାଡିଆଡୱାଲା ଏବଂ ନିର୍ଦ୍ଦେଶକ ଆର୍. ମୁରୁଗାଦାସ୍‌ଙ୍କ ପ୍ରତି ଯାଏ। କାରଣ ସେମାନେ ତୁର୍କୀର ଚମତ୍କାର ବ୍ୟାକ୍‌ଡ୍ରପ୍ ଏବଂ ସ୍ୱତନ୍ତ୍ର ନୃତ୍ୟଶିଳ୍ପୀଙ୍କୁ ସାମିଲ୍ କରି ଏହାକୁ ଆହୁରି ଗ୍ରାଣ୍ଡ୍ କରିଦେଇଛନ୍ତି।

ସଲ୍‌ମାନ୍‌ ଖାନ୍ ଏବଂ ରଶ୍ମିକା ମନ୍ଦାନାଙ୍କ ସହ ଏହି ତୁର୍କୀ ନୃତ୍ୟଶିଳ୍ପୀମାନେ ପୂରା ତାଳ ମିଳାଇ ଷ୍ଟେପ୍ ପ୍ରଦର୍ଶନ କରୁଛନ୍ତି, ଯାହା ଗୀତରେ ଏକ ଭିନ୍ନ ଆକର୍ଷଣ ଯୋଡିଛି। ତୁର୍କୀ ନୃତ୍ୟଶିଳ୍ପୀଙ୍କ ସ୍ପର୍ଶ ସହିତ ଅହମ୍ମଦ ଖାନଙ୍କ କୋରିଓଗ୍ରାଫି ଏହି ଏନର୍ଜେଟିକ୍ ଟ୍ରାକ୍‌କୁ ଆହୁରି ଆଶ୍ଚର୍ଯ୍ୟଜନକ କରିଦେଇଇଛି।

‘ସିକନ୍ଦର ନାଚେ’ ଆରମ୍ଭ ହେବା ମାତ୍ରେ ସଲମାନ ଏବଂ ରଶ୍ମିକାଙ୍କ ମଧ୍ୟରେ କେମେଷ୍ଟ୍ରୀ ସ୍ପଷ୍ଟ ଭାବରେ ଦେଖିବାକୁ ମିଳେ, ଯାହା ଅନ୍-ସ୍କ୍ରିନ୍ ଯୋଡି ପାଇଁ ଏକ ନୂଆ ବେଞ୍ଚ୍‌ମାର୍କ ସ୍ଥିର କରେ । ଏହି ଗୀତର ଜବରଦସ୍ତ ଏନର୍ଜୀ, ରଙ୍ଗୀନ ଭିଜୁଆଲ୍ ଏବଂ ଦମଦାର ଡ୍ୟାନ୍ସ ମୁଭ୍ସ୍ ଏହାକୁ ରେଡିଓ ଠାରୁ ଆରମ୍ଭ କରି ଡ୍ୟାନ୍ସ ଫ୍ଲୋର ପର୍ଯ୍ୟନ୍ତ ସବୁଠାରେ ରାଜ୍ କରିବାକୁ ପ୍ରସ୍ତୁତ କରୁଛି।

ହାଇ ଏନର୍ଜୀ ଗୀତ ‘ସିକନ୍ଦର ନାଚେ’କୁ JAM8 ର ଶକ୍ତିଶାଳୀ ସଙ୍ଗୀତ ଦ୍ୱାରା ଜୀବନ ଦିଆଯାଇଛି। ସିଦ୍ଧାନ୍ତ ମିଶ୍ରଙ୍କ ଆକର୍ଷଣୀୟ କଣ୍ଠସ୍ୱର ଏବଂ ରିଫ୍ ଗୀତର ଭାବ ସ୍ଥିର କରିଥିବାବେଳେ ସମୀୟରଙ୍କ ଲିରିକ୍ସ ସବୁ ବିଟ୍‌କୁ ଗଭୀରତା ଏବଂ ଷ୍ଟାଇଲ୍ ଦେଇଛି।

ଅଧିକ ପଢ଼ନ୍ତୁ: ‘ସିକନ୍ଦର’ର ହୋଲି ଗୀତ ‘ବମ୍‌ ବମ୍‌ ଭୋଲେ’ରେ ରହିଛି ଅନେକ ଭୁଲ୍; ଜାଣନ୍ତୁ…

Salman Khan Rashmika Mandanna Bollywood Sikandar
Advertisment
Advertisment