Advertisment

Tips and Tricks: ଆପଣଙ୍କ କହୁଣୀ ଏବଂ ଆଣ୍ଠୁ କଳା ପଡୁଛି କି… ମାନନ୍ତୁ ଏହି ଟିପ୍ସ, କିଛି ସମୟରେ ଚମକିବ

କହୁଣୀ ଏବଂ ଆଣ୍ଠୁ କଳା ପଡିବା ଏକ ସାଧାରଣ ସମସ୍ୟା। କିନ୍ତୁ ଏହାକୁ ନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ। ଆପଣଙ୍କ ରୋଷେଇ ଘରେ ଏମିତି କିଛି ସାଧାରଣ ଜିନିଷ ଅଛି, ଯାହାକୁ ବ୍ୟବହାର କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

author-image
Pramod Behera
ଅଦ୍ୟତନ ହୋଇଛି
Remove darkness from elbows and knees with homemade pack

Remove darkness from elbows and knees with homemade pack

ଅନେକ ଲୋକଙ୍କ କ୍ଷେତ୍ରରେ କହୁଣୀ ଏବଂ ଆଣ୍ଠୁ କଳା ପଡିବା ଏକ ସାଧାରଣ ସମସ୍ୟା। ଅନେକ ସମୟ ଆମେ ଆମର ମୁହଁ ଏବଂ ଶରୀରର ଚର୍ମର ଯତ୍ନ ପ୍ରତି ଧ୍ୟାନ ଦେଇଥାଉ, କିନ୍ତୁ ଆଣ୍ଠୁ ଏବଂ କହୁଣୀର ଯତ୍ନ ନେବାକୁ ଭୁଲିଯାଉ। ଏହା ମଧ୍ୟ ସୌନ୍ଦର୍ଯ୍ୟର ଏକ ଅଂଶ ହୋଇଥାଏ।

Advertisment

ଏହି ସ୍ଥାନଗୁଡିକରେ ମଇଳା ଜମା ହେବା, ଡେଡ୍ ସ୍କିନ୍ ଏବଂ ମେଲାନିନ୍‌ର ଅତ୍ୟଧିକ କାରଣରୁ ଏହା କଳା ଦେଖାଯାଏ। ଫଳରେ ଚର୍ମର ରଙ୍ଗ ଭିନ୍ନ ଦେଖାଯିବା ଆରମ୍ଭ କରେ।

କିନ୍ତୁ ଏହାକୁ ନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ। ଆପଣଙ୍କ ରୋଷେଇ ଘରେ ଏମିତି କିଛି ସାଧାରଣ ଜିନିଷ ଅଛି, ଯାହାକୁ ବ୍ୟବହାର କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଆପଣ ଏଥିରେ ଏକ ପ୍ରଭାବଶାଳୀ ପ୍ୟାକ୍ ତିଆରି କରିପାରିବେ, ଯାହା ଆପଣଙ୍କୁ କିଛି ମିନିଟ୍ ମଧ୍ୟରେ ସଫା ଏବଂ ଚମକଦାର ସ୍କିନ୍ ଦେଇପାରେ।

Advertisment

ଅଧିକ ପଢ଼ନ୍ତୁ: ଗ୍ରୀଷ୍ମର ତାତିରୁ ମୁହଁକୁ ଥଣ୍ଡା ରଖିବା ନେଇ ଜାଣନ୍ତୁ ୫ ଘରୋଇ ଟିପ୍ସ

ତେବେ କହୁଣୀ ଏବଂ ଆଣ୍ଠୁ କଳା ହେବାର ମୁଖ୍ୟ କାରଣ ହେଉଛି ଚର୍ମ ଅତ୍ୟଧିକ ଶୁଷ୍କ ଏବଂ ମୋଟା। ଯେତେବେଳେ ଆମେ ଏହି ସ୍ଥାନଗୁଡିକୁ ସଠିକ୍ ଭାବରେ ସଫା ନ କରୁ, ତେବେ ଡେଡ୍ ସ୍କିନ୍‌ଗୁଡ଼ିକ ଜମା ହେବା ଆରମ୍ଭ କରେ, ଯେଉଁ କାରଣରୁ ଚର୍ମ କଳା ହୋଇଯାଏ।

ଏହା ବ୍ୟତୀତ ଦୀର୍ଘ ସମୟ ଧରି ଖରାରେ ରହିବା, ହରମୋନାଲ ଅସନ୍ତୁଳନ, ଅତ୍ୟଧିକ ଘର୍ଷଣ ଏବଂ ଆର୍ଦ୍ରତାର ଅଭାବ ମଧ୍ୟ ଏହା ପଛର କାରଣ ହୋଇପାରେ।

ଘରେ ପ୍ୟାକ୍ ପ୍ରସ୍ତୁତ:

ଏହି ପ୍ରାକୃତିକ ପ୍ୟାକ୍ ପ୍ରସ୍ତୁତ କରିବାକୁ, ଆପଣଙ୍କୁ କେବଳ ଚାରୋଟି ଜିନିଷ ଦରକାର ହେବ, ଯାହା ପ୍ରତ୍ୟେକ ରୋଷେଇ ଘରେ ସହଜରେ ମିଳେ। ତାହା ହେଉଛି ବେସନ, ଲେମ୍ବୁ, ଦହି ଏବଂ ହଳଦୀ। ଏହି ଚାରୋଟି ଜିନିଷ କେବଳ ଚର୍ମକୁ ସଫା କରିବାରେ ସାହାଯ୍ୟ କରେ ନାହିଁ, ବରଂ ଏହାକୁ ନରମ କରେ ଆଉ ଚମକାଇଥାଏ।

ପ୍ୟାକ୍ ତିଆରି ଏବଂ ବ୍ୟବହାର:

  • ୨ ଚାମଚ ବେସନ
  • ୧ ଚାମଚ ଦହି
  • ୧ ଚାମଚ ଲେମ୍ବୁ ରସ
  • ୧/୨ / ଚାମଚ ହଳଦୀ

ବର୍ତ୍ତମାନ ସବୁକିଛି ମିଶାଇ ଏକ ବହଳିଆ ପେଷ୍ଟ୍‌ ପ୍ରସ୍ତୁତ କରନ୍ତୁ। ତା’ପରେ କହୁଣୀ ଏବଂ ଆଣ୍ଠୁକୁ ହାଲୁକା ଉଷୁମ ପାଣିରେ ଧୋଇ ଦିଅନ୍ତୁ, ଯାହା ଫଳରେ ଜମିଥିବା ମଇଳା ବାହାରିଯିବ। ବର୍ତ୍ତମାନ ପ୍ରସ୍ତୁତ ପେଷ୍ଟକୁ କହୁଣୀ ଏବଂ ଆଣ୍ଠୁରେ ଭଲ ଭାବରେ ଲଗାନ୍ତୁ। ଏହାକୁ ୧୫-୨୦ ମିନିଟ୍ ପାଇଁ ଛାଡିଦିଅନ୍ତୁ। ଏହା ଧିରେ ଧିରେ ମାଲିସ୍ କରି ଏହାକୁ ଧୋଇ ଦିଅନ୍ତୁ। ଶେଷରେ, ଚର୍ମକୁ ମଶ୍ଚରାଇଜ୍ କରିବାକୁ ଭୁଲନ୍ତୁ ନାହିଁ।

ବେସନ ଏକ ପ୍ରାକୃତିକ ଚର୍ମ କ୍ଲିନର୍, ଯାହା ଡେଡ୍ ସ୍କିନ୍‌ଗୁଡ଼ିକୁ ବାହାର କରିବାରେ ସାହାଯ୍ୟ କରେ। ଦହିରେ ଲାକ୍ଟିକ୍ ଏସିଡ୍ ଥାଏ, ଯାହା କଳା ଚର୍ମକୁ ବାହାର କରିଦେଇଥାଏ ଏବଂ ଏହାକୁ ସଫା ଏବଂ ନରମ କରିଥାଏ। ଲେମ୍ବୁରେ ଭିଟାମିନ୍ ସି ଏବଂ ବ୍ଲିଚିଂ ଗୁଣ ରହିଥାଏ, ଯାହା ଚର୍ମର ରଙ୍ଗକୁ ହାଲୁକା କରିବାରେ ସାହାଯ୍ୟ କରିଥାଏ।

ଏହା ବ୍ୟତୀତ ହଳଦୀରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟିସେପ୍ଟିକ୍ ଗୁଣ ରହିଛି, ଯାହା ଚର୍ମକୁ ଚମକ ଦେବାରେ ସାହାଯ୍ୟ କରିଥାଏ।

ଅଧିକ ପଢ଼ନ୍ତୁ: Skin Care Tips: ଗ୍ରୀଷ୍ମର ତାତିରୁ ମୁହଁକୁ ଥଣ୍ଡା ରଖିବା ନେଇ ଜାଣନ୍ତୁ ୫ ଘରୋଇ ଟିପ୍ସ

Skin Care Health Tips Tips And Trick
Advertisment
Advertisment