Advertisment

Sunita Williams: ୯ ମାସ ପରେ ପୃଥିବୀକୁ ଫେରିବେ ସୁନୀତା ୱିଲିୟମ୍ସ, ଭାରତ ଆସିବା ପାଇଁ ମୋଦିଙ୍କ ଆମନ୍ତ୍ରଣ

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଦୀର୍ଘ ୯ ମାସ କଳ୍ପନାଜଳ୍ପନାର ଅନ୍ତଘଟାଇ ପୃଥିବୀ ପୃଷ୍ଠକୁ ଛୁଇଁବେ ସୁନୀତା ୱିଲିୟମ୍ସ। ଆଜି ଦିନ ୧୦ଟା ୩୫ରେ କ୍ରୁ ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ ସୁନୀତାଙ୍କ ସମେତ ୪ ମହାକାଶଚାରୀଙ୍କୁ ଧରି ପୃଥିବୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ବେଳେ, ଭାରତୀୟ ସମୟ ଭୋର୍ ୩ଟା ୨୭ରେ ଆମେରିକାର ଫ୍ଲୋରିଡ଼ା ତଟରେ ହେବ ଅବତରଣ।

author-image
Saroj Kumar Jena
sunita

sunita

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଦୀର୍ଘ ୯ ମାସ କଳ୍ପନାଜଳ୍ପନାର ଅନ୍ତଘଟାଇ ପୃଥିବୀ ପୃଷ୍ଠକୁ ଛୁଇଁବେ ସୁନୀତା ୱିଲିୟମ୍ସ। ଆଜି ଦିନ ୧୦ଟା ୩୫ରେ କ୍ରୁ ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ ସୁନୀତାଙ୍କ ସମେତ ୪ ମହାକାଶଚାରୀଙ୍କୁ ଧରି ପୃଥିବୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ବେଳେ, ଭାରତୀୟ ସମୟ ଭୋର୍ ୩ଟା ୨୭ରେ ଆମେରିକାର ଫ୍ଲୋରିଡ଼ା ତଟରେ ହେବ ଅବତରଣ। ଏପଟେ ଗୁଜରାଟରେ ସୁନୀଙ୍କ ମୂଳ ଗାଁ ସମେତ ସାରା ବିଶ୍ବରେ ତାଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପୃଥିବୀକୁ ଫେରିଲେ ଭାରତ ଆସିବା ପାଇଁ ସୁନୀତାଙ୍କୁ ଆମନ୍ତ୍ରଣ କରିଛନ୍ତି ।

Advertisment

ଅନ୍ତରୀକ୍ଷରେ ୯ ମାସର ଅଭୂଲା ସ୍ମୃତି। କେତେ ଆଶା, ଆଶଙ୍କା ଅନୁଭୂତି। ଏସବୁକୁ ମନରେ ଗଣ୍ଠିଲି କରି ସାଥୀ ମହାକାଶଚାରୀଙ୍କୁ ବିଦାୟ ଦେଇ ସ୍ପେଶ ଷ୍ଟେସନରୁ ସୁନୀତାଙ୍କ ବିଦାୟ ବେଳର ଦୃଶ୍ୟ ଇଏ। ସ୍ପେଶ ସୁଟ୍ ପିନ୍ଧି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ସ୍ପେଶ୍ ଏକ୍ସର କ୍ରୁ-ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ ଭିତରକୁ ପଶିଲେ ସୁନୀତା ୱିଲିୟମ୍ସ, ବୁଚ୍ ୱିଲମୋର୍ ଏବଂ ଅନ୍ୟ ୨ ମହାକାଶଚାରୀ। ବନ୍ଦ ହେଲା ହ୍ୟାଚ୍, ନିଜ ସିଟରେ ବସିଲେ କମାଣ୍ଡର୍ ସୁନୀତା। ଭାରତୀୟ ସମୟ ଠିକ୍ ଦିନ ୧୦ଟା ୩୫। ସ୍ପେଶ୍ ଷ୍ଟେସନରୁ ଅଲଗା ହେଲା ମହାକାଶଯାନ। ପୂର୍ବ ଯୋଜନା ମୁତାବକ ସଫଳ ଅନ୍ଡକିଂ। ମହାକାଶ କେନ୍ଦ୍ରକୁ ବାଏ ବାଏ କରି ପୃଥିବୀ ଅଭିମୁଖେ ଆଗେଇଲେ ସୁନୀତା ଓ ସାଥୀ।

ଅଧିକ ପଢ଼ନ୍ତୁ: ସ୍ୱାଧୀନତା ପରେ କେମିତି ହୋଇଥିଲା ସେନା ବିଭାଜନ ? ଭାରତକୁ ମିଳିଲା କେତେ ସୈନିକ, କେତେ ଯାଇଥିଲେ ପାକିସ୍ତାନକୁ

Advertisment

ହେଲେ ଇଏ ତ ଥିଲା ଘର ବାହୁଡ଼ାର ଆରମ୍ଭ ମାତ୍ର। ମହାକାଶରେ ଏବେ ବି ଜାରି ୧୭ ଘଣ୍ଟାର ଜଟିଳ ଯାତ୍ରା। ଭୋର୍ ୩ଟା ୨୭ରେ ସମୁଦ୍ର ଜଳରେ ଖସିବେ ସୁନୀତା। ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନରୁ ଅଲଗା ହେବା ପରେ, ଅତି ଦ୍ରୁତ ଗତିରେ ପୃଥିବୀର ଚକ୍କର କାଟିବ ସ୍ପେଶ୍ କ୍ୟାପସୁଲ୍। ଏହାକୁ ପୃଥିବୀ ବାୟୁମଣ୍ଡଳରେ ପ୍ରବେଶ କରାଇ ଅଲଗା ହୋଇଥିବ ଏହାର ଟ୍ରଙ୍କ୍ ବା ଗଣ୍ଡି। କେବଳ କୋନ୍ ଆକୃତିର ସ୍ପେଶ୍ କ୍ୟାପସୁଲଟି ୪ ମହକାଶଚାରୀଙ୍କୁ ଧରି ପୃଥିବୀ ବାୟୁମଣ୍ଡଳରେ ପ୍ରବେଶ କରିଥିବ। ସେତେବେଳେ ସ୍ପିଡ୍ ଥିବ ଘଣ୍ଟାପ୍ରତି ୨୭ ହଜାର କିଲୋମିଟର।

ଏହାର ବେଗ କମ୍ କରିବାକୁ ଚାଲୁ ହେବ ଥ୍ରଷ୍ଟର୍ ବା ସ୍ପେଶକ୍ରାଫ୍ଟର ବ୍ରେକିଂ ସିଷ୍ଟମ୍। ତଥାପି ବାୟୁ ସହ ଘର୍ଷଣ ଫଳରେ ସ୍ପେଶ୍ କ୍ୟାପସୁଲର ବାହ୍ୟ ତାପମାତ୍ରା ୧୬ଶହ ଡିଗ୍ରୀ ସେଲସିୟସ ଯାଏଁ ପହଞ୍ଚିଯିବ। ସେତେବେଳେ ମହାକାଶଯାନଟି ବାହାରୁ ଅଗ୍ନିପିଣ୍ଡୁଳା ପାଲଟିଲେ ବି, ଏହାକୁ ହିଟ୍ ସିଲ୍ଡ ବା ତାପରୋଧୀ କବଚ ଘୋଡ଼ାଇ ରଖିଥିବାରୁ, ମହାକାଶଚାରୀମାନେ ଏତେ ଉତ୍ତାପ ଅନୁଭବ କରିପାରିବେ ନାହିଁ। ଶେଷରେ ସ୍ପେଶ୍ କ୍ୟାପସୁଲକୁ ଆହୁରି ଧିମା କରିବାକୁ ୨ଟି ପର୍ଯ୍ୟାୟରେ ଖୋଲିବ ପାରାସୁଟ୍ ବା ଆକାଶ ଛତା। ଯାହାଫଳରେ ଅତି ସୁରକ୍ଷିତ ଗତିରେ ଧୀରେ ଧୀରେ ସମୁଦ୍ରରେ ଖସିବେ ମହାକାଶଚାରୀ। ଭାରତୀୟ ସମୟ ଭୋର୍ ୩ଟା ୨୭ରେ ଫ୍ଲୋରିଡ଼ା ତଟରେ ଯାନଟି ପାଣିରେ ଖସିବ ଏବଂ ସେଠାରୁ ଜାହାଜ ଯାଇ ମହାକାଶଚାରୀଙ୍କୁ ଉଦ୍ଧାର କରିବ।

ପୃଥିବୀ ପୃଷ୍ଠରୁ ୪ଶହ କିଲୋମିଟର ଉପରେ ବୁଲୁଛି ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନ । ସେଠାରୁ ଭୂପୃଷ୍ଠରେ ପହଞ୍ଚିବାକୁ ଲାଗୁଛି ମୋଟ୍ ୧୭ ଘଣ୍ଟା ସମୟ। ଏହି ୧୭ ଘଣ୍ଟାର କାଉଣ୍ଟଡାଉନ୍ ଯେତେ ସରି ସରି ଆସୁଛି, ସେତେ ବଢ଼ିଚାଲିଛି ବିଶ୍ବବାସୀଙ୍କ ହୃଦସ୍ପନ୍ଦନ। ତାଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରାର୍ଥନା କରୁଛନ୍ତି କୁନି କୁନି ଛାତ୍ରଛାତ୍ରୀ। ଏପଟେ ପୁରୁଣା ଆଲବମରୁ ସୁନୀଙ୍କ ଫଟୋ ଦେଖି ପିଲା ଦିନର ସ୍ମୃତିକୁ ତାଜା କରୁଛନ୍ତି ତାଙ୍କ ସଂପର୍କୀୟ ଭାଇ।

ଏସବୁ ଭିତରେ, ସାମ୍ନାକୁ ଆସିଛି କିଛି ଦିନ ପୂର୍ବରୁ ସୁନୀତା ୱିଲିୟମ୍ସଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଲେଖିଥିବା ଚିଠି। ଯେଉଁଥିରେ ସୁନୀତାଙ୍କ ସଫଳ ମିଶନ୍ କାମନା କରିବା ସହିତ, ପୃଥିବୀକୁ ଫେରିଲେ ତାଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ କରିଛନ୍ତି ମୋଦି। ଭାରତକୁ ଭଲ ପାଉଥିବା ଓ ହିନ୍ଦୁ ଧର୍ମରେ ବିଶ୍ବାସ ରଖୁଥିବା ସୁନୀତା ୨୦୦୬ରେ ପ୍ରଥମେ ସ୍ପେଶ ଷ୍ଟେସନକୁ ଯିବା ବେଳେ ସାଥିରେ ନେଇଯାଇଥିଲେ ଭଗବଦ୍ ଗୀତା। ପୁଣି ୨୦୧୨ରେ ମହାକାଶକୁ ନେଇଥିଲେ ଓମ୍ ଓ ଉପନିଷଦ। ଗତବର୍ଷ ସେ ସାଥିରେ ଗଣେଶ ମୂର୍ତ୍ତି ସାଥିରେ ନେଇଥିବା ଚର୍ଚ୍ଚା ହୋଇଥିଲା। ଆଉ ଭାରତ ମଧ୍ୟ ଅନ୍ତରୀକ୍ଷ ଜିଣିଥିବା ଏହି ଦେଶ୍ କି ବେଟୀଙ୍କୁ ୨୦୦୮ରେ ସମ୍ମାନିତ କରିଥିଲା ପଦ୍ମଭୂଷଣ ସମ୍ମାନରେ।

ଅଧିକ  ପଢ଼ନ୍ତୁ : ବନ୍ଦୀ ଅଦଳ ବଦଳ ପାଇଁ ରାଜି ହେଲାନି ପାକିସ୍ତାନ, ୨୧୪ ପଣବନ୍ଦୀଙ୍କୁ ହତ୍ୟା କଲା BLA

Sunita Williams
Advertisment
Advertisment