/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742279186.jpg)
Gold Price Hike
ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର । ଗୋଲ୍ଡ କିଣିବା ପୂର୍ବରୁ ୧୦୦ ଥର ଚିନ୍ତା କରିବାକୁ ପଡୁଛି । ଆଜି ପୁଣି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୯୦ ହଜାର ଛୁଇଁଛି ସୁନା ଦର । ୯୦ ହଜାରରେ ପହଞ୍ଚି ସୁନା ଦର ରେକର୍ଡ କରିଛି ।
Advertisment
ଆଜି ୪୪୦ ଟଙ୍କା ବଢ଼ି ୨୪ କ୍ୟାରେଟ୍ ସୁନା ଦର ୯୦ ହଜାର ଛୁଇଁଛି । ସେହିପରି ୨୨ କ୍ୟାରେଟ୍ ସୁନା ମୂଲ୍ୟ ୪୦୦ ଟଙ୍କା ବଢ଼ି ୮୨,୫୦୦ରେ ପହଞ୍ଚିଛି । ସେହିପରି ରୁପା କିଲୋ ୧୧୦୦ ଟଙ୍କା ବଢ଼ି ୧ ଲକ୍ଷ ୧୩ ହଜାର ଟଙ୍କା ହୋଇଛି ।
ଅଧିକ ପଢ଼ନ୍ତୁ : ଲଣ୍ଡନ, ଆୟର୍ଲାଣ୍ଡ ଗଲା ଢେଙ୍କାନାଳ ଭଣ୍ଡା, ଖୁସି ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
Advertisment
ରାଜଧାନୀ ଭୁବନେଶ୍ୱରରେ ଭରିଏ ୨୨ କ୍ୟାରେଟ୍ ସୁନା ଦର ୮୨,୧୦୦ ଟଙ୍କା ଥିବାବେଳେ ଆଜି ଏହା ବୃଦ୍ଧି ପାଇ ୮୨,୫୦୦ ଟଙ୍କାରେ ପହଞ୍ଚିଛି । ସେହିପରି ଭରିଏ ୨୪ କ୍ୟାରେଟ୍ ସୁନା ଦର ୮୯,୫୬୦ ଟଙ୍କାରୁ ବଢି ୯୦,୦୦୦ ଛୁଇଁଛି । ଏହା ଛଡା ରୁପା ଦରରେ ସାମାନ୍ୟ ବୃଦ୍ଧି ପାଇଛି । ୧୧୦୦ ଟଙ୍କା ବଢ଼ି ୧ ଲକ୍ଷ ୧୩ ହଜାର ଟଙ୍କା ହୋଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)