ନୂଆଦିଲ୍ଲୀ: କରୋନାକୁ ନେଇ ସାରା ବିଶ୍ୱରେ ସ୍ଥିତି ଜଟିଳ। ବିଶ୍ୱରେ ୧୮୬ ଦେଶକୁ ବ୍ୟାପିଲାଣି କରୋନା ଭାଇରସ୍। ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬ ହଜାର ୬୭୭ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୧୩ ହଜାର ୧୭ରେ ପହଞ୍ଚିଛି। ଚୀନରେ ସର୍ବାଧିକ ୮୧ ହଜାର ୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ୩ ହଜାର ୨୫୫ଜଣଙ୍କ ମୃତ୍ୟୁ ହୋଇଛି। ତେବେ ୭୧ ହଜାର ୭୪୦ ସୁସ୍ଥ ହୋଇଛନ୍ତି। ସେପଟେ ମୃତ୍ୟୁ ସଂଖ୍ୟାରେ ଇଟାଲୀ ଚୀନକୁ ଟପିଛି। ଇଟାଲୀରେ ୫୩ […]
ନୂଆଦିଲ୍ଲୀ: ଭାରତରେ ଥମିବାର ନା ନେଉନାହିଁ ମହାମାରୀ କରୋନା ଭାଇରସ। ଆଇସିଏମ୍ଆରର ସୂଚନା ଅନୁଯାୟୀ ଗତକାଲି ରାତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୩୦୦ରେ ପହଞ୍ଚିଛି। ପଶ୍ଚିମବଙ୍ଗର ଜଣେ ପୁରୁଷ ଓ ପୁଣେର ଜଣେ ମହିଳାଙ୍କଠାରେ କୋବିଡ-୧୯ ପଜିଟିଭ୍ ଆସିଛି। ତେବେ ଏହି ଦୁଇ ଆକ୍ରାନ୍ତ ବିଦେଶ ଭ୍ରମଣ କରିନଥିଲେ। ଏଣୁ ଏହା କରୋନା ସଂକ୍ରମଣର ଷ୍ଟେଜ ଥ୍ରୀକୁ ପହଞ୍ଚିବାର ଆଭାସ ଦେଉଛି। ପଶ୍ଚିମବଙ୍ଗ ଡମଦମର ୫୭ ବର୍ଷୀୟ ବ୍ୟକ୍ତିଙ୍କଠାରେ ଭୂତାଣୁ ସଂକ୍ରମଣ ରିପୋର୍ଟ ପଜିଟିଭ୍ ଆସିଛି। ତେବେ […]
ଭୁବନେଶ୍ୱର: କରୋନା ଭାଇରସର ମୁକାବିଲା ଲାଗି ସାମାଜିକ ଦୂରତ୍ୱକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଆଜି ସାରା ଦେଶ ଜନତା କର୍ଫ୍ୟୁ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଆଜି ସକାଳ ୭ଟାରୁ ଜନତା କର୍ଫ୍ୟୁ ଆରମ୍ଭ ହୋଇ ରାତି ୯ଟା ଯାଏଁ ଚାଲିବ। ଏହି ସମୟ ମଧ୍ୟରେ ଲୋକଙ୍କୁ ଘରୁ ପଦାକୁ ନବାହାରିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏଥିରେ କେବଳ ଅତ୍ୟାବଶ୍ୟକ ସେବା ଛଡ଼ା ଅନ୍ୟ ସମସ୍ତ ସେବା ବନ୍ଦ ରହିବ। ଏହି ସମୟ ମଧ୍ୟରେ ମେଡିକାଲ […]
ନୂଆଦିଲ୍ଲୀ: ଶନିବାର ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୩ ପହଞ୍ଚିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଥିରୁ ୩୯ ଜଣ ବିଦେଶୀ ନାଗରିକ ଅଛନ୍ତି। ରାଜ୍ୟାମାନଙ୍କ ମଧ୍ୟରେ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ୬୩ ଜଣ ଆକ୍ରାନ୍ତ ଅଛନ୍ତି। ଏହା ପଛକୁ କେରଳରେ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଆଜି ପର୍ଯ୍ୟନ୍ତ ୭ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କଣ୍ଟାକ୍ଟ ଟ୍ରାସିଂ(ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରିବା) କରାଯାଇଛି। […]
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଜନତା କର୍ଫ୍ୟୁ’ ଆହ୍ୱାନକୁ ସମାଲୋଚନା କରିଛନ୍ତି। ଏଥିସହ ସେ କହିଛନ୍ତି, ଦେଶର ଅର୍ଥନୀତିରେ ସୁଧାର ଆଣିବା ପାଇଁ ତୁରନ୍ତ କିଛି ପଦକ୍ଷେପ ନେବା ଦରକାର। ସରକାର କରୋନା ଭଳି ସ୍ଥିତିରେ ବଡ଼ ଆର୍ଥିକ ପ୍ୟାକେଜ୍ ମଧ୍ୟ ଘୋଷଣା କରିବା ଦରକାର ବୋଲି ସେ କହିଛନ୍ତି। ସେ କରୋନା କାରଣରୁ ଦେଶର ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହେବାର ଅଛି। ସେହିଭଳି କରୋନାର ମୁକାବିଲା ପାଇଁ କାର୍ଯ୍ୟରତ […]
ମୁମ୍ବାଇ: ବର୍ତ୍ତମାନ ସାର ବିଶ୍ୱରେ କରୋନା ସ୍ଥିତି ଗମ୍ଭୀର ରୂପ ନେଲାଣି। ଚାରିଆଡ଼େ ସରକାରୀ ଗାଇଡ୍ ଲାଇନ୍ ଜାରି ହେଉଛି। ଗାଡ଼ି ମଟର୍ ବନ୍ଦ। ବ୍ୟବସାୟ ବି ଠପ୍। ସରକାର କହୁଛନ୍ତି ଅତି ଆବଶ୍ୟକ ହେଲେ ଘରୁ ବାହାରନ୍ତୁ। ଏଭଳି ସ୍ଥିତିରେ ଯିଏ ବି ଘରୁ ବାହାରୁଛନ୍ତି ସାବଧାନତାର ସହ ବାହାରୁଛନ୍ତି। କିଛି ଏଭଳି ସାବଧାନତା ଆପଣାଇଛନ୍ତି ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ୍। ଟ୍ରେନ୍ରେ ବସିବା ପୂର୍ବରୁ ସେ ପ୍ରଥମେ ସିଟ୍କୁ ପୋଛି ପରିସ୍କାର କରୁଛନ୍ତି। ଆଉ […]
ବୋଷ୍ଟନ: ଜଣେ କରୋନା ଭାଇରସ ଆକ୍ରାନ୍ତ ମହିଳାଙ୍କ ଚିକିତ୍ସା ଖର୍ଚ୍ଚ ୨୬ ଲକ୍ଷ ୪୧ ହଜାର। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେବି କଥାଟା ସତ। ଆମେରିକା ବୋଷ୍ଟନ ଅଞ୍ଚଳର ଜଣେ କରୋନା ଆକ୍ରାନ୍ତ ମହିଳାଙ୍କ ଚିକିତ୍ସା ପରେ ଏତିକି ଟଙ୍କାର ବିଲ୍ ଆସିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଆମେରିକାରେ କରୋନା ଚିକିତ୍ସା ମାଗଣାରେ କରାଯିବ ବୋଲି ଘୋଷଣା କରାଯାଇଥିବାବେଳେ ଏତେ ଟଙ୍କାର ବିଲ୍ ଦେଖି ଏବେ ମହିଳାଙ୍କ ଆଖିରୁ ନିଦ ହଜିଯାଇଛି। ଡାନି ଇସ୍କିନି ନାମକ ଏଇ ମହିଳା […]
ହଠାତ୍ ସାରା ବିଶ୍ୱରେ ବ୍ୟାପିଥିବା କରୋନା ଭାଇରସ୍ ଆସିଲା କେଉଁଠି ? ଚୀନର ଲ୍ୟାବ୍ରେ କରୋନା ଭାଇରସ କୋଭିଡ-୧୯ ବିକଶିତ ହୋଇଥିବା ଅନେକ ରିପୋର୍ଟରେ ଖୁଲାସା ହୋଇଥିବା ବେଳେ ଚୀନ ଏହାକୁ ଖଣ୍ଡନ କରି ଆସୁଛି।
ଗତ କିଛି ଦିନ ଧରି ରାଜ୍ୟରେ ପାଖାପାଖି ୨ ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୬୩୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
କେବଳ ଏତିକି ନୁହେଁ ବରଂଏ ପର୍ଯ୍ୟନ୍ତ ୪୩ କୋଟି ୩୧ ଲକ୍ଷ ୫୦ ହଜାର ୮୬୪ ଡୋଜ୍ ଟିକାକରଣ ହୋଇଥିବା ନେଇ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୪୩,୩୧,୫୦,୮୬୪ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।
ଏହାସହ ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ହଜାର ୫୧୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଜାତୀୟ ହାର ତୁଳନାରେ ଆମ ରାଜ୍ୟରେ ସର୍ଭେ ରିପୋର୍ଟ ଭଲ ଅଛି। ବୟସ୍କ ଲୋକଙ୍କ ଶରୀରରେ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଛି। ଏବେ ରାଜ୍ୟର ସଂକ୍ରମଣ ହାର ୨ ଦଶମିକ ୪ ଥିଲେ ମଧ୍ୟ ଆମେ ବେଶି ଖୁସି ହେବା ଉଚିତ ନୁହେଁ।
କରୋନା ମହାମାରୀ ପ୍ରଭାବ ଦେଶରେ ହ୍ରାସ ପାଇଥିଲେ ହେଁ ତୃତୀୟ ଲହର ଭୟ ମନରୁ ଯାଇନି। କରୋନାର ତୃତୀୟ ଲହରରେ ଛୋଟ ପିଲାମାନେ ବେଶି ପ୍ରଭାବିତ ହେବାର ଆଶଙ୍କା ରହିଛି। ହେଲେ ଏହା ଭିତରେ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ସୂଚନା ଆଶ୍ୱସ୍ତି ଦେଇଛି।
ଦିନକରେ ରାଜ୍ୟରେ ୧୮୬୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୪୯୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ପରିସ୍ଥିତି ନିୟନ୍ତ୍ରଣାଧୀନ, ତଥାପି ଆତ୍ମସନ୍ତୋଷ ନୁହେଁ। ଅଧିକ ସତର୍କ ହିଁ ଆମକୁ ସୁରକ୍ଷିତ ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସବୁ ଅଧିକାରୀ ଏହାକୁ ମୂଳ ଦାୟିତ୍ୱର ଅଂଶ ଭାବେ ଜ୍ଞାନ କରନ୍ତୁ।
ମୋଟ୍ ଉପରେ ଦେଶରେ ୫୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୮୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତ ସଂଖ୍ୟା ୩ କୋଟି ୧୨ ଲକ୍ଷ ୯୩ ହଜାର ୬୨ ରହିଛି । ଏହାସହ ୪ ଲକ୍ଷ ୧୯ ହଜାର ୪୭୦ ରୋଗୀ କରୋନାରେ ଏ ପର୍ଯ୍ୟନ୍ତ ପ୍ରାଣ ହରାଇଛନ୍ତି।
ରାଜ୍ୟରେ ପୁଣି ୨ ହଜାର ପାଖାପାଖି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୧,୯୧୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧,୧୦୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍- ୮୦୮ ରହିଛି।
ଦିନ ମଜୁରିଆ ଭାବେ କାମ କରନ୍ତି ଅକ୍ଷୟ । ଯେତିକି ରୋଜଗାର ହୁଏ, ସେଥିରେ ପରିବାର ଚଳିଯାଏ । କୋଭିଡରେ ପଡି ସ୍ତ୍ରୀ ଶଶୀକଳା ଆର ପାରିକୁ ଚାଲିଲେ ପରେ ଏବେ ୨ ଟି ଛୋଟ ଛୁଆଙ୍କ ଦାୟିତ୍ୱ ଅକ୍ଷୟଙ୍କ ଉପରେ
କରୋନାର ଦ୍ୱିତୀୟ ଳହରରେ ଓଡ଼ିଶାରେ ସଂକ୍ରମିତଙ୍କ ମଧ୍ୟରୁ ୯୩% ଡେଲ୍ଟା ଭାଇରସ୍ ଦ୍ୱାରା ସଂକ୍ରମିତ ା କୋଭିଡର ୨ୟ ଲହର ଓ ଡେଲ୍ଟା ଭାଇରସ ନେଇ ILS ନିର୍ଦ୍ଦେଶକ ଅଜୟ ପରିଡ଼ା ଏଭଳି ସୂଚନା ଦେଇଛନ୍ତି
ରାଜସ୍ଥାନରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏମିତିକି ସଂକ୍ରମଣ ଯେତିକି ବଢ଼ୁଛି ମୃତ୍ୟୁ ହାର ମଧ୍ୟ ସେହି ଅନୁପାରେ ବଢ଼ିଚାଲିଛି। ତେବେ ପୁରା ରାଜ୍ୟରେ ଏଭଳି ପରିସ୍ଥିତି ରହିଥିବା ବେଳେ ଜୟପୁରରୁ ଆସିଲା ଏକ ନୂଆ ଅଭିଯୋଗ। ଏଠାରେ କରୋନା ଟିକା ଚୋରି ହୋଇଥିବା ନେଇ ଏକ ସାଂଘାତିକ ଅଭିଯୋଗ ଆସିଛି। ଏହି ମାମଲା ସାମ୍ନାକୁ ଆସିବା ପରେ ଜୟପୁରର କାମବଟିଆ ଡାକ୍ତରଖାନା ଅଧୀକ୍ଷକ ହର୍ଷବର୍ଦ୍ଧନ ଶାସ୍ତ୍ରୀ ସ୍ଥାନୀୟ ପୋଲିସ ଷ୍ଟେସନରେ ଏଫଆଇଆର ରୁଜୁ କରିଛନ୍ତି। […]
ଭୁବନେଶ୍ୱର: ଓଡ଼ିଶାରେ ଦିନ ବେଳେ କର୍ଫ୍ୟୁ ନେଇ ବାଚସ୍ପତି କହିଥିବା କଥାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶ ଦୋହରାଇଛନ୍ତି। ବାଚସ୍ପତିଙ୍କ ପରି ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ସମାନ ମତ ରଖିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆବଶ୍ୟକ ପଡ଼ିଲେ ଦିନ ବେଳେ କର୍ଫ୍ୟୁ ଲାଗୁ ହୋଇପାରେ। ଶିକ୍ଷାନୁଷ୍ଠାନ, ରେଲ୍ୱେ ଷ୍ଟେସନ୍ ଓ ବିମାନବନ୍ଦରରୁ ପଜିଟିଭ୍ ବାହାରିଲାଣି। ଆବଶ୍ୟକ ପଡ଼ିଲେ ରାତ୍ରି କର୍ଫ୍ୟୁ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାଶ […]
ନୂଆଦିଲ୍ଲୀ: ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଭାରତକୁ ମିଳିପାରେ କରୋନା ଭ୍ୟାକସିନ୍। ସେରମ ଇନ୍ଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ୍ ଟିକା ମାର୍ଚ୍ଚ ସୁଦ୍ଧା ବଜାରକୁ ଆସିପାରେ। ଏନେଇ ସୂଚନା ଦେଇଛନ୍ତି ସେରମ୍ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ସୁରେଶ ଯାଦବ। ଭାରତ ପାଖରେ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା କୋଭିସିଲ୍ଡ୍ ଟୀକା ଉପଲବ୍ଧ ହେବ। କିନ୍ତୁ ସାଧାରଣ ବଜାରରେ ଲୋକଙ୍କୁ ଏହା ମାର୍ଚ୍ଚରେ ମିଳିପାରେ। ଡିସେମ୍ବର ସୁଦ୍ଧା ଭାରତକୁ ୬ରୁ ୭ କୋଟି ଡୋଜ୍ ମିଳିବ। […]
ନୂଆଦିଲ୍ଲୀ: ରାସ୍ତା ଘାଟରେ ଜୀବାଣୁନାଶକାରୀ କେମିକାଲ ସିଞ୍ଚନ ଦ୍ୱାରା କରୋନା ଭୂତାଣୁକୁ ଦୂର କରାଯାଇ ପାରିବ ନାହିଁ। ବରଂ ଏହା ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) କହିଛି। କରୋନା ଭୂତାଣୁ ମାରିବାକୁ କରାଯାଉଥିବା ଷ୍ଟ୍ରିଟ ସାନିଟାଇଜେସନ ଏକ ନିଷ୍ଫଳ ପ୍ରୟାସ। କାରଣ ରାସ୍ତା କିମ୍ବା ମାର୍କେଟ ପ୍ଲେସରେ ରସାୟନ ଦ୍ରବଣ ପଡ଼ିବା ପରେ ଅଳିଆ, ଆବର୍ଜନା ସଂସ୍ପର୍ଶରେ ଆସି ଏହି ରସାୟନ ନିଷ୍କ୍ରିୟ ହୋଇଯାଇଥାଏ। ଏହି ଜୀବାଣୁନାଶକାରୀ ସିଞ୍ଚନ […]
ନୂଆଦିଲ୍ଲୀ: ଲକଡାଉନ୍ କଟକଣା ଭାଙ୍ଗିଲେ ବର୍ଷେ ଯାଏ ଜେଲ୍ ଦଣ୍ଡ। କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ମେ ୩୧ ଯାଏ ଲକଡାଉନ୍ ଅବଧିକୁ ବୃଦ୍ଧି କରାଯିବା ପରେ କେଉଁ କେଉଁ ନିୟମ ପାଳନ ହେବ ସେ ସମ୍ପର୍କରେ ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ୍ସ ଜାରି ହୋଇଛି। ଗାଇଡଲାଇନ୍ସ ଅନୁସାରେ, ଲକଡାଉନ୍ ନିୟମ ଭାଙ୍ଗିଲେ ଉଲ୍ଲଂଘନକାରୀଙ୍କୁ ବର୍ଷେ ପର୍ଯ୍ୟନ୍ତ ଜେଲ୍ ହେବ। ଏହାସହ ସରକାରୀ କର୍ମଚାରୀ କିମ୍ବା ସ୍ଥିରୀକୃତ ବ୍ୟକ୍ତିଙ୍କୁ ବାଧା ଦେବା ମଧ୍ୟ […]
ବ୍ରହ୍ମପୁର: କରୋନା ଭଳି ବିପତ୍ତି ସମୟରେ ରାସନ ମାଗିବାରୁ ଜଣେ ବିଧବା ମହିଳାଙ୍କୁ ସରପଞ୍ଚ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ସରପଞ୍ଚ ସମ୍ପୃକ୍ତ ମହିଳା ଓ ତାଙ୍କ ବାପାଙ୍କୁ ଗୋଟିଏ ଘରେ ୨ଘଣ୍ଟା ତାଲା ପକାଇ ରଖିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଗିରିସୋଲା ପଞ୍ଚାୟତରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି। ସମ୍ପୃକ୍ତ ମହିଳାଙ୍କ ନାଁ ଟି.ଦିଲେଶ୍ୱରୀ ସେଠୀ। ୫ ମାସ ତଳେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ […]