• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

pm modi
ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ PMO ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। କରୋନା ମୁକାବିଲା ନେଇ ବାର୍ତ୍ତା ଓ ମେ’ ୧୭ରେ ଲକ୍‌ଡାଉନ୍‌ ଅବଧି ସରୁଥିବାରୁ ଏସମ୍ପର୍କରେ ପ୍ରଧାନମନ୍ତ୍ରୀ କିଛି କହି ପାରନ୍ତି ବୋଲି ଆଶା କରାଯାଉଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୪୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଥିବାବେଳେ ୨୨ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି। ତେବେ ୨,୨୯୩ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ […]

  • Thursday, 22 July 2021
bus
ଓଡ଼ିଶାରେ ଦୁଇ ଗୁଣା ହେବ ବସ୍‌ ଭଡ଼ା

ଭୁବନେଶ୍ୱର: ଗ୍ରୀନ୍ ଜୋନ୍‌ରେ ଚାଲିପାରେ ବସ୍। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଫଳରେ ଗ୍ରୀନ୍ ଜୋନ୍ ଜିଲ୍ଲାରେ ବସ୍ ଚାଲିବା ନେଇ ହୋଇଥିବା ନିଷ୍ପତ୍ତି ଖୁବ୍ ଶୀଘ୍ର ଲାଗୁ ହୋଇପାରେ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ଏହା କହିଛନ୍ତି। ତେବେ ବସ୍ ଚାଲିବା ନେଇ କିଛି ସର୍ତ୍ତ ଓ ସ୍ୱତନ୍ତ୍ର ନିୟମ ରହିଛି। ଗ୍ରୀନ୍ ଜୋନ୍‌ରେ ଚାଲିବାକୁ ଥିବା ବସ୍‌ର ଭଡ଼ା ଦ୍ୱିଗୁଣିତ ହେବ। […]

  • Thursday, 22 July 2021
pm modi
ଲକ୍‌ଡାଉନ୍‌: ରାଜ୍ୟ ସରକାରଙ୍କୁ ବ୍ଲୁ ପ୍ରିଣ୍ଟ୍‌ ମାଗିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ପରବର୍ତ୍ତୀ ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ଲୁ ପ୍ରିଣ୍ଟ ମାଗିଛନ୍ତି। ଲକ୍‌ଡାଉନ୍‌ ଉଠିବା ପରେ ଦେଖା ଦେବାକୁ ଥିବା ଚାଲେଞ୍ଜର ମୁକାବିଲା ଲାଗି ନିଜ ନିଜର ରଣନୀତି ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ। ଆସନ୍ତା ୧୫ ତାରିଖ ସୁଦ୍ଧା ଏହା ଦେବା ଲାଗି ଗତକାଲି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭି଼ଡିଓ କନଫରେନ୍ସିଂରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦି ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀମାନଙ୍କ ସହ ପଞ୍ଚମ ଭର୍ଚୁଆଲ୍ […]

  • Thursday, 22 July 2021
odisha
କେଉଁଠି ଗାଡ଼ିରେ ଖୁନ୍ଦାଖୁନ୍ଦି ହୋଇ କ୍ୱାରେଣ୍ଟିନ୍‌ ସେଣ୍ଟର ଗଲେ ତ, ଆଉ କେଉଁଠି ଛାଡ଼ି ପଳାଇଲା ବସ୍‌

ଭୁବନେଶ୍ୱର: କେଉଁଠି ଗାଡ଼ିରେ ଲଦା ହୋଇ ଖୁନ୍ଦାଖୁନ୍ଦି ଅବସ୍ଥାରେ ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ ଓଡ଼ିଆ କ୍ୱାରେଣ୍ଟିନ୍‌ ସେଣ୍ଟର ଯାଇଥିବାବେଳେ, ଆଉ କେଉଁଠି ପ୍ରଶାସନ ସହଯୋଗ ନ କରିବାରୁ ଦୀର୍ଘ ସମୟ ଧରି ପ୍ରବାସୀ ଓଡ଼ିଆଙ୍କୁ ଫସି ରହିବାକୁ ପଡ଼ିଥିଲା। ଏଭଳି କିଛି ଦୃଶ୍ୟ ବାଲେଶ୍ୱର ଓ କଟକରେ ଦେଖିବାକୁ ମିଳିଛି। ହାଇଦ୍ରାବାଦରୁ ଫେରିଥିବା ଶ୍ରମିକମାନେ ଟ୍ରକ୍‌ରେ ଲଦା ହୋଇ ଖୁନ୍ଦାଖୁନ୍ଦି ଅବସ୍ଥାରେ କ୍ୱାରେଣ୍ଟିନ୍‌ ସେଣ୍ଟର ଯାଇଥିବା ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲା ରେମୁଣା ଗୋଲେଇ ଛକରୁ […]

  • Thursday, 22 July 2021
odisha
କ୍ୱାରେଣ୍ଟିନ୍‌ ସେଣ୍ଟରରେ ସ୍ୱାଦିଷ୍ଟ ଖାଦ୍ୟ: ଅନ୍ତେବାସୀ କହିଲେ- ୨୧ ଦିନ କ’ଣ, ୩୦ ଦିନ କହିଲେ ବି ରହିବୁ

ବ୍ରହ୍ମପୁର: କରୋନା ମୁକାବିଲା ଲାଗି ହୋଇଥିବା କ୍ୱାରେଣ୍ଟିନ୍‌ ସେଣ୍ଟରରେ ବିଭିନ୍ନ ଅବ୍ୟବସ୍ଥା ନେଇ ଖବର ଆସୁ ଥିବାବେଳେ ଗଞ୍ଜାମ ଜିଲ୍ଲାରୁ ଆସିଛି ଏକ ଭିନ୍ନ ଚିତ୍ର। ଜିଲ୍ଲାର ଏକ କ୍ୱାରେଣ୍ଟିନ ସେଣ୍ଟରରେ ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନ ପକ୍ଷରୁ ଏପରି ବ୍ୟବସ୍ଥା କରାଯାଇଛି ଯେ, ଖୁସିରେ ରହୁଛନ୍ତି ଅନ୍ତେବାସୀ। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍‌ରେ ଥିବା ଏକ କ୍ୱାରେଣ୍ଟିନ ସେଣ୍ଟରରେ ରହୁଥିବା ଅନ୍ତେବାସୀଙ୍କୁ ଭାତ ସାଙ୍ଗକୁ ବହଳିଆ ଡାଲି, ଚିକେନ ତରକାରୀ ଦିଆଯାଇଛି। ଜିଲ୍ଲା ପ୍ରଶାସନର ଏଭଳି […]

  • Thursday, 22 July 2021
odisha
ନିୟମକୁ ଫୁ’: ସରକାରୀ କ୍ୱାରେଣ୍ଟିନ୍‌ ସେଣ୍ଟରରେ ଥିବା ଲୋକଙ୍କୁ ଭେଟୁଛନ୍ତି ସମ୍ପର୍କୀୟ

ବ୍ରହ୍ମପୁର: ସରକାରୀ କ୍ୱାରେଣ୍ଟିନ୍ ସେଣ୍ଟରରେ ସଙ୍ଗରୋଧ ନିୟମକୁ ଫୁ’। ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଗୋଠଗାଁ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟିନ୍ ସେଣ୍ଟରରୁ ଏମିତି ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ଏହି କ୍ୱାରେଣ୍ଟିନ୍‌ ସେଣ୍ଟରରେ ସୁରତ ଫେରନ୍ତା ରହିଛନ୍ତି। ହେଲେ ସେମାନଙ୍କ ପରିବାର ଲୋକେ ଆସି ସେମାନଙ୍କୁ ଭେଟୁଥିବା ଦେଖିବାକୁ ମିଳିଛି। ପରିବାର ଲୋକେ କେବଳ ସେମାନଙ୍କୁ ଭେଟୁ ନାହାନ୍ତି ବରଂ ଖାଦ୍ୟ ପୁଡ଼ିଆ, ପାନ ଓ ମୋବାଇଲ ଚାର୍ଜର ଆଦି ଆଣି ସେମାନଙ୍କୁ […]

  • Thursday, 22 July 2021
corona ..
ମୟୂରଭଞ୍ଜରେ ଆଉ ୩ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ୩ ଆକ୍ରାନ୍ତ ମୟୂରଭଞ୍ଜ ଜିଲ୍ଲାର। ଏହା ସହିତ ମୟୂରଭଞ୍ଜ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି।  ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୨୨ ଜଣ ଚିକିତ୍ସାଧୀନ ଥିବାବେଳେ ୬୩ ଜଣ ସୁସ୍ଥ ହୋଇଛନ୍ତି। ତେବେ ୨ଜଣଙ୍କ ମୃତ୍ୟୁ ଘଟିଛି।

  • Thursday, 22 July 2021
corona
WHOର ସ୍ୱତନ୍ତ୍ର ପ୍ରତିନିଧିଙ୍କ ଚେତାବନୀ-ଲକ୍‌ଡାଉନ୍ ହଟିବା ପରେ ବଢ଼ିବ କରୋନା ସଂକ୍ରମଣ ହାର

ନୂଆଦିଲ୍ଲୀ: ଜୁଲାଇ ଶେଷ ସୁଦ୍ଧା ଭାରତରେ ଶୀର୍ଷ ସ୍ଥାନରେ ପହଞ୍ଚିବ କରୋନା ପ୍ରକୋପ। ଲକ୍‌ଡାଉନ୍‌ ହଟିବା ପରେ ଦେଶରେ କରୋନା ସଂକ୍ରମଣ ହାର ସର୍ବାଧିକ ରହିବ। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ପେଶାଲ୍‌ COVID-19 envoy ଡଃ ଡେଭିଡ୍ ନାବାରୋ ଏହା କହିଛନ୍ତି। ସେ କହିଛନ୍ତି, “ଭାରତରେ ବର୍ତ୍ତମାନ ସ୍ଥିତିକୁ ଦେଖିଲେ କରୋନା ଆଗକୁ ମଧ୍ୟ ନିୟନ୍ତ୍ରଣରେ ରହିବ ବୋଲି ଅନୁମାନ କରାଯାଉଛି। ଯେତେବେଳେ ଲକ୍‌ଡାଉନ୍‌ ହଟି ଯିବ ଏହାପରେ ସଂକ୍ରମଣ […]

  • Thursday, 22 July 2021
EXYPfVCUcAERt5H
‌ଓଡ଼ିଶାରେ ପୁଣି ୧୪ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ୧୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ୧୨ ଜଣ, ସୁନ୍ଦରଗଡ଼ରୁ ଜଣେ ଓ ଭଦ୍ରକ ଜିଲ୍ଲାରୁ ଜଣେ ନୂଆ ଆକ୍ରାନ୍ତ ଅଛନ୍ତି। ଗଞ୍ଜାମରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮୩ରେ ପହଞ୍ଚିଛି। ସେହିପରି ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟାରେ ୧୩ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୭ଜଣ ଚିକିତ୍ସାଧୀନ ଥିବାବେଳେ ୬ ଜଣ […]

  • Thursday, 22 July 2021
odisha
କ୍ୱାରେଣ୍ଟିନ୍‌ ସେଣ୍ଟର ବାହାରେ ବୁଲୁଥିଲେ, ପୁଣି ଧରା ହୋଇ ଭିତରକୁ ଗଲେ

ଭଦ୍ରକ: କ୍ୱାରେଣ୍ଟିନ୍‌ ସେଣ୍ଟର ବାହାରେ ବୁଲୁଥିଲେ, ପୁଣି ଧରା ହୋଇ ଭିତରକୁ ଗଲେ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ସ୍ଥିତ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ। ଶ୍ରମିକମାନେ କ୍ୱାରେଣ୍ଟିନ ସେଣ୍ଟର ବାହାରେ ବୁଲୁଥିବା ଦେଖି ସ୍ଥାନୀୟ ଲୋକମାନେ ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ସେମାନଙ୍କୁ ପୁଣି ଥରେ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରଖାଯାଇଥିଲା। ଦୀର୍ଘଦିନ ଧରି ଏହି ଶ୍ରମିକମାନଙ୍କୁ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରଖାଯାଇଥିଲେ ମଧ୍ୟ ସେମାନଙ୍କ ସ୍ୱାବ ଟେଷ୍ଟ କରାଯାଉ ନାହିଁ କି ଘରକୁ […]

  • Thursday, 22 July 2021
bus
ଦେଶରେ ଖୁବଶୀଘ୍ର ଆରମ୍ଭ ହୋଇପାରେ ଯାତ୍ରୀ ପରିବହନ ସେବା

ନୂଆଦିଲ୍ଲୀ: ଦେଶରେ ଖୁବଶୀଘ୍ର ଆରମ୍ଭ ହୋଇପାରେ ଯାତ୍ରୀ ପରିବହନ ସେବା। କେତେକ ନିର୍ଦ୍ଧିଷ୍ଟ ନିୟମାବଳୀ ଭିତ୍ତିରେ ଯାନବାହନ ଚଳାଚଳ ଆରମ୍ଭ କରିବା ଲାଗି କେନ୍ଦ୍ର ସରକାର ବିଚାର କରୁଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି। ତେବେ କେବେ ସୁଦ୍ଧା ଗାଡ଼ି ଚଳାଚଳ ଆରମ୍ଭ ହେବ ସେନେଇ କିଛି ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। ଦେଶରେ ବିଭିନ୍ନ ହାଇୱେ କନ୍‌ଷ୍ଟ୍ରକ୍ସନ୍‌ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଶିଳ୍ପ ସଂସ୍ଥା ମଧ୍ୟ ଚାଲୁ ହୋଇଛି। ସେହିପରି ଆମଦାନୀ ଓ ରପ୍ତାନୀ […]

  • Thursday, 22 July 2021
ayurvedic medicine.
କରୋନା ଯୁଦ୍ଧ, ଆୟୂଧ ସାଜିବ ଆୟୁର୍ବେଦ ଔଷଧ !

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବର୍ତ୍ତମାନ ଏହାକୁ ରୋକିବା ପାଇଁ କୌଣସି ଔଷଧ ବାହାରି ପାରିନାହିଁ। ଦିନରାତି ଏକାଠି କରି ବୈଜ୍ଞାନିକମାନେ ସେମାନଙ୍କର ରିସର୍ଚ୍ଚ ଜାରି ରଖିଛନ୍ତି। ଏପରିକି  ଅନେକ ଦେଶ ମଧ୍ୟ ଦାବି କରୁଛନ୍ତି ଯେ, କରୋନା ଭାଇରସ ଭାକ୍ସିନ(ଟିକା) ସେମାନଙ୍କ ଦେଶରେ ତିଆରି ଚାଲିଛି। ଏସବୁ ଭିତରେ କରୋନାକୁ ମାତ୍‌ ଦେବା ପାଇଁ ଭାରତ ମେଡିସିନ୍‌ […]

  • Thursday, 22 July 2021
red zone
ରେଡ୍‌ ଜୋନ୍‌ରେ ଗଞ୍ଜାମ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାକୁ ରେଡ୍ ଜୋନ୍ ଭାବେ ଘୋଷଣା କଲେ ରାଜ୍ୟ ସରକାର। ଆକ୍ରାନ୍ତଙ୍କ ସଂଖ୍ୟା ଉଚ୍ଚ ମାତ୍ରାରେ ଡବଲିଂ ହେବାରୁ ଗଞ୍ଜାମ ଜିଲ୍ଲାକୁ ରେଡ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି। ସେହିପରି ମୟୂରଭଞ୍ଜ ଓ ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ଜୋନ୍ ଭାବେ ଘୋଷଣା କରାଯାଇଛି। ଆଜି ଗଞ୍ଜାମରେ ୧୭ ଓ ମୟୂରଭଞ୍ଜରେ ୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ତେବେ ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ […]

  • Thursday, 22 July 2021
92045314_3111362032287054_788538214380994560_n
ଯାଜପୁରରୁ ପୁଣି ଜଣେ କରୋନା ପଜିଟିଭ୍‌

ଯାଜପୁର: ଯାଜପୁରରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରୁ ସୂଚନା ମିଳିଛି। ସୂଚନାଥାଉ କି, ରାଜ୍ୟରେ ମୋଟ୍ କରୋନା‌ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୬୦ ଜଣ ସୁସ୍ଥ ହୋଇଥିବାବେଳେ ୧୧୭ ଜଣ ଚିକିତ୍ସାଧୀନ ଅଛନ୍ତି। ୨ ଜଣଙ୍କର ମୃତ୍ୟୁ […]

  • Thursday, 22 July 2021
lockdown
କଟକ-ଭୁବନେଶ୍ୱରରେ କଟକଣା କଡ଼ାକଡ଼ି, ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଭୁବନେଶ୍ୱର-କଟକରେ ଅନାବଶ୍ୟକ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଲେ ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏ ବାହାରକୁ ବାହାରିବାକୁ ବାରଣ କରାଯାଇଛି। ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏ କର୍ଫ୍ୟୁ ଭଳି ସ୍ଥିତି ରହିବ ବୋଲି ପୁଲିସ୍‌ କମିଶନର କହିଛନ୍ତି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଯଦି କୌଣସି ବ୍ୟକ୍ତି ଏହି କଟକଣାକୁ ଭଙ୍ଗ କରନ୍ତି ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି […]

  • Thursday, 22 July 2021
corona ..
ରାଜ୍ୟରେ କରୋନାରେ ଦ୍ୱିତୀୟ ମୃତକଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର: କରୋନାରେ ରାଜ୍ୟରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନାରେ ଆକ୍ରାନ୍ତ ହୋଇ ୨ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବରଣ କରିଥିବା ଦ୍ୱିତୀୟ ମୃତକ ଜଣଙ୍କ ଭୁବନେଶ୍ୱର ମଧୁସୂଦନ ନଗର ଅଞ୍ଚଳରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ବୟସ ୭୭ ବର୍ଷ। ସେ ଉଚ୍ଚ ରକ୍ତଚାପ, ମଧୁମେହ ଓ କିଡନୀ ରୋଗରେ ପୀଡ଼ିତ ଥିଲେ। ସେ ୪୧ ନମ୍ବର କରୋନା ଆକ୍ରାନ୍ତଙ୍କ […]

  • Thursday, 22 July 2021
screening
ସ୍ଵଦେଶ ଫେରିବେ ବିଦେଶରେ ଫସି ରହିଥିବା ଭାରତୀୟ

ନୂଆଦିଲ୍ଲୀ: କରୋନା ଯୋଗୁ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ଭାରତ ସରକାର ବଡ ଯୋଜନା କରିଛନ୍ତି। ଏହି ଭାରତୀୟଙ୍କୁ ଆକାଶ ପଥ ଓ ଜଳ ପଥରେ ଫେରାଇ ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରଥମ ସପ୍ତାହରେ ୧୩ଟି ଦେଶରୁ ୧୪ ହଜାର ୮୦୦ରୁ ଅଧିକ ଭାରତୀୟଙ୍କୁ ୬୪ଟି ବିମାନରେ ଅଣାଯିବାକୁ ଲକ୍ଷ୍ୟ ରଖାଯାଇଛି। ଆମେରିକା, ବ୍ରିଟେନ, ମାଲେସିଆ , ୟୁଏଇ, କାତାର, ସାଉଦି ଆରବ, ସିଙ୍ଗାପୁର, ଫିଲିପାଇନ୍ସ, ବାଂଲାଦେଶ, ବାହାରିନ, କ୍ୱେଏତ୍‌ ଏବଂ […]

  • Thursday, 22 July 2021
91421093_3110305529059371_5797060119829151744_n
ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୭କୁ ବୃଦ୍ଧି ପାଇଛି। ଚିହ୍ନଟ ନୂଆ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭କୁ ବୃଦ୍ଧି ପାଇଛି। ୬୦ ଜଣ ସୁସ୍ଥ ହୋଇଥିବାବେଳେ ୧୧୫ […]

  • Thursday, 22 July 2021
odisha
ଗ୍ରୀନ ଜୋନ୍‌ରେ ଚାଲିପାରେ ବସ୍‌

ଭୁବନେଶ୍ୱର: ଗ୍ରୀନ ଜୋନ୍‌ରେ ଚାଲିପାରେ ବସ୍। ଏନେଇ ବ୍ୟବସ୍ଥା ହେଉଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଗ୍ରୀନ ଜୋନ୍‌ରେ ବସ୍‌ ଚାଲିବା ପ୍ରସଙ୍ଗକୁ ନେଇ ମନ୍ତ୍ରୀ କହିଛନ୍ତି, “ ଉଭୟ ଘରୋଇ ଓ ଅନ୍ୟାନ୍ୟ ବସ୍‌କୁ କ’ଣ ସୁବିଧା ଦେଇ ହେବ ସେ ନେଇ ଆଲୋଚନା ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଫାଇଲ ଯାଇଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବସ୍‌ ଚାଲିବ”। ସେ ଆହୁରି କହିଛନ୍ତି, “୫୦% ଯାତ୍ରୀଙ୍କୁ ନେଇ ବସ୍ ଚାଲିଲେ […]

  • Thursday, 22 July 2021
jewellery
କଟକରେ ଖୋଲିବ ଏହିସବୁ ଦୋକାନ

କଟକ: ଆଜିଠୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଲାଗୁ ହୋଇଥିବା କଟକଣାଠୁ ଏହି ପର୍ଯ୍ୟାୟରେ କଟକଣା ସାମାନ୍ୟ କୋହଳ କରାଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କଟକ ଗ୍ରୀନ୍‌ ଜୋନ୍‌ରେ ଆସୁଥିବାରୁ ଏଠାରେ କଟକଣା କୋହଳ କରାଯାଇଛି। କଟକରେ କେଉଁ କେଉଁ ଦୋକାନ ଖୋଲା ରହିବ ସେନେଇ କଟକ ମହାନଗର ନିଗମ(ସିଏମ୍‌ସି) କମିଶନର ଅନନ୍ୟା […]

  • Thursday, 22 July 2021
bhermpur
ସ୍ୱତନ୍ତ୍ର ଟ୍ରେନ୍‌ରେ ଓଡ଼ିଶା ଫେରିଲେ ଆଉ ୧୨ ଶହ ପ୍ରବାସୀ ଓଡିଆ

ବ୍ରହ୍ମପୁର: ଓଡ଼ିଶା ଫେରିଲେ ଆଉ ୧୨ ଶହ ପ୍ରବାସୀ ଓଡିଆ। କେରଳ ଏର୍ଣ୍ଣାକୁଲମ୍‌ରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଏହି ପ୍ରବାସୀ ଓଡିଆ, ଓଡ଼ିଶା ଫେରିଛନ୍ତି। ବ୍ରହ୍ମପୁର ଉପକଣ୍ଠ ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିବା ପରେ ସମସ୍ତଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି। ପରେ ସମସ୍ତଙ୍କୁ ପ୍ରାୟ ୩୦ଟି ସ୍ୱତନ୍ତ୍ର ବସ୍ ଯୋଗେ ନିଜ ନିଜ ଅଞ୍ଚଳକୁ ପଠାଇଛି ପ୍ରଶାସନ। ନିଜ ନିଜ ଅଞ୍ଚଳରେ ପହଞ୍ଚିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଛି।  ତେବେ ପ୍ରବାସୀ ଓଡିଆଙ୍କୁ ନେଇ […]

  • Thursday, 22 July 2021
odisha cm.
“କ୍ୱାରେଣ୍ଟିନ୍ ସେଣ୍ଟରରେ ନିୟମ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ”

ଭୁବନେଶ୍ୱର: କ୍ୱାରେଣ୍ଟିନ୍ ସେଣ୍ଟରରେ ରହୁଥିବା କୌଣସି ବ୍ୟକ୍ତି ଯଦି ନିୟମ ଉଲ୍ଲଂଘନ କରନ୍ତି ତା’ହେଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କ୍ୱାରେଣ୍ଟିନ୍ ସେଣ୍ଟରରେ ରହୁଥିବା ଲୋକଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଟ୍ୱିଟ୍‌ କରି ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, “ରାଜ୍ୟକୁ ଫେରୁଥିବା ପ୍ରତ୍ୟେକ ଓଡ଼ିଆ ଆମ ନିଜର। ବର୍ତ୍ତମାନ ସମୟରେ ସାମାନ୍ୟ ଅସାବଧାନତା ଅନେକଙ୍କୁ ବିପଦରେ ପକାଇବ। ପ୍ରତ୍ୟେକଟି ଜୀବନର ସୁରକ୍ଷା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ସେମାନଙ୍କ ସୁରକ୍ଷିତ […]

  • Thursday, 22 July 2021
odisha
କ୍ୱାରେଣ୍ଟିନ୍‌ ସେଣ୍ଟରରେ ଟିକ୍‌ଟକ୍‌ କଲେ କୋଲକାତା ଫେରନ୍ତା

ଭଦ୍ରକ: କରୋନା ଭାଇରସ୍‌ ସଂକ୍ରମଣ ଯେପରି ନ ବ୍ୟାପେ ସେଥିପାଇଁ ବାହାର ରାଜ୍ୟରୁ ଫେରିଥିବା ଲୋକମାନଙ୍କୁ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରଖାଯାଉଛି। ସେମାନଙ୍କ ପାଇଁ ଖାଦ୍ୟ, ପାନୀୟଠୁ ଆରମ୍ଭ କରି ସବୁ କିଛିର ବ୍ୟବସ୍ଥା କରାଯାଇଛି। ହେଲେ ଏସବୁ ଭିତରେ ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା ସାମ୍ନାକୁ ଆସୁଛି। କେଉଁଠି ଲୋକେ ଖାଦ୍ୟ ଫୋପାଡ଼ି ଦେଉଛନ୍ତି ତ ଆଉ କେଉଁଠି କଟକଣା ନ ମାନି ମଉଜ ମସ୍ତିରେ ବ୍ୟସ୍ତ ରହୁଛନ୍ତି। ଏବେ ଏମିତି ଏକ ଘଟଣା ସାମ୍ନାକୁ […]

  • Thursday, 22 July 2021
lockdown 1
ଆଜିଠୁ ଲକ୍‌ଡାଉନ୍‌ ୩.୦: କେଉଁ ଜୋନ୍‌ରେ କ’ଣ କୋହଳ ? କାହା ଉପରେ କଟକଣା ? ଜାଣନ୍ତୁ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଲାଗୁ ହୋଇଥିବା କଟକଣାଠୁ ଏହି ପର୍ଯ୍ୟାୟରେ କଟକଣା ସାମାନ୍ୟ କୋହଳ କରାଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଆସନ୍ତା ମେ’୧୭ ଯାଏ ଏହି ଲକ୍‌ଡାଉନ୍‌ ବଳବତ୍ତର ରହିବ। ତେବେ ଆଗକୁ ଲକ୍‌ଡାଉନ୍‌ ବୃଦ୍ଧି ପାଇବ ନା ନାହିଁ ତା’ହା ସ୍ଥିତିର ସମୀକ୍ଷା ପରେ ନିଆଯିବ। ରେଡ୍ […]

  • Thursday, 22 July 2021
corona
୧୩ ଶହ ଟପିଲା ଦେଶରେ କରୋନା ମୃତ୍ୟୁ ସଂଖ୍ୟା, ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ,  ଆକ୍ରାନ୍ତଙ୍କ ସଂଖ୍ୟା ୨୮, ୦୭୦ରେ ପହଞ୍ଚିଛି। ସେଥି ମଧ୍ୟରୁ ୧୦, ୮୮୭ ଜଣ ସୁସ୍ଥ ହୋଇଥିବାବେଳେ ୧,୩୦୬ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟାରେ ୨ହଜାର ୩୮୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କୌଣସି ଗୋଟିଏ ଦିନରେ ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହେବାରେ […]

  • Thursday, 22 July 2021