ବେଙ୍ଗାଲୁରୁ: କରୋନା ସଂକ୍ରମଣ ଭୟରେ ଲୋକେ ଘରୁ ବାହାରୁ ନାହାନ୍ତି। ହେଲେ ସ୍ୱାସ୍ଥ୍ୟ ବିଭାଗର ସେଇ କର୍ମଚାରୀମାନଙ୍କୁ ଧନ୍ୟବାଦ ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ କରୋନା ରୋଗୀଙ୍କ ସେବା କରୁଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଜଣେ କରୋନା ଯୋଦ୍ଧାଙ୍କ ବିଷୟରେ କହିବୁ ଯାହାଙ୍କୁ ନେଇ ଏବେ ଚର୍ଚ୍ଚା। ହେଲେ ତାଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ଭାବୁଥିବେ ଆମେ ଆପଣଙ୍କୁ ଏସବୁ କ’ଣ କହୁଛୁ। ଆମେ ଆପଣଙ୍କୁ କହୁଛୁ ବେଙ୍ଗାଲୁରୁର ଡାକ୍ତର ବିଜୟଶ୍ରୀଙ୍କ ସମ୍ପର୍କରେ। […]
ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ଲୋକପାଳ ସଦସ୍ୟ ଜଷ୍ଟିସ୍ ଏ.କେ ତ୍ରିପାଠୀ (ଅବସରପ୍ରାପ୍ତ)ଙ୍କ ପରଲୋକ ଘଟିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ଏପ୍ରିଲ ୨ରେ ତାଙ୍କୁ ଦିଲ୍ଲୀ ସ୍ଥିତ AIIMS ରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁସାରେ, ଜଷ୍ଟିସ୍ ତ୍ରିପାଠୀଙ୍କ ଝିଅ ଓ ତାଙ୍କ ରୋଷେୟିଆ କରୋନାରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇଥିଲେ। ଛତିଶଗଡ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ତ୍ରିପାଠୀଙ୍କୁ AIIMS ରେ […]
ରାଉରକେଲା: ରାଜସ୍ଥାନର କୋଟାରୁ ବସ୍ ଯୋଗେ ରାଉରକେଲା ଫେରିଲେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀଙ୍କୁ ନେଇ ୪ଟି ବସ୍ ଆଜି ରାଉରକେଲାରେ ପହଞ୍ଚିଛି। ୪ଟି ବସ୍ରେ ୧୧୪ ଜଣ ଛାତ୍ରଛାତ୍ରୀ ଥିଲେ। କୋଟାର ବିଭିନ୍ନ ଇନ୍ଷ୍ଟିଚ୍ୟୁଟ୍ରେ ପଢ଼ୁଥିବା ଏହି ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନେଇ ଏହି ବସ୍ ଗୁଡ଼ିକ ରାଉରକେଲାରେ ପହଞ୍ଚିଛି। ରାଉରକେଲାରେ ପହଞ୍ଚିବା ପରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ସମସ୍ତଙ୍କୁ କ୍ୱାରେଣ୍ଟିନ୍ରେ ରଖିବା ନେଇ ବ୍ୟବସ୍ଥା ହୋଇଛି। ଆଜି ସକାଳୁ ଦୁଇଟି ବସ୍ ଓ ପରେ ଅନ୍ୟ ଦୁଇଟି […]
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଖ୍ୟା ୧୫୪ରେ ପହଞ୍ଚିଥିବା ବେଳେ ଆଉ ୧୫ ଜଣଙ୍କ ଟ୍ରାଭେଲ୍ ହିଷ୍ଟ୍ରି ସମ୍ପର୍କରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। କେସ୍ ନଂ ୧୨୯ରୁ ୧୪୩ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ସମ୍ପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏ ସମସ୍ତଙ୍କର କୋଲକାତା ଲିଙ୍କ୍ ଥିବା ଟ୍ରାଭେଲ୍ ହିଷ୍ଟ୍ରିରେ ସୂଚନା ଦିଆଯାଇଛି। ଏହି ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଜଣ ହେଉଛନ୍ତି ଯାଜପୁର ଜିଲ୍ଲା କଟିକଟା ଅଞ୍ଚଳର। କେସ୍ ନଂ ୧୪୩ ବାଲେଶ୍ୱର ଜିଲ୍ଲା […]
ଯାଜପୁର: କିଛି ସମୟ ପୂର୍ବରୁ ଯାଜପୁରରେ ୨ କରୋନା ପଜିଟିଭ୍ ଚିହ୍ନଟ ନେଇ ଖବର ସାମ୍ନାକୁ ଆସିଥିବା ବେଳେ ଏବେ ପୁଣି ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଖବର ସାମ୍ନାକୁ ଆସିଛି। ଚିହ୍ନଟ ହୋଇଥିବା ଏହି ନୂଆ ଆକ୍ରାନ୍ତ କୋଲକାତାରୁ ଫେରିଥିଲେ। ଯାଜପୁରରୁ ଏହି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯ ଛୁଇଁଛି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୮କୁ […]
ଭୁବନେଶ୍ୱର: କିଛି ସମୟ ପୂର୍ବରୁ ରାଜ୍ୟରେ ୨ କରୋନା ପଜିଟିଭ୍ ଚିହ୍ନଟ ନେଇ ଖବର ସାମ୍ନାକୁ ଆସିଥିବା ବେଳେ ଏବେ ପୁଣି ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ଖବର ସାମ୍ନାକୁ ଆସିଛି। ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ ପକ୍ଷରୁ ସୂଚନା ଦିଆଯାଇଛି। ଯାଜପୁରରୁ ଏହି ୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ଏହି ୨ ନୂଆ କରୋନା ଆକ୍ରାନ୍ତ ବଲାଙ୍ଗିର ଜିଲ୍ଲା ଲେଖାରିଆ ଗାଁର ବୋଲି ସୂଚନା ମିଳିଛି। ଏମାନେ ତାମିଲନାଡୁରୁ ଫେରିଥିଲେ। ଉଭୟ ପୁରୁଷ। ଜଣକର ବୟସ ୨୨ ବର୍ଷ ହୋଇଥିବାବେଳେ ଅନ୍ୟ ଜଣକ ବୟସ ୧୮ […]
ଭୁବନେଶ୍ୱର: ପଶ୍ଚିମବଙ୍ଗରୁ ଫେରିଥିବା ଲୋକମାନେ ସେମାନଙ୍କ ଗସ୍ତ ସମ୍ପର୍କରେ ନ ଲୁଚାଇବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପରାମର୍ଶ ଦେଇଛି। ସେମାନେ ନମୁନା ପରୀକ୍ଷା ପାଇଁ ଆସିବାକୁ ପରାମର୍ଶ ଦିଆଯାଇଛି। ପଶ୍ଚିମବଙ୍ଗରୁ ଆସିଥିବା ବ୍ୟକ୍ତିମାନେ ସୁସ୍ଥ ଅନୁଭବ କରୁଥିଲେ ମଧ୍ୟ ସେମାନେ କରୋନା ଦ୍ୱାରା ସଂକ୍ରମଣ ହୋଇ ପାରିଥାନ୍ତି। ଏହାଦ୍ୱାରା ସେମାନେ ଅନ୍ୟମାନଙ୍କୁ ସଂକ୍ରମିତ କରିବାର ଆଶଙ୍କା ରହିଛି। ତେଣୁ ପଶ୍ଚିମବଙ୍ଗରୁ ଆସିଥିବା ବ୍ୟକ୍ତିମାନେ ହୋମ୍ ଆଇସୋଲେସନରେ ରହିବା ସହ ସ୍ଥାନୀୟ ବିଡିଓ, ତହସିଲଦାର […]
ଯାଜପୁର: ଷ୍ଟେଟ୍ ରାପିଡ୍ ରେସ୍ପନ୍ସର ୫ ଜଣିଆ ଟିମ୍ ଯାଜପୁର ଜିଲ୍ଲାରେ ପହଞ୍ଚିଛନ୍ତି। ଏହି ଟିମ୍ ହଟ୍ସ୍ପଟ୍ ଅଞ୍ଚଳ କୁହାଯାଉଥିବା କଟିକଟାକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ। କଣ୍ଟେନମେଣ୍ଟ ଜୋନ୍ରେ କିଭଳି ସ୍ଥିତି ରହିଛି, କଟକଣା କିଭଳି ପାଳନ କରାଯାଉଛି ସେ ସମ୍ପର୍କରେ ଅନୁଧ୍ୟାନ କରିବ ଏହି ଟିମ୍। ଗତକାଲି ଗୋଟିଏ ଦିନରେ କଟିକଟା ଅଞ୍ଚଳରୁ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଯାଜପୁର ଦଶରଥପୁର ବ୍ଲକ କଟିକଟା ପଞ୍ଚାୟତ ସମେତ ଗୋପାଳପୁର, ଦହନହଟା ପଞ୍ଚାୟତକୁ […]
ଭୁବନେଶ୍ୱର: ଲକ୍ଡାଉନ୍ ବେଳେ ରାଜଧାନୀ ଭୁବନେଶ୍ୱରରେ କେଉଁ ଦୋକାନ ଖୋଲା ରହିବ ଓ କେଉଁ ଦୋକାନ ଖୋଲା ରହିବ ନାହିଁ, ସେନେଇ ବ୍ୟବସାୟୀଙ୍କ ଦ୍ୱନ୍ଦ୍ୱ ଦୂର କରିଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ସକାଳ ୮ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁମତିପ୍ରାପ୍ତ ଦୋକାନ ଖୋଲା ରହିବ। କିନ୍ତୁ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ହେବ। ଏହିସବୁ ଦୋକାନ ଖୋଲା ରହିବ… ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ଠେଲା ଟିଫିନ ଷ୍ଟଲ, ଚା’, ପାନ, […]
ଭୁବନେଶ୍ୱର: ଚିହ୍ନଟ ହୋଇଥିବା ୩ ନୂଆ ଆକ୍ରାନ୍ତଙ୍କ ସମ୍ପର୍କରେ ରାଜ୍ୟ ସରକାର ତଥ୍ୟ ପ୍ରଦାନ କରିଛନ୍ତି। ଯାଜପୁର ଜିଲ୍ଲାରୁ ସମସ୍ତ ୩ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ ପୁରୁଷ ଓ ଜଣେ ଯୁବତୀ ଅଛନ୍ତି। ଜଣେ ୫୬ ବର୍ଷୀୟ ବ୍ୟକ୍ତି ଅନ୍ୟ ଜଣେ ୧୮ ବର୍ଷୀୟ ଯୁବତୀ ଜିଲ୍ଲାର କଣ୍ଟେନମେଣ୍ଟ ଘୋଷଣା ହୋଇଥିବା କଟିକଟା ଅଞ୍ଚଳର ଉଭୟ ପୂର୍ବରୁ ଚିହ୍ନଟ ହୋଇଥିବା ଜଣେ ପଜିଟିଭ ସଂସ୍ପର୍ଶରେ ଆସିଥିଲେ। ଚିହ୍ନଟଙ୍କ ମଧ୍ୟରେ ଆଉ ଜଣେ ୬୫ ବର୍ଷୀୟ ବୃଦ୍ଧ […]
ଆସିକା: ଲକ୍ଡାଉନ୍ ବେଳେ ଦୀର୍ଘ ୬୦ ଘଣ୍ଟାରୁ ଅଧିକ ସମୟ ଯାତ୍ରା ପରେ ୨୧୭ଜଣ ପ୍ରବାସୀ ଓଡ଼ିଆ ଗଞ୍ଜାମରେ ପହଞ୍ଚିଛନ୍ତି। ଗୁଜରାଟ ସୁରତରୁ ବାହାରିଥିବା ୪ଟି ବସ୍ ଗତକାଲି ବିଳମ୍ବିତ ରାତିରେ ଶେରଗଡ ଓ ଧରାକୋଟରେ ପହଞ୍ଚିଥିଲା। ପୂର୍ବ ବ୍ୟବସ୍ଥା ଅନୁଯାୟୀ, ସେମାନଙ୍କୁ ସିଧାସଳଖ ଧରାକୋଟ ଆଦର୍ଶ ବିଦ୍ୟାଳୟ ଓ ଶେରଗଡ ଆଦର୍ଶ ବିଦ୍ୟାଳୟରେ ହୋଇଥିବା ସରକାରୀ କ୍ୱାରେଣ୍ଟିନ ସେଣ୍ଟରରେ ରଖାଯାଇଛି। ସେମାନଙ୍କୁ ଘରକୁ ଛଡାଯିବ ନାହିଁ, କି ସେମାନଙ୍କୁ ଭେଟିବାକୁ କାହାକୁ ଅନୁମତି ମିଳିବ ନାହିଁ। […]
ଭୁବନେଶ୍ୱର: କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଭିଡିଓ ବାର୍ତ୍ତା ଆଜି ଜାରି ହୋଇଛି। ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘୧୦ ଦିନ ତଳେ କଥା ହୋଇଥିଲି, ଆକ୍ରାନ୍ତ ସଂଖ୍ୟା ୬୧ ଥିଲା। ଏବେ ତାହା ଦୁଇ ଗୁଣ ବଢ଼ି ଗଲାଣି। ଡରିବାର କିଛି ନାହିଁ। ଆମେ ସାବଧାନ ରହିଲେ, ବିପଦକୁ ଏଡାଇ ପାରିବା। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ବିଦେଶରୁ ଫେରୁଥିବା ଓଡ଼ିଆଙ୍କ ଯତ୍ନନେବା ଆମ ପାଇଁ ଚ୍ୟାଲେଞ୍ଜ ଥିଲା। ଓଡ଼ିଶା ପ୍ରଥମ […]
ରାୟଗଡ଼ା: କ୍ୱାରେଣ୍ଟିନ୍ ହୋମ୍ରେ ଅଘଟଣ। ସରକାରୀ କ୍ୱାରେଣ୍ଟିନ୍ ହୋମ୍ରେ ଫିନାଇଲ୍ ପିଇ ଜଣେ ଅନ୍ତେବାସୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି। ରାୟଗଡ଼ା ଜିଲ୍ଲା ଅଶୋକ କଲ୍ୟାଣ ମଣ୍ଡପ ସ୍ଥିତ ସରକାରୀ କ୍ୱାରେଣ୍ଟିନ୍ ହୋମ୍ରେ ଏହି ଅଭାବନୀୟ ଘଟଣା ଘଟିଛି। ଫିନାଇଲ୍ ପିଇବା ପରେ ଅନ୍ତେବାସୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ସୂଚନାଥାଉ କି, ଗତ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦୁଝର, ଦେବଗଡ଼ ଓ ଝାରସୁଗୁଡ଼ାରେ ଏହି ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଘଟଣା ପରେ ପୁଣି ୩ ଜିଲ୍ଲାକୁ ବ୍ୟାପିଛି କରୋନା। ଚିହ୍ନଟ ୩ ଜଣଙ୍କ ସମ୍ପର୍କର ସୂଚନା ଦେଇଛି […]
ଭଦ୍ରକ: ଲକ୍ଡାଉନ୍ କଟକଣାକୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି। ଲକ୍ଡାଉନ୍ ସମୟରେ ଲୋକଙ୍କୁ ଅତ୍ୟାବଶ୍ୟକ ସେବା ଉପଲବ୍ଧ କରାଇବା ପାଇଁ ପ୍ରଶାସନ ପକ୍ଷରୁ କଟକଣାକୁ କୋହଳ କରାଯାଇଛି। କଟକଣା ଅବଧି ସମୟରେ ଇଲେକ୍ଟ୍ରିକ୍ସିଆନ୍, ଆଇଟି ରିପାୟାର, ପ୍ଲମ୍ବର, ମୋଟର ମେକାନିକ୍ ମାନଙ୍କୁ ହୋମ୍ ସର୍ଭିସ ସେବା ପ୍ରଦାନ ପାଇଁ ଅନୁମତି ପ୍ରଦାନ କରାଯାଇଛି। ସାମାଜିକ ଦୂରତା, ମାସ୍କ ପରିଧାନ ଓ ସ୍ୱଚ୍ଛତା ଅବଲମ୍ବନ କରିବାକୁ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି। ନିର୍ମାଣ […]
ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ୧୧୯ ନଂ ଆକ୍ରାନ୍ତଙ୍କ ସମ୍ପର୍କରେ ରାଜ୍ୟ ସରକାର ତଥ୍ୟ ପ୍ରଦାନ କରିଛନ୍ତି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ପ୍ରଦାନ କରାଯାଇଛି। ଆକ୍ରାନ୍ତ ଜଣଙ୍କ […]
ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ସୂଚନା ମିଳିଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୪୨୧ଟି ସାମ୍ପଲ୍ ଟେଷ୍ଟ ହୋଇଛି। ଏଯାବତ୍ ମୋଟ୍ ୨୯ ହଜାର ୧୦୮ଟି ସାମ୍ପଲ୍ ଟେଷ୍ଟ ହେଲାଣି। ୧୧୯ ଜଣ […]
ଭୁବନେଶ୍ୱର: ଲକ୍ ଡାଉନ୍ ଯୋଗୁ ହଇରାଣ ହେଉଥିବା ଟ୍ରକ୍ ଚାଳକଙ୍କ ପାଇଁ ଆଶ୍ୱସ୍ତିକର ଖବର। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ୧୪୦ଟି ଢାବା ଓ ୨୨୩ଟି ଗାଡ଼ି ମରାମତି ଦୋକାନ ଖୋଲିବ। କେଉଁ କେଉଁ ଢାବା ଓ ଗାଡ଼ି ମରାମତି ଦୋକାନ ଖୋଲିବ ସେନେଇ ଅନୁମତି ପ୍ରଦାନ କରାଯାଇଛି।ରାସ୍ତା କଡ଼ରେ ଅଟକୁଥିବା ଟ୍ରକ୍ ଚାଳକଙ୍କ ସୁବିଧା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ସୂଚନାଥାଉ କି, ଏହାପୂର୍ବରୁ ଲକ୍ଡାଉନ୍ ବେଳେ ରାଜ୍ୟରେ ଦୋକାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ […]
କଟକ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍ଡାଉନ୍ ଘୋଷଣା ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨୧ଦିନ ପର୍ଯ୍ୟନ୍ତ ଲକ୍ଡାଉନ୍କୁ ବୃଦ୍ଧି କରାଯାଇଥିଲା। ଏହାପରେ ଏହି ଅବଧିକୁ ମେ’ ୩ ପର୍ଯ୍ୟନ୍ତ ବୃଦ୍ଧି କରା ଯାଇଥିଲା। ମେ’ ୩ ପରେ ଲକ୍ଡାଉନ୍ ଅବଧି ବୃଦ୍ଧି ପାଇବ କି ନାହିଁ ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ। ତେବେ ଲକ୍ଡାଉନ୍ କଟକଣା ହଟିବା ପରେ ବହି ବିକ୍ରି ଉପରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମାଧ୍ୟମିକ ଶିକ୍ଷା […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଳବତ୍ତର ରହିବ ଲକ୍ଡାଉନ୍ କଟକଣା। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ସ୍ପଷ୍ଟ କରିଛି। ବିଏମ୍ସି ପକ୍ଷରୁ ଟ୍ୱିଟ୍ କରାଯାଇ କୁହାଯାଇଛି ଯେ, ଏବେ ବି ଭୁବନେଶ୍ୱର ହଟ୍ସ୍ପଟ୍ ବା ରେଡ୍ ଜୋନ୍ ବର୍ଗରେ ଥିବାରୁ ଲକ୍ଡାଉନ୍ କଟକଣା ବଳବତ୍ତର ରହିବ। କରୋନାକୁ ସଂକ୍ରମଣକୁ ରୋକିବା ପାଇଁ ପରବର୍ତ୍ତୀ ସମୀକ୍ଷା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ଏନେଇ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛି ବିଏମ୍ସି। As #Bhubaneswar is still […]
ଭୁବନେଶ୍ୱର: ରାଜ୍ୟରେ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ରୁ ଏହି ସୂଚନା ମିଳିଛି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି। ଏହି ନୂଆ ୫ କରୋନା ଆକ୍ରାନ୍ତ ବାଲେଶ୍ୱରର ବୋଲି ସୂଚନା ମିଳିଛି। ବାଲେଶ୍ୱରରୁ ଏବେ ଯାଏ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ, ରାଜ୍ୟର ଆଉ ୮ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରିର ଚିନ୍ତାଜନକ ତଥ୍ୟ ଆସିଛି। ଯାଜପୁରର ୬ ଜଣଙ୍କଠାରେ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ରୁ ଏହି ସୂଚନା ମିଳିଛି। ଏହି ନୂଆ ୫ କରୋନା ଆକ୍ରାନ୍ତ ବାଲେଶ୍ୱରର ବୋଲି ସୂଚନା ମିଳିଛି। ଆଜିର ୫ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇ ଥିବାବେଳେ ବାଲେଶ୍ୱରରୁ ଏବେ ଯାଏ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ୍ ୧୦୮ ଆକ୍ରାନ୍ତଙ୍କ ମଧ୍ୟରୁ ଏବେ […]
ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦,୧୭୭ରେ ପହଞ୍ଚି ଥିବାବେଳେ ମୃତ୍ୟୁ ସଂଖ୍ୟା ୮୨୬ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୫୯୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଉଦବେଗଜନକ ସ୍ଥିତିରେ ଥିବା ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ହଜାରରୁ ଅଧିକରେ ପହଞ୍ଚିଛି। ସେହିପରି ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାରରୁ ଅଧିକ […]