Advertisment

‘କରୋନାର ଦ୍ୱିତୀୟ ଲହରରେ ରାଜ୍ୟରେ ସଂକ୍ରମିତଙ୍କ ମଧ୍ୟରୁ ୯୩% ଡେଲ୍‌ଟା ଭାଇରସ୍ ଦ୍ୱାରା ସଂକ୍ରମିତ’

କରୋନାର ଦ୍ୱିତୀୟ ଳହରରେ ଓଡ଼ିଶାରେ ସଂକ୍ରମିତଙ୍କ ମଧ୍ୟରୁ ୯୩% ଡେଲ୍‌ଟା ଭାଇରସ୍ ଦ୍ୱାରା ସଂକ୍ରମିତ ା କୋଭିଡର ୨ୟ ଲହର ଓ ଡେଲ୍‌ଟା ଭାଇରସ ନେଇ ILS ନିର୍ଦ୍ଦେଶକ ଅଜୟ ପରିଡ଼ା ଏଭଳି ସୂଚନା ଦେଇଛନ୍ତି

author-image
Rajalaxmi Sahoo
ଅଦ୍ୟତନ ହୋଇଛି
‘କରୋନାର ଦ୍ୱିତୀୟ ଲହରରେ ରାଜ୍ୟରେ ସଂକ୍ରମିତଙ୍କ ମଧ୍ୟରୁ ୯୩% ଡେଲ୍‌ଟା ଭାଇରସ୍ ଦ୍ୱାରା ସଂକ୍ରମିତ’

corona sample test

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରରେ ଓଡ଼ିଶାରେ ସଂକ୍ରମିତଙ୍କ ମଧ୍ୟରୁ ୯୩% ଡେଲ୍‌ଟା ଭାଇରସ୍ ଦ୍ୱାରା ସଂକ୍ରମିତ ା କୋଭିଡର ୨ୟ ଲହର ଓ ଡେଲ୍‌ଟା ଭାଇରସ ନେଇ ILS ନିର୍ଦ୍ଦେଶକ ଅଜୟ ପରିଡ଼ା ଏଭଳି ସୂଚନା ଦେଇଛନ୍ତି ା ଡେଲ୍‌ଟା ଭାଇରସ ଯୋଗୁ ଓଡ଼ିଶାରେ ଅଧିକ ସଂଖ୍ୟକ ପଜିଟିଭ ହୋଇଛନ୍ତି। ସେହିପରି ସାରା ଦେଶରେ ୬୫ ହଜାର ସିକୁଏନ୍ସିଂ ହୋଇଛି। ସେଥିରୁ ୯୬% ଲୋକ ଡେଲ୍‌ଟା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଥିବା ILS ନିର୍ଦ୍ଦେଶକ କହିଛନ୍ତି।

Advertisment

କରୋନାର ପ୍ରଥମ ଲହରରେ ଭାଇରସ୍‌ ମଣିଷ ଦେହରେ ୧୫ ଦିନ ସକ୍ରିୟ ରହୁ ଥିବାବେଳେ ୨ୟ ଲହରରେ ଏହା ୩ ସପ୍ତାହରୁ ଅଧିକ ରହୁଥିବା ILS ନିର୍ଦ୍ଦେଶକ କହିଛନ୍ତି। ସେହିପରି ଲୋକେ କଟକଣା ମାନୁ ଥିବାରୁ କିଛି ଜିଲ୍ଲାରେ ଧୀରେ ଧୀରେ ସଂକ୍ରମଣ କମୁଥିବା ସେ କହିଛନ୍ତି। ତେବେ ଲୋକଙ୍କର ବ୍ୟବହାର, ଟିକାକରଣ ଏବଂ ଭାଇରସ୍ ଯଦି ରୂପ ବଦଳାଏ, ତେବେ ୩ୟ ଲହର ଆସିପାରେ ବୋଲି ସେ ସତର୍କ କରାଇଛନ୍ତି।

ରାଜ୍ୟରେ କରୋନା ସଂକ୍ରମଣ ହାର ସ୍ଥିର ରହିଛି। ଦୈନିକ ୨ ହଜାର ପାଖାପାଖି ସଂକ୍ରମିତ ଚିହ୍ନଟ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ମଧ୍ୟ ୬୦ ତଳକୁ ଖସୁନି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧,୯୪୮ କରୋନା ପଜିଟିଭ ବାହାରିଛନ୍ତି। ସେହିପରି ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ  କରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୫ ହଜାର ୩୦୮କୁ ବୃଦ୍ଧି ପାଇଛି।

Advertisment

ଭୁବନେଶ୍ୱର ଓ କଟକରେ ଚିନ୍ତାଜନକ ସ୍ଥିତିରେ କରୋନା। ବିଶେଷ କରି ଆଇସିୟୁ ଓ ଭେଣ୍ଟିଲେଟରରେ ଥିବା ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ଭୁବନେଶ୍ୱର ଓ କଟକରେ କେସ୍ ଲୋଡ୍ ଉଚ୍ଚା ରହିବାର ଏକ କାରଣ ହୋଇପାରେ, ଏହି ଦୁଇ ସହରକୁ ରାଜ୍ୟର ସବୁ ସ୍ଥାନରୁ, ଏପରିକି ରାଜ୍ୟ ବାହାରୁ ମଧ୍ୟ କୋଭିଡ୍ ଆକ୍ରାନ୍ତ ଆସୁଛନ୍ତି । ଏପରିକି ବାହାରୁ ଆସିବା ପରେ ଏଠାରେ ଅନେକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ବିଶେଷଜ୍ଞଙ୍କ ମତରେ କଟକ-ଭୁବନେଶ୍ୱରରେ ଅଧିକ ଲୋକ ଆଡମିଟ୍ ହେଉଛନ୍ତି କହିବା ଠିକ୍ ନୁହେଁ । ଭଲ ସ୍ୱାସ୍ଥ୍ୟ ଭିତ୍ତିଭୂମି ଥିବାରୁ ଏହି ଦୁଇ ସହରକୁ ଅଧିକ ରୋଗୀ ଚିକିତ୍ସିତ ହେବାକୁ ଆସୁଛନ୍ତି ।

Odisha COVID-19
Advertisment
Advertisment