ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଜରୁରୀ ସେବା ବ୍ୟତୀତ ଆଉ କିଛି ସେବା ଆରମ୍ଭ ହେବାକୁ ଯାଉଛି। ହେଲେ ଇ-କମର୍ସ କମ୍ପାନୀ ଆମାଜନ, ଫ୍ଲିପକାର୍ଟ, ସ୍ନାପଡିଲ ଆଦି କମ୍ପାନୀ ଗୁଡିକ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରିପାରିବେ ନାହିଁ। ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହା ସ୍ପଷ୍ଟ କରିଛି। ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଲକଡାଉନ୍ ଅବଧି ମେ’ ୩ ଯାଏ ବୃଦ୍ଧି କରିଛନ୍ତି। ପ୍ରାଥମିକ ଭାବରେ ଇ-କମର୍ସ କମ୍ପାନୀ ମାନେ ଅନ୍ୟାନ୍ୟ […]
ନୂଆଦିଲ୍ଲୀ: ଆସନ୍ତା କାଲି ଅର୍ଥାତ ଏପ୍ରିଲ ୨୦ରୁ ଜରୁରୀ ସେବା ବ୍ୟତୀତ ଆଉ କେଉଁ ସେବା ଆରମ୍ଭ ହେବ ସେ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଛି। ଯେଉଁସ୍ଥାନରେ କରୋନା ସଂକ୍ରମଣ ଆଶଙ୍କା କମ୍ ଏବଂ ସ୍ଥିତି ସ୍ୱାଭାବିକ ରହିଥିବ ସେହି ସବୁ ସ୍ଥାନରେ ବିଭିନ୍ନ ସେବା ଆରମ୍ଭ ହେବ ବୋଲି ଗୃହ ମନ୍ତ୍ରଣାଳୟ କହିଛି। କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିରେ ସ୍ୱାସ୍ଥ୍ୟସେବା, କୃଷି, ଉଦ୍ୟାନ […]
କୋଟା: ରାଜସ୍ଥାନ କୋଟାରେ କୋଚିଂ ନେଉଥିବା ୩ ହଜାର ଛାତ୍ରଛାତ୍ରୀ ବସରେ ଉତ୍ତର ପ୍ରଦେଶ ଫେରୁଛନ୍ତି। ଯୋଗୀ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ୨୫୦ ବସ୍ ଉତ୍ତର ପ୍ରଦେଶରୁ ପଠାଇଥିଲେ। ପ୍ରତି ବସରେ ୩୦ ଜଣ ବସି ପାରିବାର କ୍ଷମତା ରହିଛି। ଛାତ୍ରଛାତ୍ରୀ ବସରେ ବସିବା ବେଳେ ପାଖରେ ସାନିଟାଇଜର ଓ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ୱ ପାଳନ କରିଛନ୍ତି। ଶୁକ୍ରବାର ରାତିରେ ୧୦୦ଟି ବସ୍ ଛାତ୍ରଛାତ୍ରୀଙ୍କୁ ନେଇ ଉତ୍ତର ପ୍ରଦେଶ ଫେରିଥିବାବେଳେ ବାକି ବସ୍ ଶନିବାର […]
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ଉପୁଜିଥିବା ଏହି ସଙ୍କଟ ସମୟରେ ଆମେରିକା ଭାରତକୁ ସହଯୋଗର ହାତ ବଢ଼ାଇଛି। କରୋନା ମୁକାବିଲା ଲାଗି ସ୍ୱାସ୍ଥ୍ୟ କ୍ଷେତ୍ରରେ ସହାୟତା ସ୍ୱରୂପ ଆମେରିକା ଭାରତକୁ ପାଖାପାଖି $୫.୯ ମିଲିୟନ ପ୍ରଦାନ କରିଛି। ଏନେଇ US State Department ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଥାଉ କି, ଏହାପୂର୍ବରୁ ମହାମାରୀ କରୋନାର ମୁକାବିଲା ପାଇଁ ଆମେରିକା ମାଗିଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (HCQ) ପ୍ରଦାନ ନେଇ ଭାରତ ଆମେରିକାକୁ ଅନୁମତି ଦେଇଥିଲା। ଏହାକୁ ନେଇ ଭାରତକୁ […]
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୪୮୦ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୧,୯୦୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୧୯୧ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର ପରେ ଦିଲ୍ଲୀରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଛନ୍ତି। ଏହାପରେ ତାମିଲନାଡୁ, ମଧ୍ୟପ୍ରଦେଶ,ରାଜସ୍ଥାନ, ଗୁଜରାଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ […]
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗି ଥିବାବେଳେ ଏବେ ଭାରତତୀୟ ନୌସେନାର କିଛି ଯବାନମାନେ ଏହି ମହାମାରୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ପାଖାପାଖି ୨୦ ଜଣ ଯବାନଙ୍କ ରିପୋର୍ଟ କରୋନା ପଜିଟିଭ ଆସିଛି। INS Angre ର ଏହି ଯବାନମାନଙ୍କୁ ମୁମ୍ବାଇ ସ୍ଥିତ ଏକ ନାଭାଲ ହସ୍ପିଟାଲରେ କ୍ୱାରେଣ୍ଟାଇନରେ ରଖାଯାଇଛି। ବର୍ତ୍ତମାନ INS Angre ମୁମ୍ବାଇ କୋଷ୍ଟରେ ରହିଛି। ଦେଶରେ ପ୍ରଥମ ଥର ପାଇଁ ନୌସେନା ବେସରେ କରୋନା […]
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ସାରା ବିଶ୍ୱରେ ୨୧୦ ଦେଶରେ ତା’ର କାୟା ବିସ୍ତାର କରିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ ୫୦ ହଜାର ଟପିଛି। ସେଥିମଧ୍ୟରୁ ୧ ଲକ୍ଷ ୫୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଲକ୍ଷ ୭୨ ହଜାରରୁ ଅଧିକ ସୁସ୍ଥ ହେଲେଣି। କରୋନାରେ ଆକ୍ରାନ୍ତ ହୋଇ ଆମେରିକାରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଆମେରିକାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୩୭ ହଜାରରୁ ଅଧିକ […]
ବେଙ୍ଗାଲୁରୁ: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ଦେଶରେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହା ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ତେବେ ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ମେ ୩ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ଏସବୁ ଭିତରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀଙ୍କ ପୁଅ ନିଖିଲ କୁମାରସ୍ୱାମୀଙ୍କ ଆଜି ବିବାହ। କଂଗ୍ରେସର ପୂର୍ବତନ […]
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୪୩୭ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୧,୨୦୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୭୪୮ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ଏବେ ସୁଦ୍ଧା ୩ ହଜାରରୁ ଅଧିକ ଲୋକ ଲୋକ ଆକ୍ରାନ୍ତ ହୋଇଛନ୍ତି। ମୁଖ୍ୟତଃ ମୁମ୍ବାଇ, ପୁଣେ, ନାଗପୁରରେ […]
ନୂଆଦିଲ୍ଲୀ: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସରେ ୨୧ ଲକ୍ଷ ୮୨ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ଥିବାବେଳେ ସେଥିମଧ୍ୟରୁ ୧ ଲକ୍ଷ ୪୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ସବୁଠାରୁ ଭଲ କଥା, ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଲକ୍ଷ ୪୭ ହଜାରରୁ ଅଧିକ ସୁସ୍ଥ ହେଲେଣି। ହେଲେ ବିଶ୍ୱର ସବୁଠାରୁ ଧନୀ ରାଷ୍ଟ୍ର କୁହାଯାଉଥିବା ଆମେରିକାରେ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏଠାରେ ଆକ୍ରାନ୍ତ ଓ […]
ନୂଆଦିଲ୍ଲୀ: ଲକଡାଉନ ଜାରି କରି ମହାମାରୀ କରୋନାକୁ ଆମେ ପରାସ୍ତ କରିପାରିବା ନାହିଁ। ସରକାର ମାତ୍ରାଧିକ ପରୀକ୍ଷା କରିବା ଦରକାର। ଯୋଜାବଦ୍ଧ ଓ ମିଳିତ ଭାବେ ଲଢ଼େଇ କଲେ ଆମେ ନିଶ୍ଚିତ କରୋନା ଭାଇରସକୁ ପରାସ୍ତ କରିପାରିବା ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି। ଦେଶରେ ଜାରି ଲକଡାଉନ ଓ କରୋନା ସଂକ୍ରମଣକୁ ନେଇ ଆଜି ରାହୁଲ ଗାନ୍ଧି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ କହିଛନ୍ତି, “କୌଣସି ବି ପରିସ୍ଥିତିରେ ଲକଡାଉନ […]
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୪୧୪ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୦,୪୭୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୪୮୮ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର ପରେ ଦିଲ୍ଲୀରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଛନ୍ତି। ଏହାପରେ ତାମିଲନାଡୁ, ରାଜସ୍ଥାନ, ମଧ୍ୟପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ […]
ଲଣ୍ଡନ: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସରେ ୧ ଲକ୍ଷ ୩୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ଏଯାଏ ୨୦ ଲକ୍ଷ ୮୩ ହଜାରରୁ ଅଧିକ ଲୋକ ଏହାଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏହାକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ ଥିବାବେଳେ ବ୍ରିଟେନରୁ ଏକ ଭଲ ଖବର ଆସିଛି। ବ୍ରିଟେନର ଜଣେ ୧୦୬ ବର୍ଷୀୟ ବୃଦ୍ଧା ମହାମାରୀ କରୋନା କବଳରୁ ଜିତିଛନ୍ତି। ସୁସ୍ଥ ହେବାପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ସୂଚନା ଅନୁସାରେ, ନିମୋନିଆ ସନ୍ଦେହରେ ସମ୍ପୃକ୍ତ […]
ନୂଆଦିଲ୍ଲୀ: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସରେ ୧ ଲକ୍ଷ ୩୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ଏଯାଏ ୨୦ ଲକ୍ଷ ୮୩ ହଜାରରୁ ଅଧିକ ଲୋକ ଏହାଦ୍ୱାରା ସଂକ୍ରମିତ ହୋଇଛନ୍ତି। ସବୁଠାରୁ ଭଲ କଥା, ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଲକ୍ଷ ୧୦ ହଜାରରୁ ଅଧିକ ସୁସ୍ଥ ହେଲେଣି। ହେଲେ ଆମେରିକା, ଇଟାଲି, ବ୍ରିଟେନ ଓ ସ୍ପେନରେ ସ୍ଥିତି ଜଟିଳ ରହିଛି। ଆମେରିକାରେ ସର୍ବାଧିକ ୨୮ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ […]
ମୋରଦାବାଦ: କରୋନା ସନ୍ଦିଗ୍ଧଙ୍କୁ ଆଣୁ ଥିବାବେଳେ ଡାକ୍ତରୀ ଟିମ ଓ ଅନ୍ୟ ମେଡିକାଲ ଷ୍ଟାଫଙ୍କୁ ଲୋକଙ୍କ ଆକ୍ରମଣ। ଏଥିରେ ଡାକ୍ତର ଓ ପୁଲିସ୍ କର୍ମୀ ଆହତ ହୋଇଛନ୍ତି। ଉତ୍ତର ପ୍ରଦେଶର ମୋରଦାବାଦରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ମୋରଦାବାଦର ନୱାବ ପୁରା କଲୋନୀରେ କରୋନା ସନ୍ଦିଗ୍ଧ ଥିବା ଜଣାପଡ଼ିବା ପରେ ଡାକ୍ତରୀ ଟିମ ସେମାନଙ୍କୁ ଆଣିବା ପାଇଁ ଯାଇଥିଲା। ହେଲେ ଏହି ସମୟରେ ସ୍ଥାନୀୟ ଲୋକମାନେ ଡାକ୍ତରୀ ଟିମକୁ ପଥର ମାଡ଼ କରିଥିଲେ। ପୁଲିସ୍ […]
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୩୯୨ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୧୦୧୯୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୩୪୩ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର ପରେ ଦିଲ୍ଲୀରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଛନ୍ତି। ଏହାପରେ ତାମିଲନାଡୁ, ରାଜସ୍ଥାନ, ମଧ୍ୟପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା […]
ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଷ୍ଟ୍ରାଟେଜି କରାଯାଇଛି।ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦେଶରେ ମୋଟ ୧୭୦ ଜିଲ୍ଲାକୁ କରୋନା ହଟସ୍ପଟ ଭାବେ ଚିହ୍ନଟ କରିଛି। ସେହିପରି ୨୦୭ଟି ଜିଲ୍ଲାକୁ ସମ୍ଭାବ୍ୟ ହଟସ୍ପଟ ତାଲିକାରେ ରଖାଯାଇଛି। ଅର୍ଥାତ ଏଠାରେ ସଂକ୍ରମିତ ଆଶଙ୍କା କମ ଓ ଏହା ଗ୍ରୀନ ଜୋନରେ ରହିଛି। ହଟସ୍ପଟ ଜିଲ୍ଲାର ଅର୍ଥ ପ୍ରତିଦିନ ଏଠାରେ ଅନେକ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ନନ୍ ହଟସ୍ପଟ ଜିଲ୍ଲାର ଅର୍ଥ, ଏଠାରେ […]
ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ସାଂଘାତିକ ସ୍ଥିତି। କରୋନା ସଂକ୍ରମଣ ଏବେ ବିଶ୍ୱର ୨୧୦ ଦେଶରେ ତାର କାୟା ବିସ୍ତାର କଲାଣି। ସବୁଠୁ ଅଧିକ ପ୍ରଭାବିତ ହୋଇଛି ବିଶ୍ୱର ସବୁଠୁ ଧନୀ ରାଷ୍ଟ୍ର ଆମେରିକା। ଆମେରିକାରେ ମୃତ୍ୟୁ ସଂଖ୍ୟା ୨୬ ହଜାରରୁ ଅଧିକ ପହଞ୍ଚିଛି। ଆମେରିକାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୧୪ ହଜାର ଟପିଲାଣି। ସେହିପରି ସ୍ପେନ ଓ ଇଟାଲିରେ ଏବେ ସ୍ଥିତି ଜଟିଳ ଆଡ଼କୁ ଗତି କରୁଛି। ଇଟାଲିରେ ମୃତ୍ୟୁ ସଂଖ୍ୟା ୨୦ […]
ଅହମଦାବାଦ: ସେଲ୍ଫ ଆଇସୋଲେସନରେ ରହିବେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ। ସେ କରୋନା ଆକ୍ରାନ୍ତ ଗୁଜରାଟର କଂଗ୍ରେସ ବିଧାୟକ ଇମ୍ରାନ ଖେଡାଓ୍ୱାଲାଙ୍କ ସଂସ୍ପର୍ଶରେ ଆସିଥିବାରୁ ସପ୍ତାହକ ପାଇଁ ସେଲ୍ଫ ଆଇସୋଲେସନ ରହିବା ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ବିଜୟ ରୂପାଣୀ ନିଜ ଆଡୁ ସେଲ୍ଫ ଆଇସୋଲେସନରେ ରହିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଯେହେତୁ ସେ ଖେଡାଓ୍ୱାଲାଙ୍କ ସଂସ୍ପର୍ଶରେ ଆସିଥିଲେ ତେଣୁ ସେଲ୍ଫ ଆଇସୋଲେସନରେ ରହିବା ପାଇଁ ନିଷ୍ପତ୍ତି […]
ନୂଆଦିଲ୍ଲୀ: ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ ଘୋଷଣା ହେବାପରେ ଆଜି ଗାଇଡ ଲାଇନ୍ ଜାରି ହୋଇଛି। କରୋନା ମୁକାବିଲାକୁ ନେଇ କଟକଣା କଡାକଡି କରାଯାଇଛି। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ମେ ୩ ଯାଏ ଲକ୍ଡାଉନ ବୃଦ୍ଧି ନେଇ ସୂଚନା ଦେଇଥିଲେ। ଗାଇଡ ଲାଇନ୍ ଅନୁସାରେ, ଜରୁରୀ ସେବା ପାଇଁ ପ୍ରାଇଭେଟ ଗାଡ଼ି ଗୁଡିକ ପାଇଁ ନିୟମ କିଛି କୋହଳ କରାଯାଇଛି। ଅର୍ଥାତ ନୂଆ ଗାଇଡ ଲାଇନ୍ ଅନୁସାରେ, ଜରୁରୀ ସେବା ପାଇଁ ଏବେ […]
ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ ଦେବା ପାଇଁ ସାରା ବିଶ୍ୱ ଔଷଧ ଖୋଜିବାରେ ଲାଗିଛି। ତେବେ କରୋନାକୁ ମାତ ଦେବାରେ କେତେକାଂଶରେ ହାଇଡ୍ରୋକ୍ସି କ୍ଲୋରୋକୁଇନ ସହାୟକ ହେଉଥିବା ବେଳେ ଏବେ ଆଉ ଏକ ଔଷଧର ନାଁ ସାମ୍ନାକୁ ଆସିଛି। ତା’ର ନାଁ ହେଉଛି ରେମଡେସିଭିର। ରେମଡେସିଭିର ଟାବ୍ଲେଟ୍ ଇବୋଲା ରୋଗୀଙ୍କୁ ସୁସ୍ଥ କରାଇବା ସହ ଇବୋଲାକୁ ହରାଇବାରେ ଫଳପ୍ରଦ ହୋଇଥିଲ। ଆଜି ଆଇସିଏମଆର ନିର୍ଦ୍ଦେଶକ ରମଣ ଗଙ୍ଗାଖେଡ଼କର କହିଛନ୍ତି, କରୋନା ମୁକାବିଲାରେ ଏହି ମେଡିସିନ୍ କାମରେ ଲଗାଇବାକୁ […]
ନୂଆଦିଲ୍ଲୀ: ଆସନ୍ତାକାଲି ସକାଳ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବେ। ମହାମାରୀ କରୋନାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଲକଡାଉନ ଅବଧି ବୃଦ୍ଧି ସମ୍ପର୍କରେ ବଡ଼ ଘୋଷଣା କରିପାରନ୍ତି ବୋଲି ଜଣାପଡ଼ିଛି। ମାର୍ଚ୍ଚ ୨୫ରୁ ଦେଶରେ ୨୧ ଦିନିଆ ଲକଡାଉନ୍ କାର୍ଯ୍ୟକାରୀ ହେଉଛି। ଆସନ୍ତାକାଲି ରାତି ୧୨ଟାରେ ଏହି ଅବଧି ଶେଷ ହେବ। କରୋନା ଏଯାଏ ନିୟନ୍ତ୍ରଣକୁ ଆସି ନ ଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଆଉ ୨ ସପ୍ତାହ ପାଇଁ ଲକଡାଉନ ଅବଧିକୁ ବୃଦ୍ଧି କରିପାରନ୍ତି। […]
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଭାରତରେ କରୋନା ନେଲା ୩୪ ମୁଣ୍ଡ। ଏହାକୁ ମିଶାଇ ଦେଶରେ ମୃତ୍ଯୁ ସଂଖ୍ୟା ୨୭୩ରେ ପହଞ୍ଚିଛି। ଆଜି ସୁଦ୍ଧା ୭ ହଜାର ୪୦୯ ଜଣ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୬୪ ଜଣ ଆରୋଗ୍ୟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦୈନିକ ୧୫ ହଜାର ସାମ୍ପଲ ପରୀକ୍ଷା କରାଯିବା ସହ ଦେଶର ୨୧୯ଟି ସ୍ଥାନରେ କରୋନା ପରୀକ୍ଷା ପାଇଁ ବ୍ୟବସ୍ଥା ହୋଇଛି। ଆଇସିୟୁ ବ୍ୟବସ୍ଥା […]
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ଦେଶରେ ମୃତ୍ୟୁ ସଂଖ୍ୟା ୨୪୨ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ୬୬୩୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୬୫୨ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଦେଶରେ ଡାକ୍ତର ଏବଂ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କୁ ଆବଶ୍ୟକୀୟ ସୁରକ୍ଷା ପ୍ରଦାନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ […]