Advertisment

ରାଜ୍ୟରେ କମୁଛି କରୋନା ସଂକ୍ରମଣ; ଦିନକରେ ବାହାରିଲେ ୧,୬୩୭ ପଜିଟିଭ୍‌

ଗତ କିଛି ଦିନ ଧରି ରାଜ୍ୟରେ ପାଖାପାଖି ୨ ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୬୩୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ରାଜ୍ୟରେ କମୁଛି କରୋନା ସଂକ୍ରମଣ; ଦିନକରେ ବାହାରିଲେ ୧,୬୩୭ ପଜିଟିଭ୍‌

corona test

ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ ପାଖାପାଖି ୨ ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୬୩୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୯୪୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୬୮୮ ରହିଛି।

Advertisment

ସେହିପରି ରାଜ୍ୟରେ ଆଉ ୬୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ସୁନ୍ଦରଗଡ଼ରୁ ୧୦, କେନ୍ଦୁଝରରୁ ୪, ଯାଜପୁରରୁ ୨, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।  ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୫୭୪ରେ ପହଞ୍ଚିଛି।

Advertisment


— I & PR Department, Odisha (@IPR_Odisha) July 26, 2021


— I & PR Department, Odisha (@IPR_Odisha) July 26, 2021

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯,୬୯,୧୮୫ରେ ପହଞ୍ଚିଛି। ତେବେ ଆକ୍ଟିଭ୍‌ କେସ୍‌ ୧୮,୩୮୧ ଥିବାବେଳେ ୯,୪୫,୧୭୭ ଜଣ ସୁସ୍ଥ ହୋଇଛନ୍ତି।

ଜୁଲାଇ ୨୪ ରିପୋର୍ଟ ଅନୁସାରେ, ରାଜ୍ୟରେ ୧୮୩୩ ସଂକ୍ରମିତ ଚିହ୍ନଟ ହୋଇଥିଲେ। କ୍ୱାରେଣ୍ଟିନରୁ ୧,୦୬୨ ଜଣ ଚିହ୍ନଟ ହୋଇ ଥିବାବେଳେ ଲୋକାଲ କଣ୍ଟାକ୍ଟସ ଥିଲେ ୭୭୧ ଥିଲା।

ସ୍ୱାସ୍ଥ୍ୟସେବାରେ ଲୋକଙ୍କୁ ଯେଭଳି ଅସୁବିଧା ନହୁଏ, ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଗିଦ କରିଛନ୍ତି। କୋଭିଡ଼ ମୁକାବିଲା ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି, ସ୍ଥାନୀୟ ସରକାରୀ ଅଧିକାରୀଙ୍କ ମୂଳ ଦାୟିତ୍ୱ ସ୍ୱାସ୍ଥ୍ୟ ସେବା। ଜିଲ୍ଲା ହସ୍ପିଟାଲ ଠାରୁ ସିଏଚ୍‌ସି ପର୍ଯ୍ୟନ୍ତ ସବୁଠି ନଜର ରଖିବା ମୂଳ ଦାୟିତ୍ୱ। ଥାନା ଆଇଆଇସିଙ୍କ ଠାରୁ ବିଡିଓ, ତହସିଲଦାର ପର୍ଯ୍ୟନ୍ତ ଏହା ସମସ୍ତଙ୍କ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

COVID19 Odisha Corona Update
Advertisment
Advertisment