Advertisment

ଓଡିଶାର କେଉଁ ଜିଲ୍ଲାରେ ସୃଷ୍ଟି ହୋଇଛି ସର୍ବାଧିକ ଆଣ୍ଟିବଡି ?

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଜାତୀୟ ହାର ତୁଳନାରେ ଆମ ରାଜ୍ୟରେ ସର୍ଭେ ରିପୋର୍ଟ ଭଲ ଅଛି। ବୟସ୍କ ଲୋକଙ୍କ ଶରୀରରେ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଛି। ଏବେ ରାଜ୍ୟର ସଂକ୍ରମଣ ହାର ୨ ଦଶମିକ ୪ ଥିଲେ ମଧ୍ୟ ଆମେ ବେଶି ଖୁସି ହେବା ଉଚିତ ନୁହେଁ।

author-image
Chandan Shishu
ଓଡିଶାର କେଉଁ ଜିଲ୍ଲାରେ ସୃଷ୍ଟି ହୋଇଛି ସର୍ବାଧିକ ଆଣ୍ଟିବଡି ?

Sero Survey

ଭୁବନେଶ୍ୱର: ସାଧାରଣ ଲୋକଙ୍କ ମଧ୍ୟରେ ୬୫ ପ୍ରତିଶତରୁ ଅଧିକ, ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ୮୫ ପ୍ରତିଶତ ଉପରେ ଆଣ୍ଟିବଡି ଥିବା ଜଣାପଡ଼ିଛି। ଏହା କହୁଛି ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ। ଗଂଜାମ, ରାୟଗଡ଼ା, କୋରାପୁଟ ଜିଲ୍ଲାରେ ଜୁନ ୧୬ରୁ ୨୦ ମଧ୍ୟରେ ସେରୋ ସର୍ଭେ କରାଯାଇଥିଲା। ଗଂଜାମରେ ୭୦ ଦଶମିକ ୯ ପ୍ରତିଶତ, ରାୟଗଡ଼ାରେ ୬୩ ପ୍ରତିଶତ ଓ କୋରାପୁଟରେ ୬୧ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ଜଣାପଡ଼ିଛି।

Advertisment

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଜାତୀୟ ହାର ତୁଳନାରେ ଆମ ରାଜ୍ୟରେ ସର୍ଭେ ରିପୋର୍ଟ ଭଲ ଅଛି। ବୟସ୍କ ଲୋକଙ୍କ ଶରୀରରେ ଅଧିକ ଆଣ୍ଟିବଡି ସୃଷ୍ଟି ହୋଇଛି। ଏବେ ରାଜ୍ୟର ସଂକ୍ରମଣ ହାର ୨ ଦଶମିକ ୪ ଥିଲେ ମଧ୍ୟ ଆମେ ବେଶି ଖୁସି ହେବା ଉଚିତ ନୁହେଁ। ଆମକୁ ସଜାଗ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ପୂର୍ବରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ରାଉଣ୍ଡ ସେରୋ ସର୍ଭେରେ ଦେଶର ୭୦ଟି ଜିଲ୍ଲାରେ ସାମିଲ ହୋଇଥିଲା। ଏଥର ଚତୁର୍ଥ ରାଉଣ୍ଡରେ ମଧ୍ୟ ସେହି ୭୦ଟି ଜିଲ୍ଲାରେ ସେରୋ ସର୍ଭେ ହେବ। ଏଥିରେ ଓଡ଼ିଶାର ୩ଟି ଜିଲ୍ଲା ସାମିଲ ହୋଇତିଲା। ସେଗୁଡ଼ିକ ହେଲା ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ। ପୂର୍ବରୁ ହୋଇଥିବା ସେରୋ ସର୍ଭେରେ ଏହି ୩ଟି ଜିଲ୍ଲା ସାମିଲ ଥିଲା। ଚତୁର୍ଥ ରାଉଣ୍ଡ ସେରୋ ସର୍ଭେ ପାଇଁ ଡିଜି ଆଇସିଏମ୍‌ଆର ସ୍ୱୀକୃତି ଦେଇସାରିଥିଲେ।

Advertisment

ଏଥିପାଇଁ ଆରଏମ୍‌ଆରସି ପକ୍ଷରୁ ଡାକ୍ତର ସଂଘମିତ୍ରା ପତି କହିଥିଲେ ଯେ- ପ୍ରତି ଜିଲ୍ଲାକୁ ୧୦ଟି ଲେଖାଏଁ କ୍ଲଷ୍ଟର କରାଯାଇ ସେରୋ ସର୍ଭେ କରାଯିବ। ଜୁନ୍ ୨୨ ତାରିଖରୁ ୨୪ ତାରିଖ ଭିତରେ ସର୍ଭେ ସାରିବାକୁ ଟାର୍ଗେଟ ରଖିଥଲା RMRC।  ରାଜ୍ୟ ସରକାରଙ୍କ ସହଯୋଗରେ ଏହି ନ୍ୟାସନାଲ ସେରୋ ସର୍ଭେ କରାଯିବ ବୋଲି RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଥିଲେ।

Odisha News COVID-19 Coroanvirus Sero Surveillance
Advertisment
Advertisment