Advertisment

ଦେଶରେ ୩୫୦୦୦ରୁ ଅଧିକ ପଜିଟିଭ ଚିହ୍ନଟ,୪୮୩ ମୃତ

ମୋଟ୍‌ ଉପରେ ଦେଶରେ ୫୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୮୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତ ସଂଖ୍ୟା ୩ କୋଟି ୧୨ ଲକ୍ଷ ୯୩ ​​ହଜାର ୬୨ ରହିଛି । ଏହାସହ ୪ ଲକ୍ଷ ୧୯ ହଜାର ୪୭୦ ରୋଗୀ କରୋନାରେ ଏ ପର୍ଯ୍ୟନ୍ତ ପ୍ରାଣ ହରାଇଛନ୍ତି।

author-image
Sarbeswar
WHOର ସ୍ୱତନ୍ତ୍ର ପ୍ରତିନିଧିଙ୍କ ଚେତାବନୀ-ଲକ୍‌ଡାଉନ୍ ହଟିବା ପରେ ବଢ଼ିବ କରୋନା ସଂକ୍ରମଣ ହାର

corona

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବରେ ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ଆଜି ପୁଣି ଥରେ ସଂକ୍ରମଣ ବଢିଛି। ୨୪ ଘଂଟା ମଧ୍ୟରେ ୩୫ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୮୩ ଜଣଙ୍କର ଯାଇଛି ଜୀବନ। ସେହିପରି ପୂର୍ବରୁ ସଂକ୍ରମଣ ସଂଖ୍ୟା ୪ ଲକ୍ଷ ଥିବା ବେଳେ ଏବେ ଦୈନିକ ୨ ଲକ୍ଷ ଓ ଆଉ ବର୍ତ୍ତମାନ ସମୟରେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନାଭାଇରସ୍ ରୋଗର ୩୫ ହଜାର ୩୪୨ଟି ନୂଆ ମାମଲା ଦେଖିବାକୁ ମିଳିଛି। ମୋଟ୍‌ ଉପରେ ଦେଶରେ ୫୦ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୮୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତ ସଂଖ୍ୟା ୩ କୋଟି ୧୨ ଲକ୍ଷ ୯୩ ​​ହଜାର ୬୨ ରହିଛି । ଏହାସହ ୪ ଲକ୍ଷ ୧୯ ହଜାର ୪୭୦ ରୋଗୀ କରୋନାରେ ଏ ପର୍ଯ୍ୟନ୍ତ ପ୍ରାଣ ହରାଇଛନ୍ତି।

Advertisment

ବର୍ତ୍ତମାନ ୪ ଲକ୍ଷ ୫ ହଜାର ୫୧୩ ରୋଗୀଙ୍କର ଚିକିତ୍ସା ଚାଲିଛି। ତେବେ ଭଲ ଖବର ହେଉଛି, ୩୮ ଦିନରେ ୭୪୦ ରୋଗୀ କୋଭିଡ -୧୯ କୁ ମାତ୍ ଦେଇ ଆରୋଗ୍ୟ ଲାଭ କରିଛନ୍ତି । କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଜୁଲାଇ ୨୨ରେ ଦେଶରେ ୧୬ ଲକ୍ଷ ୬୮ ହଜାର ୫୬୧ ନମୁନା ପରୀକ୍ଷା କରାଯାଇଥିଲା। ଏ ପର୍ଯ୍ୟନ୍ତ ମୋଟ ୪୫ କୋଟି ୨୯ ଲକ୍ଷ ୩୯ ହଜାର ୫୪୫ ନମୁନା ପରୀକ୍ଷା କରାଯାଇଛି। ଆରମ୍ଭରୁ କରୋନା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ଅନୁସନ୍ଧାନ ଏବଂ ଟୀକାକରଣ ପ୍ରସଙ୍ଗରେ ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରିଛନ୍ତି। ସେହିପରି ରାଜ୍ୟରେ ୨୪ ଘଂଟାରେ କରୋନାରେ ୬୯ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ହଜାର ୩୭୭କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬ ଜଣଙ୍କର ମୃତ୍ୟୁ ହୋଇଛି ।

Advertisment
Coronavirus India COVID19
Advertisment
Advertisment