ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା କମିଛି। ଗତକାଲି ରାଜ୍ୟରେ ଆଉ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଥିଲା।
ସାରା ବିଶ୍ୱ କରୋନା ମହାମାରୀକୁ ନେଇ ଆତଙ୍କିତ । ଗତ ଦେଢ଼ ବର୍ଷ ହେବ ଲୋକେ ମରି ମରି ବଞ୍ଚୁଛନ୍ତି । ଘରୁ ବାହାରିଲେ ମୃତ୍ୟୁର ଭୟ । ତେବେ ଏହାରି ଭିତରେ ଏହି ମହାମାରୀ ପଞ୍ଝାରୁ ବର୍ତ୍ତିବା ପାଇଁ ଏକ ମାତ୍ର ରାସ୍ତା ଖୋଜି ବାହାର କରିଛନ୍ତି ବିଶେଷଜ୍ଞମାନେ ।
ରାଜ୍ୟରେ ୨୪ ଘଣ୍ଟାରେ ୭୫୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୪୩୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୩୧୬ ରହିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର କେବଳ ୧୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସାରା ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ କେବଳ କେରଳରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏଥିପାଇଁ ଏହାର ଆଖପାଖ ରାଜ୍ୟ ବି ଆତଙ୍କିତ । ହଠାତ୍ କେରଳରେ ଏତେ ମାତ୍ରାରେ ସଂକ୍ରମଣ ବଢ଼ିଲା କାହିଁକି ?
ଏହାସହ ଏହାରି ମଧ୍ୟରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮ ହଜାର ଟପିଛି। ରାଜ୍ୟରେ ଆଉ ୫୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮,୦୨୨କୁ ବୃଦ୍ଧି ପାଇଛି।
ଆଜିଠୁ ଲାଗୁ ହୋଇଛି ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାର ଜାରି କରିଥିବା କୋଭିଡ୍ ଗାଇଡଲାଇନ୍। ସୁଧୁରୁଥିବା କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର ଅଗଷ୍ଟ ଅପେକ୍ଷା ସେପ୍ଟେମ୍ବର ମାସରେ କଟକଣା କୋହଳ କରିଛନ୍ତି।
NTPC ମେଡିକାଲ କଲେଜ ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ । ବିଶେଷ କରି ସୁନ୍ଦରଗଡ ସହର ଓ ଆଖପାଖ ଅଞ୍ଚଳର ଲୋକଙ୍କ ପାଇଁ ଏଠାରେ ଟିକାକରଣର ବ୍ୟବସ୍ଥା କରାଯାଇଥିଲା ।
କରୋନା କଟକଣା ମଧ୍ୟରେ ସେପ୍ଟେମ୍ବର ପାଇଁ ପୁଣି ଥରେ ନୂଆ ଗାଇଡ୍ଲାଇନ୍ ଜାରି କଲେ ରାଜ୍ୟ ସରକାର। ଏଣିକି ପ୍ରେକ୍ଷାଳୟ, ଅଡିଟୋରିୟମରେ ଗାଇଡଲାଇନରେ କରୋନା କଟକଣା ମାନି ମିଟିଂ ହୋଇପାରିବ । ଏହାସହ ବାହାଘର, ଅନ୍ତ୍ୟେଷ୍ଟି କାର୍ଯ୍ୟରେ ସର୍ବାଧିକ ୨୫୦ ଲୋକଙ୍କୁ ଏକାଠି ହେବାର ଅନୁମତି ମିଳିଛି
ଉଠିଲା ସପ୍ତାହାନ୍ତ ସଟଡାଉନ୍। ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ ଘୋଷଣା କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର । ନୂଆ ଗାଇଡଲାଇନ ଅକ୍ଟୋବର ୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସ୍ପଷ୍ଟ କଲେ SRC। ରାଜ୍ୟରେ କୌଣସି ଜାଗାରେ ସପ୍ତାହାନ୍ତ ସଟଡାଉନ ରହିବ ନାହିଁ କିନ୍ତୁ ସାରା ରାଜ୍ୟର ସମସ୍ତ ପୌରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ଲାଗୁ ରହିବ ।
ଡିସେମ୍ବର ସୁଦ୍ଧା ସରିବ ଟିକାକରଣ। ଯଦି ଟିକା ଆସିବାରେ କୌଣସି ସମସ୍ୟା ନହୁଏ ତେବେ ୪ ମାସ ମଧ୍ୟରେ ଟିକାକରଣ ଶେଷ ହେବ ।
ରାଜ୍ୟରେ କମୁଛି କରୋନା ସଂକ୍ରମଣ। ହେଲେ ଚିନ୍ତା ଯାଇନି। ପିଲାଙ୍କ ସଂକ୍ରମଣ ବଢୁଛି। ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୦ ଆକ୍ରାନ୍ତ ଅଛନ୍ତି।
ଉତ୍ତରପ୍ରଦେଶରେ କେବଳ ୧୬ ପ୍ରତିଶତ ଲୋକ ଉଭୟ ଡୋଜ୍ ଟିକା ନେଇଛନ୍ତି । ତେବେ ମହାରାଷ୍ଟ୍ରରେ ଏହି ସଂଖ୍ୟା ବହୁତ ଭଲ ରହିଛି । ଏଥି ସହିତ ଗୁଜୁରାଟରେ ଲୋକଙ୍କୁ ୪.୫୫ କୋଟି ଟିକା ଡୋଜ ଦିଆଯାଇଛି, ଯେଉଁଥିରେ ୧.୧୩ କୋଟି ଲୋକଙ୍କର ଉଭୟ ଡୋଜ ଟିକାକରଣ ହୋଇଛି ।
କୋଭିଡ ଟିକାକରଣରେ ଭାରତର ପ୍ରଦର୍ଶନ ବେଶ୍ ଭଲ ରହିଛି । ଟିକାକରଣକୁ ପ୍ରୋତ୍ସାହନ କରାଯିବା ଦରକାର ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଦେଶର ଜନସଂଖ୍ୟାର ଅଧା ଲୋକ ଟିକା ନେଇ ସାରିଲେଣି । ସମୁଦାୟ ଜନସଂଖ୍ୟାର ୫୦ ପ୍ରତିଶତ ଲୋକ ଅତିକମ୍ରେ ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି
ଦେଶରେ କରୋନା ସ୍ଥିତି କେମିତି ଅଛି ? କେତେ ସଂକ୍ରମିତ ଚିହ୍ନଟ ହେଲେ ? କେତେ ଆଖି ବୁଜିଲେ ଜାଣନ୍ତୁ।
ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୬୦୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୭ ଆକ୍ରାନ୍ତ ଅଛନ୍ତି । ସେହିପରି ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୫୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୨୫୫ ଜଣ ।
କଟକ SCB ମେଡିକାଲ୍ରେ ଇକ୍ମୋ ଚିକିତ୍ସା ଆରମ୍ଭ ହେବା ପରେ ଆଉ ଜଣେ ରୋଗୀ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ଗତକାଲି ରାତିରେ ବଲାଙ୍ଗିର ଅଞ୍ଚଳର ଜଣେ ମହିଳାଙ୍କ ଇକ୍ମୋ ଚିକିତ୍ସା ଆରମ୍ଭ ହୋଇଛି।
ଡରେଇଲାଣି ଥାର୍ଡ ୱେଭ୍। ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଦୈନିକ ସଂକ୍ରମଣ ଗ୍ରାଫ୍ ପୁଣି ଉପରମୁହାଁ ହେବାକୁ ନେଇ ଆଶଙ୍କା ବଢିଛି। ଅପରପକ୍ଷେ ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ଲାଗି ଟିକାକରଣ ଏକ ପ୍ରମୁଖ ଅସ୍ତ୍ର ହୋଇଥିବା ବେଳେ ରାଜ୍ୟର ଟିକାକରଣ କେନ୍ଦ୍ରଗୁଡ଼ିକରେ ଅସମ୍ଭାଳ ଭିଡ଼ ଚିନ୍ତା ବଢ଼ାଇଛି। ଏଭଳି ସ୍ଥିତିରେ ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ସେରୋ ସର୍ଭେ।
ଦିଲ୍ଲୀର ଶିକ୍ଷାମନ୍ତ୍ରୀ ମନିଷ ସିସୋଦିୟା କହିଛନ୍ତି ଯେ, ସେପ୍ଟେମ୍ବର ୧ରୁ ସ୍କୁଲ ଖୋଲିବା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ସ୍କୁଲ ଓ କଲେଜ ସହ ଖୋଲାଯାଉଥିବା ଅନ୍ୟ ସ୍ଥାନମାନଙ୍କ ପାଇଁ ବିଭିନ୍ନ SOP ମଧ୍ୟ ଜାରି କରାଯାଇଛି । କୌଣସି ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବା ପାଇଁ ବାଧ୍ୟ କରାଯିବ ନାହିଁ ।
ଆଜିଠୁ ରାଜ୍ୟର ୧୨ଟି ଜିଲ୍ଲାରେ ହେବ ସେରୋ ସର୍ଭେ। ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାରେ ହେବ ସେରୋ ସର୍ଭେ। ଏହି ସର୍ଭେ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଚାଲିବ। ଏନେଇ ସଂପୃକ୍ତ ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।
ଗତ ଚାରି ଦିନ ହେଲେ ଦେଶରେ ୪୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗୁରୁବାର ଦିନ ୪୬୧୪୬, ଶୁକ୍ରବାର ଦିନ ୪୪୬୫୮, ଶନିବାର ଦିନ ୪୬୭୫୯ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେବେ ସମଗ୍ର ଦେଶରେ କରୋନା ମାମଲା ବୃଦ୍ଧି ହେବାର ମୁଖ୍ୟ କାରଣ ହେଉଛି କେରଳ । କେରଳରେ ମଧ୍ୟ କ୍ରମାଗତ ଚତୁର୍ଥ ଦିନ ପାଇଁ ୩୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି
ରାଜ୍ୟରେ ଏଯାବତ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬ହଜାର ୫୦୩କୁ ବୃଦ୍ଧି ପାଇଛି। ଦିନକରେ ୯୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍ ଯୋଗେ କହିଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ଗତକାଲି ମୋଟ୍ ୬୮, ୬୬୭ ଟେଷ୍ଟିଂ ହୋଇଛି ଓ ପଜିଟିଭିଟି ରେଟ୍ ୧.୨୩ ରହିଛି।
ଇକମୋ ଚିକିତ୍ସା ଆବଶ୍ୟକ ରୋଗ ଚୟନ ପାଇ ଏକ ଡ଼ାକ୍ତରୀ ଟିମ୍ ଗଠନ କରାଯାଇଛି। ଦିନକ ପୂର୍ବରୁ ଗତ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ଏସସିବି ମେଡିକାଲରେ ୯ଟି ଇକମୋ ମେସିନ୍ରେ ଉଦଘାଟନ କରିଥିଲେ।
ଟିକା ବ୍ୟବହାର ପୂର୍ବରୁ ଉତ୍ପାଦ ଓ ସପ୍ଲାଇ ଚେନ୍ ପ୍ରତି ସତର୍କ ଦୃଷ୍ଟି ଦେବାକୁ କୁହାଯାଇଛି। ଘରୋଇ ହସ୍ପିଟାଲର ପାଖରେ ଟିକାକରଣ ଅଭିଯାନ ପ୍ରତି ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏମିତି କିଛି ନଜରକୁ ଆସିଲେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ACS ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟରେ ନକଲି କୋଭିସିଲ୍ଡ ଟିକା ପ୍ରତି ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ସବୁ ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟଗୁଡ଼ିକୁ ସତର୍କ କରାଇବା ସହ କରୋନା ସଂକ୍ରମଣର ରୋକିବା ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରତିବନ୍ଧକ ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି । ଏକ ମାସ ମଧ୍ୟରେ ସାରା ଦେଶରେ ଜାରି କରାଯାଇଥିବା COVID-19 ନିର୍ଦ୍ଦେଶାବଳୀକୁ ବଢ଼ାଇବା ସହ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ଆଜି କହିଛନ୍ତି, କିଛି ରାଜ୍ୟକୁ ଛାଡ଼ିଦେଲେ ଜାତୀୟ ସ୍ତରରେ ସଂକ୍ରମଣ ହ୍ରାସ ପାଇଛି ।