Advertisment

୨୪ ଘଣ୍ଟାରେ ୬୩୮ ସଂକ୍ରମିତ ଚିହ୍ନଟ, ପିଲାଙ୍କ ସଂଖ୍ୟା ୧୧୦

ରାଜ୍ୟରେ କମୁଛି କରୋନା ସଂକ୍ରମଣ। ହେଲେ ଚିନ୍ତା ଯାଇନି। ପିଲାଙ୍କ ସଂକ୍ରମଣ ବଢୁଛି। ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୦ ଆକ୍ରାନ୍ତ ଅଛନ୍ତି।

author-image
Minati Mishra
ଅଦ୍ୟତନ ହୋଇଛି
Covid 19 in odisha

Covid 19 in odisha

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ହେଁ ପିଲାଙ୍କ ସଂକ୍ରମଣ ଚିନ୍ତା ବଢାଉଛି।  ରାଜ୍ୟରେ ୨୪ ଘଣ୍ଟାରେ ୬୩୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୬୭ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୨୭୧ । ତେବେ ଚିନ୍ତାର ବିଷୟ ହେଉଛି,   ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୦ ଆକ୍ରାନ୍ତ ଅଛନ୍ତି। ଅନ୍ୟପକ୍ଷେ ରାଜ୍ୟରେ ଆଉ ୬୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭,୯୦୧କୁ ବୃଦ୍ଧି ପାଇଛି। 

Advertisment

ଆଜି ଅନୁଗୁଳରୁ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରୁ ୨୩,  ବରଗଡ଼ରୁ୬, ଭଦ୍ରକରୁ ୧୨, ବୌଦ୍ଧଚ ୧୨, କଟକରୁ ୫୭, ଦେବଗଡ଼ଚ ୧୧, ଢେଙ୍କାନାଳରୁ ୧୦, ଗଜପତିରୁ ୧, ଗଂଜାମରୁ ୪, ଜଗତସିଂହପୁରରୁ ୧୯, ଯାଜପୁରରୁ- ୩୪, ଝାରସୁଗୁଡ଼ାରୁ ୪, କଳାହାଣ୍ଡିରୁ୧, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୨୧, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ୨୬୦, ମାଲକାନଗିରିରୁ ୩, ମୟୂରଭଂଜରୁ  ୨୦, ନୟାଗଡ଼ଚ ୭, ନୂଆପଡ଼ାରୁ ୨, ପୁରୀଚ ୨୧, ରାୟଗଡ଼ାରୁ ୭, ସମ୍ବଲପୁରରୁ ୭, ସୁନ୍ଦରଗଡ଼ରୁ ୧୯ ଏବଂ ଷ୍ଟେଟପୁଲରୁ  ୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

Advertisment

ଏହାକୁ ମିଶାଇ ରାଜ୍ୟରେ ମୋଟ ଆାକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭ ହଜାର ୭୫୦କୁ ବୃଦ୍ଧି ପାଇଛି। ୨୪ ଘଣ୍ଟା ମଧ୍ୟରେ ୮୪୩ ଜଣ ସୁସ୍ଥ ହୋଇ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ୧,୮୦,୬୯,୬୩୨ ନମୂନା ପରୀକ୍ଷା ହୋଇଥିବାବେଳେ ଆକ୍ରାନ୍ତ ହୋଇଛନ୍ତି ୧୦,୦୭,୭୫୦। ବର୍ତ୍ତମାନସୁଦ୍ଧା କରୋନାରୁ ସୁସ୍ଥ ହୋଇଛନ୍ତି ୯,୯୨,୪୭୩ ଜଣ। ରାଜ୍ୟରେ ଆକ୍ଟିଭ କେସ ଅଛି ୭୨୫୫।

ସେହପରି କଟକରୁ ୨୨, ଅନୁଗୁଳରୁ ୧୧, ଜଗତସିଂହପୁରରୁ ୮ ମୃତ୍ୟୁ ମୁଖରେ ପଡ଼ିଥିବାବେଳେ କେନ୍ଦ୍ରାପଡ଼ାରୁ ୬, ବାଲେଶ୍ୱରରୁ ୫, ଢେଙ୍କାନାଳରୁ ୪ ଜଣ କରୋନ ରୋଗୀ ଆଖି ବୁଜିଛନ୍ତି। ଅନ୍ୟପକ୍ଷେ ଭଦ୍ରକ ଓ ପୁରୀରୁ ୩ ଲେଖାଏଁ , ଯାଜପୁର, ଖୋର୍ଦ୍ଧା, ମୟୂରଭଂଜରୁ ୨ ଲେଖାଏ ମୃତକ ବାହାରିଛନ୍ତି। 

ସୂଚନାଥାଉ କି, ଦେଶରେ ଦିନକରେ ୩୦,୯୪୧ ପଜିଟିଭ ଚିହ୍ନଟ ହୋଇଛନ୍ତି। କେବଳ କେରଳରୁ ୧୯, ୬୨୨ ପଜିଟିଭ ବାହାରିଛନ୍ତି।  ୨୪ ଘଣ୍ଟାରେ ୩୫୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୮ ହଜାର ୫୬୦କୁ ବୃଦ୍ଧି ପାଇଛି। ଦେଶରେ ଆକ୍ଟିଭ କେସ୍‌ ୩,୭୦,୬୪୦ ଥିବାବେଳେ ସୁସ୍ଥ ହେଲେଣି ୩,୧୯,୫୯,୬୮୦।

କରୋନା ହାର କମୁଥିଲେ ହେଁ ଏବେ ଚିହ୍ନଟ ନୂଆ ଭାରିଏଣ୍ଟ ଚିନ୍ତାର ବିଷୟ ହୋଇଛନ୍ତି। C.1.2 ନାମକ ଏହି ନୂଆ ଭେରିଏଣ୍ଟ ଦକ୍ଷିଣ ଆଫ୍ରିକାରେ ମିଳିଛି। ଏହି ଭେରିଏଣ୍ଟକୁ ନେଇ ହୋଇଥିବା ଏକ ଅଧ୍ୟୟନ ଦାବି କରିଛି ଯେ ଏହା ସାରା ଦୁନିଆରେ ବ୍ୟାପିବା ସହିତ ବର୍ତ୍ତମାନ ମିଳୁଥିବା ସମସ୍ତ ଟିକାଙ୍କୁ ମାତ ଦେବା ଭଳି କ୍ଷମତା ରହିଛି 

COVID-19 Odisha COVID-19 Update
Advertisment
Advertisment