Advertisment

ଏସସିବି ମେଡିକାଲରେ ଆରମ୍ଭ ହେଲା ଇକ୍‌ମୋ ଚିକିତ୍ସା

ଇକମୋ ଚିକିତ୍ସା ଆବଶ୍ୟକ ରୋଗ ଚୟନ ପାଇ ଏକ ଡ଼ାକ୍ତରୀ ଟିମ୍ ଗଠନ କରାଯାଇଛି। ଦିନକ ପୂର୍ବରୁ ଗତ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ଏସସିବି ମେଡିକାଲରେ ୯ଟି ଇକମୋ ମେସିନ୍‌ରେ ଉଦଘାଟନ କରିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
ECMO Service

ECMO Service

କଟକ: କଟକ ଏସସିବି ମେଡିକାଲରେ ଆରମ୍ଭ ହେଲା ଇକ୍‌ମୋ ଚିକିତ୍ସା। ଗତକାଲି ରାତିରେ ଏହି ଚିକିତ୍ସା ଆରମ୍ଭ ହୋଇଛି। କରୋନା ଆକ୍ରାନ୍ତ ହୋଇ କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ମହିଳାଙ୍କୁ ଗତ କିଛିଦିନ ତଳେ ଏସସିବିରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା। ତାଙ୍କୁ ଗତକାଲି ରାତିରେ ଏସ୍‌ସିବି କାର୍ଡିଓଥୋରାସିସ ବିଭାଗକୁ ସ୍ଥାନାନ୍ତରିତ କରାଯାଇ ତାଙ୍କର ଇକମୋ ଚିକିତ୍ସା ଆରମ୍ଭ କରାଯାଇଛି।

Advertisment

ଇକମୋ ଚିକିତ୍ସା ଆବଶ୍ୟକ ରୋଗ ଚୟନ ପାଇ ଏକ ଡ଼ାକ୍ତରୀ ଟିମ୍ ଗଠନ କରାଯାଇଛି। ଦିନକ ପୂର୍ବରୁ ଗତ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସସିବି ମେଡିକାଲରେ ୯ଟି ଇକମୋ ମେସିନ୍‌ରେ ଉଦଘାଟନ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୂର୍ବ ଭାରତର ଇକମୋ ହବ୍ ହେବ କଟକ ଏସ୍‌ସିବି ମେଡିକାଲ୍ କଲେଜ ଓ ହସ୍‌ପିଟାଲ୍‌। ଆଜି ଏଠାରେ ଇକ୍‌ମୋ ମେସିନ୍‌ର ଉଦ୍‌ଘାଟନ କରିବା ଅବସରରେ ଏହି କଥା କହିଛନ୍ତି । ଏହା ସହିତ ରାଜ୍ୟ ସରକାର ଏଠାରେ ମାଗଣାରେ ଇକମୋ ଚିକିତ୍ସା ସେବା ଯୋଗାଇ ଦେବେ।

Advertisment

ସେ ଆହୁରି କହିଥିଲେ, ତୃତୀୟ ଲହର ମୁକାବିଲା ପାଇଁ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ। କୋଭିଡ଼ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପଡ଼ିବ। ନିଜେ ସୁରକ୍ଷିତ ରହିବା ସହ ପିଲାମାନଙ୍କୁ ସୁରକ୍ଷିତ ରଖନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କରୋନା ଦ୍ୱିତୀୟ ଲହର ପିକ୍‌ ସମୟରେ ଅନେକ ରୋଗୀଙ୍କ ପାଇଁ ଇକ୍‌ମୋ ଚିକିତ୍ସା ଆବଶ୍ୟକ ପଡ଼ିଥିଲା। ଓଡ଼ିଶାରେ ଏ ସୁବିଧା ନଥିବାରୁ ରୋଗୀଙ୍କୁ ଇକ୍‌ମୋ ଚିକିତ୍ସା ପାଇଁ ବାହାରକୁ ଯିବାକୁ ପଡୁଥିଲା। ବିଶେଷ କରି ହାଇଦ୍ରାବାଦ ଓ କୋଲକାତାକୁ ଚିକିତ୍ସା ପାଇଁ ନିଆଯାଉଥିଲା। ଏହା ବ୍ୟୟବହୁଳ ଥିଲା। ଏପରିକି ରୋଗୀଙ୍କୁ ନେବା ପାଇଁ ଏୟାର ଲିପ୍ଟିଂର ଆବଶ୍ୟକ ପଡୁଥିଲା।   

Odisha News ECMO Machine In Odisha SCB Medical
Advertisment
Advertisment