Advertisment

SCB ଇକ୍‌ମୋ ୟୁନିଟରେ ଭର୍ତ୍ତି ହେଲେ ଆଉ ଜଣେ ରୋଗୀ

କଟକ SCB ମେଡିକାଲ୍‌ରେ ଇକ୍‌ମୋ ଚିକିତ୍ସା ଆରମ୍ଭ ହେବା ପରେ ଆଉ ଜଣେ ରୋଗୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଗତକାଲି ରାତିରେ ବଲାଙ୍ଗିର ଅଞ୍ଚଳର ଜଣେ ମହିଳାଙ୍କ ଇକ୍‌ମୋ ଚିକିତ୍ସା ଆରମ୍ଭ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ECMO Treatment In SCB Medical

ECMO Treatment In SCB Medical

କଟକ: କଟକ SCB ମେଡିକାଲ୍‌ରେ ଇକ୍‌ମୋ ଚିକିତ୍ସା ଆରମ୍ଭ ହେବା ପରେ ଆଉ ଜଣେ ରୋଗୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଗତକାଲି ରାତିରେ ବଲାଙ୍ଗିର ଅଞ୍ଚଳର ଜଣେ ମହିଳାଙ୍କ ଇକ୍‌ମୋ ଚିକିତ୍ସା ଆରମ୍ଭ ହୋଇଛି। ସେ କରୋନାରେ ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିଲା। ଗତକାଲି ରାତିରେ ଏସ୍‌ସିବି କାର୍ଡିଓଥୋରାସିସ୍‌ ବିଭାଗକୁ ସ୍ଥାନାନ୍ତରିତ କରାଯାଇ ତାଙ୍କର ଇକ୍‌ମୋ ଚିକିତ୍ସା ଆରମ୍ଭ କରାଯାଇଛି। 

Advertisment

ସୂଚନାଥାଉ କି, ଗତ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଏସ୍‌ସିବିରେ ୯ଟି ଇକ୍‌ମୋ ମେସିନ୍‌ ଉଦ୍‌ଘାଟନ କରିଥିଲେ। ଏହାପରେ ପ୍ରଥମ ଇକ୍‌ମୋ ରୋଗୀ ଭାବେ କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳର ଜଣେ ମହିଳା ଭର୍ତ୍ତି ହେବା ପରେ ଏବେ ବଲାଙ୍ଗିରର ଜଣେ ମହିଳାଙ୍କ ‌ଇକ୍‌ମୋ ଚିକିତ୍ସା ଆରମ୍ଭ ହୋଇଛି। 

ଅନ୍ୟପକ୍ଷେ, କରୋନାର ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଏହାସହ ଗତକାଲିଠାରୁ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ସେରୋ ସର୍ଭେ ଆରମ୍ଭ ହୋଇଥିବା ବେଳେ ଆଜି କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ସେରୋ ସର୍ଭେ କରାଯିବ। ରାଉରକେଲା ସହରର ୩ଟି ୱାର୍ଡରେ ସେରୋ ସର୍ଭେ କରାଯିବ। ଆସନ୍ତା ମାସ ୧୫ ତାରିଖ ସୁଦ୍ଧା ୧୨ଟି ଜିଲ୍ଲାରୁ ୬,୬୮୦ଟି ସାମ୍ପଲ ସଂଗ୍ରହ କରାଯାଇ ପୁରା ପ୍ରକ୍ରିୟା ସାରିବାର ସ୍ୱାସ୍ଥ୍ୟ ବିଭାଗ ଯୋଜନା କରିଛି।

Advertisment

ରାଜ୍ୟକୁ ୩ଟି ଜୋନ୍‌ରେ ଭାଗ କରାଯାଇ ସେରୋ ସର୍ଭେ କରାଯାଉଛି। କେନ୍ଦ୍ରୀୟ ଜୋନ୍‌ରେ ଖୋର୍ଦ୍ଧା, ପୁରୀ, ଯାଜପୁର, ମୟୂରଭଞ୍ଜ ଓ ବାଲେଶ୍ୱର ରହିଛି। ସେହିପରି ଦକ୍ଷିଣ ଜୋନ୍‌ରେ ନବରଙ୍ଗପୁର, କନ୍ଧମାଳ ଓ କଳାହାଣ୍ଡି ଉତ୍ତର ଜୋନ୍‌ରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ରହିଛି। ଜନସାଧାରଣଙ୍କ ଶରୀରରେ କେତେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି, ତାହା ଜାଣିବା ପାଇଁ ଏହି ସେରୋ ସର୍ଭେ କରାଯାଉଛି। 

କରୋନା ଦ୍ୱିତୀୟ ଲହର ପିକ୍‌ ସମୟରେ ଅନେକ ରୋଗୀଙ୍କ ପାଇଁ ଇକ୍‌ମୋ ଚିକିତ୍ସା ଆବଶ୍ୟକ ପଡ଼ିଥିଲା। ଓଡ଼ିଶାରେ ଏ ସୁବିଧା ନଥିବାରୁ ରୋଗୀଙ୍କୁ ଇକ୍‌ମୋ ଚିକିତ୍ସା ପାଇଁ ବାହାରକୁ ଯିବାକୁ ପଡୁଥିଲା। ବିଶେଷ କରି ହାଇଦ୍ରାବାଦ ଓ କୋଲକାତାକୁ ଚିକିତ୍ସା ପାଇଁ ନିଆଯାଉଥିଲା। ଏହା ବ୍ୟୟବହୁଳ ଥିଲା। ଏପରିକି ରୋଗୀଙ୍କୁ ନେବା ପାଇଁ ଏୟାର ଲିପ୍ଟିଂର ଆବଶ୍ୟକ ପଡୁଥିଲା।    

Odisha Cuttack SCB Medical ECMO Treatment In SCB ECMO Treatment
Advertisment
Advertisment