Advertisment

ନକଲି କୋଭିସିଲ୍ଡ ଟିକା ପ୍ରତି ନଜର ରଖ: ଏସିଏସ୍

ଟିକା ବ୍ୟବହାର ପୂର୍ବରୁ ଉତ୍ପାଦ ଓ ସପ୍ଲାଇ ଚେନ୍ ପ୍ରତି ସତର୍କ ଦୃଷ୍ଟି ଦେବାକୁ କୁହାଯାଇଛି। ଘରୋଇ ହସ୍ପିଟାଲର ପାଖରେ ଟିକାକରଣ ଅଭିଯାନ ପ୍ରତି ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏମିତି କିଛି ନଜରକୁ ଆସିଲେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ACS ନିର୍ଦ୍ଦେଶ ଦେଇଛନ୍ତି।

author-image
Chandan Shishu
Corona Vaccine

Corona Vaccine

ଭୁବନେଶ୍ୱର: ରାଜ୍ୟରେ ନକଲି କୋଭିସିଲ୍ଡ ଟିକା ପ୍ରତି ନଜର ରଖିବାକୁ ନିର୍ଦ୍ଦେଶ। ସବୁ ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠିରେ ସେ ଉଲେଖ କରିଛନ୍ତି ଯେ, ନକଲି କୋଭିସିଲ୍ଡ ଟିକା ନେଇ WHO ସତର୍କ କରିଛି। ଆଫ୍ରିକା ଓ ଦକ୍ଷିଣ-ପୂର୍ବ ଏସିଆରେ ନକଲି କୋଭିସିଲ୍ଡ ଠାବ ହୋଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅଧିକ ସଜାଗ ହେବାକୁ କହିଛି।

Advertisment

ତେଣୁ ଟିକା ବ୍ୟବହାର ପୂର୍ବରୁ ଉତ୍ପାଦ ଓ ସପ୍ଲାଇ ଚେନ୍ ପ୍ରତି ସତର୍କ ଦୃଷ୍ଟି ଦେବାକୁ କୁହାଯାଇଛି। ଘରୋଇ ହସ୍ପିଟାଲର ପାଖରେ ଟିକାକରଣ ଅଭିଯାନ ପ୍ରତି ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏମିତି କିଛି ନଜରକୁ ଆସିଲେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ACS ନିର୍ଦ୍ଦେଶ ଦେଇଛନ୍ତି।

ଗତ କିଛ ମାସ ତଳେ କଟକରୁ ବହୁ ପରିମାଣର ଫାବିପିରାଭର ବଟିକା ଜବତ ହେବାପରେ ଏହାର ଗୁଣାତ୍ମକ ମାନ ଉପରେ ପ୍ରଶ୍ନ ଉଠିଥିଲା। କଟକରୁ ଜବତ ହୋଇଥିବା କରୋନା ରୋଗୀଙ୍କ ପାଇଁ ଉପଯୋଗ ହେଉଥିବା ନକଲି ଫାବିପିରାଭର ବଟିକା ଘଟଣାରେ ରାଉରକେଲାର କେତେକ ମେଡିସିନ୍ ଦୋକାନ ଉପରେ ମଧ୍ୟ ଚଢ଼ାଉ ହୋଇଥିଲା। ରାଜ୍ୟ ଡ୍ରଗ୍ସ ନିୟନ୍ତ୍ରକ ଏହି ଔଷଧ ନକଲି ବୋଲି ପ୍ରମାଣ ମିଳିଥିବା ସୂଚନା ଦେଇଥିଲେ। 

Advertisment

କୋଭିଡ-୧୯ ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ବିଭିନ୍ନ ପ୍ରମୁଖ ସହରରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଜବତ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟରେ ନକଲି ଔଷଧ କାରବାର ଓ ଜବତ ଘଟଣାର ତଦନ୍ତ କରିଥିଲା ସିବି। କଟକ ମେଡ଼ିଲଏଡ୍‌ ମେଡ଼ିକେମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ଶିବ ଜେନାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ STF। ଶିବଙ୍କ ପତ୍ନୀ ସମେତ ୩ ଜଣଙ୍କୁ ଗିରଫ କରିଥିଲା STF। 

Fake Medicine Odisha News
Advertisment
Advertisment