• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ଡିସେମ୍ବର ସୁଦ୍ଧା ସରିବ ଟିକାକରଣ

  • ବର୍ତ୍ତମାନ ସୁଦ୍ଧା ୨ କୋଟି ୨୦ ଲକ୍ଷ ଡୋଜ ଟିକା  ଦିଆ ଯାଇସାରିଛି

  • ଆଜି ୧୪୦୦ କେନ୍ଦ୍ରରେ ଟିକାକରଣ ଚାଲିଛି 

ଭୁବନେଶ୍ୱର: ଡିସେମ୍ବର ସୁଦ୍ଧା ସରିବ ଟିକାକରଣ। ଯଦି ଟିକା ଆସିବାରେ କୌଣସି ସମସ୍ୟା ନହୁଏ ତେବେ ୪ ମାସ ମଧ୍ୟରେ ଟିକାକରଣ ଶେଷ ହେବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । 

ବର୍ତ୍ତମାନ ଟିକାରେ କିଛି ସମସ୍ୟା ନାହିଁ । ବର୍ତ୍ତମାନ ସୁଦ୍ଧା ୨ କୋଟି ୨୦ ଲକ୍ଷ ଡୋଜ ଟିକା  ଦିଆ ଯାଇସାରିଛି। ପ୍ରଥମ ଡୋଜ ୧ କୋଟି ୬୬ ଲକ୍ଷ ଓ ଦ୍ୱିତୀୟ ଡୋଜ ୫୩ ଲକ୍ଷ ଲୋକ ନେଇ ସାରିଛନ୍ତି  । ମୋଟ ୫୪ ପ୍ରତିଶତ ପ୍ରଥମ ଡୋଜ ଦିଆଯାଇଛି । କୋଭିସିଲଡ଼ ୨୮ ଲକ୍ଷ ୫୪ ହଜାର ଡୋଜ ଏବଂ କୋଭାକ୍ସିନ ୪ ଲକ୍ଷ ୫୪ ହଜାର ଡୋଜ ଟିକା ମହଜୁଦ ରହିଛି  ।

ଯେଉଁ ମାନଙ୍କର ଦ୍ୱିତୀୟ ଡୋଜ ଟିକା ନେବାର ଅଛି ପ୍ରାଥମିକତା ଭିତ୍ତିରେ ଦେବା ପାଇଁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷକଙ୍କ ସହ ଦ୍ୱିତୀୟ ଡୋଜ ନେବାକୁ ଥିବା ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ସେପ୍ଟେମ୍ବର ୫ ସୁଦ୍ଧା ଶିକ୍ଷକଙ୍କ ଟିକାକରଣ ଶେଷ ହେବ। କେବଳ ଶିକ୍ଷକଙ୍କୁ ଟିକା ଦେବା ପାଇଁ କିଛି  ସ୍ୱତନ୍ତ୍ର କେନ୍ଦ୍ର ଖୋଲାଯାଇଛି  ।

ଆଜି ୧୪୦୦ କେନ୍ଦ୍ରରେ ଟିକାକରଣ ଚାଲିଛି । ୧ ଲକ୍ଷ ଗର୍ଭବତୀ ମହିଳାଙ୍କୁ ଟିକାକରଣ କରାଯାଇଛି । ପ୍ରଥମ ଲହରରେ ୮ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିଲେ  । ଦ୍ୱିତୀୟ ଲହରରେ ଜୁଲାଇ ସୁଦ୍ଧା ୧୦ପ୍ରତିଶତ ଶିଶୁ ସଂକ୍ରମିତ ହୋଇଥିଲେ। ଏପଟେ ନୂଆ ଭ୍ୟାରିଆଣ୍ଟ ସି-୧-୨କୁ ନେଇ ସବିଶେଷ ତଥ୍ୟ ନାହିଁ  । ଭାରତରେ ଏଭଳି ଭ୍ୟାରିଆଣ୍ଟ ଚିହ୍ନଟ ହୋଇନି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ। 

ଅନ୍ୟପକ୍ଷେ ମହାମାରୀକୁ ନିୟନ୍ତ୍ରଣ କିରବା ପାଇଁ ଆଜିଠୁ ଭୁବନେଶ୍ୱର ମହାନଗର ନିଗମରେ ଆରମ୍ଭ ହୋଇଛି ସେରୋ ସର୍ଭେ । ଆଜି ଓ ଆସନ୍ତାକାଲି ଦୁଇଦିନ ବିଏମସିର ୫ଟି ୱାର୍ଡରେ ଏହି ସର୍ଭେ କରାଯିବ । ଭୁବନେଶ୍ୱରର ୩ଟି ଜୋନ୍‌ର ୮, ୧୫, ୩୨, ୪୧ ଓ ୬୩ ନମ୍ବର ୱାର୍ଡରେ ସର୍ଭେ ହେଉଛି । ଏଥିପାଇଁ ୫ଟି ଟିମ୍ ଗଠନ ହୋଇଛି । ମୁଖ୍ୟତଃ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଫୋକସ୍ କରାଯାଇଛି। ତା ସହ ବିଭିନ୍ନ ବୟସ ବର୍ଗର ଲୋକଙ୍କ ମଧ୍ୟରେ କେତେ ବଢିଛି ଆଣ୍ଟିବଡ଼ି, ତାର ଯାଞ୍ଚ ଚାଲିଛି । ଅତି କମ୍‌ରେ ୨ଶହ ଜଣଙ୍କ ନମୁନା ସଂଗ୍ରହ କରାଯିବା ନେଇ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।