• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୮୪୯ ସଂକ୍ରମିତ ଚିହ୍ନଟ। ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୯ ଆକ୍ରାନ୍ତ ହୋଇଛନ୍ତି। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୪୯୧; ଲୋକାଲ କେସ୍- ୩୫୮ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏଯାବତ୍‌ ୧୦ ଲକ୍ଷ ୬ହଜାର ୫୦୩କୁ ବୃଦ୍ଧି ପାଇଛି।  ଦିନକରେ ୯୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍‌ ଯୋଗେ କହିଛି ସୂଚନା ଓ ଲୋକସମ୍ପର୍କ ବିଭାଗ। ଗତକାଲି ମୋଟ୍ ୬୮, ୬୬୭ ଟେଷ୍ଟିଂ ହୋଇଛି ଓ ପଜିଟିଭିଟି ରେଟ୍‌ ୧.୨୩ ରହିଛି। 

କେଉଁ ଜିଲ୍ଲାରୁ କେତେ- 

ଅନୁଗୁଳ- ୨୨, ବାଲେଶ୍ୱର- ୩୧,  ବରଗଡ଼- ୩, ଭଦ୍ରକ- ୧୦, ବଲାଙ୍ଗିର- ୧, ବୌଦ୍ଧ- ୫, କଟକ- ୯୮, ଦେବଗଡ଼- ୧୧, ଢେଙ୍କାନାଳ- ୨୧, ଗଂଜାମ-୪, ଜଗତସିଂହପୁର- ୨୧, ଯାଜପୁର- ୩୨, ଝାରସୁଗୁଡ଼ା-୧, କଳାହାଣ୍ଡି- ୩, କନ୍ଧମାଳ- ୨, କେନ୍ଦ୍ରାପଡ଼ା- ୨୭, କେନ୍ଦୁଝର- ୧୬, ଖୋର୍ଦ୍ଧା- ୩୬୧, କୋରାପୁଟ- ୪, ମାଲକାନଗିରି- ୧, ମୟୂରଭଂଜ- ୨୦, ନୟାଗଡ଼- ୧୪, ନୂଆପଡ଼ା-୨, ପୁରୀ- ୨୮, ରାୟଗଡ଼ା- ୨, ସମ୍ବଲପୁର- ୧୫, ସୁନ୍ଦରଗଡ଼- ୧୬, ଷ୍ଟେଟପୁଲ- ୭୮ ଚିହ୍ନଟ ହୋଇଛନ୍ତି। 

ରାଜ୍ୟରେ ଆଉ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭,୮୩୪କୁ ବୃଦ୍ଧି ପାଇଛି। କଟକରୁ ୧୯, ଅନୁଗୁଳରୁ ୧୦, ଜଗତସିଂହପୁରରୁ ୯, ମୟୂରଭଂଜ ଓ ନୟାଗଡ଼ରୁ ୫ ଲେଖାଏଁ, ବାଲେଶ୍ୱର, ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରୁ ୪ ଜଣଙ୍କ ଲେଖାଏଁ ମୃତ୍ୟୁ ହୋଇଛି।