Advertisment

ଦେଶରେ ୨୪ ଘଣ୍ଟାରେ ୪୨, ୯୦୯ କରୋନା ଆକ୍ରାନ୍ତ ଚିହ୍ନଟ, କେବଳ କେରଳରୁ ୨୯, ୮୩୬

ଦେଶରେ କରୋନା ସ୍ଥିତି କେମିତି ଅଛି ? କେତେ ସଂକ୍ରମିତ ଚିହ୍ନଟ ହେଲେ ? କେତେ ଆଖି ବୁଜିଲେ ଜାଣନ୍ତୁ।

author-image
Minati Mishra
ଅଦ୍ୟତନ ହୋଇଛି
covid-19 India

covid-19 India

ନୂଆଦିଲ୍ଲୀ:ଦେଶରେ କରୋନା ସ୍ଥିତି କେତେବେଳେ ବଢୁଛି ତ କେତେବେଳେ କମୁଛି। ତଥାପି ଦୈନିକ ସଂକ୍ରମଣର ସଂଖ୍ୟା ମନରେ ଭୟ ସୃଷ୍ଟି କରୁଛି। ସଂକ୍ରମଣ ତାଲିକା ଦେଖିବା ପରେ କରୋନା ମାଡରେ ବିପର୍ଯ୍ୟସ୍ତ ଭାରତୀୟଙ୍କ ମନରେ  ପ୍ରଶ୍ନ ଉଠୁଛି ତୃତୀୟ ଲହର ଆସିଲା କି ? କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୪୨, ୯୦୯ ଜଣ ନୂଆ ମାମଲା ସାମ୍ନାକୁ ଆସିଛି। ରବିବାର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪୫, ୦୮୩ ଥିଲା। ୨୪ ଘଣ୍ଟା ମଧ୍ୟରେ ୩୮୦ ଜଣଙ୍କର ମୃତ୍ୟୁ ଘଟିଛି। 

Advertisment

ସେହିପରି ୨୪ ଘଣ୍ଟା ମଧ୍ୟରେ ୩୪, ୭୬୩ ଜଣ କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଦେଶରେ ଆକ୍ଟିଭ କେସ୍‌ ୩, ୭୬, ୩୨୪ ଥିବାବେଳେ ୩, ୧୯, ୨୩, ୪୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ଦେଶରେ ମୋଟର କରୋନା ମୃତକଙ୍କ ସଂଖ୍ୟା ୪, ୩୮, ୨୧୦ ଛୁଇଁଛି। 

Advertisment

ଆଜିର ତଥ୍ୟକୁ ମିଶାଇଲେ ଦେଶରେ ମୋଟ ୩ କୋଟି ୨୭ ଲକ୍ଷ ୩୭ ହଜାର ୯୩୯ ଜଣ ସଂକ୍ରମିତ ହୋଇ ସାରିଲେଣି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ୧.୧୩% ଆକ୍ଟିଭ କେସ ଥିବାବେଳେ ୯୭.୫୩ % ଡିସାର୍ଜ ହୋଇଛନ୍ତି  ଏବଂ ମୃତକଙ୍କ ସଂଖ୍ୟା ୧.୩୪% ରହିଛି।  ଅନ୍ୟପକ୍ଷେ  ଦେଶରେ ଟିକାକରଣ ମଧ୍ୟ ଜାରି ରହିଛି। ୨୪ ଘଣ୍ଟାରେ ୩୧ ଲକ୍ଷ ୧୪ ହଜାର ୬୯୬ ଡୋଜ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୬୩ କୋଟି ୪୩ ଲକ୍ଷ ୮୧ ହଜାର ୩୫୮ ଜଣଙ୍କୁ ଭାକ୍ସିନ ଡୋଜ ଦିଆଯାଇଛି। 

ତେବେ ଦେଶରେ ସବୁଠାରୁ ଚିନ୍ତାର ବିଷୟ ହୋଇଛି କେରଳ। ଏଠାରେ ଲଗାତାର ୪ର୍ଥ ଦିନରେ ୩୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇ ସାରିଲେଣି। ତେବେ ରବିବାର ଏହାର ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ରବିବାର ଏଠାରେ ୨୯, ୮୩୬ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୦, ୦୭, ୪୦୮ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ମହାମାରୀରେ ୭୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ୨୦, ୫୪୧ ଛୁଇଁଛି। 
ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୭, ୭୩, ୭୫୪ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ବର୍ତ୍ତମାନ ୨, ୧୨, ୫୬୬ ଜଣ ଚିକିତ୍ସିତ ହେଉଛନ୍ତି। ଏଠାରେ ସଂକ୍ରମଣ ହାର ୧୯.୬୭% ରହିଛି। 

COVID-19 India COVID19 Updates
Advertisment
Advertisment